ହେଡଲାଇନସ୍:

ଗୁଳିମାଡରେ ଟଳିଲେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ : ହତ୍ୟାକାରୀଙ୍କ ଟେର ପାଉନି ପୋଲିସ, ବ୍ୟବସାୟିକ ନ ରାଜନୈତିକ ଶତ୍ରୁତା !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯଶୋବନ୍ତଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି : ଏସପି 

ଗୁଳିମାଡରେ ଟଳିଲେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ 

କାମାକ୍ଷାନଗରରୁ ବିମଳ ବିଶ୍ୱାଳ : କିଛି ଦିନ ତଳେ ବିଜେଡିର ଜିଲ୍ଲା ମହିଳା ସଭାନେତ୍ରୀ ମିତାଞ୍ଜଳୀଙ୍କ ଦୁର୍ଘଟଣା ଜନିତ ଦେହାନ୍ତର ମାସେ ପୂରିନି , ଦୁର୍ବୃତଙ୍କ ଗୁଳିମାଡରେ ଢେଙ୍କାନାଳ  ଟଳିପଡିଛନ୍ତି  ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା । ସୋମବାର ସକାଳ ୧୦ଟା ସମୟରେ କାମାକ୍ଷାନଗର ଗାନ୍ଧୀ ମନ୍ଦିର ନିକଟରେ ଯଶୋବନ୍ତଙ୍କୁ ଗୁଳି ମାଡ଼ ହୋଇଛି । ଶ୍ରୀ ପରିଡ଼ାଙ୍କ ମୁଣ୍ଡରେ ଗୁଳି ବାଜି ଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ନିଅ।ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ସେହିପରି ଏହି ଗୁଳିକାଣ୍ଡରେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଅ ।ହତ ହୋଇଛନ୍ତି । ସେମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତି କରଯାଇଛି । ଏହି ଘଟଣାକୁ ନେଇ କାମାକ୍ଷାନଗରରେ ଉତେଜନା ପ୍ରକାଶ ପାଇବା ସହିତ ସମସ୍ତ ଦୋକାନବଜାର ବନ୍ଦ ହୋଇ ଯାଇଛି । ସୂଚନା ଅନୁଯାୟୀ,ସୋମବାର ସକାଳେ ଶ୍ରୀ ପରିଡ଼ା କାମାକ୍ଷାନଗର ଗାନ୍ଧୀ ମନ୍ଦିର ନିକଟରେ ନିଜ କାରରେ ମେଡିକାଲ ଯିବା ବେଳେ ୪ ଜଣ ଦୁର୍ବୃତ ତାଙ୍କୁ ପିଛା କରିଥିଲେ । ଦୁର୍ବୃତମାନେ ତାଙ୍କ ଗାଡ଼ି ଉପରକୁ ପ୍ରଥମେ ୮ଟି ବୋମା ପକାଇଥିଲେ । ଜୀବନ ବିକଳରେ ସେ କାରରୁ ଓହ୍ଲାଇ ଦୌଡି ପଳାଉଥିବା ବେଳେ ଦୁର୍ବୃତ  ୫ ରାଉଣ୍ଡ ଗୁଳି ମାରିଥିଲେ । ତେବେ କେଉଁ କାରଣରୁ ଏବଂ କିଏ ତାଙ୍କୁ ଗୁଳି କରିଛି ସେନେଇ ସ୍ପଷ୍ଟ ହୋଇନି । ଗୁରୁତର ଅ ।ହତ ଶ୍ରୀ ପରିଡ଼ାଙ୍କୁ ଜଣେ ଡାକ୍ତରଙ୍କ ସହିତ ଅ ।ମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଉଥିବା ବେଳେ କାମାକ୍ଷାନଗର ଠାରୁ ମାତ୍ର ୫ କିଲୋମିଟର ଦୂରରେ ତାଙ୍କର ମୃତ୍ୟୁ ଘଟିଥିଲା ।

