ହେଡଲାଇନସ୍:

"ବିରୋଧୀ ମାନେ ହେଉଛନ୍ତି ପେଚା, ସେମାନଙ୍କୁ ବିକାଶ ଦେଖାଯାଉନି"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିରୋଧୀଙ୍କୁ ଅରୁଣଙ୍କ କଟାକ୍ଷ, ଧର୍ମେନ୍ଦ୍ରଙ୍କ ଏଟିଏମ ମନ୍ତବ୍ୟକୁ ବି କଲେ ସମାଲୋଚନା  

01-05-18-baripada2.jpg - 48.92 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜ୍ୟରେ ସାମଗ୍ରିକ ବିକାଶ ବିରୋଧୀ ଦଳ ଆଖିକୁ ଦେଖାଯାଉ ନାହିଁ । ଯେପରି ପେଚା ଦିନରେ ଦେଖିପାରେ ନାହିଁ, ଠିକ୍ ସେହିପରି ବିରୋଧୀ ଦଳଙ୍କୁ ରାଜ୍ୟରେ ହେଉଥିବା ବିକାଶ ଦେଖା ଯାଉନାହିଁ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଜଦର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ ବାରିପଦା ପୌରପରିଷଦ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି । ମଇ ପହିଲାରେ ବାରିପଦା ବିଜୁ ଭବନ ତଥା ବିଜଦର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ବାରିପଦା ପୌରପରିଷଦର ବିଜଦ କର୍ମୀ ସମ୍ମିଳନୀ । ଏଥିରେ ଯୋଗ ଦେଇଥିଲେ ପୌରପରିଷଦର ୨୮ଟି ୱାଡର଼୍ରୁ ପ୍ରାୟ ୩ ହଜାରରୁ ଅଧିକ କର୍ମୀ ଓ ନେତା । ଆଗାମୀ ପୌରନିର୍ବାଚନ ସହିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କର୍ମୀମାନଙ୍କୁ ଦେଇଥିଲେ ୩ଟି ଗୁରୁମନ୍ତ୍ର । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଓ ବିଜୁ ଜନତାଦଳ ପକ୍ଷରୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିବା ଜନକଲ୍ୟାଣକାରୀ ସଫଳ ରୂପାୟନ ଉପରେ ଆଲୋକପାତ କରାଇବାକୁ ଯାଇ ୧୯୯୭ରୁ ୨୦୧୮ ମଧ୍ୟରେ ଓଡ଼ିଶା ରାଜ୍ୟରେ ସାମଗ୍ରୀକ ବିକାଶ ସହିତ ବିଜୁ ଜନତା ଦଳ ଶାସନ ଭାର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ଚିତ୍ରକୁ ତୁଳନା କରିଥିଲେ । ବିଜଦ ରାଜ୍ୟର ଶାସନ ଭାର ହାତକୁ ନେବା ସମୟରେ ୧୮ ହଜାର କୋଟି ତଙ୍କା ଋଣ ରହିଥିବା ବେଳେ ବର୍ତ୍ତମାନ ଓଡ଼ିଶାର ବିକାଶ ନିମନ୍ତେ ଋଣ କରାଯାଇଛି ଏବଂ ୪ ଗୁଣା ବୃଦ୍ଧିପାଇଛି । ଏହି ସମୟରେ ଭାରତରେ ମଡେ଼ଲ ରାଜ୍ୟ ବୋଲି କୁହାଯାଉଥିବା