ହେଡଲାଇନସ୍:

ନିରଞ୍ଜନଙ୍କ ମିଶନ ୮୫ ଥୋପ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

24-04-18-CONGRESS-BHAWA.jpg - 56.96 kB

ଭୁବନେଶ୍ୱର: ଭୋଟ ଆପାତତଃ ମୁଣ୍ଡ ଉପରେ । ହାତରେ ଆଉ ମାସ କେଇଟା ।  ଦଳ ଅସଜଡ଼ା, ସାସକ ବିଜେଡି ନିର୍ବାଚନୀ ମୁଦ୍ରାରେ | ବିଜେପି ବି କିଛି ପଛରେ ନାହିଁ | ସେମାନେ ବି ସଭାପତି ବଦଳାଇ କୁଆଡେ ପ୍ରତାପ ଷଢଙ୍ଗିଙ୍କୁ ଆଣିବାକୁ ଯୋଜନା କରିଛନ୍ତି | ଓଡିଶା ଉପରେ କେନ୍ଦ୍ର ବିଜେପିର ଟାର୍ଗେଟ ଥିବା ଯୋଗୁ ଆଉ ଓଡିଶା -ପଶ୍ଚିମବଙ୍ଗ ରେ ଗେରୁଆ ପତାକା ଉଡ଼ିଲେ ଯାଇ ବିଜେପିର ସୁନା ଯୁଗ ଆସିବା ବୋଲି ବିଜେପି ସଭାପତି ଅମିତ ଶହ କହିଥିବା ବେଳେ ମିଶନ ୧୨୦ ସାକାର କରିବା ପାଇଁ ଡାକରା ଦେଇଛନ୍ତି | ବିଜେଡି ତ କହୁଛି ସବୁ ନବୀନ ବାବୁ ୪କୋଟି ଓଡ଼ିଆଙ୍କ ହୃଦୟରେ ବସିଛନ୍ତି | ତେଣୁ ବିଜେପି ଆଉ ବିଜେଡି ମିଶନ ଥୋପ ଭିତରେ ଏବେ ନବନିଯୁକ୍ତ ପିସିସି ସଭାପତି ନିରନକନ ପଟ୍ଟନାୟକ ବଜାରକୁ ମେସସେଜ ଛାଡିଦେଲେଣି ଯେ କିଏ କେତେ ନେଉଛ ନିଅ, ଆମର କିନ୍ତୁ ୮୫ ପ୍ଲସ |   

 "ଦଳକୁ କ୍ରିୟାଶୀଳ କରି ନିରାଶାରେ ଥିବା କର୍ମୀଙ୍କ ମନରେ ଆସ୍ଥା ଓ ଆଶା ଆସନ୍ତା ନିର୍ବାଚନକୁ ମଜଭୁତ ଭାବେ ସାମ୍ନା କରିବ କଂଗ୍ରେସ ।  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୁଶାସନ ଦ୍ୱାରା ଅତିଷ୍ଠ ହୋଇ ପଡିଥିବା ଓଡିଶାବାସୀଙ୍କ ମନରେ କଂଗ୍ରେସକୁ ବିକଳ୍ପ ଭାବେ ଉପସ୍ଥାପିତ କରି ସେମାନଙ୍କ ବିଶ୍ୱାସ ଭାଜନ ହେବାରେ ସକ୍ଷମ ହେବ କଂଗ୍ରେସ  । ସମୟ ଯଦିଓ କମ୍, ବ୍ୟବସ୍ଥା ଯଦିଓ ଅସଜଡା ତଥାପି ନିଷ୍ଠାର ସହ କଂଗ୍ରେସର ନେତା ଓ କର୍ମୀମାନେ ଜୋସର ସହ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ  । ଆମର ଏଥର ଟାର୍ଗେଟ ୮୫ ପ୍ଲସ" ବୋଲି ଦୃଢୋକ୍ତି ପ୍ରକାଣ କରିଛନ୍ତି ନବ ପିସିସି ସଭାପତି ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା କଂଗ୍ରେସର ବରିଷ୍ଠ ଅଭିଜ୍ଞ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ  । 

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,  ବୁଥସ୍ତରରୁ ନେଇ ରାଜ୍ୟସ୍ତର ପଯର୍ୟନ୍ତ କଂଗ୍ରେସକୁ ପୁନର୍ଗଠିତ କରାଯିବ ।  ଆମେ ହାରିବା ବାଜି ନୁହେ, ଜିତିବାର ବାଜି ଲଢିବୁ  ।  ୩ ମାସ ମଧ୍ୟରେ କଂଗ୍ରେସ, ୫୦ ପ୍ରତିଶତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଦେବ  । ଆଉ ନିର୍ବାଚନର ବହୁପୂର୍ବରୁ ପ୍ରାର୍ଥୀ ଚୟନ ଚୂଡାନ୍ତ କରାଯିବ  । ୨୦୧୯ ରେ ଦଳ ୮୫ରୁ ଅଧିକ ଆସନ ପାଇବାକୁ ଟାର୍ଗେଟ ରଛି ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ । 

ସୂଚନଯୋଗ୍ୟ ଯେ, ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏବେ କଂଗ୍ରେସ ଜିଲ୍ଲା ବ୍ଳକସ୍ତରରେ ଅଧିକ ଚଳଚଞ୍ଜଳ ହୋଇଛି ।  କର୍ମୀଙ୍କ ମନରେ ନୂଆ ଉଦ୍ଧୀପନା ଜାତ ହୋଇଛି  । ପୂର୍ବରୁ ଶୂନଶାନ ହୋଇ ରହୁଥିବା କଂଗ୍ରେସ ଭବନରେ ଗହଳଚହଳ ଆରମ୍ଭ ହୋଇଯାଇଛି  । ବିଭିତ୍ତ ପଯର୍ୟାୟରେ ତୃଣମୂଳ ସ୍ତରର ନେତା ନବନିଯୁକ୍ତ ପିସିସି ସଭାପତିଙ୍କୁ ଭେଟୁଛନ୍ତି ଏବଂ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଲୋଚନା ଆରମ୍ଭ କରିଦେଇଛନ୍ତି  । 

ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ୧୦ ମାସ ବାକି ଥିବା ବେଳେ ଏବେ ଠାରୁ ପ୍ରାର୍ଥୀ ଘୋଷଣା ପାଇଁ କସରତ ଆରମ୍ଭ କରିଦେଇଛନ୍ତି  ।  ନୂଆ ପିସିସି ସଭାପତି କହିଛନ୍ତିି, ଜୁଲାଇ ଶେଷ ସୁଦ୍ଧା ୫୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଯିବ  ।  ଅକ୍ଟୋବର ନଭେମ୍ବର ସୁଦ୍ଧା ସବୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଯିବ  । ଅନ୍ୟପକ୍ଷରେ ଅଭିଜ୍ଞ ତଥା ଦକ୍ଷ ରାଜନେତା ନିରଞ୍ଜନଙ୍କ ରଣନୀତି ବା ଷ୍ଟାଟର୍ଜି  ରାଜ୍ୟ ରାଜନୀତିକୁ ସରଗରମ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ  ।

କଂଗ୍ରେସ ଇତିହାସରେ ବ୍ୟତିକ୍ରମ, ହେଲେ ଘଳିଆ କଣ କମ !!!!

