ନୀଳଗିରି ନାବାଳିକା ଦୁଷ୍କର୍ମ ଅଘଟଣ ପରେ ଵ୍ୟାକଫୁଟରେ ବିଜେଡି, କାଠୱା ପରେ କାଠେଇ ଯାଇଥିବା  ବିଜେପି ନୀରବତା ଭାଙ୍ଗି କଲା ପଲଟବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଆଉ କେତେ ଦିନ ନୀରବ ରହିବେ ମୁଖ୍ୟମନ୍ତ୍ରୀ ? : ଲେଖାଶ୍ରୀ 

17-05-18-samanta-sinhar1.jpg - 61.96 kB

ଭୂବନେଶ୍ୱର, (ମାନସୀ ମିଶ୍ର) : ବିଜେପି ଶାସିତ ରାଜ୍ୟରେ ବଳାତ୍କାର ତଥା ନାବାଳିକାଙ୍କ ପ୍ରତି ହେଉଥିବା ବର୍ବର କାଣ୍ଡର ପ୍ରତିବାଦ କରି ବିଜେଡି ରାସ୍ତାକୁ ଓଲ୍ହାଇ କ୍ୟାଣ୍ଡଲ ରାଲି କରିଥିଲା | ବିଜେପି ଶାସିତ ରାଜ୍ୟରେ ନାରୀ ଓ ନାବାଳିକା ମାନେ ସୁରକ୍ଷିତ ନୁହନ୍ତି ବୋଲି ରାଜରାସ୍ତାରେ ପ୍ରତିବାଦ କରିଥିଲା | ବିଜେପି ଟିକେ ତେଣୁ ସେ ପ୍ରସଙ୍ଗରେ ଵ୍ୟାକଫୁଟରେ ଥିଲା | ହେଲେ ନୀଳଗିରି ନାବାଳିକା ଘଟଣା ପରେ ଏବେ ପାସା ପଲଟି ଯାଇଛି | ବିଜେପି ଫ୍ରଣ୍ଟ ଫୁଟ କୁ ଆସି ଯାଇଛି | କାଠୱା ପରେ କାଠେଇ ଯାଇଥିବା  ବିଜେପି ନୀରବତା ଭାଙ୍ଗି କଲା ପଲଟବାର ବିଜେଡି ବିରୋଧରେ ଆଣିଛି ଅଭିଯୋଗ ଯେ " କହି ହେଉଥାଇ ପରକୁ , ବୁଦ୍ଧି ନ ଦିଶଇ ଘରକୁ"

" ରାଜ୍ୟର ମାଁ, ଭଉଣୀମାନେ ନିଜକୁ ଆଉ ସୁରକ୍ଷିତ ମଣୁନାହାନ୍ତି । ଏପରିକି ନାବାଳିକା ଝିଅମାନେ ପଦାରେ ନିର୍ଭୟ ସହ ବୁଲିବାକୁ କିମ୍ବା ଖେଳିବାକୁ ଭୟ କରୁଛନ୍ତି । ଛୋଟ ଛୋଟ ଝିଅମାନଙ୍କ ପ୍ରତି ଅମାନବୀୟ ଓ ପାଶବିକ ଅତ୍ୟାଚାର ପ୍ରତିଦିନ ବଢିଚାଲିଛି । ଆଉ କେତେଦିନ ମୁଖ୍ୟମନ୍ତ୍ରୀ ନୀରବ ରହିବେ" ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ ପଚାରିଛନ୍ତି ।

ରାଜ୍ୟର ନାବାଳିକାମାନଙ୍କ ପ୍ରତି ପାଶବିକ ଓ ଅମାନବୀୟ ଅତ୍ୟାଚାରର ଘଟଣା ପ୍ରତିଦିନ ଖବର କାଗଜରେ ପ୍ରକାଶିତ ହେଉଛି । ନିଜକୁ ଶାସକ ବିଜେଡିର ନେତା ଦର୍ଶାଇ ଅଭିଯୁକ୍ତମାନେ ପୀଡିତା ଏବଂ ତାର ପରିବାର ସଦସ୍ୟଙ୍କୁ ଭୟ ଦେଖାଇ ସର୍ବସାଧାରଣରେ ପ୍ରକାଶ ନକରିବାକୁ ଧମକାଉଛନ୍ତି । ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବାର ଆଳ ଦେଖାଇ ଯାଜପୁର ଜିଲ୍ଲାର ଶାସକ ବିଜେଡିର ଜଣେ ପ୍ରଭାବଶାଳୀ ନେତାଙ୍କ ଘନିଷ୍ଟ ସହଯୋଗୀ ଗରୀବ ହିତାଧିକାରୀକୁ ଜୋର ଜବରଦସ୍ତ ବଳାକ୍ରାର କରିବାର ଅଭିଯୋଗ ଆସିଥିଲେ ହେଁ ଘଟଣାକୁ ଚାପି ଦିଆଯାଇଥିଲା । ବର୍ତମାନ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଲକରେ ଏଭଳି ଏକ ଘଟଣା ପୁଣି ଥରେ ଗଣମାଧ୍ୟମରେ ପ୍ରକାଶ ପାଇଛି । ଅଭିଯୁକ୍ତ ଜଣକ ମାତ୍ର ୪ ବର୍ଷର ନାବାଳିକା ପୀଡିତାକୁ  ଦୁଷ୍କର୍ମ କରିବା ଏବଂ ଘଟଣାକୁ ଚାପି ଦେବା ପାଇଁ ପୀଡିତାର ପରିବାରକୁ ଅଭଦ୍ର ଗାଳିଗୁଳଜ କରି ଧମକ ଦେବା ପଦାକୁ ଆସିଛି । ଅଭିଯୁକ୍ତଜଣକ ନାମରେ ପୂର୍ବରୁ ବହୁବାର ଦୁଷ୍କର୍ମ କରି ରାଜନୈତିକ ଚାପରେ ରଫାଦଫା ମାଧ୍ୟମରେ ଖସି ଯାଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । 

