ହେଡଲାଇନସ୍:

ରାଜ୍ୟରେ ଗରମିଲା ତେଲ ରାଜନୀତି : ରାଜନୀତି ଜୋର, ଲୋକ କିନ୍ତୁ ହରବର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶାସକ  ବିଜେଡିର ନିର୍ଦ୍ଦେଶରେ କଂଗ୍ରେସ କାର୍ଯ୍ୟ କରୁଛି : ବିଜେପି

ବିଜେଡି ବିଜେପି ପ୍ରେମ ଜଳଜଳ ହୋଇ ଦେଖା ଯାଉଛି : କଂଗ୍ରେସ 

୨୧ ରାଜ୍ୟରେ ସରକାର ଥାଇ ଜିଏସ୍ଟି ଲାଗୁ ନକରି ବିଜେପି ଭାଷଣ ମାରିବା ଲଜ୍ଜ୍ୟାଜନକ : ବିଜେଡି

କଂଗ୍ରେସ କେବଳ ଶସ୍ତା ରାସ୍ତାରେ ମିଛ ପ୍ର·ର ଓ ରାଜନୈତିକ ହଙ୍ଗାମା କରିପାରେ : ଧର୍ମେନ୍ଦ୍ର 

08-04-18-tela--w.jpg - 68.21 kB

 ଭୁବନେଶ୍ୱର :  ରାଜ୍ୟରେ ଏବେ ତେଲ ରାଜନୀତି ଗରମୀଛି | ତେଲ ଦର ବୃଦ୍ଧିକୁ ନେଇ ଏବେ ବିଜେପି-ବିଜେଡି- କଂଗ୍ରେସ | ରାଜରାସ୍ତାରେ ଆନ୍ଦୋଳନ ସାଙ୍ଗକୁ ତେଲ ଟାଙ୍କି ଆଗରେ ସଚେତନତା କାର୍ଯ୍ୟକ୍ରମ | ଦେଶରେ ଦରବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରି କଂଗ୍ରେସ ତେଲ ଟାଙ୍କିରୁ ମୋଦିଙ୍କ ଫୋଟୋ ହଟାଇବା ଦାବିରେ ଆନ୍ଦୋଳନ ଓ ମୋଦିଙ୍କ ପୋଷ୍ଟର ଫଡା ଘଟଣା | ରାଜ୍ୟ ସରକାର ଟିକସ ଅଧିକ ନେଉଛନ୍ତି ବୋଲି ଅଭିଯୋଗ କରିବା ସହ  ବିଜେପି ଜିଏସ୍ଟି  ଲାଗୁ କରିବାକୁ ରାଜ୍ୟ ସରକାର ପଛାଉଛନ୍ତି ବୋଲି କହିଛି | ବିଜେଡ଼ିକୁ ଆକ୍ରମଣ କରୁଥିବା ବେଳେ ବିଜେଡି ଏହାକୁ ବିଜେପିର ଡ୍ରାମାବାଜି ବୋଲି ଅଭିଯୋଗ କରିଛି | ବିଜେଡି କହିଛି ବିଜେପି ୨୧ ରାଜ୍ୟରେ ସରକାର କରିଥିବା ବେଳେ ଜିଏସ୍ଟି ଲାଗୁ କରିବାକୁ ତାକୁ କିଏ ମନା କରୁଛି | ଜିଏସ୍ଟି ଲାଗୁ ନକରି ବିଜେପି ଡ୍ରାମାବାଜି କାହିଁକି କରୁଛି ବୋଲି ବିଜେଡି ପ୍ରଶ୍ନ କରିଛି | ବିଜେଡି କଥାରେ କଂଗ୍ରେସ ଡେଉଁଛି ବୋଲି ବିଜେପି କହିଥିବା ବେଳେ କଂଗ୍ରେସ ଏହାର ଜବାବ ଦେଇଛି | କହିଛି ୯ ବାରଶ ମଧୁ ଚନ୍ଦ୍ରିକାରେ ଥିବା ବିଜେପି ବିଜେଡିର ଏବର ଲୁଚା ଛାପ ପ୍ରେମ " ଲୁଚିଛି ନ ଗୋଡ ଦିଟା ଦିଶୁଛି" ଭଳି | 

