ଓଡିଶା ରାଜନୀତିର ଗୁମର କଥା : ଗୁରୁ ଦ୍ରୋହ ଦଶା ଭୋଗୁଛନ୍ତି ବିଜୟ ! ଗୋଟିଏ ଗୁଳିରେ କରିଥିଲେ ତିନି ଶିକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୩୧ବର୍ଷ ପରେ ପଲଟିଲା  ଓଡିଶା ରାଜନୀତି ଇତିହାସ 

07-05-18-ATANU.jpg - 185.20 kB

କେବେ ନାଆ ଉପରେ ଗାଡି, କେବେ ଗାଡି ଉପରେ ନାଆ 

ଭୁବନେଶ୍ୱର : ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ତଥା ତଥା ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଧର୍ମପତ୍ନୀ ଦୀର୍ଘଦିନର ନୀରବତା ଭାଙ୍ଗି ୩୧ବର୍ଷ ତଳେ ହୋଇଥିବା ଏକ ରାଜନୈତିକ ଷଡଯନ୍ତ୍ରର ପର୍ଦ୍ଦାଫାଶ  କରିଛନ୍ତି ତାଙ୍କ ଜୀବନକାହାଣୀ ପୁସ୍ତକ ‘ସାୟାହ୍ନର ସ୍ମୃତି’ରେ । ଆଉ ଏଥିରେ ଖଳନାୟକ ସାଜିଛନ୍ତି ସ୍ୱର୍ଗତ ରାଜକିଶୋରରଙ୍କ ଛାତ୍ର ତଥା ବରିଷ୍ଠ ରାଜନେତା ବିଜୟ ମହାପାତ୍ର  । ବିଭିନ୍ନ ସିନେମାରେ ଖଳନାୟକ ଯେମିତି ଶେଷରେ ତା ପରିଣାମ ଭୋଗେ, ସେହିଭଳି ଭାବେ ୧୯୭୭ରେ ବିଜୟ ତାଙ୍କ ଶିକ୍ଷକ ରାଜକିଶୋରଙ୍କ ପ୍ରତି କରିଥିବା ୨୦୦୦ ମସିହାରେ ବିଜୟଙ୍କ ଟିକଟ କଟିବା ଓ ରାଜକିଶୋରଙ୍କ ପୁଅ ତଥା ସେତେବେଳର ସାମ୍ବାଦିକ ଅତନୁ ସବ୍ୟସାଚୀ ନାୟକ ଅଚାନକ ଟିକଟ ପାଇବା ଘଟଣାକୁ  ବିଜୟ ୧୯୭୭ରେ କରିଥିବା ‘ଗୁରୁଦ୍ରୋହ’ର ଫଳ ଭୋଗିଛନ୍ତି  ବୋଲି ତିର୍ଯ୍ୟକ ଅବତାରଣା କରିଛନ୍ତି ନିର୍ମଳପ୍ରଭା  । ସ୍ୱାମୀ ତଥା ଦେବୋପମ ରାଜନେତା ରାଜକିଶୋରଙ୍କ ପ୍ରତି କେମିତି ଷଡଯନ୍ତ୍ର  ହୋଇଥିଲା ତାହା ଉଲ୍ଳେଖ କରିଛନ୍ତି ନିର୍ମଳପ୍ରଭା ତାଙ୍କ ପୁସ୍ତକରେ, ଆଉ ସେଥିରେ ଫୁଟି ଉଠିଛି ନିର୍ମଳପ୍ରଭାଙ୍କ ବହୁଦିନ ଧରି ଚପି ରହିଥିବା ଅନ୍ତଃର୍ବେଦନାର କେତୋଟି ଅଭିବ୍ୟକ୍ତି  ।  