ଆଜି ଖବର କାଗଜରେ କେବଳ ଯେ ନୀଳଗିରି ଘଟଣା ପ୍ରକାଶ ପାଇଛି ତାହା ନୁହେଁ, ବରଂ ବାଲେଶ୍ୱର ଜିଲ୍ଲାର ସୋର, ନୟାଗଡ ଜିଲ୍ଲାର ରଣପୁର ଏବଂ ଅନୁଗୁଳ ଜିଲ୍ଲାର ପାଲଲହଡାରେ ମଧ୍ୟ ନାବାଳିକା ଝିଅମାନେ ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ପାଇବାର ଅପେକ୍ଷାରେ ଅଛନ୍ତି । ଏହା ନିଶ୍ଚିତ ଭାବେ ପ୍ରତ୍ୟେକ ରାଜ୍ୟବାସୀଙ୍କୁ ଲଜ୍ଜିତ ଓ ନିନ୍ଦିତ କରିଛି ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

ଶାସକ ବିଜେଡି ନିଜର ଦଳୀୟ ସ୍ୱାର୍ଥ ରକ୍ଷା କରିବାକୁ ପୋଲିସକୁ ବ୍ୟବହାର କରୁଥିବା ସମସ୍ତ ରାଜ୍ୟବାସୀ ଜାଣିସାରିଲେଣି । ଶାସକ ବିଜେଡି ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ଗୁଣ୍ଡା, ଅସାମାଜିକ ବ୍ୟକ୍ତିମାନଙ୍କୁ ଦଳୀୟ ସ୍ୱାର୍ଥ ପାଇଁ ବ୍ୟବହାର କରୁଥିବାବେଳେ ଏହି ଅପରାଧିମାନେ ବିନା ଭୟରେ ଦିନ ଦ୍ୱିପ୍ରହରରେ ସଂଗଠିତ ଅପରାଧମାନ ଭିଆଉଛନ୍ତି । ଅପରାଧୀମାନେ ପୋଲିସକୁ ଆଉ ଭୟ କରୁନାହାନ୍ତି । ଶାସକ ବିଜେଡିର ଚାପରେ ପୋଲିସ ମଧ୍ୟ ଅପରାଧିମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ନୀଳଗିରି ନାବାଳିକା ଦୁଷ୍କର୍ମ ଘଟଣା ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

“ବୁଦ୍ଧି ନ ଦିଶଇ ଘରକୁ, କହି ଦେଉଥାଏ ପରକୁ” । ଦେଶର ଅନ୍ୟ ଭାଗରେ ଘଟିଯାଉଥିବା ଘଟଣାକୁ ନେଇ ଶାସକ ବିଜେଡି ଓଡିଶାରେ ତୁମ୍ଭି ତୋଫାନ ସୃଷ୍ଟି କରୁଥିବାବେଳେ, ନିଜ ରାଜ୍ୟରେ ଏଭଳି ଘଟଣାରେ କାହିଁକି ନୀରବ ରହିଛନ୍ତି ? ନିଜ ଦୋଷ ଦୁର୍ବଳତା, ଅପାରଗତା, ନିଷ୍କ୍ରିୟତାକୁ ଲୁଚାଇବା ପାଇଁ ଶାସକ ବିଜେଡି ସର୍ବଦା ଏଭଳି ପନ୍ଥା ଆପଣାଇ ସରଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାରେ ପାରଙ୍ଗମ ହାସଲ କରିଛି । ଅନ୍ୟ ଉପରେ ଦୋଷ ଲଦି ନଦେଇ ଶାସକ ବିଜେଡି ନିଜ ଉତରଦାୟୀତ୍ୱ ସଠିକ୍ ଭାବେ ନିର୍ବାହ କରିବା ସହ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ସଜାଡିବାକୁ ପ୍ରୟାସ କରନ୍ତୁ ବୋଲି ଡ.ସାମନ୍ତସିଂହାର ପରାମର୍ଶ ଦେଇଛନ୍ତି ।

0
0
0
s2sdefault