ହେଡଲାଇନସ୍:

ଓଡିଶାର ୪୦୦ଟି ଅବହେଳିତ ଗ୍ରାମକୁ ସ୍ୱୟଂ ସପୂର୍ଣ୍ଣ ଗ୍ରାମ ଭାବରେ ଘୋଷିତ କରାଯିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

28-04-2018-HARICHANDAN.jpg - 110.44 kB

 ୨୯ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୁରଭଂଜ ଜିଲ୍ଲା ବଡସାହି ନିର୍ବାଚନ ମଣ୍ଡଳୀର ହରିପୁର ଗ୍ରାମରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ

 ଏହି କାର୍ଯ୍ୟକ୍ରମ ଦ୍ୱାରା  କେନ୍ଦ୍ର ସରକାରଙ୍କ ବିଭିନ୍ନ  ଯୋଜନାକୁ  ସମସ୍ତ ଅବହେଳିତ ଗ୍ରାମରେ ପହଂଚାଯିବ

ଭୁବନେଶ୍ୱର(ଚକ୍ରଧର ମାଝି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପ୍ରମୁଖ ଅଭିନବ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଦେଶର ୨୧ ହଜାର ଅବହେଳିତ ଗ୍ରାମକୁ ‘ସବକା ସାଥ ସବକା ବିକାଶ’ କାର୍ଯ୍ୟକ୍ରମରେ ସାମିଲ କରାଯିବ । ସେହିପରି ଓଡିଶାର ୪୦୦ଟି ଅବହେଳିତ ଗ୍ରାମକୁ ସ୍ୱୟଂସପୂର୍ଣ୍ଣ ଗ୍ରାମ ଭାବରେ ଘୋଷିତ କରାଯିବ । ଏହା ଦ୍ୱାରା ସମସ୍ତଙ୍କ ଘରେ ଉଜ୍ଜଳା ଯୋଜନା ମାଧ୍ୟମରେ ଗ୍ୟାସ ଯୋଗାଇ ଦିଆଯିବ । କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ଅନୁଯାୟୀ  ପ୍ରତି ପରିବାରକୁ  ମାଗଣାର ବିଜୁଳି ପ୍ରଦାନ କରାଯିବ । ପ୍ରତି ଘରେ ଜନଧନ ଆକାଉଂଟ ସହ ସୁରକ୍ଷା ଏବଂ ଜୀବନ ବୀମା ପ୍ରଦାନ କରାଯିବ । ମିଶନ ଇନ୍ଦ୍ରଧନୁଷ ଯୋଜନାରେ ଗାଁରେ ରହୁଥିବା ପ୍ରତ୍ୟେକ ମା’ ଏବଂ ଶିଶୁକୁ ମାଗଣା ଟିକା କରଣ କରାଯିବ । ଏଥି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ  ଯୋଜନାକୁ ଏହି ସମସ୍ତ ଅବହେଳିତ ଗ୍ରାମରେ ପହଂଚାଯିବ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ  ପୃଥୀରାଜ ହରିଚନ୍ଦନ କହିଛନ୍ତି । 

ଏହି ପରିପ୍ରେକ୍ଷୀରେ ଆସନ୍ତା ୨୯ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ମୟୁରଭଂଜ ଜିଲ୍ଲା ବଡସାହି ନିର୍ବାଚନ ମଣ୍ଡଳୀର ହରିପୁର ଗ୍ରାମରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ । ଏହା ସହ ରାଜ୍ୟର ଅନ୍ୟାନ୍ୟ ଅବହେଳିତ ଗ୍ରାମଗୁଡିକରେ କେନ୍ଦ୍ର ମନ୍ତ୍ରୀ  ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା , ବିଧାୟକ ଦଳ ନେତା  କେ.ଭି ସିଂହ ଦେଓଙ୍କ ସମେତ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ଏହି ଯୋଜନା ଗୁଡିକର କାର୍ଯ୍ୟକାରିତା ତଦାରଖ କରିବେ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । 

 

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault