ହେଡଲାଇନସ୍:

ଜଣେ ଯୋଗ୍ୟ ଓଡ଼ିଆଙ୍କୁ ସାଂସଦ ଭାବରେ ମନୋନୀତ କରନ୍ତୁ ରାଷ୍ଟ୍ରପତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଷ୍ଟ୍ରପତିଙ୍କୁ ରାଜଭବନଠାରେ ଭେଟି ୬ ଦଫା ସମ୍ବଳିତ ଦାବିପତ୍ର ଦେଲା ସମାଜବାଦୀ ପାର୍ଟି 

ପ୍ରତି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗାନ୍ଧିଜୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ

 ବିଜୁ ବାବୁଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ 

18-03-18-rabi.jpg - 95.30 kB

ଭୁବନେଶ୍ୱର, ତା ୧୮ା୩ : ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପାର୍ଟି ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜଭବନଠାରେ ଓଡ଼ିଶା ଗସ୍ତରେ ଆସିଥିବା ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ଏକ ୬ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି  । ଏହି ସ୍ମାରକପତ୍ରରେ ସମାଜବାଦୀ ପାର୍ଟି ପକ୍ଷରୁ ଦର୍ଶାଯାଇଛି ଯେ, ଚଳିତ ବର୍ଷ ଅକ୍ଟୋବର ୨ ତାରିଖରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମଜୟନ୍ତୀ ପାଳିତ ହେବାକୁ ଯାଉଛି  । ସ୍ୱାଧୀନତା ଆନେ୍ଦାଳନରେ ଗାନ୍ଧିବାଦର ଏକ ମୁଖ୍ୟ ପ୍ରସଙ୍ଗ ଥିଲା ନିଶା ନିବାରଣ  । ତେଣୁ ଗାନ୍ଧିଜୀଙ୍କୁ ସମ୍ମାନ ଜଣାଇ ଭାରତ ସରକାର ଏ ଦେଶରେ ମଦକୁ ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ କରିବାକୁ ଦାବି କରାଯାଇଛି  । ସେହିଭଳି ‘କୁଟିଖାଅ କାଟି ପିନ୍ଧ’ ସ୍ଲୋଗାନ୍ ଗାନ୍ଧିଜୀ ଦେବା ସହିତ ଖଦିର ପ୍ରସାର ପାଇଁ ଗୁରୁତ୍ୱ ଦେଉଥିଲେ  । ତେଣୁ ଏହି ସମ୍ବତ୍ସରେ ଖଦିକୁ ଜନପ୍ରିୟ କରିବା ପାଇଁ ଭାରତ ସରକାର ସମସ୍ତ ଅଫିସ୍ ଦପ୍ତର, ରେଳବାଇ ଓ ଉଡ଼ାଜାହାଜ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବହାର କରାଯାଉଥିବା ଟାୱେଲ, ଟେବୁଲ୍ କ୍ଲଥ, ଘରର ପରଦା ଓ ସମସ୍ତ ବେଡ୍ରୋଡ୍ ଓ କମ୍ବଳ ଖଦୀ ନିର୍ମିତ ହେଲେ ଦେଶର ବୁଣାକାରମାନେ କାମ ପାଇବା ସହିତ ଗ୍ରାମାଞ୍ଚଳର ଅର୍ଥନୀତି ସୁଦୃଢ ହୋଇପାରିବ ବୋଲି ଏହି ସ୍ମାରକପତ୍ରରେ ଯୁକ୍ତି ଦର୍ଶାଯାଇଛି  । ମୃତ୍ୟୁର  କିଛିଦିନ ପୂର୍ବରୁ ଗାନ୍ଧିଜୀ ଭାରତର ପ୍ରଶାସନିକ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ମୁଁ ତୁମକୁ ଏକ ଡେଉଁରିଆ ଦେଉଛି, କୌଣସି କାମ କଲାବେଳେ ସବୁବେଳେ ଗରିବ ଲୋକର ମୁହଁକୁ ଚାହଁ  । ଯଦି ଏହ କାମଟି ସେହି ଗରିବ ଲୋକକୁ ଉପକାର ଦେଇପାରିବ ତାହେଲେ ତାକୁ ନେବାକୁ ପଛାଅ ନାହିଁ  । ତେଣୁ ପ୍ରତି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗାନ୍ଧିଜୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବା ସହିତ ଜିଲ୍ଳାପାଳଙ୍କ ଅଫିସ୍ କାନ୍ଥରେ ଗାନ୍ଧିଜୀଙ୍କର ଏହି ଗୁରୁମନ୍ତ୍ରଟିକୁ ଟଙ୍ଗାଯିବା ପାଇଁ ପାର୍ଟି ପକ୍ଷରୁ ଦର୍ଶାଯାଇଛି  । ବିଶ୍ୱରେ ମହିଳାମାନଙ୍କୁଚ ଭୋଟ୍ଦାନ ଅଧିକାର ଦେବାରେ ଭାରତ ଏକ ଆଗୁଆ ରାଷ୍ଟ୍ର ଥିଲା  । କିନ୍ତୁ ସ୍ୱାଧୀନତାର ୭୧ ବର୍ଷ ପରେ ପଞ୍ଚାୟତରାଜରେ ମହିଳା ସଂରକ୍ଷଣ ଥିଲେ ମଧ୍ୟ ବିଧାନସଭା ଓ ସଂସଦରେ ମହିଳାମାନଙ୍କୁ ସଂରକ୍ଷଣ ନଦିଆଯିବା ଏକ ବିଡ଼ମ୍ବନା ବୋଲି ପାଟି ପକ୍ଷରୁ କୁହାଯାଇଛି  । ତେଣୁ ସଂସଦରେ ତୁରନ୍ତ ମହିଳା ବିଲ୍କୁ ଆଇନରେ ପରିଣତ କରିବାକୁ ପାର୍ଟି ପକ୍ଷରୁ ଦର୍ଶାଯିବା ସହିତ ଏହି ବିଲ୍ରେ ପଛୁଆବର୍ଗ ଓ ସଂଖ୍ୟାଲଘୁ ମହିଳାମାନଙ୍କ ପାଇଁ ସଂରକ୍ଷଣ ରଖାଯିବାକୁ ଦାବି କରାଯାଇଛି  । ସେହିଭଳି ଓଡ଼ିଶା ପରିପ୍ରେକ୍ଷୀରେ ଆଜି ଯେତେବେଳେ ଆନ୍ଧ୍ର, ବିହାର ଭଳି ରାଜ୍ୟ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି କରୁଛନ୍ତି, ତେଣୁ ଦେଶର ସବୁଠାରୁ ଗରିବ ରାଜ୍ୟ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ମାନ୍ୟବର ରାଷ୍ଟ୍ରପତିଙ୍କ ପାଖରେ ସମାଜବାଦୀ ପାର୍ଟି ଦାବି କରିଛି  । ଏହା ବ୍ୟତୀତ ରାଷ୍ଟ୍ରପତି ସାମ୍ବିଧାନିକ ମୁଖ୍ୟ ହୋଇଥିବା ଯୋଗୁଁ ପଛୁଆବର୍ଗକୁ ସମ୍ବିଧାନ ଦେଇଥିବା ନିଯୁକ୍ତି ଓ ନାମଲେଖା କ୍ଷେତ୍ରରେ ୨୭ଭାଗ ସଂରକ୍ଷଣକୁ ଦେଶର ସମସ୍ତ ରାଜ୍ୟରେ ଲାଗୁ କରିବା ସହିତ  ପଛୁଆବର୍ଗ କମିଶନ ଗଠନ କରିବାକୁ ମଧ୍ୟ ପାର୍ଟି ଦାବି କରିଛି  । ୭୧ବର୍ଷ ସ୍ୱାଧୀନତା ପରେ କୌଣସି ଜଣେ ଓଡ଼ିଆଙ୍କୁ ରାଷ୍ଟ୍ରପତି ସାଂସଦ ଭାବରେ ଏପର୍ଯ୍ୟନ୍ତ ମନୋନୀତ କରିନାହାଁନ୍ତି  । ତେଣୁ ଅନ୍ତତଃ ନିଜ କାର୍ଯ୍ୟକାଳ ଭିତରେ ଜଣେ ଯୋଗ୍ୟ ଓଡ଼ିଆଙ୍କୁ ସାଂସଦ ଭାବରେ ମନୋନୀତ କରିବା ପାଇଁ ପାର୍ଟି ଦାବି କରିଛି  । ସେହିଭଳି ଆଜିପର୍ଯ୍ୟନ୍ତ କୌଣସି ଜଣେ ଓଡ଼ିଆ ଭାରତରତ୍ନ ପାଇପାରିନାହାଁନ୍ତି  । ଆଜିର ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ବିଚାର କଲେ ଭାରତରତ୍ନ ପାଇବା ପାଇଁ ସେ ସବୁଠାରୁ ଯୋଗ୍ୟ  । ତେଣୁ ନିଜ କାର୍ଯ୍ୟକାଳ ଭିତରେ ବିଜୁ ବାବୁଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି  । ଏହି ପ୍ରତିନିଧି ଦଳରେ ଶ୍ରୀ ବେହେରାଙ୍କ ସମେତ ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ନାରୀନେତ୍ରୀ ନିରୂପମା ଦାସ, ଯୁବନେତା ସମ୍ବିତ୍ ଦାସ, ସୁବ୍ରତ ଲେଙ୍କା ଓ ଛାତ୍ରନେତା ପ୍ରଦୀପ ମିଶ୍ର ପ୍ରମୁଖ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ  । ମାନ୍ୟବର ରାଷ୍ଟ୍ରପତି ପ୍ରତିନିଧି ମଣ୍ଡଳୀଠାରୁ ସ୍ମାରକପତ୍ରଟିକୁ ଗ୍ରହଣ କରିବା ସହିତ “ଏହା ଉତ୍ତମ ପ୍ରସ୍ତାବ ଗାନ୍ଧିଜୀଙ୍କୁ ସମ୍ମାନ ଜଣାଇ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ସରକାରଙ୍କୁ ସୁପାରିଶ କରିବି ବୋଲି” ଦୃଢ ପ୍ରତିଶ୍ରୁତି ଦେଇଥିଲେ  । 

0
0
0
s2sdefault