"ଷଡ଼ଯନ୍ତ୍ରକାରୀ ବୈଜୟନ୍ତ, ମୁଖା ଖୋଲିଯାଇଛି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ପ୍ରବକ୍ତା ଓ ଘନିଷ୍ଠ  ସହଯୋଗୀ ଦେବାଶିଷ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତ ପଣ୍ଡାଙ୍କ ସଂପର୍କରେ ଯେଉଁ ସଂଗୀନ ଅଭିଯୋଗ ଆଣିଛନ୍ତି, ସେଥିରେ ଆମେ ଆଦୌ ଆଶ୍ଚର୍ଯ୍ୟାନ୍ୱିତ ନୋହୁଁ । ଶ୍ରୀ ମଲ୍ଲିକ ଉଲ୍ଲେଖ କରିଥିବା ଅଭିଯୋଗ ସଂପର୍କରେ, ଆମେ ଅନେକଦିନ ଧରି ଆମର ମତାମତ ରଖିଆସିଛୁ । ଆଜି ସ୍ପଷ୍ଟ ହୋଇଯାଇଛି ଯେ ବୈଜୟନ୍ତ ପଣ୍ଡା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏକ ଜଘନ୍ୟ ଷଡ଼ଯନ୍ତ୍ର ରଚନା କରୁଥିଲେ ଏବଂ ଏବେ ବି କରୁଛନ୍ତି । ଦୀର୍ଘଦିନ ଧରି ଯେଉଁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା, ଆଜି ଶ୍ରୀ ମଲ୍ଲିକଙ୍କ ବିସ୍ଫୋରକ ବୟାନ ପରେ ସେଥିରେ ଜବନିକା ପଡିଛି । ବିଜୁ ଜନତା ଦଳ ଏବଂ ବିଶେଷକରି କେନ୍ଦ୍ରାପଡ଼ା ଜିଲ୍ଲାବାସୀ ଆଜି ବୈଜୟନ୍ତ ପଣ୍ଡାଙ୍କ କାରନାମା ସଂପର୍କରେ ସ୍ପଷ୍ଟ ଚିତ୍ର ପାଇଥିବେ ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

 17-04-18--MASTER-CANTEEN-CH.jpg - 54.81 kB

0
0
0
s2sdefault