ସଭାପତି ଆଧାରିତ କଂଗ୍ରେସ ଦଳରେ ସବୁ ବେଳେ ଗୋଟାଏ ପରମ୍ପରା  ଦେବାକୁ ମିଳିଛି ଯେ,ଯିଏ ସଭାପତି ହେବ ତାକୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରଠାରୁ ଆରମ୍ଭ କରି ପୋଷ୍ଟର ତାଙ୍କ ଫଟୋ ଥିବା ବ୍ୟାନର ବା ହୋଡିଂରେ ଛାଇ ହୋଇଯିବ  । ହେଲେ ଏଥର କିନ୍ତୁ ବ୍ୟତିକ୍ରମ ଦେବାକୁ ମିଳିଲା କଂଗ୍ରେସ ଇତିହାସରେ ପ୍ରଥମଥର ପାଇଁ, ଯେଉଁଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରି ବିମାନବନ୍ଦରଠାରୁ କଂଗ୍ରେସ ଭବନ ଯାଏ ଶକ୍ତି ପ୍ରଦର୍ଶନ କରିଥିଲେ । ରାଜଧାନୀରେ  ଲାଗିଥିବା ହୋଡିଂ ବା ବ୍ୟାନରଗୁଡିକ ତାଙ୍କ ଫଟୋରେ ଭର୍ତ୍ତି  ହୋଇଯାଇଥାନ୍ତା  । ହେଲେ ପ୍ରଥମ ଥର ପାଇଁ କୌଣସି ହୋଡିଂ ପୋଷ୍ଟରରେ ତାଙ୍କର ଫଟୋ ଲାଗିନଥିଲା । ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ବିସ୍ମିତ କରିଥିଲା  । ନିରଞ୍ଜନ ତ ଚତୁର ରାଜନେତା, ସେ ଏମିତି କରିବା ପଛରେ କିଛି କାରଣ ରହିଥାଇ ପାରେ |  ହେଲେ  ଏପରି କାହିଁକି  ହେଲା ଓ କୌଣସିଥିରେ ତାଙ୍କର ଫଟୋ ନରହିବାର କାରଣ କଣ ସମ୍ପର୍କରେ ପ୍ରଶ୍ନ କରାଯିବାରେ ପିସିସି ସଭାପତିି ଶ୍ରୀ ପଟ୍ଟନାୟକ ଊ ର ଥିଲା ସ୍ପଷ୍ଟ  । ସେ କହିଥିଲେ ଓଡିଶାର ଜନସାଧାରଣ ତଥା ଅଗଣିତ କର୍ମୀମାନଙ୍କ ଶୁଭେଚ୍ଛା ତଥା ହାଇକମାଣ୍ଡଙ୍କ ଆସ୍ଥା ମୋତେ ଏ ପଦରେ ପୁଣି ବସାଇଛି  । ତେଣୁ ଆମ ପାଇଁ କର୍ମୀ ମୁଖ୍ୟ, ମୁଁ ସେମାନଙ୍କ ସେବକ  । ସେମାନଙ୍କ ଇଚ୍ଛା ଆଉ ଆଶାକୁ ସାକାର କରିବା ପାଇଁ ମୁଁ ଯେକୌଣସି ପ୍ରକାର ସ୍ୱାର୍ଥ ତ୍ୟାଗ କରିବାକୁ ପ୍ରସ୍ତୁତ । ଯେଉଁ ଆଶା ନେଇ କର୍ମୀ ଓ ନେତାମାନେ ମୋତେ ଏ ଦାୟିତ୍ୱ ଦେଇଛନ୍ତି ତାକୁ ମୁଁ ପୂରଣ କରିବା ପାଇଁ ଯତପରୋନାସ୍ତି ଚେଷ୍ଟା କରିବି  । ମୋ ଫଟୋ ହୋଡିଂରେ ସ୍ଥାନ ପାଇବା ଅପେକ୍ଷା ମୁଁ ଯଦି ମୋ କାମ ଦ୍ୱାରା ଅଣଗିତ କର୍ମୀ ତଥା ଓଡିଶା ବାସୀଙ୍କ ଆଶା ଆକାଂକ୍ଷା ପୂରଣ କରି ସେମାନଙ୍କ ହୃଦୟରେ ସ୍ଥାନ ପାଇ ପାରିବି, ତେବେ ଜାଣିବି ମୋ ପରିଶ୍ରମ ସାର୍ଥକ ହେଲା । ତେଣୁ ସେଥିପାଇଁ ମୁଁ ଏକା ନୁହେଁ, ଡାକରା ଦେଇଛି ସମସ୍ତଙ୍କୁ ଆସନ୍ତୁ ଆମ ଭବିଷ୍ୟତ ଆମେ ଗଢିବା  । ଆମେ ଏକାଠି କାମ କଲେ କଂଗ୍ରେସ ଦଳ ବଢିବ ଓ ଓଡିଶା ନିଶ୍ଚୟ ହସିବ  ।

ହେଲେ ନିରଞ୍ଜନ ବାବୁଙ୍କ ଦମ୍ଭୋକ୍ତି ପଛରେ ଦମ ଅଛି ବୋଲି ଦଳର କିଛି ନେତା କହୁଥିବା ବେଳେ ସ୍ୱାଗତ ସମ୍ବର୍ଧନା ଦିନ ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା, ଆଉ କୋରକମିଟି ଅଧ୍ୟକ୍ଷ ଜୟଦେବ ଜେନା ଦୁରେଇ ରହିବା ପଛରେ କିଛି ଭିନ୍ନ କାରଣ ନାହିଁ ତ  | ପିସିସି ସଭାପତି ପଦରୁ ଅନ୍ତର ହୋଇଥିବା ପ୍ରସାଦ ହରିଚନ୍ଦନ ନିରଞ୍ଜନଙ୍କ ସମ୍ବର୍ଧନା କାର୍ଯ୍ୟକ୍ରମକୁ ଆସି ମଞ୍ଚତଳେ ଦୀର୍ଘ ସମୟ ଧରି  ବସି ରହିବା ସହ ଦମଦ୍ଵାର ଭାଷଣ ଦେଇ ମିଳି ମିଶି କାମ କରି ଦଳକୁ ମଜଭୁତ କରିବା ପାଇଁ ଅନୁରୋଧ କରି ଯାଇ ପାରିଲେ, ହେଲେ ଶ୍ରୀକାନ୍ତ ଆଉ ଜୟଦେବ ଭାଷଣ ଦେବା ତା ଦୂର  କଥା, କାର୍ଯ୍ୟକ୍ରମରେ ଉପସ୍ଥିତ ହେବ ଭୁଲିଗଲେ!!!! ନ ଦାଲ ମେ କୁଛ କାଲା ହେ, ୟା  ଦାଲ ସରାସର  କାଲା ହେ !!!! ତେଣୁ ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରି ନିରଞ୍ଜନ ମିଶନ ୮୫ ରଥକୁ କେମିତି ଅବେଇ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା | 

 

0
0
0
s2sdefault