ହେଡଲାଇନସ୍:

ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗୃହୀତ ହେଲା ୧୭୫ ୟୁନିଟ ରକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

18-03-18-baripada.jpg - 4.90 MB

ବାରିପଦା/ଦିଲ୍ଲୀପ ମହାନ୍ତି - ରାଜ୍ୟରେ ରକ୍ତର ଅଭାବରୁ ଯେପରି କୌଣସି ବ୍ୟକ୍ତିର ମୃତ୍ୟୁ  ନ ଘଟେ ସେଥି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି  ଓଡ଼ିଶାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଅଧିକରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ରକ୍ତର ଅଭାବକୁ ପୂରଣ କରାଯାଇଆସୁଛି । ଶୁକ୍ରବାର  ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ତକତପୁର ସରକାରୀ ଆଇଟିଆଇ ଓ ଜିଲ୍ଲା ଜୀବନବିନ୍ଦୁ ଆନୁକୂଲ୍ୟରେ ଆଇଟିଆଇ ପରିସରରେ ଆୟୋଜିତ  ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୭୫ ୟୁନିଟ ରକ୍ତ ସଂଗୃହୀତ  ହୋଇଥିଲା । ଶିବିରକୁ ତକତପୁର ଆଇଟିଆଇର ଅଧ୍ୟକ୍ଷ ଡ଼ଃ. ଶୁଭାଙ୍ଗ କିଶୋର ଦାସ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ମହାନ୍ତି  ଆନୁଷ୍ଠାନିକ  ଭାବେ ଉଦଘାଟନ କରିଥିଲେ । ଏଥି ସହିତ ସାଧାରଣତଃ ଗ୍ରୀଷ୍ମ ଋତୁରେ ରକ୍ତଦାତାମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହୁଥିବାରୁ ଆଜିର ଏହି ଶିବିରରେ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି ସେମାନଙ୍କର ସେବା ଓ ତ୍ୟାଗ ମନୋବୃତ୍ତିକୁ ପ୍ରଶଂସା କରିଥିଲେ ।  ଆଜିର ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ସଫଳ କରାଇବାରେ ଶିକ୍ଷା ଅନୁଷ୍ଠାନର ଇନଷ୍ଟ୍ରାକ୍ଟର ହେମନ୍ତ ଲେଙ୍କା, ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖଙ୍କ ସମେତ ଜୀବନବିନ୍ଦୁ କାର୍ଯ୍ୟକ୍ରମର କର୍ମକର୍ତ୍ତା କପିଲ ଖଣ୍ଡେଲୱାଲ, ଅଭୟ ସିଂ, ସୁନୀଲ ନାୟକ, ଅଭିରାମ ଦାସ, ଦିବ୍ୟବ୍ରତ ମହାନ୍ତି, ଆଭାସ ଦେ, ବିନୋଦ ଭଗତ, ପ୍ରଦୀପ ଦାସ, ବିଭୂ ଶଙ୍କର ପଟ୍ଟନାୟକ, ଅଭିଷେକ ଦାସ, ଦୀପକ ଘୋଷ, ପ୍ରତୀକ ଦାଶ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସମସ୍ତ ସହାୟତା ପ୍ରଦାନ କରିଥିଲେ ।

 

0
0
0
s2sdefault