ଆଉ ତାଙ୍କ ପୁସ୍ତକ ବିଜୟ ମହାପାତ୍ରଙ୍କୁ ଖଳନାୟକ ରୂପରେ ଅବତାରଣା କରିଛି  । ୧୯୭୭ର ଷଡଯନ୍ତ୍ରରେ ରାଜକିଶୋରଙ୍କ ଟିକଟ କଟିବା ପଛରେ ବିଜୟଙ୍କର ସ୍ୱାର୍ଥ ସମ୍ବଳିତ ଦୂରଦୃଷ୍ଟି ଛପିଥିଲା , ରାଜକିଶୋର ନହଟିଲେ ତାଙ୍କର ପାଟକୁରାରୁ ସେ ରାଜନୀତି କରିବା ଅସମ୍ଭବ, ଆଉ ଯାହାର ସୁଫଳ ପରବର୍ତ୍ତି ପର୍ଯ୍ୟାୟରେ ପାଇଥିଲେ ବିଜୟ  । ହେଲେ ତତ୍କାଳ  ଫାଇଦା ମିଳିଥିଲା ପ୍ରହ୍ଲାଦ ମଲ୍ଲିକ ଆଉ ଶ୍ରୀକାନ୍ତ ଜେନା  । ବରି-ଢେରାବିଶି ଆସନକୁ ନେଇ ସେମାନଙ୍କ ମଧ୍ୟରେ ଚାଲିଥିବା ଟଣାଓଟରାର ପୂର୍ଣ୍ଣ ଚ୍ଛେଦ ପଡିଥିଲା ରାଜକିଶୋରଙ୍କ ଠାରୁ ଟିକଟ ପ୍ରତ୍ୟାହାର କରାଇ  । ହେଲେ ୨୦୦୦ ମସିହାରେ ଅତନୁ ଟିକଟ ପାଇଁବା ବିଜୟଙ୍କ ଉପରେ ଏକ ପରୋକ୍ଷ ବିଜୟ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ଶ୍ରୀକାନ୍ତ ଫଳ ଭୋଗିଥିଲେ ବାଲେଶ୍ୱର ଲୋକସଭାରୁ ନିର୍ବାଚନ ହାରି  । ଆଉ ଏହାକୁ ସଂଯୋଗ କୁହାଯାଇପାରେ ,ସେତେବେଳେ ବାଲେଶ୍ୱର ଜିଳ୍ଲା ସଂଗଠନ ତଥା ନିର୍ବାଚନ ପରିଚାଳନା ଭାର ନ୍ୟସ୍ତ ଥିଲା ଅତନୁଙ୍କ ପାଖରେ  । ଆଉ ୧୯୭୭ରେ ରାଜକିଶୋରଙକୁ କାଟି ଯେଉଁ ପ୍ରହଲ୍ଲାଦ ମଲ୍ଲିକ ଟିକଟ ପାଇଥିଲେ ପାଟକୁରାରୁ, ୨୦୧୪ ନିର୍ବାଚନରେ ତାଙ୍କ ସୁକନ୍ୟା ସିପ୍ରା ମଲ୍ଲିକଙ୍କ ଟିକଟ କଟି ପାଇଲେ କିଶୋର ତରାଇ  । ଆଉ ସିପ୍ରାଙ୍କ ଟିକଟ କଟିବା ପାଇଁ କେହି କେହି ଅତନୁଙ୍କୁ ଦାୟୀ କରନ୍ତି  । ସେପଟେ ୨୦୧୪ରେ ମହାକାଳପଡାରେ ପ୍ରଭାବଶାଳୀ ବିଜୟ ମହାପାତ୍ରଙ୍କୁ ଧରାଶାୟୀ କରିଥିଲେ ରାଜକିଶୋରଙ୍କ ସୁପୁତ୍ର ଅତନୁ ସବ୍ୟସାଚୀ  । ଏହାକୁ ସଂଯୋଗ...କାକତାଳୀୟ କୁହାଯାଇପାରେ ବା ଆଉ କିଛି, ୧୯୭୭ର ରାଜକିଶୋର ଯେଉଁ ରାଜନୈତିକ କ୍ଷତିର ସମ୍ମୁଖୀନ ହୋଇଥିଲେ, ତାହାର ଭରଣା ସକ୍ଷମ ହୋଇଥିଲା ବା ମୁଣ୍ଡି ମରାହୋଇଥିଲା ୨୦୧୪ ନିର୍ବାଚନରେ ବିଜୟ, ଶ୍ରୀକାନ୍ତଙ୍କ ପରାଜୟ ଆଉ ସିପ୍ରାଙ୍କ ଟିକଟ କଟିବା ଘଟଣାରେ  । ତେଣୁ କଥାରେ ଅଛି ‘ କେବେ ନାଆ ଉପରେ ଗାଡି, କେବେ ଗାଡି ଉପରେ ନାଆ’

 ନିର୍ମଳପ୍ରଭାଙ୍କ  କହିବା ଅନୁଯାୟୀ  ରାଜକିଶୋର ନାୟକଙ୍କ ଟିକଟ କାଟିବା ପାଇଁ ୧୯୭୭ରେ ବିଭିନ୍ନ ପର୍ଯ୍ୟାୟରେ ଉଦ୍ୟମ ହୋଇଥିଲା  । ଅତନୁଙ୍କ ବାପା ତଥା ଗାନ୍ଧୀବାଦୀ ଋଷିପ୍ରତିମ ଜନନାୟକ ସ୍ୱର୍ଗତ ରାଜକିଶୋର ନାୟକଙ୍କ ଶରୀର ଅସୁସ୍ଥ ହେବା ପରେ ବିଜୁ ବାବୁ ଓ ତାଙ୍କ ଧର୍ମପତ୍ନୀ ଦିଲ୍ଲୀରେ କେଉଁଭଳି ଭାବେ ଚିକିତ୍ସା କରି ତାଙ୍କୁ ସୁସ୍ଥ କରାଇଥିଲେ ତାହାର ଅବତାରଣା କରିଛନ୍ତି । ସୁସ୍ଥ ହୋଇ ରାଜୁ ବାବୁ ଓଡିଶା ଫେରିବା ପରେ ପାଖ ହୋଇଯାଇଥାଏ ୧୯୭୭ ନିର୍ବାଚନ । ତାଙ୍କ ଅସୁସ୍ଥତାର ସୁଯୋଗ ଦେଇ କେମିତି ତାଙ୍କ ଦ୍ୱାରା ଗଠିତ ଚିତ୍ରୋତ୍ପଳା  ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ତଥା ଏକଦା ତାଙ୍କର ପ୍ରବଳ ଅନୁରକ୍ତ ପ୍ରତାପ ଜେନା  ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ବିରୋଧରେ ପ୍ରଚାର କରି ଟିକଟ ପାଟକୁରା ଟିକଟ ହାତେଇବାର  ଉଦ୍ୟମ କରିଥିଲେ ତାହା ଉଲ୍ଲେଖ କରିଛନ୍ତି  । ପାଟକୁରାରେ ପ୍ରଚାର କରାଇଲେ ‘ ରାଜୁୁ ବାବୁଙ୍କୁ ଟିକଟ ଦେବ କଣ ପାଟକୁରାରେ ବାଇ ଇଲେକ୍ସନ କରାଇବାକୁ’! ହେଲେ ବିଜୁ ବାବୁ ଏହାର ଦୃଢ ବିରୋଧ କରିଥିଲେ  । ଯଦି ରାଜକିଶୋର ପ୍ରଚାର କରିବାକୁ ଅକ୍ଷମ (ଅସୁସ୍ଥତା କାରଣୁ) ତେବେ ତାଙ୍କ ସ୍ତ୍ରୀର ତ ଦକ୍ଷତା ଅଛି , ତାଙ୍କୁ ଟିକଟ ଦେବା  । ତୁମେମାନେ ଯାଇ ତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କର ବୋଲି କହି ରାଜକିଶୋରଙ୍କ ବିରୋଧୀଙ୍କୁ ଭଗାଇ ଦେଇଥିଲେ  । ତା ପରେ ପାଟକୁରାରୁ ପ୍ରାର୍ଥୀ ହେବା ପାଇଁ ନିର୍ମଳ ପ୍ରଭାଙ୍କ ନାମ ଚୁଡାନ୍ତ କରିବାକୁ ଯାଉଥିବା ଖବର ପ୍ରତାପ ମହାନ୍ତି ( ପୂର୍ବତନ ମନ୍ତ୍ରୀ)ଙ୍କ ଠାରୁ ପାଇବା  ପରେ ନବୀନ ନିବାସ ଯାଇ ବିଜୁ ବାବୁଙ୍କ ବୁଝାଇବା ପରେ ଆଉ ତାଙ୍କ ସ୍ୱାମୀଙ୍କ ସହ ପ୍ରଚାରରେ ସବୁ ପଅକାର ସହଯୋଗ କରିବା ପାଇ କହିଲେ  । ବିଜୁ ବାବୁ ରାଜି ହୋଇ ରାଜକିଶୋରଙ୍କୁ ଟିକଟ ଦେଲେ  । ଟିକଟ ଓ ଜିପ୍ ଖଣ୍ଡେ ଧରି ରାଜକିଶୋର ବାବୁ ଓ ନଳୀନୀ ପାଇ ନିର୍ମଳପ୍ରଭା ଗାଁକୁ ଯାଇଥିଲେ  ।  