ହେଡଲାଇନସ୍:

ଘଇତା ମରୁ ପଛେ ସଉତୁଣୀ ରାଣ୍ଡ ହେଉ !!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

11-04-18-jay-jagi-panda-2.jpg - 63.84 kB

ଶ୍ରୀମାନ ଶ୍ରୀମତୀଙ୍କ  ପାଲଟା ବାର, ମୋହରା  ସାଜିଛି ସିଆଇଆଇ  !

ବୈଜୟନ୍ତ - ଜାଗି ପଣ୍ଡା ଓଡ଼ିଶାର ଶିଳ୍ପ ବିକାଶକୁ ଗତିରୋଧ କରିବା ପାଇଁ କୁଚକ୍ରାନ୍ତ ଚାଲିଛି 

ଭୁବନେଶ୍ୱର,: ଦ୍ରୁତ ଶିଳ୍ପାୟନ କଥା କହି କ୍ଷମତାକୁ ଆସିଥିବା ନବୀନ ପଟନାୟକ ସରକାର ଶିଳ୍ପ କ୍ଷେତ୍ରରେ କୋଡିଛି  କେତେ ଆଉ ମାଡିଛି କେତେ, ଗତ ୧୮ ବର୍ଷର ଶାସନ କାଳ ମଧ୍ୟରେ କେତେ ଶିଳ୍ପ ଆସିଛନ୍ତି, କେତେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି, କେତେ ଶିଳ୍ପ କାର୍ଯ୍ୟକ୍ଷମ ହୋଇ କେତେ ଓଡ଼ିଆ କର୍ମ ନିଯୁକ୍ତି ପାଇଛନ୍ତି ଆଉ କେତେ ଶିଳ୍ପ ବୁଜୁଳୀ ବାଢି ଶିଶୁପାଳ ହୋଇ ଫେରି ଗଲେଣି ତାହା ତ ଭିନ୍ନ କଥା, ହେଲେ ଏହା ସତ୍ୟ ଯେ ଦୁଇ ତିନି ବର୍ଷ ହେଲା ମେକ ଇନ ଓଡିଶା ନାଁରେ ଗୋଟାଏ ମାହୋଲ ଜମି ଆସୁଥିଲା | ଦ୍ରୁତ ଶିଳ୍ପାୟନ ନାଁରେ ସରକାର ଯେଉଁ ଭୁଲ କରିଥିଲେ ଲାଗୁଥିଲା କିଛି ସୁଧାରିବାକୁ ଚେଷ୍ଟା କରୁଥିବା ଭଳି ପ୍ରତୀୟମାନ ହୋଇ ଆସୁଥିଲା |  ୨୦୧୬ ମସିହାରେ ମେକ ଇନ ଓଡିଶା ଅଭିଯାନ ରେ ସହଯାତ୍ରୀ ପାଲଟି ଥିଲା ସିଆଇଆଇ ବା ଭାରତୀୟ ଶିଳ୍ପ ମହାସଂଘ |  କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କର ଏକ ପ୍ରମୁଖ ସହଯୋଗୀ ଭାରତୀୟ ଶିଳ୍ପ ମହାସଂଘ ସାମିଲ ହୋଇଥିଲା । ସିଆଇଆଇ ଭଳି ସଂସ୍ଥାରେ ରାଜ୍ୟର ପ୍ରମୁଖ ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାମାନେ ସଦସ୍ୟ ରହିଥିବାରୁ ଓଡ଼ିଶା ସରକାର ସମସ୍ତଙ୍କ ସହଯୋଗରେ ଓଡ଼ିଶାରେ ବ୍ୟବସାୟିକ ଓ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ଦିଗରେ ଗୁରୁତ୍ୱ ଦେଉଛନ୍ତି । ଏହି ‘ମେକ୍ ଇନ୍ ଓଡ଼ିଶା’ର ଦ୍ୱିତୀୟ ସଂସ୍କରଣ ୨୦୧୮ ନଭେମ୍ବର ୧୧ରେ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ନଭେମ୍ବର ୧୬ତାରିଖରେ ଘୋଷଣା କରିଥିଲେ । ଆଉ ସେ ସମୟରେ ସିଆଇଆଇ କୁ ଅବଗତ ବି କରାଯାଇଥିଲା |  ସିଆଇଆଇ ମଧ୍ୟ ସେତେବେଳେ ଏହି କାର୍ଯ୍ୟକ୍ରମର ତାରିଖକୁ ନେଇ ଆପତ୍ତି ଉଠାଇ ନଥିଲା । ହେଲେ  ଏପ୍ରିଲ ୪ତାରିଖରେ ରାଜ୍ୟ ଶିଳ୍ପ ସଚିବଙ୍କୁ ଚିଠି ଲେଖି ଅନ୍ୟ କାର୍ଯ୍ୟ ଥିବାରୁ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ସହଯୋଗୀ ହୋଇପାରିବ ନାହିଁ ସିଆଇଆଇ ବୋଲି କହିଦେବା ପରେ ଏହାକୁ ନେଇ ପ୍ରଶାସନିକ ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି | ଆଉ ସବୁଠାରୁ ବଡ଼କଥା ହେଲା ବୈଜୟନ୍ତଙ୍କ ତ  ଧର୍ମପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କ ଉପରକୁ ଉଠିଛି ଆଙ୍ଗୁଳି | ଉଠିବା ବି ସ୍ୱାଭାବିକ ! କାରଣ ରାଜ୍ୟସରକାର ନଭେମ୍ବର ରେ ଯେତେବେଳେ ୨୦୧୮ ମେକ ଇନ ଓଡିଶା ପାଇଁ ତାରିଖ ଘୋଷଣା କଲେ ସେତେବେଳେ ସିଆଇଆଇ ତାରିଖକୁ ନେଇ ଆପତ୍ତି କରିନଥିଲା | ହେଲେ ତାରିଖ ଘୋଷଣା ହେବାର ଚାରିମାସ ପରେ ଖାସ କରି ବୈଜୟନ୍ତଙ୍କ ଧର୍ମପତ୍ନୀ ଜାଗି ପଣ୍ଡା ସିଆଇଆଇ ପୂର୍ବାଂଚଳ ଜଣ ସଭାପତି ହେବାପରେ ହଠାତ କଣ କାମ ସିଆଇଆଇର ପଡିଗଲା ବୋଲି ଚର୍ଚା ହେବା ସ୍ୱାଭାବିକ | ହେଵଲେସିଆଇଆଇର ଏ ଚିଠି ପରେ ବୈଜୟନ୍ତ ଆଉ ଜାଗୀଙ୍କୁ ଟାର୍ଗେଟ କରିଛି ବିଜେଡି 

