ହେଡଲାଇନସ୍:

ଯଦି ସବୁ ତାମିଲନାଡୁ ଢାଂଚାରେ ଚାଲିବ ତେବେ କିଛି କହିବାର ନାହିଁ : ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଂଚଦଶ  ଅର୍ଥ କମିଶନରୁ ଓଡିଶାକୁ ଅର୍ଥ କମିଯିବା ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କା ଭିତିହୀନ 

15-04-18-dp.jpg - 79.20 kB

ଭୁବନେଶ୍ୱର :  ପଂଚଦଶ ଅର୍ଥ କମିଶନ ପାଇଁ ଟର୍ମ ଅଫ ରେଫରେନ୍ସ ଯେଉଁ ରାଜ୍ୟ ମାନେ ଜନସଂଖ୍ୟା ନିୟଂତ୍ରଣ ଓ ବିକାଶ ମୂଳକ କାମରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପୁରସ୍କାରର ବ୍ୟବସ୍ଥା ଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ଅର୍ଥ କମି ଯିବ ବୋଲି କାହିଁକି ଅହେତୁକ ଆଶଙ୍କା ଦେଖାଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । 

ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ତାଙ୍କ ଚିଠିରେ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ମୂଳ ଟର୍ମ ଅଫ ରେଫରେନ୍ସକୁ ଯଦି ଠିକ ଭାବେ ପଢିଥାନ୍ତେ ବା ଯଦି ତାଙ୍କୁ ବୁଝା ଯାଇଥାନ୍ତା ତାଙ୍କ 

୧୯୭୧ ବଦଳରେ ୨୦୧୧ ମସିହାର ଜନଗଣନାକୁ ଆଧାରକୁ ମାନିଲେ ଓଡିଶାକୁ କମ ଅର୍ଥ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କାର କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଟର୍ମ ଅଫ ରେଫରେନ୍ସକୁ ଏହି ସାମ୍ବାଦିକ ସମ୍ମିଳନୀରେ ଉଦ୍ଧୃତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ  ୨୦୧୧ ଜନଗଣନାରେ ଜନ ସଂଖ୍ୟା କମ କରିବାରେ ରାଜ୍ୟ ସରକାର ଭଲ କାମ କରିଥିଲେ ଏଥି ପାଇଁ ତାଙ୍କୁ ପୁରସ୍କାର ଦିଆ ଯିବାର ବ୍ୟବସ୍ଥା ଅଛି ବୋଲି କହିଛନ୍ତି । 

ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାରେ ସଫଳତା ସହ ପଂଚଦଶ ଅର୍ଥ କମିଶନରୁ ମିଳିବାକୁ ଥିବା ଅର୍ଥକୁ  ଯୋଡିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନକୁ ଶ୍ରୀ ପ୍ରଧାନ କଟୁ ସମାଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୨୨ ନୂଆ ଭାରତ ଯୋଜନାରେ  ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର, ସମସ୍ତଙ୍କ ଘରେ ବିଜୁଳି, ସ୍ୱଚ୍ଛତା ପାଇଁ ପାଇଖାନା, ଆଦି ଯୋଜନା ପହଂଚାଇବାରେ ଭଲ କାମ କରିଥିବା ରାଜ୍ୟ ମାନଙ୍କୁ  ଅଧିକ ରାଶି ଦିଆ ଯିବ ।  ଲୋକଙ୍କ ସେବା ପାଇଁ ଉଦ୍ଧିଷ୍ଟ ଯୋଜନାର ସଫଳ ରୂପାୟନ ହେଲେ ପଂଚଦଶ ଅର୍ଥ କମିଶନ ଅଧିକ ଅର୍ଥ ପ୍ରଦାନ କରିବାକୁ ଯେଉଁ ଟର୍ମ ଅଫ ରେଫରେନ୍ସ କରା ଯାଇଛି ତାହାକୁ ମୁଖ୍ୟମନ୍ତ୍ରୀ କାହିଁକି ବିରୋଧ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଚତୁର୍ଦଶ ଅର୍ଥ କମିଶନଙ୍କ ଟର୍ମ ଅଫ ରେଫରେନ୍ସରେ ଯେଉଁ ରାଜ୍ୟ ମାନେ ନିଜର ଟିକସ ବୃଦ୍ଧି କରାଇବାରେ ସଫଳ ହୋଇଥିବେ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଅଧିକ ପ୍ରସ୍ତୁତ ହୋଇଥିବେ, ବିଜୁଳି ଯୋଗାଣର ମାନ ବୃଦ୍ଧି ସହ ପରିବହନ ଜନିତ କ୍ଷତି କମ କରିବାରେ ସଫଳ ହୋଇଥିବେ, ପଂଚାୟତିରାଜ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇ ସେମାନଙ୍କୁ ଅଧିକ ସ୍ୱାୟତତା ଦେଇଥିବେ ଆଦିକୁ ପଂଚଦଶ  ଅର୍ଥ କମିଶନ ଅଧିକ ଗୁରୁତ୍ୱ ଦେବା ପାଇଁ ଟର୍ମ ଅଫ ରେଫରେନ୍ସରେ ବ୍ୟବସ୍ଥା ରହିଛି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସବୁ ବିକାଶର ମାପଦଣ୍ଡରେ ରାଜ୍ୟ ସରକାର ବିଗତ ୧୦ ବର୍ଷରେ ଉତମ ପ୍ରଦର୍ଶନ କରି ଆସିଛନ୍ତି ବୋଲି ଦାବି କରି ଆସିଛନ୍ତି ।  ରାଜ୍ୟ ସରକାର ଭଲ କରିଛନ୍ତି ବୋଲି ଦାବି କରୁଥିବା ପ୍ରସଙ୍ଗ ଉପରେ ପୁରସ୍କାର ଦେବାକୁ କୁହାଗଲା ବେଳେ କାହିଁକି ମୁଖ୍ୟମନ୍ତ୍ରୀ ବିରୋଧ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।  ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ  ଏପରି  କରୁ ନାହାନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । 