ନିର୍ମଳପ୍ରଭା ସେଦିନ ରାତିରେ ଅସୁରେଶ୍ୱରରେ ରହିଯାଇଥିଲେ ଆଉ ରାଜକିଶେର ଯାଇଥିଲେ ଗାଁକୁ  । ହେଲେ ସେଦିନ ରାତିରେ ଘଟିଗଲା  ଘଟଣା, ଯାହା କି ରାଜକିଶୋରଙକ ପ୍ରତ୍ୟକ୍ଷ ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣିବାର ୍ରୟମାରମ୍ଭ କରିଥିଲା  । 

ନିର୍ମଳ ପ୍ରଭା ଲେଖିଛନ୍ତି :

“ପରଦିନ ସକାଳେ ଘରେ ପହଞ୍ଚି ଶୁଣିଲି ତୁମର ଛାତ୍ର ବିଜୟ ମହାପାତ୍ର ରାତି ଅଧରେ କାର ଯୋଗେ ଆସି ବିଜୁ ବାବୁ ଟିକଟ ଫେରାଇନେବାକୁ ଡକାଇଛନ୍ତି ବୋଲି ତୁମକୁ ଭୁବନେଶ୍ୱର ନେଇଯାଇଛନ୍ତି  । ପରେ ଶୁଣିଲି ସେଦିନ ରା୍ତି ଅଧରେ କଟକରେ ରହିଗଲ  । ତାପରଦିନ ଭୁବନେଶ୍ୱର ଆସିବାକୁ ସେ ଅଯଥା ବିଳମ୍ବ କରିଥିଲେ  । କାରଣ ସେହିଦିନ ବିଜୁ ବାବୁ ଲିଷ୍ଟ ଧରି କେନ୍ଦ୍ରର ସ୍ୱୀକୃତି ପାଇଁ ଦିଲ୍ଲୀ ଯିବେ  । ତୁମେ ଟିକେଟ ଫେରାଇବା ବେଳେ ସେ କେବଳ ତୁମକୁ ଅଶ୍ଚର୍ଯ୍ୟ ଚକିତ ଚାହାଣୀରେ ଚାହିଁଥିଲେ  । ................ତୁମ ଜାଗାରେ ପହଲି ବାବୁଙ୍କୁ ପ୍ରାର୍ଥୀ କରିବା ଓ  ତୁମକୁ ସକ୍ରିୟ ରାଜନୀତିରୁ ସନ୍ୟାସ ଦେବା ପାଇଁ ତୁମର ଛାତ୍ର ବିଜୟ ମହାପାତ୍ର ଯେଉଁ କୂଟନୈତିକ ଜାଲ ବିଛାଇଥିଲେ ତାହା ପରେ ଜଣାପଡିଥିଲା  । କୌଣସି ମତେ ପାଟକୁରାର ସକ୍ରୀୟ ରାଜନୀତିରୁ ତୁମକୁ ହଟାଇଦେଲେ ଆଗାମୀ ଦିନରେ ବିଜୟଙ୍କ ବାଟ ସହଜ ହେବ ବୋଲି ସେ ଯୋଜନା କରିଥିଲେ ଯାହାକି ୧୯୭୭ମସିହାରେ ବାହାରକୁ ଜଣାପଡୁନଥିଲା  । ପ୍ରାଣଭରି ଭଲ ପାଉଥିବା  ପହଲି ବାବୁଙ୍କ ଆଚରଣ ତୁମକୁ ମଧ୍ୟ ବ୍ୟଥିତ କରିଥିଲା  । ..................