 ନଭେମ୍ବର ନଭେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ସହଯୋଗୀ ହେବା ପାଇଁ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ଅନିଚ୍ଛା ପ୍ରକାଶ କରିବା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଛି । ସମଗ୍ର ଦେଶରେ ବ୍ୟବସାୟିକ ଓ ଶିଳ୍ପ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ମାଧ୍ୟମରେ ବିକାଶ ପ୍ରକ୍ରିୟାକୁ ଆଗେଇ ନେବାର ଲକ୍ଷ୍ୟ ରଖି କାର୍ଯ୍ୟରେ ବିଶ୍ୱାସ କରୁଥିବା ‘ସିଆଇଆଇ’ ଅପ୍ରତ୍ୟାଶିତ ଭାବେ ଓଡ଼ିଶା ପ୍ରତି ଏଭଳି ନକରାତ୍ମକ ଆଭିମୁଖ୍ୟ ପୋଷଣ କରିବାକୁ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ତୀବ୍ର ନିନ୍ଦା କରିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ ସିଆଇଆଇ ପୂର୍ବାଞ୍ଚଳ ଜୋନ୍ ସଭାପତି ଭାବେ ଓର୍‍ଟେଲ୍ ପରିଚାଳନା ନିର୍ଦ୍ଦେଶିକା  ଜାଗିମଙ୍ଗତ୍ ପଣ୍ଡା ଦାୟିତ୍ୱ ନେବା ପରେ ସିଆଇଆଇର ଓଡ଼ିଶା ପ୍ରତି ଆଭିମୁଖ୍ୟରେ ଏକ ନକରାତ୍ମକ ପରିବର୍ତ୍ତନ ଆସିଛି । ଓଡ଼ିଶାର ସ୍ୱାର୍ଥ, ଓଡ଼ିଶାବାସୀଙ୍କ ବିକାଶ ଓ ଆଶୀର୍ବାଦର ଲୋକଦେଖାଣିଆ କଥା କହୁଥିବା ଶ୍ରୀମତୀ ପଣ୍ଡାଙ୍କ ସ୍ୱାମୀ ସାଂସଦ ବୈଜୟନ୍ତ ପଣ୍ଡା ଏବେ କେନ୍ଦ୍ର ଶିଳ୍ପ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର କିଛି ଓଡ଼ିଶା ବିରୋଧୀ ନେତାଙ୍କ ସହଯୋଗରେ ସାଂସଦ ଶ୍ରୀ ପଣ୍ଡା ଓ ତାଙ୍କ ପତ୍ନୀ ଓଡ଼ିଶା ବିରୋଧରେ ଏଭଳି କୁଚକ୍ରାନ୍ତ କରିବାରେ ସକ୍ଷମ ହୋଇଛନ୍ତି । ସାଂସଦ ଶ୍ରୀ ପଣ୍ଡା ଭୁଲିଯିବା ଅନୁଚିତ୍ ଯେ, ବିଜେଡି ସରକାର କ୍ଷମତାକୁ ଆସିବା ପରେ ହିଁ ଓଡ଼ିଶାରେ ଶିଳ୍ପ ନିମନ୍ତେ ଅନୁକୂଳ ପରିବେଶ ପ୍ରସ୍ତୁତ ହୋଇଛି, ଯାହାର ଫାଇଦା ମଧ୍ୟ ସାଂସଦ ଶ୍ରୀ ପଣ୍ଡାଙ୍କ ପରିବାରର ବ୍ୟବସାୟିକ ସଂସ୍ଥା ନେଇଛି । ଏବେ ସେହି ପଣ୍ଡା ଦମ୍ପତି ଓଡ଼ିଶାର ବିକାଶ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ସାଜି ଓ କୁଚକ୍ରାନ୍ତ କରି ନିଜର ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ପରୋକ୍ଷରେ ପ୍ରମାଣିତ କରାଇଛନ୍ତି । କେନ୍ଦ୍ର ସରକାର ଓ ପଣ୍ଡା ଦମ୍ପତିଙ୍କ ଏହି ଓଡ଼ିଶା ବିରୋଧୀ କୁଚକ୍ରାନ୍ତକୁ ବୁଝିବା ପରେ ଏବେ ସିଆଇଆଇରୁ ଅନେକ ଶିଳ୍ପଦ୍ୟୋଗୀଙ୍କ ଇସ୍ତଫାର ସୁଅ ଛୁଟିବାରେ ଲାଗିଛି ।

