ହେଡଲାଇନସ୍:

ରାୟଗଡ଼ ପୌରପାଳିକା କାର୍ଯ୍ୟାଳୟରେ ଲଟକା ଲଗାଇଲା ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

24-04-18--raydagu.jpg - 105.16 kB

ରାୟଗଡ଼/ Saroj ku Sahu : ରାୟଗଡ଼ ନଗରର ବିଭିନ୍ନ ସମସ୍ୟା ଯଥା ଡ୍ରେନ ତୁରନ୍ତ ଠିକରେ ସଫା କରିବା, ରାସ୍ତାର ମରାମତି, ସାଇପ୍ରିୟା ନଗର ରାସ୍ତାଘାଟ ଡ୍ରେନ ସଫେଇ, ରହିତ କଲନୀର ରାସ୍ତା ଓ ଡ୍ରେନ ଧ୍ୟାନ ଦେବା, ହାତୀପଥର ରୋଡ଼ର ମରାମତି, ସହରର ବିଭିନ୍ନ ସ୍ଥାନରେ ଟୋଇଲେଟ ଓ ପିଇବା ପାଣିର ସୁବ୍ୟବସ୍ଥା, କସ୍ତୁରୀ ନଗରର ମାର୍କେଟ କମ୍ପ୍ଲେକ୍ସ ତୁରନ୍ତ କାର୍ଯ୍ୟକାରୀ କରିବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ବନ୍ଦ କରିବା, ଏଥି ସହ ମ୍ୟୁନିସିପାଲଟିରେ ପ୍ରତି ମାସରେ 25ଲକ୍ଷରୁ ଅଧିକ ଟଙ୍କା ଆସୁଥିବା ବେଳେ ସଫାସୁତୁରାର ଅଵ୍ୟଵସ୍ଥାକୁ ଭିଜିଲାନ୍ସ ତଦନ୍ତ ସାପେକ୍ଷ ।  ନିରବଚ୍ଛିନ୍ନ ଭାବରେ ୧୮ବର୍ଷରୁ ଉର୍ଦ୍ଧ୍ବ ବିଜେଡି ଶାସନ ପରେ ବି ଆଜି ସହର ବାସୀ ହନ୍ତସନ୍ତ, ଏହାର ବିରୋଧରେ ଗାନ୍ଧୀ ପାର୍କ ସମ୍ମୁଖରୁ ଏକ ରାଲିରେ ବାହାରି ପୌରପାଳିକା ଅଧକ୍ଷ ଓ ବିଜେଡି ନେତୃତ୍ବ ନେଉଥିବା ଲୋକଙ୍କ ବିରୋଧରେ ନାରାବାଜି ଦେଇ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଭିଯୋଗ ପତ୍ର ବା ଲଟକା ଜାରି କରାଯାଇଥିଲା । ନଗରର ଏକ ପ୍ରତିନିଧି ପୋୖରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ  ଶାନ୍ତିପ୍ରଭା ପ୍ରଧାନଙ୍କୁ ନଗର ସମସ୍ୟାକୁ ତୁରନ୍ତ ଧ୍ୟାନ ଦେବାକୁ ନିବେଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ନଗର ଉପସଭାପତି, ଏମ ରାମାରାଓଙ୍କ ନେତୃତ୍ବରେ ନଗରର ବହୁ କାର୍ଯ୍ୟକର୍ତ୍ତା ଓ ସହରବାସୀ ଯୋଗ ଦେବା ସହିତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, କାଳିରାମ ମାଝୀ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ, ତପନ ତପଦାର, ରାଜ୍ୟ କୃଷକ ମୋର୍ଚ୍ଚା ଉପାଧ୍ୟକ୍ଷ, ଶ୍ରୀ ରଜତ ମାଦାଲା,  ପୂର୍ବ କାଉଁସିଲର, ଏନ ପ୍ରକାଶ, ଜିଲ୍ଲା ଉପାଧ୍ୟକ୍ଷ,କେ ଅଶ୍ୱିନୀ ଓ ହଳଧର ମିଶ୍ର, ନଗର ସମ୍ପାଦକ, ଶ୍ରୀ ରମାକାନ୍ତ ଆଚାରୀ, ନଗର ଉପାଧ୍ୟକ୍ଷ, ଗୌରୀ ପ୍ରଧାନ, ଜି ରାଜେଶ୍ୱର, ଭାନୁମତି ମୁଦୁଲି, ତିଳକ ଚୌଧୁରୀ, ଲଷ୍ମୀ ପଟ୍ଟନାୟକ, ଉମେଶ ଖସଲା, ଯୁବ ମୋର୍ଚ୍ଛା କାର୍ଯ୍ୟକାରିଣୀ ସଦସ୍ୟ ସହ ବହୁ କର୍ମୀ ଯୋଗ ଦେଇଥିଲେ । ଏହାର ପ୍ରତିକାର ତୁରନ୍ତ ନ କରାଗଲେ ଆସନ୍ତା 20ଦିନ ମଧ୍ୟରେ ପୋୖରପାଳିକା କାର୍ଯ୍ୟାଳୟକୁ ଅଚଳ କରିବ ବୋଲି ବିଜେପି ତରଫରୁ ଚେତାଵନୀ ଦିଆଗଲା ।

 

 

 

 

0
0
0
s2sdefault