ରାତି ଅଧରେ ତୁମକୁ ଉଠାଇଆଣିବା ବେଳେ ତୁମର ଛାତ୍ର ବିଜୟ(ବିଜୟ ମହାପାତ୍ର ସୂଚନା ଦେଇତôଲେ ଯେ, ‘ବିଜୁ ବାବୁ ଚାହାନ୍ତି ଆପଣ ଟିକଟ ଫେରାନ୍ତୁ’  । ସଦ୍ୟ ଯେଉଁ ଲୋକ ଯୋଗୁ  ଦ୍ଵିତୀୟ  ଜୀବନ ପାଇଛ ତାଙ୍କ ମନର କଥାକୁ ଶୁଣି ସତ୍ୟାସତ୍ୟ ସମ୍ପର୍କରେ ଅନୁସନ୍ଧାନ ନକରି ନବୀନ ନିବାସରେ ବିଜୁ ବାବୁଙ୍କ ପାଖରେ ପହଞ୍ଚିଥିଲ  । ତୁମକୁ ଅତି ଭଲ ପାଉଥିବା ବିଜୁ ବାବୁ ଗୋଟିଏ ପରେ ଗୋଟିଏ ସିଗାରେଟ ଲଗାଇ ଚାଲିଥାନ୍ତି  । ଗୋଟିଏ ଘଣ୍ଟା ବିତିଗଲା ପରେବି ତୁମକୁ ଟିକେଟ ସମ୍ପର୍କରେ କିଛି ଆଦେଶ ଦେଇପାରୁନଥାନ୍ତି  । ‘ଆପଣ ଚାହୁଁଛନ୍ତି ତ ମୁଁ ନଲଢେ ! ଏତିକି ମୋ ପାଇଁ ଯଥେଷ୍ଟ’  । ତେଣୁ ଏତିକି କହି ଟେବୁଲ ଉପରୁ କାଗଜ ଖଣ୍ଡେ ଆଣି ସ୍ୱାସ୍ଥ୍ୟଗତ କାରଣରୁ ଲଢିବାକୁ ଚାହୁଁନାହିଁ ବୋଲି ଲେଖିଦେଇ ଆସିଲ  ।  ବିଜୁ   ବାବୁ ସେ କାଗଜକୁ ଆନ୍ତରିକ  ଇଚ୍ଛା ବିରୋଧରେ ତୁମର ସେ କାଗଜକୁ ଗ୍ରହଣ କଲେ  । ଏ କଥା ସବୁ ତମେ ମତେ କହିଛ  ।.................ସେ ସମୟରେ କେନ୍ଦ୍ରାପଡାର ବରିଷ୍ଠ ନେତା ପ୍ରହ୍ଲାଦ ମଲ୍ଲିକ ଆଉ  ନବାଗତ ନେତା ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ ପ୍ରାର୍ଥୀତ୍ୱକୁ ନେଇ ବେଶ ଲଢେଇ ଚାଲିଥିଲା  । ......ତୁମେ ଟିକେଟ ଫେରାଇବା ପରେ ଶ୍ରୀକାନ୍ତ ଜେନା ଓ ପ୍ରହ୍ଲାଦ ମଲ୍ଲିକଙ୍କ ମଧ୍ୟରେ ଥିବା ସଂଘର୍ଷ ଥଣ୍ଡାପଡିଥିଲା  । ପ୍ରହ୍ଲାଦ ବାବୁ ପାଟକୁରାରୁ ଲଢିଲେ ଓ ଶ୍ରୀକାନ୍ତଙ୍କୁ ବରି ଡେରାବିଶରେ ପ୍ରାର୍ଥୀ କରାଯାଇଥିଲା  । ପରବର୍ତ୍ତୀ ସମୟରେ ତୁମକୁ ଘରକୁ ଡକାଇ ବିଜୁ ବାବୁ ତିରସ୍କାରପୂର୍ଣ୍ଣ ଅନେକ ବାକ୍ୟ କହିଥିଲେ ଓ କାହିଁକି ଟିକେଟ ଫେରାଇଲ ବୋଲି କହିବାରୁ ତାଙ୍କ ପ୍ରତି ଥିବା ତୁମର ଅଭିମାନ ଦୂର ହୋଇଥିଲା  । ”

ମାନେ ପତୀଙ୍କ ସୁଖ ଦୁଃଖ, ରାଜନୈତିକ ଝଡଝଞ୍ଜା ତଥା ସାମାଜିକ କାର୍ଯ୍ୟର ନୀରବ ସାଧିକ ଓ ସହଯାତ୍ରୀ ଭାବେ ସର୍ବାଧିକ ମୁହୁର୍ତ୍ତ ବିତାଇଥିବା ନିର୍ମଳପ୍ରଭା ଦେବୀଙ୍କ ଏହି କେତୋଟି ଅନୁଭୂତିସମ୍ବଳିତ ବେଦନାସିକ୍ତ ବାକ୍ୟ ପ୍ରମାଣିତ କରିଛି