ହେଡଲାଇନସ୍:

ନିଜ ବିଫଳତା ଲୁଚାଇବାକୁ ଧର୍ମେନ୍ଦ୍ର ମାରୁଛନ୍ତି ମିଛ ଭାଷଣ : ବିଜୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

05-03-18-bijay.jpg - 35.99 kB

"ତୈଳଦର ବୃଦ୍ଧିର ଯନ୍ତ୍ରଣାରେ  ଲୋକ ଛଟପଟ,  ହେଲେ ବାହାସ୍ପଷ୍ଟ ମାରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ରମନ୍ତ୍ରୀ "

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍‍ ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହା ସାଧାରଣ ଜନଜୀବନକୁ ବ୍ୟତିବ୍ୟସ୍ତ  କରିସାରିଲାଣି, କାରଣ ପେଟ୍ରୋଲ ଓ ଡିଜେଲ୍‍ର ଦରବୃଦ୍ଧି ସାମଗ୍ରିକ ଭାବରେ ଖାଉଟି ବଜାରକୁ ପ୍ରଭାବିତ କରୁଛି । ଲୋକମାନଙ୍କ ଅସନ୍ତୋଷର ଉଚିତ୍‍ ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ତୁଚ୍ଛା ଭୂଆଁ ବୁଲାଉଛନ୍ତି ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

ପେଟ୍ରୋଲ ଓ ଡିଜେଲ୍‍ର ମୂଲ୍ୟ ସର୍ବାଧିକ ଏନ୍‍ଡିଏ ସରକାର ଅମଳରେ ବଢ଼ିଛି । ଧର୍ମେନ୍ଦ୍ର ପ୍ରଧାନ ପଡେ଼ାଶୀ ରାଜ୍ୟ ମାଧ୍ୟମରେ ସଂସଦକୁ ଯାଇ ଏହି ବିଭାଗର କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ତାଙ୍କର ଅପାରଗତା, ଦୂରଦୃଷ୍ଟିହୀନତା ଓ ପରିଚାଳନାଗତ ବିଫଳତା ପାଇଁ ଖାଉଟିମାନେ ବହୁ କଷ୍ଟର ସାମ୍ନା କରୁଛନ୍ତି । ଶ୍ରୀ ପ୍ରଧାନ ସମସ୍ୟାର ବାସ୍ତବ ସମାଧାନ କରିବା ଦିଗରେ କୌଣସି ଠୋସ୍‍ ପଦକ୍ଷେପ ନେଉନାହାନ୍ତି । ପେଟ୍ରୋଲ ଓ ଡିଜେଲ୍‍କୁ ଜିଏସ୍‍ଟିରେ ଅନ୍ତର୍ଭୁକ୍ତ କରିବା ପାଇଁ ଶ୍ରୀ ପ୍ରଧାନ କହୁଥିଲେ ମଧ୍ୟ ତାଙ୍କ ବିଭାଗ ପକ୍ଷରୁ ବିଧିବଦ୍ଧ ପ୍ରସ୍ତାବ ଉପସ୍ଥାପିତ ହୋଇନାହିଁ । ଏହା ଶ୍ରୀ ପ୍ରଧାନଙ୍କ ଦୋମୁହାଁ ନୀତିର ପରିଚୟ ଦେଉଛି ।

ଏକଥା ସ୍ପଷ୍ଟ ଯେ ପେଟ୍ରୋଲ ଓ ଡିଜେଲ୍‍ର ଦରବୃଦ୍ଧିରେ କେନ୍ଦ୍ର ସରକାରଙ୍କ ହାତ ରହିଛି । କେନ୍ଦ୍ର ସରକାର ଚାହିଁଲେ ଦରହ୍ରାସ ହୋଇପାରନ୍ତା । କେନ୍ଦ୍ର ସରକାରଙ୍କ କ୍ରମାଗତ ଉତ୍ପାଦ  ଶୁଳ୍କ ବୃଦ୍ଧି ଏହାର ମୁଖ୍ୟ କାରଣ । ଏହି ଦରକୁ ବିଚାରକୁ ନେଇ ମୂଲ୍ୟ ହ୍ରାସ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଏହାକୁ ଜଟିଳ କରିବାରେ ଲାଗିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲୋକଙ୍କୁ ଭୂଆଁ ବୁଲାଇବାରେ ସିଦ୍ଧହସ୍ତ ବୋଲି ରାଜ୍ୟବାସୀ ଭଲ ଭାବେ ଜାଣନ୍ତି । ପେଟ୍ରୋଲ ଓ ଡିଜେଲ୍‍ ଦରବୃଦ୍ଧି ଜନିତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଧିଷ୍ଟ ପଦକ୍ଷେପ ନେବା ପରିବେର୍ତ୍ତ ପେଟ୍ରୋଲ ଓ ଡିଜେଲ୍‍କୁ ଜିଏସ୍‍ଟିରେ ଅନ୍ତର୍ଭୁକ୍ତ ଲାଗି ସେ ଦାବି କରିବା ହାସ୍ୟାସ୍ପଦ । ଦରବୃଦ୍ଧି ଜନିତ ସମସ୍ୟାର ସ୍ଥାୟୀ ସମାଧାନ ଚାହୁଁଥିଲେ, ଏକଥା ଠିକ୍‍ ସମୟରେ ଓ ଠିକଣା ଜାଗାରେ ସେ ଉପସ୍ଥାପିତ କରିପାରିଥାନ୍ତେ । ଏହା ନକରି ଧର୍ମେନ୍ଦ୍ର ନିଜର ଦୁର୍ବଳତାର ପରିଚୟ ଦେଇ, ଗଣମାଧ୍ୟମ ସାମ୍ନାରେ ଭାଷଣ ଦେବାର କିଛି ଅର୍ଥ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି । କହି ହେଉ ଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ | ଏଠି ଭାଷଣ ମାରୁଥିବା ବେଳେ ସେପଟେ ତାଙ୍କ ଅପାରଗତା ର ଦଣ୍ଡ ରାଜ୍ୟ ତଥା ଦେଶବାସୀ ଭୋଗୁଛନ୍ତି |  ଗଣମାଧ୍ୟମ ଆଗରେ ଭାଷଣ ନମାରି ଲୋକଙ୍କୁ ତୈଳଦର ବୃଦ୍ଧି  ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଚେଷ୍ଟା କରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି `|    

     

 

0
0
0
s2sdefault