ଗୁଜରାଟ ଓ ମହାରାଷ୍ଟ୍ର ଆଦି ବିଜେପି ଶାସିତ ରାଜ୍ୟରେ ଋଣ ଓଡ଼ିଶାଠାରୁ ବହୁ ଆଗରେ । ୧୯୯୭ରେ ବିଜେପି ଗୁଜୁରାଟରେ ଶାସନ ଭାର ଗ୍ରହଣ କରିବା  ପରେ ଋଣ ୨୨ଗୁଣା ବୃଦ୍ଧି ପାଇଛି । ସେହିପରି ଉତ୍ତରପ୍ରଦେଶର ଋଣ ୪ଲକ୍ଷ କୋଟି ଟପିଥିବା ବେଳେ ମହାରାଷ୍ଟ୍ର ୪ଲକ୍ଷ ୩୫ ହଜାର ଟପିସାରିଛି । ଭାରତର ନୀତି ଆୟୋଗ ସଦସ୍ୟ ଅମିତାଭ କାନ୍ତ ଜାମିଆ ମିଲିଆ ଇସଲାମିଆ ୟୁନିଭର୍ସିଟିରେ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଛତିଶଗଡ଼ ଆଦି ରାଜ୍ୟ ନିମନ୍ତେ ଭାରତ ସମଗ୍ର ପୃଥିବୀରେ ଗରୀବ ଦେଶ ଭାବେ ଗଣତି ହେଉଛି ବୋଲି ନିଜ ଭାଷଣରେ କହିଥିଲେ । ଏହି ନୀତି ଆୟୋଗ ଭାରତ ସରକାରଙ୍କର ହୋଇଥିବା ବେଳେ ତାର ସଦସ୍ୟଙ୍କ ବୟାନରେ ଏହି ସମସ୍ତ ରାଜ୍ୟରେ ବିକାଶର ଚିତ୍ରକୁ ସିଧାସଳଖ ଭାବେ ଅଙ୍ଗୁଳି ଉଠାଇଛି । ଉହି ସମୟରେ ବିକାଶ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ସମଗ୍ର ଭାରତରେ  ଏକ ନମ୍ବର ରାଜ୍ୟରେ ପରିଗଣିତ ହେବାକୁ ଯାଉଛି । ଓଡ଼ିଶା ସରକାରଙ୍କ ମମତା ଯୋଜନାକୁ କେନ୍ଦ୍ର ସରକାର ଗ୍ରହଣ କରି ସମଗ୍ର ଭାରତର ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି । ଓଡ଼ିଶାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କେନ୍ଦ୍ର ସରକାର ବାରମ୍ବାର ପରୁସ୍କାର ପ୍ରଦାନ କରିଆସୁଥିବା ବେଳେ ନିଜର ଆଚାରବ୍ୟବହାର, ଶିଷ୍ଟାଚାର, ଶାଳୀନତା ଓ କାର୍ଯ୍ୟଦକ୍ଷତା ନିମନ୍ତେ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ମଧ୍ୟ ପାଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ହେଉ ଅଥବା ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା ହେଉ ପ୍ରତ୍ୟେକ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସହ ଭାଗିତାରେ ହେଉଛି । କେନ୍ଦ୍ରରେ ଉପା ସରକାରଙ୍କ ସମୟରେ କେନ୍ଦ୍ର ୭୫ ଓ ରାଜ୍ୟର ୨୫ ପ୍ରତିଶତ ସହଭାଗିତାରେ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଥିବା ସମୟରେ ବିଜେପି ସରକାରର ଏହାକୁ ହ୍ରାସ କରାଇ ୬୦-୪୦ ପ୍ରତିଶତ ସହଭାଗିତାରେ ହେଉଥିବାରୁ ଯୋଜନାଗୁଡ଼ିକ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଯୋଜନା ନାମ କରଣ କରା ନ ଯାଇ କେବଳ ପ୍ରଧାନମନ୍ତ୍ରୀଙ୍କ ନାମ ଯୋଡ଼ା ଯାଉଥିବାରୁ ଏହାକୁ ତୀବ୍ର ଭାବେ ସମାଲୋଚନା କରିଥିଲେ । ସେହିପରି ବିଜେପିର ନିର୍ବାଚନୀ ଇସ୍ତାହାର ବର୍ଷରେ ୨ କୋଟି ନିଯୁକ୍ତି ବଦଳରେ କହିଲେ ପକୁଡ଼ି ବିକ, ପ୍ରତ୍ୟେକ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବା ଜୁମୁଲା , କଳାଧନ ଆଦି ଫେରାଇ ଆଣିବା ବଦଳରେ ଚୌକିଦାର ଜଗିଛି କିନ୍ତୁ କଳାଧନ ଧରି ମାଲ୍ୟା, ନିରୋଜ ମୋଦି ଆଦି ହଜାର ହଜାର କୋଟି ବିଦେଶକୁ ପଳାଇ ଗଲେ । ବିମୂଦ୍ରାକରଣ ଘୋଷଣା ପରେ ଅନେକ ଲୋକ ଜୀବନ ହରାଇଲେ । ତାଙ୍କର ଅଚ୍ଛେଦିନ ଆଣିବା ବୁରେ ଦିନରେ ପରିଣତ ହେଲା । ଅମିତ ଶାହାଙ୍କ ପୁଅ ଜୟ ଶାହା ମାତ୍ର ୫୦ ହଜାର ଟଙ୍କାର ବ୍ୟବସାୟ ଆରମ୍ଭ କରି ଗୋଟାଏ ବର୍ଷରେ ତାଙ୍କର ବ୍ୟବସାୟ ୧୬ ହଜାରଗୁଣା ବୃଦ୍ଧିପାଇ ୮୦ କୋଟି ଟପିଲା । ତେଣୁ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମୟରେ ଏହା କିପରି ସମ୍ଭବ ହେଲା ସେହି ଗୁରୁମନ୍ତ୍ର ଓଡ଼ିଶାବାସୀଙ୍କୁ ଶିଖାଇ ଦେବାକୁ ଶ୍ରୀସାହୁ ତାଙ୍କୁ ଆହ୍ୱାନ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଟଙ୍କା ଗଛରେ ଫଳେ ବୋଲି କହିଥିଲେ । ୨୦୧୪ରେ ଓଡ଼ିଶାବାସୀ ତାର ଜବାବରେ ଭୋଟ କଣ ଗଛରେ ଫଳେ ବୋଲି କଂଗ୍ରେସ ସପକ୍ଷରେ ଜନମତ ଦେଇଥିଲେ । ସେହିପରି ଓଡ଼ିଶା ବିଧାନସଭାର ୧୧୭ ବିଜଦ, ୧୫ କଂଗ୍ରେସ ଓ ୧୦ ବିଜେପି ବିଧାୟକ ବିଧାନସଭାରେ ସର୍ବସମ୍ମତି କ୍ରମେ ରିଜୋଲ୍ୟୁସନ ପାଶ କରି ଏ ସର୍ବଦଳୀୟ କମିଟି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ନିମନ୍ତେ ଦିଲ୍ଲୀ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ସାକ୍ଷାତ ନ ଦେଇ ଲୁଚିଲେ । ତେଣୁ ୨୦୧୯ରେ ଓଡ଼ିଶାର ଭୋଟର ମଧ୍ୟ ତାର ଜବାବ ଦେଇ ବିଜେପିକୁ ୧୦ରୁ ତଳକୁ ଖସାଇ ଆଣିବେ । ବିଜେପି ଶାସିତ ରାଜ୍ୟରେ ହିଂସା, ଆତ୍ୟାଚାର, ଦୁଷ୍କର୍ମ ଓ ଅପରାଧ ଆଦି ବୃଦ୍ଧି ପାଇ ଚାଲିଥିବା ବେଳେ ଜଗନ୍ନାଥ ସଂସ୍କୃତିର ଦେଶ ଓଡ଼ିଶାରେ ସର୍ବଧର୍ମର