 ଗତ ୨୦୧୪ ମସିହାରେ ଶ୍ରୀ ପରିଡ଼ାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା । ଯଶୋବନ୍ତ ପରିଡ଼ାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଢେଙ୍କାନାଳ ଏସପି ସନ୍ତୋଷ ନାୟକ ପ୍ରକାଶ କରିଛନ୍ତି  । ସେ କହିଛନ୍ତି ଯେ ଯଶୋବନ୍ତଙ୍କୁ ଜୀବନରୁ ମାରିଦେବା ପାଇଁ ଏପରି ଘାତକ ଆକ୍ରମଣ କରାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସବୁ ରାସ୍ତାକୁ ବନ୍ଦ କରିଦିଆଯାଇଛି । କିଛି ବର୍ଷ ତଳେ ମଧ୍ୟ ଯଶୋବନ୍ତଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା ବୋଲି ଏସପି ଶ୍ରୀ ନାୟକ କହିଛନ୍ତି । ହେଲେ ଏଯାଏ ହତ୍ୟାକାରୀଙ୍କ ଟେର ପାଉନି ପୋଲିସ, ସ୍ପଷ୍ଟ କରିପାରୁନି ବ୍ୟବସାୟିକ ନ ରାଜନୈତିକ ଶତ୍ରୁତା !!!!27-03-18-Dhenkanal-BJD-Youth-President-Jashobanta-Parida-Shot-Dead.jpg - 44.32 kB

ଯଶୋବନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଏକ ଶୋକବାର୍ତ୍ତାରେ  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଯୁବ ଜନତା ଦଳ ଢେଙ୍କାନାଳ ଜିଲ୍ଲା ସଭାପତି ଯଶୋବନ୍ତ ପରିଡ଼ାଙ୍କ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ । ମୁଁ ସ୍ୱର୍ଗତ ପରିଡ଼ାଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛି ।  ଦୁର୍ବୃତ୍ତଙ୍କ ଏଭଳି ଅମାନୁଷିକ କାର୍ଯ୍ୟକୁ ବିଜୁ ଜନତା ଦଳ ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ଏବଂ ରାଜ୍ୟ ସଂପାଦକ ବିଜୟ ନାୟକ ଦୃଢ଼ ନିନ୍ଦା କରିବା ସହ ଯଶୋବନ୍ତଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ଦାସବର୍ମା ଓ ଶ୍ରୀ ନାୟକ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମିଳିତ ଶୋକବାର୍ତ୍ତାରେ କହିଛନ୍ତି ଯେ ଯଶୋବନ୍ତ ଯୁବ ବିଜେଡିର ଜଣେ ଭଲ ସଂଗଠକ ଥିଲେ । ଉତ୍ତମ ବ୍ୟବହାର ଓ ମିଷ୍ଟଭାଷୀ ଯୋଗୁ ସେ ସବୁ ବର୍ଗର କର୍ମୀଙ୍କ ନିକଟରେ ବେଶ୍‍ ପରିଚିତ ଥିଲେ । ଜିଲ୍ଲାରେ ଦଳକୁ ସୁଦୃଢ଼ କରିବା କ୍ଷେତ୍ରରେ ଯଶୋବନ୍ତଙ୍କ ଅବଦାନ ଉଲ୍ଲେଖନୀୟ ଥିଲା । ତାଙ୍କର ବିୟୋଗରେ ଦଳର ଅପୂରଣୀୟ କ୍ଷତି ଘଟିଲା । ସ୍ୱର୍ଗତ ଯଶୋବନ୍ତଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରିବା ସହ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ ବୋଲି ଶ୍ରୀ ଦାସବର୍ମା ଓ ଶ୍ରୀ ନାୟକ କହିଥିଲେ । ଶ୍ରୀ ପରିଡ଼ାଙ୍କ ହତ୍ୟା ଖବର ପାଇ ମନ୍ତ୍ରୀ ପ୍ରଫୁଲ୍ଲ  ମଲ୍ଲିକ, ଡା. ନୃସିଂହ ଚରଣ ସାହୁ, ବିଧାୟକ ସରୋଜ ସାମଲ, ବ୍ରଜ କିଶୋର ପ୍ରଧାନ, ସଂଜୟ କୁମାର ଦାସବର୍ମା, ପୂର୍ବତନ ବିଧାୟକ ସୁଧୀର ସାମଲ, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି, ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ, ଉପଦେଷ୍ଟା କୁନବିହାରୀ ଦାସଙ୍କ ସମେତ ବହୁ ଯୁବ-ଛାତ୍ର ନେତା, ଢେଙ୍କାନାଳ ଜିଲ୍ଲାର ନେତୃମଣ୍ଡଳୀ, କାର୍ଯ୍ୟକର୍ତ୍ତା ପ୍ରମୁଖ ଯଶୋବନ୍ତଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହାପରେ ସ୍ୱର୍ଗତ ପରିଡ଼ାଙ୍କ ଶବାଧାରକୁ ବିରାଟ ଶୋଭାଯାତ୍ରାରେ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା ।

