ହେଡଲାଇନସ୍:

କିଏ ସେ ଖଳନାୟକ, କାହିଁକି ଖେଳୁଛି ସିଆଇଆଇ!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିଆଇଆଇ ହାତବାରିସୀ ସାଜି ରାଜ୍ୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିବା ଦୁର୍ଭାଗ୍ୟଜନକ: ବିଜେଡି

୨୦୧୮ ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ମେକ୍‍-ଇନ୍‍-ଓଡ଼ିଶା କନ୍‍କ୍ଲେଭ୍‍-୨୦୧୮ ଅନୁଷ୍ଠିତ  ହେବ । ଏହି କନ୍‍କ୍ଲେଭ୍‍ କାର୍ଯ୍ୟକ୍ରମକୁ ୨୦୧୬ର ଅନୁରୂପ ଭାବେ ସିଆଇଆଇର ସହଭାଗିତାରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ସିଆଇଆଇକୁ ପ୍ରସ୍ତାବ ଦେଇଥିଲେ । ୧୨ ଜାନୁଆରୀ ୨୦୧୮ରେ ରାଜ୍ୟ ସରକାରଙ୍କ ଏକ ପ୍ରସ୍ତୁତି ବୈଠକରେ ସିଆଇଆଇ ଭାଗ ନେଇ ଏହି କନ୍‍କ୍ଲେଭର ଆୟୋଜନ ବିଷୟରେ ପୂର୍ଣ୍ଣାଙ୍ଗ ଆଲୋଚନା କରିଥିଲା । ୧୭ ଜାନୁଆରୀ ୨୦୧୮ରେ ସିଆଇଆଇର ଶ୍ରୀ ଦୀପକ କୁମାର ସିଂହ ୨୦୧୮ କନ୍‍କ୍ଲେଭ୍‍ ନିମନ୍ତେ ଏକ ପ୍ରସ୍ତାବିତ ବଜେଟ୍‍ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲେ । ଚଳିତବର୍ଷ ଫେବୃଆରୀ ୧୪ ତାରିଖରେ ସିଆଇଆଇର  ନୀତା କର୍ମାକର ରାଜ୍ୟ ସରକାରଙ୍କୁ ଏହି କନ୍‍କ୍ଲେଭ୍‍ରେ ସହଯୋଗ କରିବା ପାଇଁ ସିଆଇଆଇ କୋର୍ଡିନେଟର୍‍ମାନଙ୍କର ଏକ ତାଲିକା ପଠାଇଥିଲେ । ଲାଗୁଥିଲା ସିଆଇଆଇ  ୨୦୧୮ର କନ୍‍କ୍ଲେଭ୍‍କୁ ସଫଳ ଭାବେ ଆୟୋଜନ କରିବା ପାଇଁ ଉଦ୍ୟମ ଜାରି ରଖିଛି । ତେବେ ହଠାତ୍‍ ୪ ଏପ୍ରିଲ ୨୦୧୮ରେ ସିଆଇଆଇର ଷ୍ଟେଟ୍‍ କାଉନ୍‍ସିଲ୍‍ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇଲେ ଯେ ସେମାନେ ଏହି କନ୍‍କ୍ଲେଭ୍‍ରେ ଆଉ କୌଣସି ସହଯୋଗ କରିପାରିବେ ନାହିଁ । ହେଲେ  ଚଳିତବର୍ଷ ଫେବୃଆରୀ ମାସ ପର୍ଯ୍ୟନ୍ତ ଯେଉଁ ସିଆଇଆଇ ରାଜ୍ୟ ସରକାରଙ୍କୁ ଏହି କନ୍‍କ୍ଲେଭ୍‍ ବାବଦରେ ସଂପୂର୍ଣ୍ଣ ସହଯୋଗ କରିଆସୁଥିଲା, କ’ଣ ହେଲା ଯେ ହଠାତ୍‍ ଅସହଯୋଗର ଏକ ବାତାବରଣ ସୃଷ୍ଟି କଲା? କିଏ ସେ ଖଳନାୟକ !!!

