ହେଡଲାଇନସ୍:

ଅଜ୍ଞାତବାସ : ଦାମଙ୍କ ଆରମ୍ଭ ରଘୁଙ୍କ ଶେଷ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

17-03-18-dama.jpg - 112.35 kB

ଦାମଙ୍କ  ଦାୟିତ୍ୱରେ ରଘୁ ମହାନ୍ତି, ପୁରୁଣା କୋଦଣ୍ଡ ସଜାଡି ମୈଦାନ ପାଇଁ ତୟାର

 କୋଇଲି ସାଜି ବସିଛନ୍ତି ଦାମ, ଅପେକ୍ଷା କରିଛନ୍ତି ବସନ୍ତ ଆସିଲେ ରାବିବେ 

ଭୁବନେଶ୍ୱରରୁ ଚକ୍ରଧର : :ଏକଦା ବିଜେଡିର ତୁଣ୍ଡ ଦାମବାବୁ କିଛି ଦିନ ତଳେ ବିବାଦୀୟ ପରିସ୍ଥିତିରେ ମନ୍ତ୍ରୀ ପାଦ ଆଉ ଦଳୀୟ ପଦ ପଦବୀରୁ ଅନ୍ତର ହୋଇ  ଏକ ପ୍ରକାର ନିର୍ବାସିତର ବିଳାପ ମୁଦ୍ରାରେ ଥିବାବେଳେ ମୈଦାନରୁ ଦୂରରେ ଥିବା ରଘୁନାଥଙ୍କୁ ପୁଣି  କୋଦଣ୍ଡ ଧରାଇଛନ୍ତି ଶଙ୍ଖପତି |  ଆନୁଗତ୍ୟ ଆଉ ଦଳୀୟ ଶ୍ରୁଙ୍ଖଳାକୁ ସମ୍ମାନ ଦେବାରେ ଏକ ନମ୍ବର ରଘୁ ବାବୁଙ୍କ ବେଳ ଟିକେ ଖରାପ ପଡିଲା ବୋଲି ସିନା, ନହେଲେ ସେ କ୍ୟାବିନେଟ ମନ୍ତ୍ରୀ ହୋଇ ଥାନ୍ତେ | କୁଆଡୁ ତାଙ୍କ ଜୀବନରେ ସେ ସୋନି ଝାଡା ଆସିଲା ଯେ ତାଙ୍କ ପାରିବାରିକ ଓ ରାଜନୈତିକ ଜୀବନକୁ ଖୀନ ଭିନ କରିଦେଲା `| ଅନିଚ୍ଛା ସତ୍ୱେ  ମହିଳା ସଂଗଠନର ଭୟରେ ତାଙ୍କୁ ତାଙ୍କୁ ମନ୍ତ୍ରୀ ପଦରୁ ଆନ୍ତର କଲେ ସିନା | ହେଲେ ଏବେ ନିଜର ପୁରୁଣା କୋଦଣ୍ଡକୁ ଧରି ମଇଦାନକୁ ଓହ୍ଲାଇଛନ୍ତି ରଘୁନାଥ | କିଛି ବର୍ଷ ତଳେ ତାଙ୍କ ଏକଲା ହରଣ କରିଥିବା ନବୀନ ବାବୁ ତାଙ୍କୁ ଦଳର  ଉପସଭାପତି କରାଇଥିବା ବେଳେ ଦାମଙ୍କ ପୁରୁଣା ଦାଇତ୍ୱ ଢେଙ୍କାନାଳ ସଂଗଠନ ସମ୍ଭାଳିବାର ଦାଇତ୍ୱ ନ୍ୟସ୍ତ କରିଛନ୍ତି | ଆଉ ସେପଟେ ଟିଭି ବୁମ ଦେଖିଲେ ଯାହାକୁ କଥା କୁହା ମାଡୁଥିଲା ଡାକ୍ତରଙ୍କ ବାରଣ ସତ୍ୱେ ମିଠା ଖାଇଲା ପରି, ଯିଏ ଟିଭି ମିଡ଼ିଆକୁ ଡାକିକି ଉପରେ ପଡି ବାଇଟ ଦେଉଥିଲେ, ଏବେ ତାଙ୍କ ଘର ପାଖ ଘର ନରସିଂହଙ୍କ କ୍ୱାଟରରେ ଗାଡି ମାଳ ମାଳ ଥିବା ବେଳେ ତାଙ୍କ ଘରକୁଏଡ଼େ କାହିଁକି ଆଡ ଆଖିରେ ଚାହୁଁନାହାନ୍ତି | ଆଉ ସେଠି ପାଇଁ ସଂଖପତିଙ୍କ ଅଧା ଟେନସନ କମିଯାଇଛି | ନହେଲେ କଣ ଗୋଟାଏ ବିବୃତି ନବୀନ ଅବା ପାଣ୍ଡିଆନ କରି ଗୋଟେ କଣ ବାଇଟ  ଦେଇଦେବେ ଯେ ମିଡ଼ିଆ ତାଙ୍କୁ ଘାଣ୍ଟୁଥିବ ! ଏବେ ମିଡ଼ିଆ ଜମା ଯାଉନାହାନ୍ତି, ଶୁଣିବାକୁ ମିଳିଲା, ଜଣେ ବହକାଲିଆ ଆଉ ନାରଦ ପ୍ରଜାତିର ସାମ୍ବାଦିକ ଯାଇଥିଲେ ଯେ ଗେଟ ପାଖରୁ କଣ ଅପମାନିତ ହୋଇ ଫେରି ଆଇଲେ ବୋଲି ହାଲା ହେଲା ଯେ ବର୍ଷତ ଅଧାଦିନ ଚା ପିଉଥିବା ସାମ୍ବାଦିକ ଏବେ ତାଙ୍କ ଘର ଆଡେ ମାଡୁନାହାନ୍ତି | ଆଉ ସେଠି ପାଇଁ .ବହୁ ଦିନ ହେଲା ଓଡ଼ିଶାର ରାଜନୈତିକ ଆମ୍ବ ବଗିଚାରେ ତାଙ୍କ କୁଜନ ଶୁଣିବାକୁ ମିଳୁନି ! କେତେ କଷ୍ଟ ସାହୁ ନଥିବା ସେ ତୁଣ୍ଡ....କଣ ହେଉଥିବା ତାଙ୍କ ମୁଣ୍ଡ !!  

