ହେଡଲାଇନସ୍:

୨୬ରେ ବାଲିଯାତ୍ରା ପଡିଆରେ ଓଡିଶାବାସୀଙ୍କୁ ହିସାବ ଦେବେ ପ୍ରଧାନମନ୍ତ୍ରୀ ମୋଦି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଥିବା ମିଶନ ୧୨୦+ ଟାଗେର୍ଟ ନିଶ୍ଚିତ ରୂପେ ପୂରଣ ହେବ : ଅରୁଣ ସିଂ 

19-05-18-narendra-modi-w.jpg - 41.80 kB

ଭୁବନେଶ୍ୱର(ମାନସୀ ମିଶ୍ର) : କେନ୍ଦ୍ରରେ ମୋଦୀ ସରକାର ୪ ବର୍ଷ ପୂରଣ ହେବା ଅବସରରେ ଆସନ୍ତା ୨୬ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କଟକ ବାଲିଯାତ୍ରା ପଡିଆରେ ବିଶାଳ ଜନସମାବେଶ କରି ଓଡିଶାବାସୀଙ୍କୁ ସମ୍ବୋଧନ କରିବେ । ଏଥି ସହ ମୋଦି ସରକାରର ପ୍ରଥମ ପାଳିର ୪ ବର୍ଷ ପୁର୍ତ୍ତୀ  ଅବସରରେ ଦେଶର ହୋଇଥିବା ବିକାଶର ଚିଠା ଓ ହିସାବ ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତବାସୀଙ୍କ ସମ୍ମୁଖରେ ଉପସ୍ଥାପନା କରିବେ ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ  ଅରୁଣ ସିଂହ ସୂଚନା ଦେଇଛନ୍ତି । 

ପୂର୍ବ ଭାରତର ରାଜ୍ୟମାନଙ୍କ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦେଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡିଶାର ଜନତାଙ୍କୁ ହୃଦୟରେ ରଖିବା ସହ ସର୍ବଦା ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରି ଆସୁଛନ୍ତି । ସେଥିପାଇଁ ଅନ୍ୟ ରାଜ୍ୟ ତୁଳନାରେ ପ୍ରଧାନମନ୍ତ୍ରୀ ଓଡିଶାକୁ ସର୍ବଦା ପ୍ରାଧାନ୍ୟ ଦେଇଥାନ୍ତି । ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ଶ୍ରୀ ମୋଦୀ ପୂର୍ବରୁ ରାଉରକେଲା, ବରଗଡ, ପାରାଦୀପ ଏବଂ ବାଲେଶ୍ୱର ଗସ୍ତ କରିସାରିଛନ୍ତି । 

ଆଗାମୀ ଦିନରେ ଓଡିଶାବାସୀ ବିଜେପିକୁ ବିପୁଳ ସମର୍ଥନ ଦେବାକୁ ମନସ୍ଥ କରିସାରିଲେଣି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଥିବା ମିଶନ ୧୨୦+ ଟାଗେର୍ଟ ନିଶ୍ଚିତ ରୂପେ ପୂରଣ ହେବ ବୋଲି ଶ୍ରୀ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି । 

 

 

 

0
0
0
s2sdefault