ଏହି ଟର୍ମ ଅଫ ରେଫରେନ୍ସରେ ରାଜ୍ୟ ସରକାର ଯଦି କିଛି ପପୁଲିଷ୍ଟ ଯୋଜନା ଚଳାଉଥିବା ଏହା  ଉପରେ ନଜର ରଖିବାକୁ କୁହା ଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ କୋଟିଏ- ଦୁଇ କୋଟି ଟଙ୍କା ବାଂଟୁଛନ୍ତି ।  ହଜାରେ କୋଟି ଟଙ୍କାର ବିନା ଯୋଜନାରେ ଅର୍ଥ ବ୍ୟୟବରାଦ କରି ମୁଖ୍ୟମନ୍ତ୍ରୀ ବାଂଟୁଛନ୍ତି । ରାଜ୍ୟରେ ନିର୍ବାଚିତ ବାର୍ଡ ମେମ୍ବରରୁ ସରପଂଚ ପର୍ଯ୍ୟନ୍ତ ଅଛନ୍ତି । ଜିଲ୍ଲା ପରିଷଦ ଅଛି,  କ୍ଷମତା ପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପିଡି ଡିଆରଡିଏ ଅଛନ୍ତି । ମାତ୍ର ଏମାନଙ୍କୁ କ୍ଷମତର ବ୍ୟବହାର କରିବାକୁ ନ ଦେଇ ସାମନ୍ତବାଦୀ ଢାଂଚାରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଟଙ୍କା ବାଂଟିବା ପପୁଲିଷ୍ଟ ଯୋଜନା ନା ନାହିଁ ଏକଥାର ଆକଳନ ପଂଚଦଶ ଅର୍ଥ କମିଶନ କରିବେ । ଏହାର ପୀଡା ମୁଖ୍ୟମନ୍ତ୍ରୀଙ୍କୁ ହେବା ସ୍ୱାଭବିକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ପଂଚଦଶ ଅର୍ଥ କମିଶନ ଯେତେବେଳେ ଓଡିଶାକୁ ଆସିବେ ସେତେବେଳେ ଓଡିଶାର ସଫଳତା ଓ ବିଫଳତାକୁ ନେଇ ଖୋଲାଖୋଲି ବିତର୍କ ହେବ ।  ସରକାର ତାଙ୍କର ପକ୍ଷ ରଖିବେ ଓ ରାଜ୍ୟର ବୁଦ୍ଧିଜୀବୀ ମାନେ ମଧ୍ୟ ତାଙ୍କର ପକ୍ଷ ରଖିବାକୁ ସ୍ୱତନ୍ତ୍ର । ବିଜେପି ମଧ୍ୟ ତାର ପକ୍ଷ ରଖିବ । ଏହି ଟର୍ମ ଅଫ ରେଫରେନ୍ସକୁ ତାମିଲନାଡୁ ବିରୋଧ କରିଛି । ଯଦି ସବୁ ତାମିଲନାଡୁ ଢାଂଚାରେ ଚାଲିବ ତେବେ ତାଙ୍କର କିଛି କହିବାର ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି  । ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ ।

 

0
0
0
s2sdefault