ସମସ୍ତ ସେଲ୍ଫ ଫାଇନାନ୍ସ କୋର୍ସ ବିଭାଗକୁ ନିୟମିତ କରାଯାଉ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-06-18-jmm.jpg - 78.40 kB

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଝାମୁମୋ ପକ୍ଷରୁ ତାଲାବନ୍ଦ ଆନ୍ଦୋଳନ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ସହିତ ସମସ୍ତ ବିଭାଗକୁ ନିୟମିତ କରାଯିବା ଦାବି ନେଇ ଝାମୁମୋର ମୟୂରଭଞ୍ଜ ଛାତ୍ରଶାଖାର ସଭାପତି ଧନଞ୍ଜୟ ସାହୁଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟରେ ତାଲା ବନ୍ଦ ଆନେ୍ଦାଳନ କରାଯାଇଥିଲା । ଉକ୍ତ ଆନେ୍ଦାଳନରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟଗୁଡ଼ିକରୁ ଶତାଧିକ ଝାମୁମୋ ଛାତ୍ରଶାଖାର ସଦସ୍ୟ ଓ ସମର୍ଥକମାନେ ସାମିଲ ହୋଇଥିଲେ । ଏହାପରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଆନେ୍ଦାଳନକାରୀ ଛାତ୍ରମାନଙ୍କ ସହିତ ଆଲୋଚନା କରିବାକୁ ବାଧ୍ୟ ହୋଇ ଚଳିତ ଜୁନ ୨୧ ସୁଦ୍ଧା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗକୁ ନିୟମିତ ବିଭାଗର ମାନ୍ୟତା ମିଳିବା ସହିତ ଅନ୍ୟ ବିଭାଗଗୁଡ଼ିକ ଉପରେ ବିଚାର କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେବା ପରେ ତାଲା ବନ୍ଦ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଯଦି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ  ପ୍ରତିଶ୍ରୁତି ଜୁନ ୨୧ ମଧ୍ୟରେ ପୂରଣ ନ ହୁଏ ତେବେ ଝାମୁମୋ ଛାତ୍ରଶାଖା ପକ୍ଷରୁ ଚଳିତ ବର୍ଷର ପ୍ରବେଶିକା ପରୀକ୍ଷାକୁ ହେବାକୁ ଦିଆଯିବ ନାହିଁ ବୋଲି ଛାତ୍ରଶାଖା ସଭାପତି ଧନଞ୍ଜୟ ସାହୁ ଚେତାବନୀ ଦେଇଥିଲେ । ସେହିପରି ଝାମୁମୋର ଜିଲ୍ଲା ଯୁବ ସଭାପତି ପିଣ୍ଟୁ ମାଇତିଙ୍କ ଆବାହକତ୍ୱରେ ଏକ ବାଇକ ରାଲି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପହଁଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଫାଟକରେ ତାଲା ପକାଇ ଦେଇଥିଲେ । ଏହାପରେ ଆୟୋଜିତ ସଭାରେ ରାଜ୍ୟ ସରକାର ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗଗୁଡ଼ିକୁ ନିୟମିତ ବିଭାଗ ଭାବେ ଘୋଷଣା ନ କରିନ୍ତି ତେବେ ଆଦିବାସୀ ଅଧ୍ୟୁଷିତ  ମୟୂରଭଞ୍ଜ ଜିଲ୍ଲାର ଗରୀବ ଛାତ୍ରଛାତ୍ରୀମାନଙ୍କର ବୃହତ୍ତର ସ୍ୱାର୍ଥ ରକ୍ଷା ଝାମୁମୋ ସମଗ୍ର ଜିଲ୍ଲାର ଯୁବଛାତ୍ର ଶକ୍ତିକୁ ପାଥେୟ କରି ଆନ୍ଦୋଳନକୁ ଅଧିକ ତୀବ୍ର କରାଇବ ବୋଲି ବଜ୍ର ଶପଥ ନେଇଛି । ସେହି ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥି ନିମନ୍ତେ ବିଜେଡ଼ି ସରକାର ଉତ୍ତରଦାୟୀ ରହିବେ ବୋଲି ଝାମୁମୋର ଜିଲ୍ଲା ଯୁବ ସଭାପତି ଶ୍ରୀମାଇତି ଘୋଷଣା କରିବା ସଂଗେସଂଗେ ଆଗାମୀ ଦିନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନେତୃମଣ୍ଡଳୀଙ୍କୁ ଜିଲ୍ଲା ମାଟିରେ ଜିଲ୍ଲାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିକୋଣରୁ ତୀବ୍ର ବିରୋଧ କରାଯିବ ବୋଲି ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବଶାଖା ଉପସଭାପତି ରାକେଶ ବେହେରା, ଯୁବ ସମ୍ପାଦକ ମାନସ ବେହେରା, ଯୁବ ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ସହର ଯୁବ ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ଏସକେ ରାଜା ଖାନ, ଗଣେଶ ମହାନ୍ତି, ରବୀନ୍ଦ୍ର ସାହୁ, ଛାତ୍ର ନେତା ରାଜୀବ ବେହେରା, ମାନସ ଦଳେଇ, ବିଶ୍ୱଜିତ ବାରିକ, ଜଗନ୍ନାଥ ଦେ ପ୍ରମୁଖ ଯୋଗ ଦେଇଥିଲେ । 

0
0
0
s2sdefault