ହେଡଲାଇନସ୍:

ଉଜ୍ଜ୍ୱଳା ଦିସବରେ ମହିଳା ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର୍ ଓ ଚୂଲା ବଂଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉଜ୍ଜ୍ୱଳା ଦିସବରେ ମହିଳା ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର୍ ଓ ଚୂଲା ବଂଟନ

ଭୁବନେଶ୍ୱରରୁ ଚକ୍ରଧର ମାଝି :  ଉଜ୍ଜ୍ୱଳା ଦିସବ ତଥା ପ୍ରଧାନମନ୍ତ୍ରୀ ଏଲ୍ପିଜି ପଂଚାୟତ ଉପଲକ୍ଷେ ଆଜି ବିଭିନ୍ନ ସ୍ଥାନରେ ମହିଳା ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର୍ ଓ ଚୂଲା ବଂଟନ କରାଯାଇଥିଲା । ଏକାମ୍ର ଅଂଚଳର ମହତାବ ରୋଡ଼୍ କେଉଟ ସାହି ଛକଠାରେ ସେବା ଇଣ୍ଡିଆନ୍ ପକ୍ଷରୁ ଗ୍ୟାସ୍ ଚୂଲା ଓ ସିଲିଣ୍ଡର ମହିଳା ହିତାଧିକାରୀଙ୍କୁ ବଂଟନ କରାଯାଇଥିଲା । ଏଥିରେ ବିଜେପି ନେତା ଅମିୟ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ଦାଶ ଏହି ଅବସରରେ କହିଥିଲେ ଯେ, ଏହା ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ଯୋଜନା ବୋଲି ବର୍ଣ୍ଣନା କରିଥିଲେ । ଏହାଦ୍ୱାରା ସାଧାରଣ ଗିରବ ମହିଳାଙ୍କ ସାମାଜିକ ସୁରକ୍ଷା ପାଇବା ସହ ସ୍ୱାସ୍ଥ୍ୟ ରକ୍ଷାରେ ସହାୟକ ହେଉଛି । ଏଥିରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର କର, ଜାମୁକୋଲି ସରପଂଚ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ପୁରୁଣା ଭୁବନେଶ୍ୱର ଜମେଶ୍ୱର ପାଟଣାଠାରେ ଶିବ ବେହେରାଙ୍କ ସଂଯେଜନାରେ ଭାରତ ଗ୍ୟାସ୍ ପକ୍ଷରୁ ମହିଳାମାନଙ୍କୁ ଗ୍ୟାସ୍ ଚୂଲା ଓ ସିଲିଣ୍ଡର ବଂଟନ କରାଯାଇଥିଲା ।

 

0
0
0
s2sdefault