ହେଡଲାଇନସ୍:

୧୦ ଲକ୍ଷ ଅଣସଂଗଠିତ ଶ୍ରମିକଙ୍କୁ ସାମିଲ ଲକ୍ଷ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜୁ ଶ୍ରମିକ ସାମ୍ମୁଖ୍ୟର ଆଞ୍ଚଳିକ ସମ୍ମିଳନୀ

02-06-18-Biju-Sramika-Sammu.jpg - 52.86 kB

ବାଲେଶ୍ୱର( ଉଜ୍ଜ୍ୱଳ କର ): ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଅଣସଂଗଠିତ ଶ୍ରମିକଙ୍କୁ ନେଇ  ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ଆଜି ଅନୁଷ୍ଠିତ  ହୋଇଯାଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ଏଥିରେ ଅଧ୍ୟକ୍ଷତା କରିବା ସହିତ ଶ୍ରମିକ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟ ଉଚ୍ଚଶିକ୍ଷା ଓ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଏଥିରେ ମୁଖ୍ୟଅତିଥି ଭବେ ଯୋଗଦେଇ ସମ୍ମିଳନୀକୁ  ଉଦ୍ଘାଟନ କରିବା ସହିତ ଅସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ସମାଜର ଅସଂଗଠିତ ଶ୍ରମିକଙ୍କୁ ଚିହ୍ନ କରିବା, ସେମାନଙ୍କୁ ପ୍ରମାଣପତ୍ର ଦେବା ଓ ଶ୍ରମିକ କଲ୍ୟାଣ ପାଣ୍ଠିରୁ ଗୃହ ନିର୍ମାଣଠାରୁ କନ୍ୟା ବିବାହ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ସରକାରୀ ସହାୟତା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ।   ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା, ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ଚରଣ ସେଠୀ, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସାଧାରଣ ସମ୍ପାଦକ ସୁବାସ ସିଂହ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,  ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି, ପୌରପାଳ ଆଲୋକ କୁମାର ସାହୁ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ରାଜେନ୍ଦ୍ର ପ୍ରସାଦ ଦାସ, ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ  ପ୍ରମୁଖ ଏଥିରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଅସଂଗଠିତ ଶ୍ରମିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ରାଜ୍ୟ ସରକାର ନେଉଥିବା ବିଶେଷ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ଅସଂଗଠିତ ଶ୍ରମିକଙ୍କୁ  ସାମାଜିକ ଓ ଆର୍ଥିକ ସୁରକ୍ଷା ଯୋଗାଇ ଦେବା ଉଦେ୍ଧଶ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଶାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପ୍ରତିଷ୍ଠା  କରାଯାଇଥିବା ଲୋକପ୍ରତିନିଧିମାନେ ସୂଚନା ଦେଇଥିଲେ । ସାମ୍ମୁଖ୍ୟର ପ୍ରଥମ ସମ୍ମିଳନୀକୁ ଖୁଦ୍ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ ଏହା  ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ବୋଲି ସେମାନେ କହିଥିଲେ । ଉତ୍ତର ଓଡ଼ିଶାର ମୟୂରଭଂଜ ଓ ଭଦ୍ରକ ପ୍ରଭୃତି ୩ ଗୋଟି ଜିଲ୍ଲାର ୧୦ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରମିକଙ୍କୁ ଏହି ସାମ୍ମୁଖରେ ସାମିଲ କରାଯାଇ ପାରିଲେ ସରକାରଙ୍କ ଅଭିଭୁଖ୍ୟ ସଫଳ ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବହୁ ଶ୍ରମିକଙ୍କୁ ପରିଚୟପତ୍ର ଓ କଲ୍ୟାଣ ପାଣ୍ଠି ସହାୟତା ଆଦି ପ୍ରଦାନ କରାଯାଇଥିଲା । 

0
0
0
s2sdefault