ରଘୁ ମହାନ୍ତି ଥିଲେ ସୁନ୍ଦର ଫ୍ଲାଓଡ଼ ମ୍ୟାନେଜର | ବିଧାନସଭାରେ ବିବାଦୀୟ ପ୍ରସଙ୍ଗରେ ବିରୋଧୀ ଦଳର ନେତା ବା ବିଧାୟକ ମାନଙ୍କୁ ମ୍ୟାନେଜ କରିବାରେ ସେ ଥିଲେ ମାହିର | ତାଙ୍କ ପ୍ରତି ଜଣେ ମନ୍ତ୍ରୀ ଆଉ  ମଣିଷ ଭାବେ ବିରୋଧୀଙ୍କ ଥିଲା ଅସୀମ ଶ୍ରଦ୍ଧା | ନବୀନ ବାବୁଙ୍କ ସେ ଥିଲେ ଚାହେତା ମନ୍ତ୍ରୀ | ଅଫିସରଙ୍କୁ ମଧ୍ୟ ସାର ବୋଲି ଡାକିବାକୁ ପଛାଉ ନଥିଲେ | ବହୁ ଚରଚିତ  ବର୍ଷାସୋନୀ ମାମଲା ତାଙ୍କ ହସିଲା ପୁରିଲା ରାଜନୈତିକ  ଜୀବନରେ ବିଷ ଭରି ଦେଇଥିବା ବେଳେ ଲୋକଙ୍କ ନଜରରେ ଅଲୋଡା ହେବାକୁ ପଡିଥିଲା ନବୀନ ବାବୁଙ୍କ ଭାବମୂର୍ତ୍ତୀ ରକ୍ଷା  ପାଇଁ | ସୂଚନାଯୋଗ୍ୟ ଯେ ଯୌତୁକ ର୍ନିଯ୍ୟାତନ ଦେବା ଘଟଣାରେ ଛନ୍ଦି ହୋଇ ନିଜର ମନ୍ତ୍ରୀ ପଦ ହରାଇଥିଲେ| ନିଜେ ଫେରାର ହେବାକୁ ଚାହୁଁନଥିଲା ବେଳେ କିଛି ଅଯୋଗ୍ୟ ପରାମର୍ଶଦାତାଙ୍କ ଭୁଲ ପରାମର୍ଶରେ ପୋଲିସ ଗିରଫଦାରୀକୁ ଏଡାଇବାକୁ ବାହାରକୁ ଚାଲିଯାଇଥିଲେ ଆଗୁଆ ଜାମିନ ପାଇବା  ଆଶାରେ |  ହେଲେ ଶେଷରେ ସେ  ପଶ୍ଚିମବଙ୍ଗରୁ ଗିରଫ ହୋଇଥିଲେ |  ପରେ ସେ ୨୦୧୩ ମାର୍ଚ୍ଚ ୧୫ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ | ବହୁଦିନ ଧରି ରାଜନୀତି ଠାରୁ ଦୁରେଇ ରହିଲା ପରେ ବି କେବେ ହେଲେ ଦଳ ବିରୋଧରେ ଆଉ ନବୀନ ବାବୁଙ୍କୁ ଅପଦସ୍ଥ କଲାଭଳି କେବେ କିଛି କହିନାହାନ୍ତି କି କରିନାହାନ୍ତି | ନବୀନ ବାବୁ ବି ଭୁଲି ନଥିଲେ ତାଙ୍କୁ | ନିୟମିତ ବ୍ୟବଧାନରେ ନବୀନଙ୍କୁ ଯାଇ ଦେଖା କରୁଥିଲେ ରଘୁ ବାବୁ | ଆଉ ତାଙ୍କ ଆନୁଗତ୍ୟ ତଥା ଧୈର୍ୟ ପାଇଁ ସେ ପୁରୁଣା ଘରକୁ ପୁଣି ଥରେ ଫେରିଛନ୍ତି | ବିଜୁ ଜନତା ଦଳର ଉପ ସଭାପତି ଭାବେ ନିଯୁକ୍ତ ହେବ ସହ ଗୁରୁତ୍ୱପୂର୍ଣ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଦାଇତ୍ୱ ପାଇଛନ୍ତି | ଉପ ସଭାପତି ଦାୟିତ ନେବା ପୂର୍ବରୁ ରଘୁନାଥ ମହାନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ | 

ଏପଟେ ଆଉ ଜଣେ ନେତା ଦାମ ବାବୁ | ମନ୍ତ୍ରୀ ହେଲେ ସନ୍ତୁଷ୍ଟ | ନହେଲେ ଅସନ୍ତୁଷ୍ଟ | ଭଲ ବିଭାଗ ନପାଇଲେ ଅସନ୍ତୁଷ୍ଟ | ରାଜ୍ୟରେ ବିରୋଧୀ ଦଳ ଚୁପ ବା ପରିଚାଳିତ ବିରୋଧୀ ହୋଇଥିବା ବେଳେ  ସରକାରରେ ଥାଇ ବିରୋଧୀ ଦଳର କାମ କରୁଥିଲେ ଦାମ ବାବୁ | ଏମିତି ଖେଂଚୀ ଦେଇଥିବେ ଯେ ସରକାର ହନୁ ଲାଙ୍ଗୁଡ଼ରେ ନିଆଁ ଲାଗିଲା ପରି ଡେଉଁଥିବେ | ବହୁବାର ତାଙ୍କୁ ତାଗିଦ କରାଯାଉଥିବା ସତ୍ତ୍ୱେ ସେ ମାନିବାର ନା ଧରୁ ନଥିଲେ | କେଇବେଳେ ବ୍ରାହ୍ମଣ ବିରୋଧରେ ତା କେତେବେଳେ ହରିଜଣଙ୍କ ବିରୋଧରେ, କେତେବେଳେ ନବ କଳେବର ବିଷୟରେ ତ  କେତେବେଳେ କୌଣସି ମନ୍ତ୍ରୀ ବା ତାଙ୍କ ବିଭାଗ ବିଷୟରେ | ପରିସ୍ଥିତି ଏପରି ଥିଲା ଯେ ତାଙ୍କ ଉପସ୍ଥିତି ଅଚଞ୍ଛା କିଳା ପରି, ପୁରେଇଲେ କାଟିବ...ଭିଡ଼ିଲେ କାଟିବ | ନବୀନ ବାବୁ ଖୋଜୁଥିଲେ ସୁଯୋଗ ଦାମ ବାବୁଙ୍କୁ ଡ୍ରପ କରିବା ପାଇଁ | କାରଣ ତାଙ୍କୁ ମନ୍ତ୍ରୀପଦରୁ ଯଦି ସେମିତି କାଢ଼ିଦେବେ ତେବେ ସେ ନିଜ ସପକ୍ଷରେ ଅନୁକମ୍ପା ବା ସମର୍ଥନ ରାଜ୍ୟବ୍ୟାପୀ ସୃଷ୍ଟି କରିଦେବେ !! ତେଣୁ ମଉକା ଅପେକ୍ଷାରେ ଥିବା ନବୀନ ଙ୍କୁ ମଳୁ ଖୋଜୁଥିଲା ଆମ୍ବିଳି ପାଣି, ବଇଦ କହିଲା ଦେ ତୋରାଣି ପରି ସୁଯୋହା ମିଳିଗଲା ବ୍ରାହ୍ମଣଙ୍କ ଭିକ ମଗା ପ୍ରସଙ୍ଗ | ପୂର୍ବରୁ ହରିଜନଙ୍କ ବିରୋଧରେ କହି ହରିଜନ, ମହିଳାଙ୍କ ବିରୋଧରେ କହି ମହିଳା ସଂଗଠନ ବିରୋଧୀ ହୋଇଥିବା ବେଳେ ବ୍ରାହ୍ମଣ ପ୍ରସଙ୍ଗରେ ରାଜ୍ୟବ୍ୟାପୀ ବ୍ରାହ୍ମଣଙ୍କ ରୋଷର ଶିକାର ହୋଇଥିବା ଦାମ ବାବୁଙ୍କୁ ଅଙ୍ଗୁର ପେନ୍ଥାରୁ ଅଙ୍ଗୁର କାଢି ଫିଙ୍ଗିଲା ପରି ଫିଙ୍ଗି ଦେଲେ | ଯିବା ପରେ କିଛି ଦିନ କିଛି ବିବାଦୀୟ କଥା କହିବା ପରେ ପାରାଦୀପ ଆସନରୁ ଆଶାୟୀ ତାଙ୍କ ପୁଅ ବାପି ରାଉତଙ୍କୁ ବିଜେଡି ସିଧାସଳଖ ପିକ କଲା | ବିଧାନସଭା ନିର୍ବାଚନରେ ତାଙ୍କୁ ବାପାଙ୍କ ଜାଗାରେ କୁଆଡେ ପ୍ରାର୍ଥୀ କରାଯିବ ବୋଲି କୁହା ଯିବା ସହ ଦଳର ସଂଗଠନେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦିଆଗଲା | ଆଉ ବିଜେପୁର ନିର୍ବାଚନ ବେଳେ ବିଜେପୁରରେ ବି ଦେଖିବାକୁ ମିଳିଲା | ପରେ ପରେ ବାପିଙ୍କ ବିଜେଡି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମଧ୍ୟ ଦିଆଯାଇଛି | ତେଣୁ ବାଉଁଶ ଥିଲେ ସିନା ବଇଁଶୀ ବାଜିବ ! ପୁରା ମିଡ଼ିଆକୁ ଗେଟ ପାଖରୁ ମନା ! ସାତକନ ଦୁହିଁଙ୍କୁ ଜଣା |  କଣ ବାପା ପୁଅଙ୍କ ଭିତରେ କିଛି ମଧୁର ବାକ୍ୟ ଆଦାନ ପ୍ରଦାନ ହୋଇଥିବ, ନହେଲେ ଦାମ ବାବୁଙ୍କ ଭଳି ପ୍ରଗଳ୍ଭ ତଥା ବାଗ୍ମୀ ତଥା ତୁଣ୍ଡ ଖର ନେତା ତୁଣ୍ଡରେ ତୁଣ୍ଡି ମାରି ବସିବେ !!! ହେଲେ ଦାମ ବାବୁଙ୍କ ମନ ଖାଲି ଗୁମୁରି ହେଉଥିବା, ଶବ୍ଦ ଗୁଡାକ ଖାଲି ଗୋଳେଇ ଘାଣ୍ଟି ହେଉଥିବେ...| କେବେ ପୁଣି ବସନ୍ତ ଋତୁ ଆସିବା, ସେ ପୁଣି ରାଜନୈତିକ ଆମ୍ବ ଗଛରେ ବସି କୁଜନ କରିବେ !! 

 ଅବଶ୍ୟ କିଛି ଦିନ ତଳେ ଦାମ ବାବୁ କହିଥିଲେ ସେ ଆତ୍ମଜୀବନୀ ଲେଖିବାକୁ ଯାଉଛନ୍ତି | ଏବେ ବୋଧହୁଏ ଆତ୍ମ ଜୀବନୀ  ଲେଖୁନାହାନ୍ତି ତ ! ଯଦି...ଯଦି  ବି ଲେଖୁଥିବେ, ତେବେ ସେ ଯାହା କହିପାରୁ ନାହାନ୍ତି ବା କହିବାର ସୁଯୋଗ ପାଉନାହାନ୍ତି ସେ ସବୁ ଲେଖୁନାହାନ୍ତି ତ !! ଦଳକୁ ବା ପୁଅଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିଦେଲା ଭଳି କିଛି କଥା ଲେଖୁ ନାନାହାନ୍ତି ତା |  ବହି ବାହାରିବା ଆଗରୁ ତାକୁ ବି ପଢିବା ଦରକାର, ନହେଲେ ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଚାଲିଯିବ | 

0
0
0
s2sdefault