ହେଡଲାଇନସ୍:

ଇମ୍ଫା ପାଇଁ ବାହାରିଲା ବିଜେପି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବ ନିର୍ବାଚିତ କିଛି ସାଂସଦ ଏହି ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛନ୍ତି

କଂଗାରୁ କୋର୍ଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି

ଭୁବନେଶ୍ୱର(CHAKRADHAR MAJHI) : ଶେଷରେ ବିଜେପି ମୁହଁ ଖୋଲିଛି ନିଲମ୍ବିତ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରୋକ୍ଷ ମାଲିକାନା ବା ତାଙ୍କ ପରିବାରର ମାଲିକାନା ରେ ଥିବା ଇମ୍ଫାରେ ଚାଲିଥିବା ଆନ୍ଦୋଳନଙ୍କୁ ନେଇ | ସେଠାରେ ଚାଲିଥିବା ଆନ୍ଦୋଳନ ବର୍ତମାନ ନିର୍ବାଚିତ ହୋଇଥିବା ସାଂସଦଙ୍କ  ଇଙ୍ଗିତରେ ଚାଲିଛି ବୋଲି ଅଭିଯୋଗ କରିଛି ବିଜେପି |

ରାୟଗଡା  ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫାକୁ ଛାଡି ରାୟଗଡା ଜିଲ୍ଲାରେ ଅନ୍ୟ ୩ଟି ପ୍ରମୁଖ ଓ ବୃହତ ଶିଳ୍ପାନୁଷ୍ଠାନ  ରହିଛି । ଅତୀତରେ ଏହି ଶିଳ୍ପାନୁଷ୍ଠାନ ମାନଙ୍କରେ ସ୍ଥାନୀୟ ସମସ୍ୟା, ନିଯୁକ୍ତି, ଜମି, ସ୍ଥାନୀୟ ଅଂଚଳର ବିକାଶ ଆଦିକୁ ନେଇ ବହୁ ଥର ଆନ୍ଦୋଳନ  ହୋଇଛି । ମାତ୍ର ବର୍ତମାନ ଇମ୍ଫା ଶିଳ୍ପାନୁଷ୍ଠାନ ରେ ଚାଲୁଥିବା ଆନ୍ଦୋଳନର କୈାଣସି ସ୍ପଷ୍ଟତା ନାହିଁ । ଏପରିକି ଏହି ଆନ୍ଦୋଳନ  ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ କୈାଣସି ସଠିକ ସୁଚନା ନାହିଁ । ଜିଲ୍ଲାପାଳ କିମ୍ବା ଆରକ୍ଷୀ ଅଧିକ୍ଷକ ବର୍ତ୍ତମାନ  ସୁଦ୍ଧା ଆନ୍ଦୋଳନ  ସ୍ଥାନକୁ ଯାଇନାହାନ୍ତି । ପୂର୍ବରୁ ୯ ଦଫା ଦାବୀ ନେଇ ଆଲୋଚନା କରିବାକୁ ଚାହୁଁଥିବାବେଳେ ବର୍ତ୍ତମାନ ନ ୧୦ଟି ଦଫା ପ୍ରସଙ୍ଗ ଉଠାଇ ବିଭ୍ରାନ୍ତ କରୁଛନ୍ତି । ଦଫାଗୁଡିକ ସଂପର୍କରେ କୈାଣସି ସଠିକ ସୁଚନା ନାହିଁ । ଆନ୍ଦୋଳନର ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ କିଏ ? ତାଙ୍କର ସେହି ଶିଳ୍ପାନୁଷ୍ଠାନ  ଏବଂ ଏହାର ପାଶ୍ୱର୍ବର୍ତୀ ଅଂଚଳ ପ୍ରତି କୈାଣସି ସଂପର୍କ ଅଛି ନା ନାହିଁ ? ଆନ୍ଦୋଳନକାରୀମାନେ ନିର୍ଭୟରେ ସେଠାରେ ଆତଙ୍କରାଜ ସୃଷ୍ଟି କରିସାରିଲେଣି । ବିଭିନ୍ନ ମାରଣାସ୍ତ୍ର ଓ ପାରଂପାରିକ ଅସ୍ତ୍ର ଧରି ଆନ୍ଦୋଳନ  କରୁଥିବାରୁ ସମଗ୍ର ଅଂଚଳବାସୀ ଭୟଭୀତ ହୋଇ ପଡିଛନ୍ତି । କଂଗାରୁ କୋର୍ଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସୃଷ୍ଟିକାରୀ ଶାସକ ବିଜେଡି ହିଁ ଏଥି ପାଇଁ ମୁଖ୍ୟ କାରଣ ବୋଲି  ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ।