ଯେ ରାଜକିଶୋରଙ୍କ ରାଜନୈତିକ ଜୀବନରେ ପୂର୍ଣର୍ଚ୍ଛେଦ ପକାଇବା ପାଇଁ ୧୯୭୭ରେ ହୋଇଥିଲା ବିଧିବଦ୍ଧ ଷଡଯନ୍ତ୍ର  । ଏହି ଷଡଯନ୍ତ୍ରର କରିଥିବା ଲୋକ ଜାଣିଥିଲେ ଯେ, ଶାନ୍ତ, ସରଳ, ନିଷ୍କପଟ, କୃତଜ୍ଞ ତଥା ମୂଲ୍ୟବୋଧରେ ଜଡି ହୋଇଥିବା ଋଷିପ୍ରତିମ ରାଜନେତା ରାଜକିଶୋରଙ୍କ ପାଇଁ ବିଜୁ ବାବୁଙ୍କ ଇଚ୍ଛା ଥିଲା ବେଦ ବାକ୍ୟ  । ତାଙ୍କ ଅସୁସ୍ଥତାକୁ ବାହାନା କରି ତାଙ୍କ ଅତ୍ୟନ୍ତ ଅନୁଗତ ଚିତ୍ରୋତ୍ପଳା ବାଳିକା ବିଦ୍ୟାଳୟର ପ୍ରତାପ ଜେନା ଅପପ୍ରଚାର କରାଇ(‘ରାଜୁୁ ବାବୁଙ୍କୁ ଟିକଟ ଦେବ କଣ ପାଟକୁରାରେ ବାଇ ଇଲେକ୍ସନ କରାଇବାକୁ’!) ଟିକଟ ହାତେଇବା ପାଇଁ ଉଦ୍ୟମ କରିବା, କିଛି ଲୋକଙ୍କ ବିରୋଧ ସତ୍ୱେ ଜିଦ୍ କରି ବିଜୁବାବୁ ରାଜକିଶୋରଙ୍କୁ ଟିକେଟ ଦେବା, ନିର୍ବାଚନ ଲଢିବା ପାଇଁ ଟିକେଟ ନେଇ ରାତିରେ ଗାଁରେ ପହଞ୍ଚିବା ପରେ ବିଳମ୍ବିତ ରାତିରେ ‘ବିଜୁ ବାବୁ ଚାହାନ୍ତି ଆପଣ ଟିକେଟ ଫେରାଇଦିଅନ୍ତୁ’ ବୋଲି ରାଜକିଶୋର ବାବୁଙ୍କୁ ଗାଁରୁ ନିଦରୁ ଉଠାଇନେବା, ସିଧାସଳଖ ଭୁବନେଶ୍ୱର ନନେଇ କଟକରେ ରାତି ରଖିବା, ବିଜୁ ବାବୁ ଟିକଟ ତାଲିକା ନେଇ ଦିଲ୍ଲୀ ଅନୁମୋଦନ ପାଇଁ ଦିନ ୧୦ଟା ବେଳେ ଯିବାର ଥିବା ଜାଣି ବି ବିଳମ୍ବରେ ରାଜକିଶୋର ବାବୁଙ୍କୁ କଟକରୁ ନେଇ ନବୀନ ନିବାସରେ ପହଞ୍ଚାଇବା, ସେଠାରେ ବିଜୁ ବାବୁ ଟେନ୍ସନରେ ଥାଇ ଘନଘନ ସିଗାରେଟ ଟାଣି ରାଜକିଶୋର ବାବୁଙ୍କୁ ଅସହାୟ ଆଖିରେ କିଛି ସମୟ ଚାହିିଁ ରହିବା, ଟିକଟ ଫେରାଇବା ବେଳେ ଅସହାୟ ହୋଇ ନୀରବ ରହିବା ...ଏବଂ ପରେ ବିଜୁ ବାବୁ କାହିଁକି ଟିକଟ ଫେରାଇଲ ବୋଲି ତିରସ୍କାର କରିବା ....ଇଦ୍ୟାଦି ଗୋଟିଏ କଥା ପ୍ରମାଣିତ କରିଥିଲା ଯେ ଏ ସମସ୍ତ ପ୍ରକରଣ ଏ ଯୋଜନାବଦ୍ଧ ଷଡଯନ୍ତ୍ର ଅଂଶ ବିଶେଷ ଥିଲା  । ଏକ ଗୋଷ୍ଠୀ  ଯୋଜନାବଦ୍ଧ ଭାବେ ରାଜକିଶୋର ବାବୁଙ୍କ ଆଉଟ୍ କରି ସେମାନଙ୍କ ସ୍ୱାର୍ଥ ସାଧନ ପାଇଁ କରିଥିଲେ ଷଡଯନ୍ତ୍ର !

