ହେଡଲାଇନସ୍:

କଂଗ୍ରେସକୁ ଶକ୍ତ ଧକ୍କା: ବିଜେଡି ବି ନିଜ ଗୋଡରେ କୁରାଢି ମାରିଲା, ବିଜେଡିରେ ଯୋଗ ଦେଲେ ମୃତ କଂଗ୍ରେସ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ପରିବାର ଓ ତାଙ୍କ ପତ୍ନୀ ବିଜେଡି ରୁ ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ହେବେ , ହେଲେ ସେପଟେ ପୂର୍ବରୁ ବିଜେଡି ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ କିନ୍ତୁ ପର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବିଜେଡି ଭିତରେ ଅସନ୍ତୋଷର ଫାଇଦା ନେଇପାରେ ବିଜେପି 

ମୋ ସ୍ୱାମୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ବିଜେଡିରେ ଯୋଗଦେଲି: ରୀତା ସାହୁ

ଭୁବନେଶ୍ୱର: ପୂର୍ବତନ କଂଗ୍ରେସ ବିଧାୟକ ସ୍ୱଗତ ସୁବଳ ସାହୁଙ୍କ ପରିବାର ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ସ୍ୱର୍ଗତ ବିଧାୟକଙ୍କ ପତ୍ନୀ ରୀତା ସାହୁ କହିଛନ୍ତି  । ରୀତାଙ୍କୁ ବିଜେଡି ଫୋଲଡକୁ ଆଣିବାର ତ୍ୱରିତ ନିଷ୍ପତି ନେଇ ବିଜେଡି ବିଜେପିକୁ ଏକ ଚକ୍ମା ଦେଇଛି ନିଶ୍ଚୟ  । ଅନୁକମ୍ପା ଭୋଟରେ ସେଠାରେ ବିଜେଡି ଉପନିର୍ବାଚନ ପାଇଁ ଆସନଟିକୁ ହାତେଇପାରେ ଓ ବିଜେଡି ନନେଇଥିଲେ ସୁବଳଙ୍କ ପରିବାରକୁ ବିଜେପିକୁ ନେବା ପାଇଁ ବିଜେପି ଯଥାସାଧ୍ୟ ଉଦ୍ୟମ କରୁଥିବା ଯୋଗୁ ସୁବଳଙ୍କ ପରିବାରକୁ ଆଣିବାର ନିଷ୍ପତି ସାମୟିକ ଭାବେ ବିଜେପୁର ଉପନିର୍ବାଚନ ପାଇଁ ବିଜେଡ  ପାଇଁ ଲାଭ ଦାୟକ ହୋଇପାରେ, ହେଲେ କଂଗ୍ରେସ ଉପରେ ଆକ୍ରମଣ କରି ବା କଂଗ୍ରେସକୁ ଦୁର୍ବଳ କରିବାକୁ ଚେଷ୍ଟା କରି ବିଜେଡି ନିଜ ଗୋଡରେ କୁରାଢି ମାରୁଛି ଏହା ନିଶ୍ଚିତ  । କାରଣ କଂଗ୍ରେସକୁ ବିଜେଡି ଯେତେ ଆକ୍ରମଣ କରିବ, ବିଜେପିର ସାମର୍ଥ୍ୟ ସେତିକି ବୃଦ୍ଧିୁ ପାଇବ । କଂଗ୍ରେସ ଭିତରର ଅସନ୍ତୁଷ୍ଟ ଓ ବିଜେଡିର ଅସନ୍ତୁଷ୍ଟ ନେତାମାନଙ୍କୁ ବିଜେପି ଏକାଠି କରି ୨୦୧୯ ନିର୍ବାଚନ ପୂର୍ବରୁ ନିଜ ସ୍ଥିତିକୁ କନସୋଲିଡେଟ୍ କରିପାରେ, ଯାହାକି ବିଜେଡି ପାଇଁ ବଡ ଆଶଙ୍କା ସୃଷ୍ଟି କରିବା ନିଶ୍ଚିତ । ଆଉ ଠିକ୍ ଏହା ହିଁ ବିଜେପି ଚାହୁଁଛି ଯେ ରାଜ୍ୟରେ ବହୁଧା ବିଭାଜିତ କଂଗ୍ରେସକୁ ଦୁର୍ବଳ କଲେ ଯାଇ ଅସନ୍ତୁଷ୍ଟ ବିଜେଡି ଓ କଂଗ୍ରେସଙ୍କୁ ନେଇ ବିଜେଡିକୁ ଟକ୍କର ଦେବା ସ୍ଥିତିକୁ ଆସିପାରିବ ବା ନିଜ ପାଦତଳେ ମାଟି ଯୋଗାଡ କରିପାରିବ ବିଜେପି  । ଆଉ ବିଜେପୁରରେ ଆଜିର ନିଷ୍ପତି ପରେ ବିଜେଡି ଅଶୋକ ପାଣିଗ୍ରାହୀଙ୍କ ନାମରେ ଜଣେ ଅସନ୍ତୁଷ୍ଟ ନେତା ସୃଷ୍ଟି କରିଦେଲା ଏହା ନିଶ୍ଚିତ  । 

ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସ୍ୱର୍ଗତ ସାହୁଙ୍କ ପନôୀ ରୀତା ସାହୁ ଓ ପୁତ୍ର ସୁମିତ ସାହୁଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ “ଆଜି ବହୁତ ଖୁସିର ଦିନ । ସ୍ୱର୍ଗତ ସୁବଳ ସାହୁଙ୍କ ପନôୀ ଓ ପୁତ୍ରଙ୍କ ସହ ତାଙ୍କର ସମର୍ଥକମାନେ  ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି । ଏହା ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ସଂଗଠନ ସୁଦୃଢ଼ ହେବାରେ ସହାୟକ ହେବ ।” ଯୋଗଦେବା ଅବସରରେ ସ୍ୱର୍ଗତ ସାହୁଙ୍କ ପନôୀ ରୀତା ସାହୁ କହିଛନ୍ତି ଯେ “ମୋ ସ୍ୱାମୀଙ୍କ ଇଚ୍ଛା ଥିଲା ବିଜେଡି ଆସନରୁ ନିର୍ବାଚନ ଲଢ଼ିବା ପାଇଁ । ତେଣୁ ମୁଁ ମୋ ସ୍ୱାମୀଙ୍କ ଇଚ୍ଛା ପୂରଣ କରିବା ଉଦେ୍ଧଶ୍ୟରେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛି ।” ସୁବଳଙ୍କ ପୁଅ ସୁମିତ ସାହୁ କହିଥିଲେ ଯେ “ବାପା ତାଙ୍କ ରାଜନୈତିକ ଜୀବନ ଜନତା ଦଳରୁ ଆରମ୍ଭ କରିଥିଲେ ଏବଂ ତାଙ୍କର ଶେଷ ଇଚ୍ଛା ଥିଲା ବିଜୁ ଜନତା ଦଳ ଟିକେଟ୍‍ରୁ ନିର୍ବାଚନ ଲଢ଼ିବେ ବୋଲି । ବିଜେପି ଓ କଂଗ୍ରେସରୁ ଡାକରା ଆସିଥିଲେ ମଧ୍ୟ ବାପାଙ୍କ ଇଚ୍ଛା ପୂରଣ କରିବାକୁ ଆମେ ଆଜି ବିଜେଡିରେ ମିଶିଲୁ । ଆମ ପଛରେ ବହୁତ ଜନସମର୍ଥନ ଥିବାରୁ ଆମେ ଅନାୟସରେ ଏହି ଉପ-ନିର୍ବାଚନ ଜିତିବୁ । ସୂଚନାଯୋଗ୍ୟ ଯେ ସ୍ୱର୍ଗତ ସୁବଳ ସାହୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତି ଆରମ୍ଭ କରିଥିଲେ । ଆଜି ବିଜୁ ଜନତା ଦଳକୁ ଫେରିବା ଆମ ପାଇଁ ଘରବାହୁଡ଼ା ସଦୃଶ ବୋଲି ଶ୍ରୀ ସାହୁ କହିଥିଲେ । ବିଜେଡିରେ ଯୋଗଦେଇଥିବା ପ୍ରମୁଖ ନେତୃମଣ୍ଡଳୀଙ୍କ ମଧ୍ୟରେ ବରପାଲି ବ୍ଲକ ଚେୟାରମ୍ୟାନ୍‍ କିଶୋର ଦଫାଦାର, ଉପାଧ୍ୟକ୍ଷ ସୁବର୍ଣ୍ଣ ଅଦାବତ୍‍, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମଧୁ ସାହୁ, ପୂର୍ବତନ ଅଧ୍ୟକ୍ଷ ମୋତିରାମ ସାହୁ, ବିଧାୟକଙ୍କ ପ୍ରତିନିଧି ଟିକାୟତ ମହତମ୍‍ଙ୍କ ସମେତ ବହୁନେତା ବିଜେଡିରେ ଯୋଗ ଦେଇଛନ୍ତି  । ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିବା ବେଳେ ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ରାଜ୍ୟ ଗୃହ ନିଗମ ଅଧ୍ୟକ୍ଷ ଭୂପିନ୍ଦର ସିଂହ, ବିଧାୟିକା ପ୍ରମିଳା ମଲିକ, ରାସେଶ୍ୱରୀ ପାଣିଗ୍ରାହୀ, ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ହେଲେ ବିଜେଡିର ଏହି ନିଷ୍ପତି ପରେ ବରଗଡ ଜିଳ୍ଲା ବିଜେଡିରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି  । ପରୋକ୍ଷରେ ଆଚାର୍ଯ୍ୟ ପରିବାର ସନ୍ତୁଷ୍ଟ ନଥିବା କୁହାଯାଉଥିବା ବେଳେ ଖୋଲାଖୋଲି ଭାବେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ତାଙ୍କ ଅସନ୍ତୋଷ ଏକ ବିଶାଳ କର୍ମୀସମାବେଶରେ ପ୍ରକାଶ କରିଛନ୍ତି  । 

0
0
0
s2sdefault