କଂଗ୍ରେସ ହେଉଛି ନବୀନବାବୁଙ୍କ ଆଶାବାଡି । ଆଉ ଏବେ ଶାସକ ବିଜେଡି ସହ କଂଗ୍ରେସ ଦଳ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବାସ୍ତବ ତଥ୍ୟ ଜାଣି ସୁଦ୍ଧା ଶାସକ ବିଜେଡିର ନିଦେ୍ର୍ଧଶରେ କଂଗ୍ରେସ ଯୁବକର୍ମୀମାନେ ଆଜି ପେଟ୍ରୋଲ ଟାଙ୍କି ଆଗରେ ଲାଗିଥିବା ପୋଷ୍ଟରଗୁଡିକ ଚିରିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । ଗତ ପଂଚାୟତ ନିର୍ବାଚନ ଏବଂ ବିଜେପୁର ଉପ ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ରାଜନୀତିରେ ବୃହତ ବିକଳ୍ପ ଭାବେ ଛିଡା ହୋଇଛି । ଅନ୍ୟ ପଟେ ରାଜ୍ୟବାସୀଙ୍କ ଦ୍ୱାରା କଂଗ୍ରେସ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାତ ହୋଇସାରିଛି । ବିଜେପିର ଶକ୍ତି ବୃଦ୍ଧିରେ ଭୟଭୀତ ହୋଇପଡି ଶାସକ ବିଜେଡି ବର୍ତମାନ କଂଗ୍ରେସକୁ ବ୍ୟବହାର କରି ବିଜେପି ବିରୁଦ୍ଧରେ ଜନ ଆକ୍ରୋଶ ସୃଷ୍ଟି କରିବା ପାଇଁ ଅପ ଉଦ୍ୟମ କରୁଛି । ଆଉ ଏହାର ନେତୃତ୍ୱ ନେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ପେଟ୍ରୋଲ ଦର ବୃଦ୍ଧି ନେଇ କଂଗ୍ରେସର ପୋଷ୍ଟର ଚିରା ଘଟଣା ସଂପୂର୍ଣ୍ଣଭାବେ ଶାସକ ବିଜେଡିର ପ୍ରାୟୋଜିତ କାର୍ଯ୍ୟକ୍ରମ ଏବଂ ଆଜି ପୁଣି ଥରେ ଏହା ପ୍ରମାଣିତ ହୋଇଛି । ଉଭୟ କଂଗ୍ରେସ ଓ ବିଜେଡିର ମଧୁଚନ୍ଦ୍ରିକା ସଂର୍ପକରେ ରାଜ୍ୟବାସୀ ଭଲ ଭାବେ ଜାଣିସାରିଲେଣି ଏବଂ ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ।

ଲିଟର ପିଛା ପେଟ୍ରୋଲରେ ୨୯.୨୮ ଟଙ୍କା ଏବଂ ଡିଜେଲରେ ୨୫.୬୪ ଟଙ୍କା ନେଉଛନ୍ତି ରାଜ୍ୟ ସରକାର । ତେଣୁ ଲୋକଙ୍କ ସ୍ୱାର୍ଥ ନୁହେଁ ବରଂ କେବଳ ରାଜନୈତିକ ବିରୋଧ ପାଇଁ ବିଜେଡି ଆନ୍ଦୋଳନର ଡ୍ରାମା କରୁଥିବାବେଳେ କଂଗ୍ରେସ ନିଜର ହୀନ ମାନସିକତାର ପରିଚୟ ଦେଇ ପୋଷ୍ଟର ଚିରୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।ସମସ୍ତ ଅସଲ ତଥ୍ୟ କଂଗ୍ରେସ ଜାଣିଥିଲେ ବି ତୈଳ ଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ଟିକସ କମାଇବା ଏବଂ ତାକୁ ଜିଏସଟିରେ ସାମିଲ କରିବା ପାଇଁ ଦାବି କରିବା ପରିବର୍ତେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି । 

ଅପର ପକ୍ଷରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ବିଜେପି ବିଜେଡି ମଧୁ ଚନ୍ଦ୍ରିକା ଯେତେ ଲୁଚାଇଲେ ବି ପଦାରେ ପଦାରେ ପଡିଯାଉଛି | ଦୀର୍ଘ ୯ ବର୍ଷ କୋଳାକୋଳି ହୋଇ ରହିଥିବା ବିଜେଡି ବିଜେପି ମଧ୍ୟରେ ସମ୍ପର୍କ କଣ ଖଣି ଓ ଚିଟଫଣ୍ଡ ଦୁର୍ନୀତିରେ ସିବିଆଇକୁ ଶିଥିଳ କରାଇବା ଘଟଣାରୁ ଜଳଜଳ ହୋଇ ଦେଖା ଯାଉଛି | ଖାଲି ରାଜ୍ୟବାସୀଙ୍କୁ ଭକୁଆ ବନାଇବା ପାଇଁ ଭେଳିକି ଦେଖାଉଛନ୍ତି | 

