ହେଡଲାଇନସ୍:

ଶାନ୍ତି ଓ ସଂହତି ଦେଶର ଆତ୍ମା ସହ ଜଡ଼ିତ, ଏହାର ସୁରକ୍ଷା ପାଇଁ କଂଗ୍ରେସ ବଦ୍ଧ ପରିକର : ପ୍ରସାଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପି ଶାସିତ ରାଜ୍ୟରେ ତଥା ସମଗ୍ର ଦେଶରେ ପ୍ରାୟୋଜିତ ହିଂସାର ଅହିଂସାତ୍ମକ ପ୍ରତିବାଦ  କଲା କଂଗ୍ରେସ

ସମଗ୍ର ଦେଶରେ କଂଗ୍ରେସ କର୍ମୀ ପାଳିଲେ ଉପବାସ, ରାଜ୍ୟବ୍ୟାପୀ ପାଳିଲା ଓଡିଶା କଂଗ୍ରେସ 

09-04-18-congres-w-1.jpg - 119.89 kB

ଭୁବନେଶ୍ୱର/ manasi mishra  – କେନ୍ଦ୍ରର ଭାଜପା ସରକାର ଓ ଭାଜପା ଶାସିତ ରାଜ୍ୟ ସରକାରମାନଙ୍କର ଚରମ ଅବହେଳା ଯୋଗୁଁ ଗତ ସପ୍ତାହରେ ଭାରତ ବନ୍ଦ ପାଳନ ସମୟରେ ଦେଶବ୍ୟାପୀ ବ୍ୟାପକ ହିଂସାକାଣ୍ଡ ଘଟି ଧନଜୀବନ ହାନି ହୋଇଛି । ଏହି ଘଟଣା ଦେଶର ସାମାଜିକ ସଂହତିକୁ ଘୋର କ୍ଷତି ପହଞ୍ଚାଇଲା ଓ ବିଭିନ୍ନ ଶ୍ରେଣୀ ଲୋକମାନଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି କରି ଶାନ୍ତି ଓ ସଂହତି ବାଧାପ୍ରାପ୍ତ ହେଲା । ଶାନ୍ତି ଓ ସଂହତି ଦେଶର ଆତ୍ମା ସହ ଜଡ଼ିତ । କଂଗ୍ରେସ ଦଳ ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା  ପାଇଁ ବଦ୍ଧପରିକର  ଥିବାବେଳେ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଆହ୍ୱାନକ୍ରମେ ରାଜ୍ୟବ୍ୟାପି  କଂଗ୍ରେସ ଦଳ ପକ୍ଷରୁ ସକାଳ ୯ ଘଣ୍ଟାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ “ଉପବାସ ବ୍ରତ” ପାଳନ କରାଯାଇଥିଲା ।  

ଦଳର ସମସ୍ତ ସାଂଗଠନିକ ଜିଲ୍ଲାର ସଦରମହକୁମାରେ ସାର୍ବଜନୀନ ସ୍ଥାନମାନଙ୍କରେ କର୍ମୀ ଓ ନେତୃବୃନ୍ଦମାନେ ଉପବାସରେ ବସିଥିଲେ । ଭୁବନେଶ୍ୱର ଠାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ଦଳିତମାନଙ୍କ ଉପରେ ବଢୁଥିବା ଅତ୍ୟାଚାରକୁ ବିରୋଧ କରି ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ପାଇଁ ଉପବାସ ପାଳନ କରାଯାଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଶହସ୍ରାଧିକ କର୍ମୀ ଓ ନେତୃବୃନ୍ଦ ସକାଳ ୯ ଘଣ୍ଟାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଉପବାସରେ ବସିଥିଲେ । ଧାରଣାସ୍ଥଳରେ ରାମଧୁନ୍, ଦେଶାତ୍ମବୋଧକ, ଆଧ୍ୟାତ୍ମିକ ସଂଗୀତ ପରିବେଷଣ କରାଯାଇଥିଲା । ସମାଜରେ ବିଭିନ୍ନ ଜାତି, ସଂପ୍ରଦାୟ ଓ ଶ୍ରେଣୀ ମଧ୍ୟରେ ବୈରତାର ବାତାବରଣ ସୃଷ୍ଟି କରି ଦେଶରେ ଅସ୍ଥିରତା ସୃଷ୍ଟି କରିବା ବିଜେପି ଏବଂ ଆର୍.ଏସ୍.ଏସ୍.ର ଲକ୍ଷ୍ୟ । ଶାନ୍ତି ଏବଂ ସଂହତି ଭାରତୀୟ ସମ୍ବିଧାନର ଆତ୍ମା । କଂଗ୍ରେସ ଦଳ ବିଜେପି ଏବଂ ଆର୍.ଏସ୍.ଏସ୍.ର ଏହି ଆଭିମୁଖ୍ୟର ଦୃଢ଼ ପ୍ରତିବାଦ କରୁଛି ଏବଂ ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ପାଇଁ କଂଗ୍ରେସ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ବୋଲି ପିସିସି ସଭାପତି ଶ୍ରୀ ହରିଚନ୍ଦନ କହିଛନ୍ତି ।