ସମନ୍ୱୟ ମାଧ୍ୟମରେ ଏକ ଭାଇଚାରାର ରାଜ୍ୟ ଭାବେ ବାର୍ତ୍ତା ଦେଇ ଚାଲିଛି । ସେହିପରି ବାରିପଦା ସହର ଶାନ୍ତି ଓ ମୌତ୍ରୀର ସହର ଭାବେ ବିଶ୍ୱ ଦରବାରରେ ଖ୍ୟାତି ଲାଭ କରିଛି । ନାମ ନନେଇ ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମୟୂରଭଞ୍ଜର ମେଣ୍ଢା, ଛେଳି ଓ କୁକୁଡ଼ା ଏଟିଏମ ବୋଲି କହିବାକୁ ତୀବ୍ର ଭାବେ ସମାଲୋଚନା କରିଥିଲେ ।  ମୟୂରଭଞ୍ଜରେ ମେଡ଼ିକାଲ କଲେଜ କରାଇ ନ ଦେବା ନିମନ୍ତେ ଏକ ଚକ୍ରାନ୍ତ ହୋଇଥିଲା, ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ଖବରଦାତା ସମ୍ମିଳନୀ ତାର ଭଣ୍ଡାଫୋଡ କରିଦେଇଛନ୍ତି ।  ମୟୂରଭଞ୍ଜ ମୋର ଅତି ଆପଣାର । କର୍ମୀ ନେତା ତିଆରି କରିଥାଏ ଏବଂ ନେତା କର୍ମୀର ପରିଭାଷାକୁ ଭୂଲି ଗଲେ ପରବର୍ତ୍ତି ସମୟରେ ସେ ନେତା ପଦରୁ ମଧ୍ୟ ଲିଭିଯାଇ ଥାଏ । ରାଜନୀତିର ଭାଷା, ପରିଭାଷା, କର୍ତ୍ତବ୍ୟ, ବଞ୍ଚିବା ଓ ଜୀବନ ଦେବା ଆଦି ସମାଜ ସେବାକୁ ବୁଝାଏ । ନେତା ମଧ୍ୟରେ ଉତ୍ସର୍ଗୀକୃତ ଓ ସର୍ମପିତ ମନୋଭାବ ରହିବା ଆବଶ୍ୟକ । ଶୟନେ ସପନେ ଓ ଜାଗରଣେ ସେବା ମନୋବୃତ୍ତି ରହିଥିବା ବ୍ୟକ୍ତି ହିଁ ନିଜକୁ ସଫଳ ନେତା ଭାବେ ପ୍ରତିପାଦିତ କରାଇପାରି ଥାଏ । ତେଣୁ ବିଜଦର ସମସ୍ତ ନେତା ଓ କର୍ମୀମାନେ ଏହି ଗୁରୁମନ୍ତ୍ରକୁ ପାଳନ କରିବା ସହିତ ଜନସାଧାରଣଙ୍କ ନିକଟରେ ଏହି ବାର୍ତ୍ତା ପହଁଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ  ବରିଷ୍ଠ ନାଗରୀକ ଓ ମହିଲା, ଯୁବ ଓ ମହିଳା, ଛାତ୍ର ସଙ୍ଗଠନ ସହିତ ଅଲଗା ଅଲଗା ଭାବେ ପ୍ରତ୍ୟେକ ୱାଡର଼୍ରେ ବୈଠକ କରିବେ ବୋଲି ଉପସ୍ଥିତ ବିଜଦର ପୌରକର୍ମୀମାନଙ୍କୁ ସୂଚନା ପ୍ରଦାନ କରିବା ସହିତ ପ୍ରତ୍ୟେକ ୱାଡର଼୍ରେ ହ୍ୱାଟ୍ସ ଆପ୍ପ ଗ୍ରୁପ ପ୍ରସ୍ତୁତ କରି ସେଥିରେ ସମସ୍ତ କର୍ମୀମାନଙ୍କୁ ଯୋଡ଼ିବାକୁ ପରାମର୍ଶ ଦେଇଥିଲେ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଶ୍ରୀସାହୁ । ଉକ୍ତ କର୍ମୀସମ୍ମିଳନୀରେ ବିଜେଡ଼ିର ସମସ୍ତ କାଉନସିଲରମାନଙ୍କ ସମେତ ଜିଲ୍ଲା ବିଜେଡ଼ିର ନେତା ଓ କର୍ମୀ ଯୋଗ ଦେଇଥିଲେ । 

01-05-18-baripada.jpg - 208.07 kB

0
0
0
s2sdefault