ସେ ଥିଲେ ଜଣେ ଦୃଢ ସଂଗଠକ : ଯୁବ ବିଜେଡି ସଭାପତି ଅମରେଶ 

 କାମାକ୍ଷାନଗର ସ୍ଥିତ ଗାନ୍ଧି ଛକ ଠାରେ କିଛି ଦୁର୍ବୁତ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଯଶୋବନ୍ତ ପରିଡାଙ୍କୁ ବୋମାମାଡ ଓ ଗୁଳିମାଡ କରିଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ବିଜୁ ଜନତା ଦଳର ଏକ ଅପୁରଣୀୟ କ୍ଷତି ଘଟିଛି । ସେ ଜଣେ ଦୃଢ ସଂଗଠକ ଭାବେ ଦୀର୍ଘ ୧୦ ବର୍ଷ ହେଲା ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ିସଭାପତି ତଥା କାମାକ୍ଷାନଗର ଏନ.ଏ.ସି. ର ପୁର୍ବତନ ଅଧ୍ୟକ୍ଷ  ମଧ୍ୟ ଥିଲେ  । ତାଙ୍କ ବିୟୋଗରେ ଢେଙ୍କାନାଳ ଜିଲ୍ଲା ଯୁବସଂଗଠନର ଏକ ସକ୍ରିୟ ସଂଗଠକଙ୍କୁ ହରାଇଛି  ବୋଲି ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ ତାଙ୍କ ମୃତ୍ୟୁ  ସାରା ରାଜ୍ୟ ତଥା ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ପରିବାର ପାଇଁ ଏକ ଅପୁରଣୀୟ କ୍ଷତି ।ଏଭଳି ହିଂସାତ୍ମକ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହ ଦୋଷୀ ମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ସହ କଠୋର ଦଣ୍ଡ ବିଧାନ ପାଇଁ ବିଜୁ ଯୁବଜନତା ଦଳ ଦାବି କରୁଛି ।ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା ସହ ଶୋକସନ୍ତପ୍ତ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ସେ କହିଛନ୍ତି ।

 କୌଣସି ବିଭାଗ ବି ଠିକଣା ଢଙ୍ଗରେ ଚଳାଇପାରୁନାହାନ୍ତି ମୁଖ୍ୟମନ୍ତ୍ରୀ 

ଶାସକ ବିଜେଡିର ଅର୍ନ୍ତଦ୍ୱନ୍ଦ କାରଣରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ବିଜେପି

ଭୁବନେଶ୍ୱର(ଚକ୍ରଧର ମାଝି) , ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତିଙ୍କୁ ହତ୍ୟା କରିବା ପଛରେ ଦଳୀୟ ଗୋଷ୍ଠୀ  କନ୍ଦଳ ଉପରେ ଆଙ୍ଗୁଠି ଉଠିଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରାଜ୍ୟର ଗୃହବିଭାଗ ଥିବା ସତ୍ୱେ ବି ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଡକୁ ମୁହାଁଇଛି । ଦୀର୍ଘ ୧୮ ବର୍ଷର ଶାସନ ଭିତରେ ମୁଖ୍ୟମନ୍ତ୍ରୀ ତାଙ୍କର କୌଣସି ଗୋଟିଏ ବିଭାଗକୁ ଠିକ୍ ଢଙ୍ଗରେ ତୁଲାଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।ଏବେ ଶାସକ ବିଜେଡି ହ୍ରିଂସ ହୋଇ ପଡିଛି । କଥା କଥାରେ  ଅପହରଣ, ଗୁଳିମାଡ ଏମିତିକି ହତ୍ୟା କରିବାକୁ ବି ଶାସକ ବିଜେଡିର କାର୍ଯ୍ୟକର୍ତାମାନେ ପଛଉନାହାଁନ୍ତି । ଏସବୁ ଘଟଣା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଘଟୁଛି । ଖୋଦ୍ ମୁଖ୍ୟମନ୍ତ୍ରୀ ହିଂସାର ମହାନାୟକ ସାଜି ରାଜ୍ୟବ୍ୟାପୀ ହିଂସା କରିବାକୁ ପୋତ୍ସାହନ ଦେଉଛନ୍ତି । ପଂଚାୟତ ନିର୍ବାଚନ ହେଉ ଅବା ବିଜେପୁର ଉପନିର୍ବାଚନ ସାଧାରଣ ଜନତାଙ୍କୁ ଭୟଭୀତ କରାଇ ଭୋଟ ହାତେଇବାକୁ ଚେଷ୍ଟା କରିଛି ଶାସକ ବିଜେଡି । ସେହିପରି ବିରୋଧୀଙ୍କ ଉପରକୁ ଗୁଳିମାଡ କରିବା, ମିଥ୍ୟା କେସ୍ରେ ପୋଲିସ ଦ୍ୱାରା ବିରୋଧୀ ନେତା ଏବଂ କର୍ମୀମାନଙ୍କୁ ଗିର‘ କରିବା କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  ଦ୍ୱାରା କରାଯାଉଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି । 

