ହେଡଲାଇନସ୍:

କେଡେ କାଢୁଆ ହେ ବିଧାୟକ ସୁବ୍ରତ ବାବୁ ଆରଏସପି ସିିଇଓ ‘ସି’ କଲେନି, ଏଡିଏମ ବି ବାସିପାଣିରେ ଖାତିର କଲେନି

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାଉରକେଲା: ନବୀନ ସରକାରରେ ମନ୍ତ୍ରୀ ନେତାଙ୍କ କାଟତି ବା କାଢ କେତେ ତାହା ବିଭିନ୍ନ ଘଟଣାରୁ ଜଳଜଳ ହୋଇ ଜଣାପଡିଯାଉଥିବା ବେଳେ ଏବେ ରାଉରକେଲାରେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ହୋଇଥିବା ଅପଦସ୍ଥକୁ ନେଇ ଇସ୍ପାତ ନଗରୀରେ ଚର୍ଚ୍ଚା  । ଆଉ ସୁବ୍ରତ ବାବୁ ଲୋକ ଲଜ୍ଜା ଭୟରେ କିଛି କହୁନଥିଲେ ମଧ୍ୟ ଭିତରେ ଭିତରେ ବର୍ଣ୍ଣଲ ଖୋଜୁଥିବେ ନିଶ୍ଚୟ  । ଗତ ମଇ ମାସ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୯ଟି ଜିଲ୍ଲାପାଇଁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ସେହି କ୍ରମରେ ସୁନ୍ଦରଗଡ଼ ଜିଲାପାଇଁ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ବିଧି ବ୍ୟବସ୍ଥା ଅନୁସାରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ଷ୍ଟାଟସ ରାଜ୍ୟର ଜଣେ ରାଷ୍ଟ୍ର ପାହିଆ ମନ୍ତ୍ରୀଙ୍କ ଷ୍ଟାଟସ ସହିତ ସମାନ । ସେହି ଦୃଷ୍ଟିରୁ ଉକ୍ତ ପଦବୀ ପ୍ରୋଟୋକଲର ଗୁରୁତ୍ୱ ବହନ କରୁଛି ।  କିନ୍ତୁ ସବ୍ରତ ତରାଇ ଉକ୍ତ ପଦବୀ ଗ୍ରହଣ କଲାପରେ କେତବେଳେ ସେ ପ୍ରୋଟୋକଲକୁ ଉପେକ୍ଷା କରୁଛନ୍ତି ବୋଲି ଅଭିଯୋଗ ହେଲାଣି ତ କେତବେଳେ ସରକାରୀ ଅଧିକାରୀ ଓ ରାଉରକେଲା ଇସ୍ପାତ କାରଖାନା କର୍ତୃପକ୍ଷ ତାଙ୍କ ପ୍ରୋଟୋକଲକୁ ହେୟଜ୍ଞାନ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ପ୍ରଥମେ ପ୍ରେଟୋକଲକୁ ନେଇ ଶ୍ରୀ ତରାଇ ଚର୍ଚ୍ଚାକୁ ଆସିଥିଲେ ଗତ ଜୁନ୍ । କାରଣ ଜୁନ୍ ୫ ତାରିଖରେ ରାଉରକେଲାର ନୂତନ ଏସପି ଭାବେ ଉମା ଶଙ୍କର ଦାଶ ଦାୟିତ୍ୱ ନେଲାପରେ ୧୦ ତାରିଖ ଦିନ ଶ୍ରୀ ତରାଇ ଦଳୀୟ କର୍ମକର୍ତାଙ୍କ ସହିତ ଶ୍ରୀ ଦାଶଙ୍କ କାର୍ଯ୍ୟାଳୟକୁ ଯାଇ ସାକ୍ଷାତ ପାଇଁ କିଛି ସମୟ ଅପେକ୍ଷା କରିବାପରେ ତାଙ୍କୁ ସ୍ୱାଗତ କରିଥିଲେ । ସେତବେଳେ ପ୍ରୋଟୋକଲ ଦୃଷ୍ଟିରୁ ଶ୍ରୀ ତରାଇ ଯାଇ ଏସପିଙ୍କୁ ସ୍ୱାଗତ କରିବାକୁ ନେଇ ଚର୍ଚ୍ଚାକୁ ଆସିବା ସହିତ ଅନେକ ରାଜନୀତି ସମୀକ୍ଷକ ମାନେ ଏହାକୁ ନିନ୍ଦା କରିଥିଲେ । ଏବେ ସହରରେ ଚର୍ଚ୍ଚା ଜୋର୍ ଧରିଛି ସୁବ୍ରତଙ୍କ ପ୍ରୋଟୋକଲ ଗୁରୁତ୍ୱକୁ ପ୍ରଶାସନିକ ଅଧିକାରୀଙ୍କ ସମେତ ରାଉରକେଲା ଇସ୍ପାତ କାରଖାନା କର୍ତୃପକ୍ଷ ଫୁ କରିଦେବାକୁ ନେଇ । କାରଣ ବେଶ୍ କିଛିଦିନ ହେଲା ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଅଣ କାରଖାନା କର୍ମଚାରୀ ଓ ସଂସ୍ଥାକୁ ଦିଆଯାଇଥିବା ଘରର ଭଡାକୁ ଅହେତୁକ ଭାବେ ବୃଦ୍ଧିି କରାଯାଇଥିବାରୁ ଘଟଣାକୁ ନେଇ ଇସ୍ପାତ ସହରାଂଚଳରେ ଅସନ୍ତୋଷ ଦେଖାଯିବା ସହିତ ସ୍ଥାନୀୟ ବିଧାୟକ ହିସାବରେ ଏଥିରେ ହସ୍ତକ୍ଷେପ କରିବାକୁ ବିଭିନ୍ନ ସ୍ତରରୁ ଶ୍ରୀ ତରାଇଙ୍କ ଉପରେ ଚାପ ରହିଛି । ସେହିପରି ଆରଏସପି ଯେଉଁଭଳିଭାବେ ରାଜ୍ୟ ସରକାରଙ୍କୁ ରାଜସ୍ୱ ଠକିବାର ଉଦେ୍ଧଶ୍ୟ ରଖି ଏବେ ଘରଗୁଡିକୁ ଲିଜରେ ନଦେଇ ଲାଇସେନ୍ସ ଆକାରରରେ ଦେବାର ମସୁଧା କରୁଛି ସେଥିରେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତିନିଧି ହିସାବରେ ଶ୍ରୀ ତରାଇଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ସେହିପରି ୨୦ ବର୍ଷ ପୂର୍ବେ ଆରଏସପି ସହିତ ରାଜ୍ୟ ସରକାର ଏକ ଚୁକ୍ତି କରି ଶିଳ୍ପ ସହରାଂଚଳକୁ ପୌରସଂସ୍ଥାରୁ ବାଦ୍ ଦେଇ ଏହାକୁ ଇଣ୍ଡଷ୍ଟ୍ରିଆଲ ସିଟିର ମାନ୍ୟତା ଦିଆଗଲା । କିନ୍ତୁ ଉକ୍ତ ଚୁକ୍ତିଅନୁସାରେ ଇଣ୍ଡଷ୍ଟ୍ରିଆସିଆଲ ସିଟି ଅଂଚଳ ମଧ୍ୟରେ ଥିବା ବସ୍ତି ଗୁଡିକର ବିକାଶ କ୍ଷେତ୍ରରେ ଆର୍ଏସ୍ପି ଯାହା ପଦକ୍ଷେପ ନେବା କଥା ତାହା ଦେଉନଥିଲାବେଳେ ଏବଂ ରାଉରକେଲାକୁ ସ୍ମାର୍ଟ ସିଟି ଅନ୍ତର୍ଭୁକ୍ତ କରଗଲାପରେ ଇଣ୍ଡଷ୍ଟ୍ରିଆଲ ସିଟି ଚୁକ୍ତିକୁ ବାତିଲ କରି ଏହାକୁ ମହାନଗର ନିଗମ ଅନ୍ତର୍ଭୁକ୍ତ କରିବାକୁ ସାଧାରଣରେ ଦାବିର ସ୍ୱର ଉଠୁଥିବାରୁ ସେଥିପାଇଁ ଶ୍ରୀ ତରାଇ ମଧ୍ୟ ଚାପରେ ରହିଛନ୍ତି । ଏତଦ୍ ବ୍ୟତିତ ଆଇଜିଏଚ୍କୁ ମେଡିକାଲ କଲେଜ କରିବା ପ୍ରସଙ୍ଗକୁ ନେଇ ରାଉରକେଲା ରାଜନୀତି ସରଗରମ ରହିବା ସହିତ ଏଥିରୁ ରାଜନୀତିକ ଫାଇଦା ନେବାକୁ ବିଭିନ୍ନ ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସେହି ପରିପ୍ରେକ୍ଷୀରେ ୨୦୧୧ ମସିହାରେ ତତ୍କାଳୀନ ସେଲ୍ ଅଧ୍ୟକ୍ଷ ଖଣି ନବୀକରଣ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ଆଇଜିଏଚ୍କୁ ମେଡିକାଲ କଲେଜ ପ୍ରସଙ୍ଗରେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ସେହି ଘଟଣାକୁ ଆଧାର କରି ସୁବ୍ରତ ତରାଇ ଏବେ ମେଡିକାଲ କଲେଜ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତେଣୁ ଏସମସ୍ତ ପ୍ରସଙ୍ଗରେ ଏକ ତ୍ରିପାକ୍ଷୀକ ଆଲୋଚନା କରିବାର ବ୍ୟବସ୍ଥା କରିବାକୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ । ସେହି ମୁତାବକ ଅତିରିକ୍ତ ଜିଲ୍ଲାପାଳ ରାଉରକେଲା ଇସ୍ପାତ କାରଖାନା ସିଇଓଙ୍କୁ ପତ୍ର ଲେଖି ଆଲୋଚନା ସମୟ ଗତ ୧ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ରାଉରକେଲା ହାଉସଠାରେ ହେବ ବୋଲି ଜଣାଇଲେ । ସେହିମୁତାବକ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଆରଏସପି ଠାରୁ ଘର ନେଇଥିବା ବିଭିନ୍ନ ଅଣଆରଏସପି ସଂଗଠନ ଓ ବ୍ୟକ୍ତି ବିଶେଷମାନଙ୍କୁ ଉପସ୍ଥିତ ରହିବାକୁ ମଧ୍ୟ ଜଣାଗଲା । କିନ୍ତୁ ଯେଉଁଭଳି ଢଙ୍ଗରେ ଓ ଯେଉଁମାନଙ୍କୁ ନେଇ ଉକ୍ତ ଦିନ ଆଲୋଚନା ଚକ୍ର ହେଲା ସେଥିରେତ ସମସ୍ୟା ସମାଧାନ ହେବାର ସମ୍ଭାବନା ନଥିଲା କିନ୍ତୁ ଉକ୍ତ ଆଲୋଚନା ଚକ୍ରରେ ଶ୍ରୀ ତରାଇ ଅଂଶଗ୍ରହଣ କରଥିବାରୁ ପୁଣି ତାଙ୍କ ପ୍ରେଟୋକଲକୁ ମର୍ଯ୍ୟାଦା ଦେବା ପ୍ରସଙ୍ଗ ଉଠିଛି । କାରଣ ଉକ୍ତ ବୈଠକକୁ ଖୋଦ୍ ଅତିରିକ୍ତ ଜିଲ୍ଲାପାଳ ନଆସି ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ପଠାଇଦେଲେ । ସେହିପରି ଆରଏସପି ସିଇଓ ନିଜେ ଆସିବାତ ଦୂରର କଥା କୌଣସି ଇଡିଙ୍କୁ ନପଠାଇ ଜଣେ ଜିଏମ୍ ପାହିଆ ଅଧିକାରୀଙ୍କୁ ପଠାଇଲେ । ଯେତବେଳେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକଙ୍କ ନିଦେ୍ର୍ଶରେ ମିଟିଂର ବ୍ୟବସ୍ଥା ହୋଇଛି ସେ କ୍ଷେତ୍ରରେ ଅତିରିକ୍ତ ଜିଲ୍ଲାପାଳ ଓ ସିଇଓ ନଆସିବା କ’ଣ ଶ୍ରୀ ତରାଇଙ୍କ ପ୍ରୋଟୋକଲ ପ୍ରତି ଅବମାନନା ନୁହେଁ କି? ଦ୍ୱିତୀୟରେ ଯେଉଁମାନଙ୍କ ସହିତ ଆଲୋଚନା ହେଲେ କିଛି ନିର୍ଯାସ ବାହାରିବ ସେମାନେ ନଆସିକି ତାଙ୍କର ତଳିଆ ଅଧିକାରୀଙ୍କୁ ପଠାଇଦେଲେ ଯିଏକି ପ୍ରସଙ୍ଗ ଉପରେ କୌଣସି ନିଷ୍ପତି ନେଇପାରିବେ ନାହିଁ ସେମାନଙ୍କ ସହିତ ଶ୍ରୀ ତରାଇ ଆଲୋଚନାରେ ବସିବା ଦ୍ୱାରା ସେ କ’ଣ ପ୍ରେଟୋକଲ ଭାଙ୍ଗିଲେ ନାହିଁ କି? ଏପରିକି ସେଠାରେ ଉପସ୍ଥିତ ଥିବା କିଛି ସାମାଜୀକ କର୍ମୀ ଓ ସାଂସ୍କୃତିକ ଅନୁÂାନ କର୍ମକର୍ତ୍ତା ପ୍ରେଟୋକଲର ଅବମାନନା ହେଉଛି ବୋଲି ଅଭିଯୋଗ ଆଣି ବୈଠକକୁ ବାତିଲ କରି ପରେ ଯେଉଁଦିନ ଉଭୟ ଏଡିଏମ୍ ଓ ସିଇଓ ଉପସ୍ଥିତ ରହିପାରିବେ ସେହିଦିନ ବୈଠକ କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ତାକୁ ଶ୍ରୀ ତରାଇ ଅଗ୍ରାହ୍ୟ କରିଦେବାଟା ମଧ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା । ଶେଷରେ ପ୍ରୋଟୋକଲର ଅବମାନନା ହେଲା ଏବଂ ବୈଠକରେ ଅନେକ ପ୍ରସଙ୍ଗ ଆଲୋଚନା ହୋଇନଥିଲାବେଳେ ବାକି ପ୍ରସଙ୍ଗରେ ମଧ୍ୟ କୌଣସି ନିଷ୍ପତିି ହୋଇପାରିଲା ନାହିଁ । ତେଣୁ ଜାତି ଗଲା ପେଟ ପୁରିଲା ନାହିଁ । ଅବଶ୍ୟ ସୁବ୍ରତ ପ୍ରୋଟୋକଲକୁ ଗୁରୁତ୍ୱ ନଦେଇ ବୈଠକରେ ବସିବାକୁ କିଛି ବିଜେଡି ନେତା ଗ୍ରହଣ କରି ଯୁକ୍ତିି ରଖିଛନ୍ତି । ସେମାନଙ୍କ ଯୁକ୍ତି ହେଲା ଯେ ଦଳର ବରିÂ ନେତା ଡାକ୍ତର ଦାମୋଦର ରାଉତଙ୍କ ବିରୋଧ ସତ୍ୱେ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୋଟୋକଲକୁ ଗୁରୁତ୍ୱ ନଦେଇ ରାଜ୍ୟ ସ୍ୱାର୍ଥପାଇଁ ଆଇଓସିଏଲ୍ ପ୍ରସଙ୍ଗରେ ଅତିତରେ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟମନ୍ତ୍ରୀ (ସ୍ୱାଧିନ) ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଆଲୋଚନା କରିବାକୁ ଦିଲ୍ଲୀ ଯାଇଥିଲେ । ସେହିଭଳି ସହରର ବିକାଶ ତଥା ଅଂଚଳବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଶ୍ରୀ ତରାଇ ଏଭଳି କଲେ । କିନ୍ତୁ ପ୍ରଶ୍ନ ଉଠୁଛି ଯେ ନବୀନ ଯାହାଙ୍କ ସହିତ ଆଲୋଚନା କଲେ ସେ ସମସ୍ୟାର ସମାଧାନ ପ୍ରସଙ୍ଗରେ ନିଷ୍ପତି ନେବାର କ୍ଷମତା ରଖୁଥିଲେ ଏବଂ ନିଷ୍ପତି ମଧ୍ୟ ନେଲେ । କିନ୍ତୁ ଏ କ୍ଷେତ୍ରରେ ଯେଉଁ ପ୍ରଶାସନିକ ଅଧିକାରୀ ଆସିଥିଲେ ସେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନପଚାରି କିଛି କରିବାର କ୍ଷମତା ରଖୁନଥିଲେ କିମ୍ବା ଆରଏସପି ଅଧିକାରୀ ସିଇଓଙ୍କୁ ନପଚାରି କୌଣସି ନିଷ୍ପତି ନେବାର ଅଧିକାର ରଖୁନଥିବାର ଜାଣି ମଧ୍ୟ ଶ୍ରୀ ତରାଇଙ୍କର ବୈଠକରେ ଯୋଗ ଦେବାର କି ଉଦେ୍ଶ୍ୟ ଥିଲା ।

0
0
0
s2sdefault