ହେଡଲାଇନସ୍:

ଇତିହାସର ସତ୍ୟକୁ ବି ହଜାଇଦେବାକୁ ଚାହୁଁଛି ବିଜେପି ରାଜନୈତିକ ହୀନମନ୍ୟତା ନା ମହାତ୍ମା-ନେହେରୁ-ଇନ୍ଦିରାଙ୍କ ପ୍ରତି ଅସହିଷ୍ଣୁତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜେନ୍ଦ୍ର ପ୍ରସାଦ
ଭାରତର ପ୍ରଥମ ଉପରାଷ୍ଟ୍ରପତି??
ଏ ରାଧାକ୍ରିଷ୍ଣନ
ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ???
ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ
ଏଠି ଆମେ କିଛି ବାକ୍ୟ ଛାଡିଗଲେ କି?  କିଛି ଭୁଲି ଗଲେ କି ? ନା କିଛି ଛାଡି ଯାଇନେ ବୋଧ ହୁଏ ଭୁଲେଇବାକୁ ଚାହିଁଛେ? ବୋଧହୁଏ ଭିତରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଭୁଲି ଯାଇଛେ  । ସ୍ୱାଧୀନ ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ପଣ୍ଡିତ ଜବହାରଲାଲ ନେହରୁ , ଏହାକୁ ପସନ୍ଦ ବା ନାପସନ୍ଦ ଆଧାରରେ ଭୁଲ ପ୍ରମାଣିତ କରାଯାଇପାରିବ ନାହିଁ  । କାରଣ ଏ କୌଣସି ପୂରାଣ କଥା ନୁହେଁ କି କାଳ୍ପନିକ ବିଷୟ ବସ୍ତୁ ନୁହେଁ ଯେ ଏହାକୁ ବାଦ ଦେଇ ହେବ  । ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ୧୩ଥର ଜେଲ ଯାଇଥିବା(ଯାହା କି ବିଜେପି ସାଂସଦ ବରୁଣ ଗାନ୍ଧୀ କହିଛନ୍ତି) ତଥା ସ୍ୱାଧୀନୋତର ତଥା ଅସଜଡା ଭାରତବର୍ଷର ପ୍ରଧାନମନ୍ତ୍ରୀ ହୋଇ ଏହାକୁ ବିକାଶ ଆଡକୁ ମୁହାଇଁବାରେ ତାଙ୍କର ଅବଦାନ କିଛି କମ୍ ନୁହେଁ  । ହଁ ...ଏଇଆ ହୋଇପାରେ, ଆପଣ ତାଙ୍କୁ ଭଲ ନପାଇପାରନ୍ତି ଓ ଆପଣ ମଧ୍ୟରେ ଭାବନାଗତ ଫରକ ଥାଇପାରେ । ହେଲେ ସାମ୍ବିଧାନିକ ପଦପଦବୀରେ ଆସୀନ ଜଣେ ତଥା ଭାରତର ଜନମାନସରେ ଚାଚା ନେହେରୁ ଭାବେ ପରିଗଣିତ ତଥା ଭାରତର ତାଙ୍କର ପ୍ରଧାନମନ୍ତ୍ରୀତ୍ୱର କାଳରେ ହୋଇଥିବା ବିଭିନ୍ନ ବିକାଶର ଅନେକ ସ୍ୱକ୍ଷର ଫଳକ ତାହା ପ୍ରମାଣିତ କରୁଛି  । ତାଙ୍କ ପ୍ରତି ବା ଗାନ୍ଧିଜୀଙ୍କ ପ୍ରତି ବା ସଶକ୍ତ ତଥା ବିକଶିତ ଭାରରବର୍ଷାର ପରିକଳ୍ପନା କରିଥିବା ଇନ୍ଦିରା ଗାନ୍ଧୀ ଆଉ ମଡର୍ଣ୍ଣ ଇଣ୍ଡିଆର ସୂତ୍ରଧର ୍ରୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ନେଇ ବୈଚାରିକ ମତଭେଦ କାହାର ରହିଥାଇପାରେ, ତାହାକୁ ଭାଷଣରେ ନିଜ ଦୃଷ୍ଟିକୋଣ ଆଧାରରେ ତର୍କ କରିହେବ   । ମାତ୍ର ଯେତେବେଳେ କଥା ସାଧାରଣ ଜ୍ଞାନ ବହି ଉପରକୁ ଆସେ, ପିଲାମାନଙ୍କୁ ଶିଖାଇବାର ବେଳ ଆସେ , ସେତେବେଳେ  ଇତିହାସର ଏହି ନିଶ୍ଚିତ ସତ୍ୟକୁ ଅସତ୍ୟ କରାଯାଇପାରିବ ନାହିିଁ ଯେ, ନେହରୁ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ମହାତ୍ମାଗାନ୍ଧୀ ହେଉଛନ୍ତି ଜାତିର ପିତା, ଇନ୍ଦୀରା ଗାନ୍ଧୀ ହେଉଛନ୍ତି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ  । ଏହି