ଶ୍ରୀ ପୁରୋହିତ କହିଛନ୍ତି ଯେ, ରାଜ୍ୟରେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଦିନ ଦ୍ୱିପ୍ରହରରେ ଗଣଦୁର୍ଷ୍କମ କରି ଅପରାଧୀମାନେ ଖୁଲୁମ ଖୁଲା ବୁଲୁଛନ୍ତି । ଅତୀତରେ ଘଟିଥିବା ବିଭିନ୍ନ ଗଣଦୁର୍ଷ୍କମ ଘଟଣାରେ ଶାସକ ଦଳର କିଛି ନେତା ଓ କର୍ମୀମାନଙ୍କର ସଂପୃକ୍ତି ଥିବା ନେଇ ପ୍ରମାଣ ମିଳିଛି । ଏହା ସତ୍ୱେ ବି ରାଜ୍ୟ ପୋଲିସ ଶାସକ ବିଜେଡିର ହାତବାରେସି ସାଜି ଚୁପ୍ ରହି ନୀରବଦ୍ରଷ୍ଟା ପାଲଟିଛି । ପ୍ରତିଟି ଘଟଣାର ତଦନ୍ତ  ମୁଖ୍ୟମନ୍ତ୍ରୀ ନ ଚାହିଁବା ପର୍ଯ୍ୟନ୍ତ ସମ୍ଭବ ହେଉନାହିଁ । ଏମିତିକି ଅନେକ ଘଟଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜ ଦଳୀୟ ନେତାଙ୍କୁ ସମର୍ଥନ ଦେଇ ଅପରାଧୀଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି ।  ଶ୍ରୀ ପୁରୋହିତ କହିଛନ୍ତି ଯେ, ତୃତୀୟ ମହଲାରେ ବସି ମୁଖ୍ୟମନ୍ତ୍ରୀ ରାଜ୍ୟର କ୍ରାଇମ ସିଣ୍ଡିକେଟକୁ ପରିଚାଳନା କରୁଛନ୍ତି । ନିଜ ଦଳୀୟ ଗୋଷ୍ଠୀ  କନ୍ଦଳ ଭିତରେ ବି ମୁଖ୍ୟମନ୍ତ୍ରୀଙ୍କ ହାତ ରହିଛି । ରାଜ୍ୟରେ ଟେଣ୍ଡର ଫିକସିଂ  ଓ ପିସି କରାବାର ଦଳୀୟ ଅର୍ନ୍ତକନ୍ଦଳର ମୁଖ୍ୟ କାରଣ । ପୂର୍ବରୁ ଏପରି ପ୍ରସଙ୍ଗରେ ନିଜ ଦଳର ନେତା ଓ କର୍ମୀାମାନେ ହତ୍ୟାର ଶିକାର ହୋଇଛନ୍ତି ।  ବନାବିରା ଗୁଳିକାଣ୍ଡରେ ଶାସକ ଦଳର ମନ୍ତ୍ରୀ ତଥା ନେତା ସୁଶାନ୍ତ ସିଂହ ଭାଇ ସୁବ୍ରତ ସିଂହଙ୍କ ଡ୍ରାଇଭର ଦିଲେଶ୍ୱର ସାହୁକୁ ହତ୍ୟା କରିବା, ଟିଟିଲାଗଡରେ ବିଜେଡି ନେତା ଅଭିମନ୍ୟୁ  ସାହୁଙ୍କୁ ବିଭତ୍ସ ଭାବେ ହତ୍ୟା କରିବା , ଆସ୍କାରେ ବିଜେଡି ନେତା  ପ୍ରତାପ ପଲାଇଙ୍କୁ ଗୁଳି କରି ହତ୍ୟା କରିବା ଘଟଣା କେବଳ ଦଳୀୟ ଗୋଷ୍ଠୀ  କନ୍ଦଳ ପାଇଁ ହୋଇଥିଲା । ସେହିପରି ଯାଜପୁର ଜିଲ୍ଲା ନିଜାମପୁର ପଂଚାୟତ ସମିତି ସଭ୍ୟ କେଦାର ଦାସଙ୍କୁ ହତ୍ୟା ଏବଂ ପୂର୍ବତନ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଏନ. ଭାସ୍କର ରାଓଙ୍କ ଭାଇଙ୍କୁ ଦଳୀୟ କନ୍ଦଳ ପାଇଁ ହତ୍ୟା  କରାଯାଇଥିବା