09-04-18-congres-w.jpg - 110.42 kBଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ହେମାନନ୍ଦ ବିଶ୍ୱାଳ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ଗୁରୁପଦ ନନ୍ଦ, ଡ. ଯୁଧିଷ୍ଠିର ଜେନା, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ସତ୍ୟ ଭୂଷଣ ସାହୁ, ଡ. ରାଧାକାନ୍ତ ନାୟକ, ଶିବାନନ୍ଦ ରାୟ, କିଶୋର ଜେନା, ସମୀର କୁମାର ରାଉତରାୟ, ଡ. ଲଲାଟେନ୍ଦୁ ମହାପାତ୍ର, ସଂଗ୍ରାମ କେଶରୀ ଜେନା, ଲୋକନାଥ ମହାରଥି, ସସ୍ମିତା ବେହେରା, ବିରେନ୍ ମୋହନ ପଟ୍ଟନାୟକ, ଅମୀୟ କୁମାର ପଟ୍ଟନାୟକ, ସନ୍ଧ୍ୟା ମହାପାତ୍ର, ମନୋରଞ୍ଜନ ଦାଶ, ଦୀପକ ସାହୁ,  ଜୟନ୍ତ ମହାନ୍ତି,  ଶ୍ରୀନାଥ ମିଶ୍ର,  ଅରିନ୍ଦମ ସର୍ଖେଲ, ହଳଧର ସେଠୀ,ସୁଶାନ୍ତ ତ୍ରିପାଠୀ ,ଶାରଦା ପ୍ରସାଦ ପ୍ରଧାନ, ସତ୍ୟବ୍ରତ ନାୟକ, ବାଙ୍କନିଧି ବେହେରା, ସୁଧାଂଶୁ ମହାନ୍ତି, ସ୍ୱାଗତିକା ପଟ୍ଟନାୟକ, ମନୋଜ ନାୟକ, ଜ୍ୟୋତିଷ ସାହୁ, ମାନସ ଆଚାର୍ଯ୍ୟ, ଜୟକୃଷ୍ଣ ମଲିଆ, ପ୍ରକାଶ ଜେନା, ପ୍ରଣତି ମିଶ୍ର, ଦେବାଶିଷ ଭୂୟାଁ, ଅବଦୁଲ ବାରୀ, ଅଜୟ କୁମାର ମହାପାତ୍ର, ବିନୋଦିନୀ ମହାନ୍ତି, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, କୈଳାସ ସାହୁ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ରାଉତରାୟ, ଶ୍ରୀନିବାସ ରାଉତରାୟ, ଜୟଶ୍ରୀ ପଟ୍ଟନାୟକ, ଫର୍ଜନା ତବାସୁମ, ସୁଶାନ୍ତ ବେହେରା, ସଂକୁନା କହଁର, ଜୟନ୍ତ ଭୋଇ, ତରୁଣକାନ୍ତ ମିଶ୍ର, ପ୍ରଦୀପ ସ୍ୱାଇଁ, ଜାନକୀ ମଲ୍ଲିକ, ନଳିନୀ ବେହେରା, ରଞ୍ଜନ ସ୍ୱାଇଁ, ସ୍ୱାଧିନବାଳା ଦାସ, ଅଲେଖ ସାମଲ, ପୁଲିନ୍ ପୁହାଣ, ସତ୍ୟସ୍ମିତ ମହାନ୍ତି, ସରୋଜ ପରିଡା, ରାଜକୁମାର ଯାଦବ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତା ଅଂଶଗ୍ରହଣ କରିଥିଲେ ।

0
0
0
s2sdefault