ଭୁବନେଶ୍ୱର(ମାନସୀ ମିଶ୍ର): କେନ୍ଦ୍ରରେ ଏନ୍‍ଡିଏ ସରକାର କ୍ଷମତାକୁ ଆସିବା ପରେ  ପ୍ରଧାନମନ୍ତ୍ରୀ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ମେକ୍‍-ଇନ୍‍-ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ସବୁ ରାଜ୍ୟରେ ଏହିଭଳି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀମାନେ କରିବାକୁ ଅନୁରୋଧ କରିଥିଲେ । ୨୦୧୬ ଫେବୃଆରୀରେ ମୁମ୍ବାଇରେ ଅନୁଷ୍ଠିତ  ମେକ୍‍ ଇନ୍‍ ଇଣ୍ଡିଆରେ ପ୍ରଥମ ଥର ଓ ସେହିବର୍ଷ ଅଗଷ୍ଟ ମାସରେ ବାଙ୍ଗାଲୋର୍‍ରେ ହୋଇଥିବା ମେକ୍‍-ଇନ୍‍-ଇଣ୍ଡିଆରେ ଦ୍ୱିତୀୟଥର ଓଡ଼ିଶା ଭାଗ ନେବା ପରେ ୨୦୧୬ ଡିସେମ୍ବରରେ ଭୁବନେଶ୍ୱରରେ ମେକ୍‍-ଇନ୍‍-ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେତେବେଳେ ରାଜ୍ୟ ସରକାରଙ୍କ ସହ ସିଆଇଆଇ ସହଭାଗିତା ରକ୍ଷା କରିଥିଲା ବେଳେ ପରବର୍ତ୍ତୀ ସମୟରେ ଏହି ସଂସ୍ଥା ରାଜ୍ୟ ସରକାରଙ୍କୁ ୨୦୧୮ ଏପ୍ରିଲ ୪ରେ ପତ୍ର ଲେଖି ଜଣାଇଥିଲେ ଯେ ସେମାନଙ୍କ ଅନ୍ୟାନ୍ୟ କାର୍ଯ୍ୟ ବ୍ୟସ୍ତତା ଯୋଗୁ ୨୦୧୮ ନଭେମ୍ବରେ ୧୧ରୁ ୧୫ ମଧ୍ୟରେ ହେବାକୁ ଥିବା ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ରେ ସିଆଇଆଇ ସହଯୋଗ କରିପାରିବ ନାହିଁ । ହଠାତ୍‍ ସରକାରଙ୍କୁ ଅସହଯୋଗ କରିବା ପାଇଁ ସିଆଇଆଇ କାହିଁକି ମନସ୍ଥ କଲା ବୋଲି ଆଜି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇବା ସହିତ ଏକ ଏକ ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଛନ୍ତି ।

ସେ କହିଛନ୍ତି, ୨୦୧୬ ଡିସେମ୍ବରରେ ରାଜ୍ୟ ମେକ୍‍-ଇନ୍‍-ଓଡ଼ିଶା କାର୍ଯ୍ୟକ୍ରମ କରୁଥିଲା ବେଳେ ସିଆଇଆଇ ଏହି କାର୍ଯ୍ୟକ୍ରମରେ ସହଭାଗିତା ରଖିବା ପାଇଁ ରାଜ୍ୟର ସମସ୍ତ ପ୍ରସ୍ତାବ ଗ୍ରହଣ କରି ସ୍ୱୀକୃତି ପ୍ରଦାନ କରିଥିଲା ଏବଂ ରାଜ୍ୟ ସରକାର ଓ ସିଆଇଆଇର ମିଳିତ ଉଦ୍ୟମରେ ମେକ୍‍-ଇନ୍‍-ଓଡ଼ିଶା କାର୍ଯ୍ୟକ୍ରମ ସଫଳ ଭାବରେ ଅନୁଷ୍ଠିତ  ହୋଇଥିଲା । ଏହି ତିନୋଟିଯାକ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ୩ଲକ୍ଷ ୬୪ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଥିଲା । ଯାହା ମାଧ୍ୟମରେ ରାଜ୍ୟକୁ ୧୨୪ଟି ନିବେଶ କରିବା ପାଇଁ ପ୍ରସ୍ତାବ ଦ୍ୱାରା ଆଗ୍ରହ ପ୍ରକାଶ କରିଥିଲେ । ୧୨୪ଟି ମଧ୍ୟରୁ ୭୬ଟି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ବିଧିବଦ୍ଧ ଭାବରେ ହସ୍ତଗତ ହେବାପରେ ତନ୍ମଧ୍ୟରୁ ୬୦ଟି ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଜଣାଇବା ପରେ ପ୍ରକଳ୍ପ କାର୍ଯ୍ୟ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ଏହାବ୍ୟତୀତ ୧୬ଟି ପ୍ରସ୍ତାବ ଇଡ୍‍କଲ ଓ ଇପିକଲ୍‍ ମାଧ୍ୟମରେ ଅନୁଧ୍ୟାନ କରାଯାଉଛି । ମେକ୍‍-ଇନ୍‍-ଓଡ଼ିଶା କନ୍‍କ୍ଲେଭ୍‍ ଦ୍ୱାରା ସଂପୂର୍ଣ୍ଣ ପ୍ରସ୍ତାବ ମଧ୍ୟରୁ ୨ଲକ୍ଷ ୨ହଜାର କୋଟି ଟଙ୍କାର ପୁଞ୍ଜିନିବେଶକୁ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ କରାଯାଇଛି ।

୨୦୧୬ ଡିସେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ମେକ୍‍-ଇନ୍‍-ଓଡ଼ିଶା କନ୍‍କ୍ଲେଭ୍‍ରେ ନିଷ୍ପତ୍ତି ନିଆଯାଇଥିଲା ଯେ ଏହି କାର୍ଯ୍ୟକ୍ରମ ପ୍ରତି ୨ବର୍ଷ ଅନ୍ତରରେ ଓଡ଼ିଶାରେ ଆୟୋଜନ କରାଯିବ । ୨୦୧୭ ନଭେମ୍ବର ୧୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ଯେ ୨୦୧୮ ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ମେକ୍‍-ଇନ୍‍-ଓଡ଼ିଶା କନ୍‍କ୍ଲେଭ୍‍-୨୦୧୮ ଅନୁଷ୍ଠିତ  ହେବ । ଏହି କନ୍‍କ୍ଲେଭ୍‍ କାର୍ଯ୍ୟକ୍ରମକୁ ୨୦୧୬ର ଅନୁରୂପ ଭାବେ ସିଆଇଆଇର ସହଭାଗିତାରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ସିଆଇଆଇକୁ ପ୍ରସ୍ତାବ ଦେଇଥିଲେ । ୧୨ ଜାନୁଆରୀ ୨୦୧୮ରେ ରାଜ୍ୟ ସରକାରଙ୍କ ଏକ ପ୍ରସ୍ତୁତି ବୈଠକରେ ସିଆଇଆଇ ଭାଗ ନେଇ ଏହି କନ୍‍କ୍ଲେଭର ଆୟୋଜନ ବିଷୟରେ ପୂର୍ଣ୍ଣାଙ୍ଗ ଆଲୋଚନା କରିଥିଲା । ୧୭ ଜାନୁଆରୀ ୨୦୧୮ରେ ସିଆଇଆଇର ଶ୍ରୀ ଦୀପକ କୁମାର ସିଂହ ୨୦୧୮ କନ୍‍କ୍ଲେଭ୍‍ ନିମନ୍ତେ ଏକ ପ୍ରସ୍ତାବିତ ବଜେଟ୍‍ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲେ । ଏହା ସିଆଇଆଇର ପ୍ରତିବଦ୍ଧତାକୁ ପରିପ୍ରକାଶ କରେ ଏବଂ ରାଜ୍ୟ ସରକାର ମଧ୍ୟ ସିଆଇଆଇର ସମର୍ଥନକୁ ନେଇ ଆଶ୍ୱସ୍ତ ଥିଲେ । ଚଳିତବର୍ଷ ଫେବୃଆରୀ ୧୪ ତାରିଖରେ ସିଆଇଆଇର ଶ୍ରୀମତୀ ନୀତା କର୍ମାକର ରାଜ୍ୟ ସରକାରଙ୍କୁ ଏହି କନ୍‍କ୍ଲେଭ୍‍ରେ ସହଯୋଗ କରିବା ପାଇଁ ସିଆଇଆଇ କୋର୍ଡିନେଟର୍‍ମାନଙ୍କର ଏକ ତାଲିକା ପଠାଇଥିଲେ । ଇତିମଧ୍ୟରେ ସ୍ପଷ୍ଟ ହୋଇଯାଇଥିଲା ଯେ ସିଆଇଆଇ ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ସହଯୋଗ ଯୋଗାଇ ୨୦୧୮ର କନ୍‍କ୍ଲେଭ୍‍କୁ ସଫଳ ଭାବେ ଆୟୋଜନ କରିବା ପାଇଁ ଉଦ୍ୟମ ଜାରି ରଖିଛି । ତେବେ ହଠାତ୍‍ ୪ ଏପ୍ରିଲ ୨୦୧୮ରେ ସିଆଇଆଇର ଷ୍ଟେଟ୍‍ କାଉନ୍‍ସିଲ୍‍ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇଲେ ଯେ ସେମାନେ ଏହି କନ୍‍କ୍ଲେଭ୍‍ରେ ଆଉ କୌଣସି ସହଯୋଗ କରିପାରିବେ ନାହିଁ । ସିଆଇଆଇ ଦ୍ୱାରା କାରଣ ଦର୍ଶାଗଲା, ସେମାନେ ପ୍ରସ୍ତାବିତ କନ୍‍କ୍ଲେଭ୍‍ର ସମୟ ମଧ୍ୟରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟସ୍ତ ଅଛନ୍ତି ଓ ଏଥିପାଇଁ ସେମାନେ ସହଯୋଗ କରିପାରିବେ ନାହିଁ । ଚଳିତବର୍ଷ ଫେବୃଆରୀ ମାସ ପର୍ଯ୍ୟନ୍ତ ଯେଉଁ ସିଆଇଆଇ ରାଜ୍ୟ ସରକାରଙ୍କୁ ଏହି କନ୍‍କ୍ଲେଭ୍‍ ବାବଦରେ ସଂପୂର୍ଣ୍ଣ ସହଯୋଗ କରିଆସୁଥିଲା, କ’ଣ ହେଲା ଯେ ହଠାତ୍‍ ଅସହଯୋଗର ଏକ ବାତାବରଣ ସୃଷ୍ଟି କଲା? ଏହି ମାସକ ମଧ୍ୟରେ ବିଜେଡିରୁ ନିଲମ୍ବିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହଧର୍ମିଣୀ ଶ୍ରୀମତୀ ଜଗିମଙ୍ଗତ ପଣ୍ଡା ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷା ରୂପେ ନିର୍ବାଚିତ ହେଲେ । ଶ୍ରୀମତୀ ପଣ୍ଡାଙ୍କ ୧୭ ମାର୍ଚ୍ଚ ୨୦୧୮ରେ ନିଯୁକ୍ତି ପରେ ସିଆଇଆଇର ଏ ପ୍ରକାର ଓଡ଼ିଶା ବିରୋଧୀ ମନୋଭାବ ଏକ ସନ୍ଦେହ  ସୃଷ୍ଟି କରିଛି । ଶ୍ରୀମତୀ ପଣ୍ଡାଙ୍କ ବ୍ୟକ୍ତିଗତ ସ୍ୱାର୍ଥରେ ନିହିତ ହୋଇ ସିଆଇଆଇ ରାଜ୍ୟ ସରକାରଙ୍କୁ କୌଣସି ସହଯୋଗ ଯୋଗାଇବାକୁ ଚାହୁଁନାହାନ୍ତି । ଏଭଳି ଉଦ୍ଦେଶ୍ୟ  ଦୁଃଖଦ ଏବଂ ନିନ୍ଦନୀୟ ଓ ଓଡ଼ିଶାର