ତୁମ ବିରୋଧରେ ଷଡଯନ୍ତ୍ର ଅଧ୍ୟାୟରେ ଶେଷପାରାରେ  ନିର୍ମଳପ୍ରଭା ଲେଖିଛନ୍ତି “ଧୂମକେତୁ ଭଳି ତୁମ ଦଳୀୟ ଟିକଟ ତୁମ ହାତରୁ ରାତିଅଧରେ ପଳାଇବା ଓ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ବିଜୟ ମହାପାତ୍ରଙ୍କୁ  ରାଜ୍ୟ ରାଜନୀତିରେ ସହାୟକ ହୋଇଥିଲା, ଠିକ୍ ସେହିଭଳି ତୁମର ଓ ମୋ ଇଚ୍ଛା ବିନା  ପୁଅ ନବୀନ ବାବୁଙ୍କଠାରୁ ବିଜୁ ଜନତା ଦଳ ଟିକଟ ଆଣିବା ଘଟଣା ଘଟିଲା  । ସାରା ରାଜ୍ୟରେ ବିଜେଡି ଟିକେଟ ବାଂଟିବାର ପ୍ରମୁଖ ଦାୟିତ ନେଇଥିବା ବିଜୟ ମହାପାତ୍ରଙ୍କ ନିଜ ଟିକେଟ କଟି ଅତନୁ ଯେ ଟିକେଟ ପାଇବ, ସେକଥା ଆମକୁ ଚକିତ କରିଥିଲା  ୧୯୭୭ ମସିହାରେ ତୁମ ଟିକେଟ କଟିବା ଏବଂ ୨୦୦୦ ମସିହାରେ ବିଜୟ ମହାପାତ୍ରଙ୍କ ଟିକେଟ ଅଚାନକ କଟି ଅତନୁକୁ ମିଳିବା, ଏ ଦୁଇଟି ଘଟଣାକୁ ଭଲ କରି ନିରୀକ୍ଷଣ କଲେ ଭଗବାନ ଯେ ସବୁ କର୍ମର ଉଚିତ ପରିଣତି ର୍ନିଦ୍ଧାରଣ କରନ୍ତି, ତାହା ପ୍ରମାଣିତ ହୋଇଯାଇଛି  ବିଳମ୍ବରେ ହେଲେ ବି ନିଜର କର୍ମ ଓ ଭାବନା ଠିକ ଥିଲେ ନ୍ୟାୟ ଯେ ମିଳିବ, ତାହା ଏଥିରୁ ପ୍ରମାଣିତ ହୋଇଗଲା” | ଏହି ପୁସ୍ତକରେ  ଆଉ ଗୋଟିଏ ସ୍ଥାନରେ ରାଜକିଶୋରଙ୍କୁ  କେମିତି ଖାଦି ବୋର୍ଡ ପ୍ରେସିଡେଣ୍ଟ କରାଇ ନଦେବାକୁ ବିଜୟ ମହାପାତ୍ର ଚାହୁଁଥିଲେ, ଆଉ ଜଣକୁ କାହାକୁ ଏହି ପଦରେ ବସାଇବାକୁ ପ୍ରଚାର କରିସାରିଥିଲେ ତାହାର ଅବତାରଣା କରିଛନ୍ତି  ସାୟାହ୍ନର ସ୍ମୃତି ରେ || 

"ସାୟାହ୍ନର ସ୍ମୃତି" ରେ  ଇସାରା ଦେଇଛନ୍ତି ଓଡିିଶା ରାଜନୀତିର ଏକଦା ପ୍ରଭାବଶାଳୀ ନେତା ଥିବା ବିଜୟ ମହାପାତ୍ରଙ୍କ ଆଡକୁ ।  ଦୀର୍ଘ ୩୧ବର୍ଷ ତଳେ  ୧୯୭୭ରେ ଘଟିଥିବା ଏକ ରାଜନୈତିକ ଘଟଣାରେ ଇତିହାସରେ କଡ ଲେଉଟାଏ ତାହା ପ୍ରମାଣିତ ହୋଇଗଲା ୨୦୦୦ ନିର୍ବାଚନରେ ବିଜୟ ମହାପାତ୍ରଙ୍କ ବିଜେଡି ଟିକେଟ କଟିବା ଘଟଣାରେ । ନବୀନ ବାବୁ ବିଜୟ ବାବୁଙ୍କ ଟିକଟକାଟି ଦେଇ ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଧାରଣା ସୃଷ୍ଟି ହୋଇ ଏଯାବତ ରାଜ୍ୟବାସୀଙ୍କ ଅନୁକମ୍ପା ଭିତରେ ରହିଆସିଥିବା  ବିଜୟ ମହାପାତ୍ର ଯେ ନିଜେ କରିଥିବା କର୍ମର ପ୍ରତିଫଳ ଭୋଗୁଛନ୍ତି ବା ସବୁ କର୍ମର ଉଚିତ ଫଳ ମିଳିଥାଏ ତାହା ଇଙ୍ଗିତ କରିଛନ୍ତି ନିର୍ମଳପ୍ରଭା ତାଙ୍କ ଆତ୍ମଲିପିରେ । ନିର୍ମଳପ୍ରଭା ଇଙ୍ଗିତ କରିଛନ୍ତି ଯେ ୧୯୭୭ରେ ବିଜୟ ମହାପାତ୍ର ଆଣ୍ଡ କୋ ଯେଉଁ ଭଳି ଭାବେ ରାଜକିଶୋରଙ୍କ ଟିକେଟ କାଟିଥିଲେ, ଠିକ୍ ତାହାର ପ୍ରତିଫଳନ ଘଟିଥିଲା  ୨୦୦୦ ମସିହାରେ  । ଅତ୍ୟନ୍ତ ପ୍ରଭାବଶାଳୀ ତଥା ଅଖଣ୍ଡ କ୍ଷମତାଶାଳୀ ବିଜୟ ମହାପାତ୍ରଙ୍କ ଟିକେଟ ଅନୁରୂପ ଢଙ୍ଗରେ କଟିଥିଲା  । ଟିକେଟ ପାଇ ସାରିଥିବା ରାଜକିଶୋରଙ୍କଠାରୁ ବିଜୟ ମହାପାତ୍ର ଯେଉଁ ଭଳି ଭାବେ ଟିକଟ ପ୍ରତ୍ୟାହାର କରାଇ ତାଙ୍କୁ ପାଟକୁରା ରାଜନୀତିରୁ ଦୂରେଇ ଦେବାରେ ସଫଳ ହୋଇଥିଲେ, ସେଇ ରାଜକିଶୋରଙ୍କ ପୁଅ ଅତନୁ ସବ୍ୟସାଚୀ ନାୟକ ପାଟକୁରାରୁ ଟିକେଟ ନେଇ ବିଜୟ ମହାପାତ୍ରଙ୍କୁ କେନ୍ଦ୍ରାପଡା ତଥା ପ୍ରତ୍ୟକ୍ଷ ରାଜ୍ୟ ରାଜନୀତିରୁ ହଜାଇଦେବାରେ ସକ୍ଷମ ହୋଇଥିଲେ  । ଏପରିକି ୨୦୧୪ ନିର୍ବାଚନରେ   ପାଟକୁରା ଆସନ ବଦଳାଇ ମହାକାଳପଡାରୁ ପ୍ରାର୍ଥି ହୋଇଥିଲେ ବି ଶୋଚନୀୟ ପରାଜୟ ବରଣ କରିଥିଲେ ବିଜୟ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ଠାରୁ । ତେଣୁ ୨୦୦୦ରେ ବିଜୟ ମହାପାତ୍ରଙ୍କ ଟିକଟ ଏକ ରାଜନୈତିକ ଅନ୍ୟାୟ ହୋଇଥିଲା ବୋଲି ଯାହା କୁହାଯାଇଆସୁଥିଲା ତାହା ବିଜୟ ୧୯୭୭ରେ ଅତନୁଙ୍କ ପିତା ରାଜକିଶୋରଙ୍କ ପ୍ରତି କରିଥିବା ଷଡଯନ୍ତ୍ର ବା ଗୁରୁଦ୍ରୋହର ପ୍ରତିଫଳ ବୋଲି ଉଲ୍ଲେଖ କରିବା ସହିତ ନିର୍ମଳପ୍ରଭା ଲେଖିଛନ୍ତି “୧୯୭୭ ମସିହାରେ ତୁମ ଟିକେଟ କଟିବା ଏବଂ ୨୦୦୦ ମସିହାରେ ବିଜୟ ମହାପାତ୍ରଙ୍କ ଟିକେଟ ଅଚାନକ କଟି ଅତନୁକୁ ମିଳିବା, ଏ ଦୁଇଟି ଘଟଣାକୁ ଭଲ କରି ନିରୀକ୍ଷଣ କଲେ ଭଗବାନ ଯେ ସବୁ କର୍ମର ଉଚିତ ପରିଣତି ର୍ନିଦ୍ଧାରଣ କରନ୍ତି, ତାହା ପ୍ରମାଣିତ ହୋଇଯାଇଛି | ସବୁ କର୍ମର କିପରି ଉଚିତ ପରିଣତି ମିଳିଥାଏ, ତାହା ଏଥିରୁ ପ୍ରମାଣିତ ହୋଇଯାଇଛି” ବୋଲି ଉଲ୍ଲେଖ କରିଛନ୍ତି ନିର୍ମଳପ୍ରଭା  | 

(ଆଉ କିଛି ଊଦ୍ଧୃତି ପରେ ପ୍ରକାଶ ପାଇବ)

 

 

 

0
0
0
s2sdefault