ସରପଞ୍ଚ ଓ କାଉନ୍‍ସିଲରଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ମିଶିଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

30-04-18-banki-1.jpg - 97.24 kB

ଭୁବନେଶ୍ୱର:  ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଲିପଡ଼ା ପଞ୍ଚାୟତ ସରପଞ୍ଚ କୁମାରୀ ପ୍ରଶାନ୍ତି ସେଠୀ, ଦୁଲଣପୁର ସରପଞ୍ଚ ସୁନୀଲ କୁମାର ସାହୁ, ଗୋବିନ୍ଦପୁର ସରପଞ୍ଚ ନବକିଶୋର ବେହେରା, ଓସ୍ତିଆ ପଞ୍ଚାୟତ ସମିତି ସଭ୍ୟା ସଂଜୁ ଦେଇ, ବାରଙ୍ଗ ବ୍ଲକ ମଧୁପୁର ସରପଞ୍ଚ ସୁମିନା ପ୍ରଧାନ, ବାଙ୍କୀ ଏନ୍‍ଏସି ୱାର୍ଡ ନଂ୧୪ର କାଉନ୍‍ସିଲର ଅପରାଜିତା ସ୍ୱାଇଁ, ୱାର୍ଡ ନଂ୧୫ର ପୂର୍ବତନ କାଉନ୍‍ସିଲର ଧର୍ମାନନ୍ଦ ସ୍ୱାଇଁଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ନେତୃତ୍ୱରେ ଆଜି ନବୀନ ନିବାସ ଠାରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ସଭାପତି ଶ୍ରୀ ପଟ୍ଟନାୟକ ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ଶତାଧିକ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହାଫଳରେ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ମଜଭୁତ ହୋଇପାରିବ । ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଯାହା ଆଜି ବାଙ୍କୀର ଚିତ୍ର, ତାହା ଆଜି ସମଗ୍ର ଓଡ଼ିଶାର ଚିତ୍ର । କେନ୍ଦ୍ର ରାଜ୍ୟକୁ ଅଣଦେଖା କରୁଛି । ଯେ କୌଣସି ଜାତୀୟ ଦଳଗୁଡିକ ତାଙ୍କ ଏଜେଣ୍ଡାରେ କାମ କରୁଛନ୍ତି । ଏଥିଯୋଗୁ ଆଜି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଞ୍ଚଳିକ ଦଳ ହିସାବରେ ବିଜୁ ଜନତା ଦଳ ରାଜ୍ୟର ସାଢେ଼ ଚାରି କୋଟି ଲୋକଙ୍କ ସ୍ୱାର୍ଥ ସାଧନ କରିପାରିବ । ତେଣୁ ଲୋକେ ଜାଣିଛନ୍ତି, ବିଜୁ ଜନତା ଦଳ ଜରିଆରେ ସେମାନଙ୍କୁ ନ୍ୟାୟ ମିଳିବ ।

ବିଜେଡିରେ ମିଶିଥିବା ନୂତନ କର୍ମୀମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି | ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଓ ସମଗ୍ର ଦେଶରେ ଆମ ରାଜ୍ୟକୁ ବିକାଶ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ପହଞ୍ଚାଇଥିବାରୁ ଆମେ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦେଲୁ । ଆଗାମୀ ଦିନରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଅଗ୍ରଗାମୀ ବିକଶିତ ଓଡ଼ିଶା ତଥା ସମୃଦ୍ଧ ଓ ସବୁଜ ବାଙ୍କୀ ଗଠନ ପାଇଁ ଆମେ ସମର୍ପିତ ଭାବେ ବିଜୁ ଜନତା ଦଳ ନୀତି ଓ ଆଦର୍ଶ ପ୍ରତି ଅଙ୍ଗିକାରବଦ୍ଧ ବୋଲି ସେମାନେ କହିଛନ୍ତି |

ନବୀନ ନିବାସରେ ଅନୁଷ୍ଠିତ  ଆଜିର ଏହି ମିଶ୍ରଣ ପର୍ବରେ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ଉଷା ଦେବୀଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ ଓ କର୍ମୀ ଉପସ୍ଥିତ ଥିଲେ ।

0
0
0
s2sdefault