ହେଡଲାଇନସ୍:

ମହାନଦୀ ପାଇଁ ଦ୍ୱିତୀୟ ପର୍ୟ୍ୟାୟ ମହାସଂଗ୍ରାମ, ନବୀନ  ନେବେ ନେତୃତ୍ୱ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମଇ ୧୬ରୁ ଆରମ୍ଭ ହେବ ସୁରକ୍ଷା ସଚେତନତା ଅଭିଯାନ

13-05-18-bjd.jpg - 68.19 kB

ଭୁବନେଶ୍ୱର : ‘ଜୀବନ ଥିବା ପର୍ଯ୍ୟନ୍ତ ମହାନଦୀ ପାଇଁ ଲଢେ଼ଇ ଜାରି ରଖିବି’, ଏଭଳି ଏକ ଉକ୍ତି ରଖି  ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ପାଇଁ ନିଜର ଆବେଗ ଓ ପ୍ରତିବଦ୍ଧତାକୁ ଆହୁରି ସ୍ପଷ୍ଟ କରିଛନ୍ତି ଏବଂ ମହାନଦୀ ପାଇଁ ଆରମ୍ଭ କରାଯାଇଥିବା ମହାସଂଗ୍ରାମରେ ଓଡ଼ିଶାର ଦାବି ସଂପୂର୍ଣ୍ଣ ଭାବେ ହାସଲ ନହେବା ପର୍ଯ୍ୟନ୍ତ ଜନଜାଗରଣ ପାଇଁ ଆହ୍ୱାନ ଦେଇଛନ୍ତି । ବିଜୁ ଜନତା ଦଳ ଓଡ଼ିଶାର ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ସହିତ ମିଶି ‘ମହାନଦୀ ମହାସଂଗ୍ରାମ’କୁ ଆହୁରି ଆଗକୁ ଆଗେଇ ନେବ ଏବଂ ମହାନଦୀ ପ୍ରସଂଗରେ ଓଡ଼ିଶାର ଦାବି ହାସଲ ନହେବା ପର୍ଯ୍ୟନ୍ତ ଏଥିରୁ କୌଣସିମତେ ବିରତ ହେବ ନାହିଁ ବୋଲି ବଜ୍ର ଶପଥ ନେଇଛି ।  ଏହି ପରିପ୍ରେକ୍ଷୀରେ ମହାସଂଗ୍ରାମର ଆଉ ଏକ ଅଧ୍ୟାୟ ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ଜନଜାଗରଣ ପକ୍ଷରେ ମେ ୧୬ରୁ ଓଡ଼ିଶା ଭିତରକୁ ମହାନଦୀର ପ୍ରବେଶ ସ୍ଥଳ ଝାରସୁଗୁଡ଼ା ଜିଲ୍ଳା ଲଖନପୁର ବ୍ଲକର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖ୍‍ଲି ଠାରୁ ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହେବ ବୋଲି ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି |

ଦଳ ପକ୍ଷରୁ କୁହାଯାଇଛି ଯେ,  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି  ନବୀନ ପଟ୍ଟନାୟକ ୧୬ ତାରିଖ ସକାଳ ୯ଟା ସମୟରେ ସୁଖାଶୋଡ଼ା ଠାରେ ଏବଂ ସକାଳ ୧୦ଟା ସମୟରେ ଚିଖଲି ଠାରେ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନର ନେତୃତ୍ୱ ନେବେ । ଏହି ଅଭିଯାନ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଜିଲ୍ଲାର ନିର୍ଦ୍ଧାରିତ ରୁଟ୍‍ଚାର୍ଟରେ ପଥପ୍ରାନ୍ତ ସଭା, ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯିବା ସହ ମହାନଦୀ ସମସ୍ୟା ସଂପର୍କିତ ସତ୍ୟ-ତଥ୍ୟ ପୁସ୍ତିକା ଓ ପ୍ରଚାରପତ୍ର ସର୍ବସାଧାରଣରେ ବଣ୍ଟନ କରାଯିବ । ମହାନଦୀ ଅବବାହିକା ନିକଟସ୍ଥ ଅନ୍ୟ ଜିଲ୍ଲା ଓ ବ୍ଲକରେ ମଧ୍ୟ ଜନସଚେତନତା କାର୍ଯ୍ୟକ୍ରମ ହେବ । ଏହାସହ ମହାନଦୀ ଅବବାହିକାର ଉଭୟ ପାଶ୍ୱର୍ରେ ଥିବା ପୂରାତନ ଦେବାଦେବୀ ପୀଠଗୁଡିକରେ ସମୂହ ଦୀପଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପୀଠରେ ଜଳ ଆଳତି ଏବଂ କଟକର ଗଡ଼ଗଡେ଼ଶ୍ୱରଙ୍କ ପୀଠରେ ଜଳ ଆଳତି କରାଯିବ ।

ଓଡ଼ିଶାର ହକ୍‍ ଓ ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣ ଆନ୍ଦୋଳନ  ମହାସଂଗ୍ରାମରେ ରାଜ୍ୟର ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ସଂଗଠନ, ସବୁ ରାଜନୈତିକ  ଗୋଷ୍ଠୀ ଏବଂ  ସର୍ବୋପରି ଓଡ଼ିଶାର ସମଗ୍ର ଜନସାଧାରଣ ସକ୍ରିୟ ଭାବେ ସାମିଲ ହେବା ପାଇଁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, କଟକ ଜିଲ୍ଲା ସଭାପତି ପ୍ରତାପ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରମୁଖ ନିବେଦନ କରିଛନ୍ତି ।

0
0
0
s2sdefault