ହେଡଲାଇନସ୍:

ମହାନଦୀ ପାଇଁ ମହାସଂଗ୍ରାମ, ଯୁବ-ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମହାନଦୀ ସୁରକ୍ଷା ଅଭିଯାନରେ ଅଧିକ ଯୁବ ଛାତ୍ରଙ୍କୁ ସାମିଲ କରିବା ପାଇଁ ପ୍ରସ୍ତୁତ ହେଲା ରଣନୀତି

06-05-18-silu-w.jpg - 121.45 kB

ଭୁବନେଶ୍ୱର(ଚକ୍ରଧର ମାଝିି): ମହାନଦୀ ସୁରକ୍ଷା ଅଭିଯାନରେ ଅଧିକ ଯୁବ ଛାତ୍ରଙ୍କୁ ସାମିଲ କରିବା ପାଇଁ ପ୍ରସ୍ତୁତ ହେଲା ରଣନୀତି ପ୍ରସ୍ତୁତ କରିଛି ବିଜୁ ଯୁବ-ଛାତ୍ର ଜନତାଦଳ । ଏହା ଚୂଡାନ୍ତ କରିବା ପାଇଁ ବିଜୁ ଯୁବ ଜନତା ଦଳର  ନୁତନ ରାଜ୍ୟ କାର୍ଯ୍ୟାଳୟରେ ବିଜୁଯୁବ-ଛାତ୍ରଜନତା ଦଳତରଫରୁ ମହାନଦୀ ସୁରକ୍ଷା ଅଭିଯାନର ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ଓଡିଶାର ଜୀବନ ରେଖା ମହାନଦୀକୁ ନେଇ କେନ୍ଦ୍ର ବିଜେପି ସରକାରଙ୍କ ଷଡଯନ୍ତ୍ର ସାଢେ ୪ କୋଟି ଜନତାଙ୍କ ପାଇଁ ଏକ ଅନ୍ୟାୟ  । କେନ୍ଦ୍ର ଓ ଛତିଶଗଡରେ ଶାସିତ ବିଜେପି ସରକାରଙ୍କର ଓଡିଶାକୁ ଆଗାମି ଦିନରେ ମରୁଭୁମିରେ ପରିଣତ କରିବାର କୁଚକା୍ରନ୍ତ ବିରୋଧରେ ଆସନ୍ତା ୧୬ତାରିଖ ଦିନ ବରଗଡ ଓ ଝାରସୁଗୁଡାରୁ ମହାନଦୀର ଦୁଇ ପାଶ୍ୱର୍ରେ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇ ପାରାଦ୍ୱୀପରେଶେଷହେବ ।ଶୋଭାଯାତ୍ରାରେ ସବୁବର୍ଗର ଯୁବ ଓ ଛାତ୍ରସମାଜକୁ ଅଧିକରୁ ଅଧିକ କିଭଳି ସାମିଲ କରାଯିବ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଛି  । କେନ୍ଦ୍ରରେ ଥିବା ଜୁମଲା ସରକାରର ଓଡିଶାର ମୌଳିକ ଅଧିକାର ପ୍ରତି ବୈମାତୃକ ମନୋଭାବ ବିରୋଧରେ ମହାନଦୀକୁ ସୁରକ୍ଷା ଦେବା ପାଇଁ ଯୁବ ଓ ଛାତ୍ରମାନଙ୍କର ବିଶେଷ ଭୁମିକା ରହିବ ବୋଲି ଆହ୍ୱାନ ଦିଆଯାଇଛି  । ମହାନଦୀ ସୁରକ୍ଷା ଅଭିଯାନକୁ ସଫଳ କରିବା ପାଇଁ ଯୁବ, ଛାତ୍ରମାନଙ୍କର ଏକ ପ୍ରତିନିଧି ଦଳ ୧୫ଟି ଜିଲ୍ଲା ଗସ୍ତକରିବା ପାଇଁ ଏକ କମିଟି ଗଠନ କରାଯାଇଛି । ଏହି ପ୍ରସ୍ତୁତି ବୈ÷ଠକରେ ସାସଂଦ ତଥା “ମହାନଦୀ ସୁରକ୍ଷା ଅଭିଯାନ” ର ରାଜ୍ୟ ଆବାହକ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ (ଯୁବବ୍ୟାପାର) ସଞ୍ଜୟ ଦାସବର୍ମା, ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ (ଛାତ୍ରବ୍ୟାପାର) ଡଃ. ଅରୁଣ କୁମାର ସାହୁ ବିଜୁ ଯୁବ ଓ ଛାତ୍ରଜନତା ଦଳର ପ୍ରତିନିଧି ମାନଙ୍କୁ ମହାନଦୀର ଆଗାମୀ ଭୟାବହ ପରିସ୍ଥିତି ସମ୍ବଦ୍ଧରେ ଆଲୋଚନା କରିଥିଲେ ଓ ବର୍ତ୍ତମାନରସ୍ଥିତି ଉପରେ ସବିଶେଷ ସୂଚନା ପ୍ରଦାନ କରିଥିଲେ  । ଏହି ବୈଠକରେ ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ , ରାଜ୍ୟ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଞ୍ଜିତ ତ୍ମହାନ୍ତି, ରାଜ୍ୟ ଯୁବ ବିଜେଡି ମହାସଚିବ ଶିଶିର ପରିଜା, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦେବିରଞ୍ଜନ ତ୍ରିପାଠୀ, ଯୁବ ଓ ଛାତ୍ର ବିଜେଡିର ସମସ୍ତ ଉପଦେଷ୍ଟା କାର୍ଯ୍ୟକ୍ରମର ଆଗାମୀ ରୁପରେଖ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ପ୍ରସ୍ତୁତି ବୈଠକରେଯୁବ ଓ ଛାତ୍ରବିଜେଡିର ୧୫ଟି ଜିଲ୍ଲାର ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତି ଗଣ ଉପସ୍ଥିତ ଥିଲେ ।

 

0
0
0
s2sdefault