ଘଟଣାମାନଙ୍କ ଉଦାହରଣ ଦେବା ସହା ଏହି ସମସ୍ତ ହତ୍ୟାକାଣ୍ଡ ଏବଂ ଗୁଳିମାଡ ଘଟଣାରେ ବିଜେଡିର କାର୍ଯ୍ୟକର୍ତାମାନେ ସାମିଲ ଥିବାର ପ୍ରମାଣିତ ହୋଇଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି । ସେହିପରି କେନ୍ଦୁଝରରେ ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଦ୍ୱାରା ତେଲକୋଇ ଇ ବିଧାୟକ ବେଦବ୍ୟାସ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିବା , ସୁକିନ୍ଦା ବିଧାୟକ ପ୍ରୀତି ରଂଜନ ଘଡେଇଙ୍କ ପ୍ରରୋଚନାରେ ବିଜେଡିରବରିଷ୍ଠ  ନେତା ହୁସେନ ରବି ଗାନ୍ଧୀଙ୍କୁ ଆକ୍ରମଣ କରିବା, ମହାକାଳପଡାରେ ଅତନୁ ସବ୍ୟସାଚୀ ନାୟକ ଏବଂ ମାର୍ଶାଘାଇରେ ପ୍ରତାପ ଜେନାଙ୍କ ପୃଥକ ପୃଥକ ଗୋଷ୍ଠୀ ଯୋଜନା ବଦ୍ଧ ଭାବେ ତାଙ୍କ ଦଳୀୟ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡା ମାରିବା ସହ ମରଣାନ୍ତକ ଆକ୍ରମଣ କରିବା ଏବଂ ଭଦ୍ରକରେ ଶାସକ ବିଜେଡିର ବରିଷ୍ଠ  ବିଧାୟକ ଯୁଗଳ ପଟ୍ଟନାୟକ ଏବଂ ମନ୍ତ୍ରୀ ପ୍ରଫୁଲ୍ଲ  ସାମଲ ମଧ୍ୟରେ ଗୋଷ୍ଠୀକନ୍ଦଳ ଘନେଇବାର ଆନେକ ପ୍ରମାଣ ରହିଛି । ତେବେ ଆଜିର ଢେଙ୍କାନାଳ ହତ୍ୟାକାଣ୍ଡ ଘଟଣାରୁ ଏହା ସ୍ପଷ୍ଟ ଜଣା ପଡୁଛି ଯେ, ଏହି ହତ୍ୟା କରବା ପଛରେ ଦଳୀୟ କନ୍ଦଳ ହିଁ ପ୍ରମୁଖ କାରଣ ରହିଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।

ରାଜ୍ୟରେ ହିଂସା ସୃଷ୍ଟି ହେବା ଏବଂ ନିଜ ଦଳ ମ୍ମରେ ଅସନ୍ତୁଷ୍ଟ ପ୍ରକାଶ କରି ଦଳୀୟ ନେତାଙ୍କୁ ଆକ୍ରମଣ କରିବା ଏବେ ବିଜେଡିର ନିତିଦିନିଆ ଘଟଣା ପାଲଟିଛି । ଏଭଳି ସମ୍ବେଦନଶୀଳ ଘଟଣାରେ  ମୁଖ୍ୟମନ୍ତ୍ରୀ ଚୁପ ନରହି ଖୁବ ଶୀଘ୍ର ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ଆବଶ୍ୟକ । ନଚେତ୍ ଆଗାମୀ ଦିନରେ ମହାଭାରତରେ ଯେପରି ଯଦୁବଂଶ ଲୋପ ପାଇଥିଲା ଠିକ୍ ସେହିପରି କ୍ଷମତା ପାଇଁ ବିଜେଡି ଦଳ ମ୍ମ ଲୋପ ପାଇଯିବାର ଆଶଙ୍କା ରହିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି 

0
0
0
s2sdefault