ଶ୍ରୀ ବକ୍ସିପାତ୍ର ଅଭିଯୋଗ କରି କହିଛନ୍ତି ଯେ, ଅନ୍ୟ ପଟେ ଜିଲ୍ଲା ପୋଲିସ ଏବଂ ପ୍ରଶାସନ ନୀରବ ସାଜିଛନ୍ତି । ଆନ୍ଦୋଳନକାରୀ, ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ବର୍ତମାନ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ ନ କରିବା ସାଧାରଣରେ ବହୁ ସନ୍ଦେହ  ସୃଷ୍ଟି କରିଛି । ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଶାସକ ଯେ କୈାଣସି ସ୍ତରକୁ ଓହ୍ଲାଇ ପାରିବ । ଆନ୍ଦୋଳନକୁ  ନିୟନ୍ତ୍ରଣ କରିବା ବଦଳରେ ରାଜ୍ୟ ସରକାର ଚୁପ୍ ହୋଇ ବସି ରହିବା ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ଏହି ଆନ୍ଦୋଳନ  ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ । ନବ ନିର୍ବାଚିତ କିଛି ରାଜ୍ୟସଭା ସାଂସଦ ଏହି ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ବିକାଶ ବିରୋଧୀ ମନୋଭାବକୁ ପରିତ୍ୟାଗ କରି ନିଜେ ଘୋଷଣା କରିଥିବା ପ୍ଲାନ, ପ୍ରୋଜେକ୍ଟ, ଆସେସମେଂଟକୁ ସଠିକ ଭାବେ କାର୍ଯ୍ୟକାରୀ କରି ରାଜ୍ୟରେ ଶିଳ୍ପୋଦ୍ୟୋଗୀଙ୍କୁ ପୁଂଜି ନିବେଶ କରିବାକୁ ବାତାବରଣ ସୃଷ୍ଟି କରିବା ସହ ମେକ ଇନ ଓଡିଶା କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଶ୍ରୀ  ବକ୍ସିପାତ୍ର ପରାମର୍ଶ ଦେଇଛନ୍ତି ।

ରାଜ୍ୟ ସରକାର ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ଶିଳ୍ପପତିଙ୍କୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଟା କରିବାକୁ ଆହ୍ୱାନ ଜଣାଉଛନ୍ତି । ଅନ୍ୟ ପଟେ ରାଜ୍ୟରେ ଥିବା ପୁରୁଣା ଏବଂ ପ୍ରତିଷ୍ଠିତ  ଶିଳ୍ପମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିବାରୁ ବହୁ ପ୍ରତିଷ୍ଠା  ବନ୍ଦ ହୋଇଗଲାଣି । ଏହି ବନ୍ଦ ହୋଇ ପଡିଥିବା ଏବଂ ରୁଗ୍ଣ ଶିଳ୍ପାନୁଷ୍ଠାନ ପାଇଁ ଲକ୍ଷ ଲକ୍ଷ କର୍ମଚାରୀ ପ୍ରଭାବିତ ହୋଇଛନ୍ତି । ନିଜର ଗତ ୧୮ ବର୍ଷରୁ ଉର୍ଦ୍ଧ ଧରି ଶାସନ କ୍ଷମତାରେ ରହି ସୁଦ୍ଧା ରାଜ୍ୟରେ କୈାଣସି ଆଖିଦୃଶିଆ ପ୍ରତିଷ୍ଠା  ସ୍ଥାପିତ କରିବାରେ ବିଫଳ ହୋଇଥିବା ଶାସକ ବିଜେଡିର ଅହଂକାରୀ ମନୋଭାବ, ଅସହିଷ୍ନୁତା, ହିଂସା, ବିକାଶ ବିରୋଧୀ ମନୋଭାବ ଏବଂ ସର୍ବଶେଷରେ ହୀନ ରାଜନୈତିକ ମନୋଭାବ ହିଁ ଦାୟୀ ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ 

0
0
0
s2sdefault