 ହେଲେ ବିଜେପିର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର  | ସେ କହିଛନ୍ତି ଯେ,  ବିଗତ ୪ବର୍ଷ ମଧ୍ୟରେ କେନ୍ଦ୍ର ସରକାର ତୈଳ ଦରର ଉତ୍ପାଦ ଶୁଳ୍କ କ୍ରମାଗତ ଭାବରେ ବୃଦ୍ଧି କରିଆସିଛନ୍ତି । ପେଟ୍ରୋଲ ଉପରେ ୧୧୦ ପ୍ରତିଶତ ଉତ୍ପାଦ  ଶୁଳ୍କ ବୃଦ୍ଧି କରାଯାଇଥିଲା ବେଳେ ଡିଜେଲ୍‍ ଉପରେ ୩୫୦ ପ୍ରତିଶତ ବିଗତ ୪ବର୍ଷ ମଧ୍ୟରେ ବୃଦ୍ଧି କରାଯାଇଛି । ପେଟ୍ରୋଲ ଲିଟର ପିଛା ଦର ୪ବର୍ଷ ମଧ୍ୟରେ ୨୫% ବୃଦ୍ଧି ପାଇଛି ଏବଂ ଡିଜେଲ୍‍ ଦର ୩୪% ବୃଦ୍ଧି ପାଇଛି । ପେଟ୍ରୋଲିୟମ୍‍ ଜାତୀୟ ଦ୍ରବ୍ୟକୁ ଜିଏସ୍‍ଟି କାଉନ୍‍ସିଲ୍‍ରେ ଉଠାଇବା ଏବଂ ଜିଏସ୍‍ଟି କାଉନ୍‍ସିଲ ମଧ୍ୟରେ ଏହାକୁ ଜିଏସ୍‍ଟି ମଧ୍ୟରେ ଅନ୍ତର୍ଭୁକ୍ତ କରିବା ବାବଦରେ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ଯେତେବେଳେ ବିଜେପି କେନ୍ଦ୍ରରେ ଶାସନ କରୁଛି ଏବଂ ୨୧ଟି ରାଜ୍ୟରେ ତାଙ୍କର ସରକାର ଅଛି ବୋଲି ଡିଣ୍ଡିମ ପିଟୁଛନ୍ତି, ଏହା ଅନୁଯାୟୀ ବିଜେପିର ଦୁଇ-ତୃତୀୟାଂଶ ବହୁମତ ଜିଏସ୍‍ଟି କାଉନ୍‍ସିଲରେ ଅଛି, ସେତେବେଳେ ବିଜେପି ଏବଂ ତାଙ୍କର ଶାସିତ ରାଜ୍ୟମାନେ ଏହାକୁ ଜିଏସ୍‍ଟି ମଧ୍ୟରେ ଅନ୍ତର୍ଭୁକ୍ତ କରିବା ଦିଗରେ ନିରବ କାହିଁକି? ଏହାର ଉତ୍ତର ବିଜେପି ଦେବାର ଆବଶ୍ୟକତା ରହିଛି | ବିଜେପି ଶାସିତ ୨୧ଟି ରାଜ୍ୟ ମଧ୍ୟରୁ ଯେତେବେଳେ ଗୋଟିଏ ଦୁଇଟି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜ୍ୟ ଭାଟ୍‍ ଦର ହ୍ରାସ କରିନାହାନ୍ତି, ସେତେବେଳେ ଓଡ଼ିଶାକୁ ଭାଟ୍‍ ଦର ହ୍ରାସ କରିବା ପାଇଁ ଉପଦେଶ ଦେବା ବିଜେପିର ଅସହାୟତାକୁ ପରିପ୍ରକାଶ କରୁଛି । ନିଜ ଦଳ ଶାସିତ ରାଜ୍ୟମାନଙ୍କ ଉପରେ ସେମାନଙ୍କ ଚିନ୍ତାଧାରା ଭାଟ୍‍ ହ୍ରାସକୁ ନେଇ ବିଫଳ ହୋଇଥିଲା ବେଳେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ହାସ୍ୟାସ୍ପଦ ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

 ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ  ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଚିରା ଘଟଣା ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, କଂଗ୍ରେସ  କେବଳ ଶସ୍ତା ରାସ୍ତାରେ ମିଛ ପ୍ର·ର ଓ ରାଜନୈତିକ ହଙ୍ଗାମା କରିପାରେ । ସର୍ବସାଧାରଣ ସମ୍ପତି ନଷ୍ଟ କରିବା ଓ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଚିରିବା ନିରାଶ କଂଗ୍ରେସ ସମର୍ଥକଙ୍କ ପାଇଁ ଏକ ସହଜ କାମ । କିନ୍ତୁ କୋଟି କୋଟି ଭାରତୀୟଙ୍କ ହୃଦୟରୁ ତାଙ୍କୁ ବାହାର କରିବା ସହଜ ବ୍ୟାପାର ନୁହେଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ରବିବାର ଦିନ ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଭୁବନେଶ୍ୱର ଡେଲଟା ଠାରେ ଥିବା ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଚିରା ଯାଇଥିଲା । ଏହି ଘଟଣାରେ ପୋଲିସ୍ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା ।

 

0
0
0
s2sdefault