ଯୁବକ-ଯୁବତୀଙ୍କ ସହିତ ଏକ ବିଶ୍ୱାସଘାତକତା । ସିଆଇଆଇ ଭଳି ଏକ ରାଷ୍ଟ୍ରୀୟ ସଂସ୍ଥା ଆଜି ଶ୍ରୀମତୀ ପଣ୍ଡାଙ୍କ ହାତବାରିସୀ ହୋଇ ରାଜ୍ୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିବା ଦୁଃଖଦ ଓ ପରିତାପର ବିଷୟ । ଶ୍ରୀମତୀ ପଣ୍ଡାଙ୍କ ପ୍ରତି ସନେ୍ଦହ ଆହୁରି ଘନୀଭୂତ ହେଉଛି ଯେ ଅସହଯୋଗ ନିଷ୍ପତ୍ତି ପରେ ସିଆଇଆଇର ରାଜ୍ୟ କାଉନ୍‍ସିଲ୍‍ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିଜ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଗୋପାଳପୁରସ୍ଥିତ ଟାଟା ଷ୍ଟିଲ୍‍ ପ୍ରକଳ୍ପର ମୁଖ୍ୟ ଶ୍ରୀ ଅରୁଣ ମିଶ୍ର ଓ ଧାମରା ପୋର୍ଟର ମୁଖ୍ୟ ଶ୍ରୀ ସୁବ୍ରତ ତ୍ରିପାଠୀ ସିଆଇଆଇର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ । ଗତକାଲି ଉଭୟଙ୍କ ଇସ୍ତଫା ସଂକେତ ଦେଉଛି, ଯେ ସେମାନେ କୌଣସି କାରଣବଶତଃ ଚାପରେ ବଶୀଭୂତ ହେଇଥିଲା ବେଳେ ତାଙ୍କ କ୍ଷୋଭ ପ୍ରକାଶ କରିବାକୁ ଯାଇ ଏଭଳି ପଦକ୍ଷେପ ନେଇଛନ୍ତି । ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଓଡ଼ିଶାର ଯୁବକ-ଯୁବତୀଙ୍କ ବିରୋଧରେ ଓ ଓଡ଼ିଶାର ସ୍ୱାର୍ଥ ବିରୋଧରେ ସିଆଇଆଇର ଏହି ନିଷ୍ପତ୍ତି ଦ୍ୱାରା ରଚନା କରାଯାଇଛି ବୋଲି କୁହାଯାଇପାରେ । ବିଜୁ ଜନତା ଦଳ ସିଆଇଆଇର ଏହି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରୁଛି ଏବଂ ଶ୍ରୀମତୀ ପଣ୍ଡାଙ୍କ ଉପରେ ସନେ୍ଦହ ଜାତ ହେଉଛି ବୋଲି ସ୍ପଷ୍ଟ କରିଛି । ଓଡ଼ିଶାର ବିକାଶ ଓ ଯୁବବର୍ଗର ପ୍ରଗତିକୁ ରାଜ୍ୟ ସରକାର ସବୁବେଳେ ଅଗ୍ରାଧିକାର ଦେଇ ଆସିଛନ୍ତି ଏବଂ ସିଆଇଆଇର ସମର୍ଥନ ଥାଉ କିମ୍ବା ନଥାଉ, ରାଜ୍ୟ ସରକାର ମେକ୍‍-ଇନ୍‍-ଓଡ଼ିଶା କନ୍‍କ୍ଲେଭ୍‍-୨୦୧୮କୁ ସଫଳତାର ସହିତ ଆୟୋଜନ କରାଇବେ ଏବଂ ଓଡ଼ିଶାରେ ଶିଳ୍ପାୟନ ଓ ରୋଜଗାରର ବିକାଶକୁ ଆହୁରି ତ୍ୱରାନ୍ୱିତ କରାଇବେ ବୋଲି ଶ୍ରୀ ଦେବ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଏବଂ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

0
0
0
s2sdefault