ସତ୍ୟକୁ ନଜର ଅନ୍ଦାଜ କରିବା ବା ଏଡାଇବାକୁ ଚେଷ୍ଟା କରିବା କେବଳ ରାଜନୈତିକ ଅସହିଷ୍ଣୁତା ଓ ହୀନମନ୍ୟତା ଛଡା ଆଉ କିଛି ନୁହେଁ  । ହେଲେ ସତ୍ୟ କେବଳ ସତ୍ୟ, ଏହାକୁ ହଜାଇବାକୁ ଉଦ୍ୟମ କରିବା ଅପଚେଷ୍ଟା  । କାରଣ କୋଟି କୋଟି ହୃଦୟରେ ଭାରତରେ ଓ ବିଦେଶରେ ଗାନ୍ଧିଜୀ ହିଁ ମହାତ୍ମା ଭାବେ ବିଦ୍ୟମାନ । ଆଉ ସବୁ ଭାରତବାସୀ ଜାଣିଛନ୍ତି ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଓ ଇନ୍ଦିରା ଗାନ୍ଧୀ ଦେଶର ସର୍ବପ୍ରଥମ ମହିଳା ପ୍ରଧାନମନ୍ତ୍ରୀ  ।
ଏଭଳି ଅସହିଷ୍ଣୁତା ଦେଖିବାକୁ ମିଳିଛି ଭାରତୀୟ ଜନତା ପାର୍ଟି କ୍ଷରୁ ପ୍ରକାଶିତ ଏକ ସାଧାରଣ ଜ୍ଞାନ ବହିରେ  । ସେଥିରେ ନେହେରୁ, ଇନ୍ଦିରାଙ୍କ ସହ ଜଡିତ ସତ୍ୟକୁ ନଜର ଅନ୍ଦାଜ କରାଯାଇଛି  । ବିଜେପି ଚଳିତ ବର୍ଷ ନିଜ ଯୁଗ ପୁରୁଷ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ପାଳୁଛି  । ଏହି ଉପଲକ୍ଷେ ଅନେକ ଯୋଜନା ଏବଂ କାର୍ଯ୍ୟକ୍ରମ ଦିନଦୟାଲ ଉପାଧ୍ୟାୟଙ୍କ ନାମରେ ଉର୍ତ୍ସଗୀକୃତ କରାଯାଉଛି  । ତାଙ୍କ ନାମରେ ସ୍ମାରକ ଏବଂ ସଂସ୍ଥାର ନାମକରଣ ବି କରାଯାଉଛି । ଏଥି ନିମନ୍ତେ ଗତ ମାସରେ ବିଜେପି ପକ୍ଷରୁ ଉତରପ୍ରଦେଶରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜନ୍ମ ଶତାବ୍ଦୀ ସମାରୋହ ସମିତି ଗଠନ କରାଯାଇଛି  । ଏହି ସମିତି ଦିନଦୟାଲଙ୍କ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛି । ସେତେବେଳର ବିଜେପି ଅଧ୍ୟକ୍ଷ କେଶ ପ୍ରସାଦ ମୌର୍ଯ୍ୟାଙ୍କୁ ଏହି ସମିତିର ଭାର ଦିଆଯାଇଛି  । ବିଜେପିର ଅନ୍ୟ କେତେକ ବରିÂ ନେତା ଏଥିରେ ସାମିଲ ହୋଇଛନ୍ତି  । ଏହି ସମିତି ପକ୍ଷରୁ ସାଧାରଣ ଜ୍ଞାନର ପ୍ରତିଯୋଗିତା ବି ଆୟୋଜନ କରାଯାଇଛି  । ଏଥିପାଇଁ ସାଧାରଣ ଜ୍ଞାନ ପ୍ରତିଯୋଗିତା ୨୦୧୭ ନାମର ଏକ ପୁସ୍ତକ ପ୍ରକାଶିତ କରାଯାଇଛି । ଲକ୍ଷାଧିକ ସଂଖ୍ୟାର ଏହି ବହି ସରକାରୀ ଏବଂ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଂଟାଯାଇଛି   । ଏହି ପୁସ୍ତକ ଆଧାରରେ ପ୍ରତିଯୋଗିତା ଆୟୋଜନ ହେଉଛି ୭୦ ପୃÂା ସମ୍ବଳିତ ଏହି ବହିର ୩୪ ନମ୍ବର ପୃÂାରେ ସାଧାରଣ ଜ୍ଞାନର ଏକ ବିଷୟ ରହିଛି ।  ଶୀର୍ଷକ ରହିଛି ଭାରତରେ ପ୍ରଥମ ଭିତିରେ ଭାରତର ପ୍ରଥମ ରାଷ୍ଟ୍ରପତି, ପ୍ରଥମ ରାଜ୍ୟପାଳ, ଉପ-ରାଷ୍ଟ୍ରପତି, ଲୋକସଭା ବାଚସ୍ପତି, ଉପପ୍ରଧାନମନ୍ତ୍ରୀ ପ୍ରମୁଖଙ୍କ ନାମ ଉଲ୍ଲେଖ ରହିଛି  । ମାତ୍ର ଏହି ବିଷୟରେ ନେହରୁଙ୍କ ନାମ ଉଲ୍ଲେଖ ନାହିଁ   ଏପରିକି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ କରିବାକୁ ବିଜେପି ଆବଶ୍ୟକ ବୋଧ କରିନାହିଁ । ଏହାବାଦ ଏହି ବିଷୟରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ନାହିଁ  । ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ରୂପେ ସୂଚେତା କୃପାଳିନୀଙ୍କ ନାମ ଏଥିରେ ସ୍ଥାନ ପାଇଛି  । ହେଲେ ନେହେରୁ ଏବଂ ଇନ୍ଦିରାଙ୍କ ସଂପର୍କରେ କିଛି ବି ଲେଖାଯାଇନାହିଁ  । ଏହି ବହିର ୭ ନମ୍ବର ପୃÂାରେ ମହାପୁରୁଷ ଶୀର୍ଷକ ଏକ ବିଷୟ ରହିଛି  । ଏହି ମହାପୁରୁଷ ତାଲିକାରେ ସ୍ୱାମୀ ବିବେକାନନ୍ଦ, ଭୀମରାଓ ଆମ୍ବେଦକର, ଗୁରୁ ଗୋବିନ୍ଦ ସିଂହ, ବିର୍ଶା ମୁଣ୍ଡା, ଶ୍ୟାମାପ୍ରସାଦ ମୁଖାର୍ଜୀ, ନାନାଜୀ ଦେଶମୁଖ, ମଦନମୋହନ ମାଲବୀୟ, ବୀର ସାବରକର, କବୀର ଦାସ, ପଟେଲ ଏବଂ ଲକ୍ଷ୍ମୀବାଇଙ୍କ ନାମ ରହିଛି ।  କିନ୍ତୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାମ ଏହି ତାଲିକାରେ ଉଲ୍ଲେଖ ନାହିଁ । ପୁରା ବହିରେ କେଉଁଠାରେ ବି ମହାତ୍ମା ଗାନ୍ଧିଙ୍କୁ ଜାତିର ପିତା ବୋଲି କୁହାଯାଇନାହିଁ  । ପୃÂା ନମ୍ବର ୩୯ରେ ରହିଛି କିଏ କଣ କହିଛନ୍ତି, ଏଥିରେ ବି ନେହରୁଙ୍କ ନାମ ନାହିଁ  ।
କଥା ହେଉଛି ଏଥିରେ ବିଜେପି କଂଗ୍ରେସର ପ୍ରଶ୍ନ ଉଠୁନି  । ଯିଏ ବି ହେଉ, ପ୍ରଧାନମନ୍ତ୍ରୀ ଭଳି ସାମ୍ବିଧାନିକ ପଦବୀ ଧରିବା ପରେ ସେ ସାରା ଭାରତର, କଂଗ୍ରେସସର ନୁହନ୍ତି  । ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ ବିଜେପିର ପ୍ରଧାନମନ୍ତ୍ରୀ? ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ବୋଲି ଶବ୍ଦକୁ ଭବିଷ୍ୟତ ବଂଶଧର କଣ ଇତିହାସ ଭାବେ ଗ୍ରହଣ କରିବେନି???ହେଲେ କେଉଁ ଦୃଷ୍ଟିରେ ଦୀନ ଦୟାଲ ଉପାଧ୍ୟାୟ ଯୁଗ ପୁରୁଷ ହେଲେ, କେଉଁ ଭଳି ଭାବେ ଶ୍ୟାମା ପ୍ରସାଦ ମୁଖାର୍ଜି ମହାପୁରୁଷ ହେଲେ, ମହାତ୍ମା ଗାନ୍ଧୀ ଜାତିର ପିତା ହେଲେ ନାହିଁ? ପ୍ରଥମ ଉପ ପ୍ରଧାନମନ୍ତ୍ରୀଙ୍କ ନାମ ରହୁଛି ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ନାମ ରହୁନି! ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ରହୁଛି, ହେଲେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ନାମ ରହୁନି ! କଂଗ୍ରେସ ମୁକ୍ତ ଭାରତ ବର୍ଷର ନାରା ଦେଉଥିବା ବିଜେପି ତାହାର ରାଜନୈତିକ ଆଜେଣ୍ଡା କଣ ରଖିଛି ତାହା ଭିନ୍ନ କଥା, ହେଲେ ଇତିହାସର ଧ୍ରୁବସତ୍ୟକୁ ବଦଳାଇ ଦେବାକୁ ଉନ୍ୟମ କରିବା ତାହା ହୀନମନ୍ୟତା ବୋଲି ବୁଦ୍ଧିଜୀବୀଙ୍କ ଭିତରେ ମତ ପ୍ରକାଶ ପାଇଛି  । ସୂଚନାଯୋଗ୍ୟ ଯେ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ନାମରେ ପ୍ରଚଳିତ ଡାକ ଟିକଟକୁ ବିଜେପି କ୍ଷମତାକୁ ଆସିବା ପରେ ବନ୍ଦ କରିଦେଇଥିବା ବେଳେ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟର ନାମ ମଧ୍ୟ ବଦଳାଇବାକୁ ଉଦ୍ୟମ ଚଳାଇଛି  ।

0
0
0
s2sdefault