ରାଜ୍ୟରେ ପୁଞ୍ଜିନିବେଶ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ୨୦୧୬ ମସିହାରୁ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି । ୨୦୧୬ ମସିହାରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କର ଏକ ପ୍ରମୁଖ ସହଯୋଗୀ ଭାରତୀୟ ଶିଳ୍ପ ମହାସଂଘ ସାମିଲ ହୋଇଥିଲା । ସିଆଇଆଇ ଭଳି ସଂସ୍ଥାରେ ରାଜ୍ୟର ପ୍ରମୁଖ ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାମାନେ ସଦସ୍ୟ ରହିଥିବାରୁ ଓଡ଼ିଶା ସରକାର ସମସ୍ତଙ୍କ ସହଯୋଗରେ ଓଡ଼ିଶାରେ ବ୍ୟବସାୟିକ ଓ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ଦିଗରେ ଗୁରୁତ୍ୱ ଦେଉଛନ୍ତି । ଏହି ‘ମେକ୍ ଇନ୍ ଓଡ଼ିଶା’ର ଦ୍ୱିତୀୟ ସଂସ୍କରଣ ୨୦୧୮ ନଭେମ୍ବର ୧୧ରେ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ନଭେମ୍ବର ୧୬ତାରିଖରେ ଘୋଷଣା କରିଥିଲେ । ସିଆଇଆଇ ମଧ୍ୟ ସେତେବେଳେ ଏହି କାର୍ଯ୍ୟକ୍ରମର ତାରିଖକୁ ନେଇ ଆପତ୍ତି ଉଠାଇ ନଥିଲା । କିନ୍ତୁ ଏପ୍ରିଲ ୪ତାରିଖରେ ରାଜ୍ୟ ଶିଳ୍ପ ସଚିବଙ୍କୁ ଚିଠି ଲେଖି ଅନ୍ୟ କାର୍ଯ୍ୟ ଥିବାରୁ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ସହଯୋଗୀ ହୋଇପାରିବ ନାହିଁ ସିଆଇଆଇ ପକ୍ଷରୁ କୁହାଯାଇଛି । ସିଆଇଆଇର ଏଭଳି ପଦକ୍ଷେପ ରାଜ୍ୟସ୍ୱାର୍ଥ ବିରୋଧୀ ବୋଲି ଶ୍ରୀ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି । ଯଦି ଶ୍ରୀ ନାୟକଙ୍କ ଅଭିଯୋଗରେ ରତି ପରିମାର୍ଣ୍ଣର ସତ୍ୟତା ଥାଏ  ତେବେ ତାହା ସାଂଘାତିକ |

0
0
0
s2sdefault