ହେଡଲାଇନସ୍:

 ଏଆଇସିସି  ମହାଅଧିବେଶନ ଚାଲିଲା , ମୁଣ୍ଡ ଟେକିଲା ରାଜ୍ୟ କଂଗ୍ରେସର ନୂଆ ଝାମେଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଏଆଇସିସି ସଦସ୍ୟତାରୁ ବାଦ୍ ପଡିଲେ ଅନନ୍ତ , ତାରା , ଯୋଗେଶ 

ଓଡିଶା ପ୍ରଭାରୀ ଓ ପିସିସି ସଭାପତିଙ୍କ ମଧ୍ୟରେ ଆଲୋଚନା ହୋଇ କମିଟିରେ ଯେଉଁ ମାନଙ୍କୁ ରଖାଯାଇଛି ବା ବାଦ୍ ଦିଆଯାଇଥାଇପାରେ: ନିରଂଜନ

ଏଆଇସିସି ସଦସ୍ୟମାନଙ୍କର ଯେଉଁ ତାଲିକା ବାହାରିଛି ତାହା ଗ୍ରହଣୀୟ ନୁହେଁ : ପ୍ରଫୁଲ୍ଲ 

ରାଜ୍ୟର ନେତୃତ୍ୱକୁ ବିରୋଧ କରୁଥିଲୁ  ତାହା ଯଥାର୍ଥ :ଯୋଗେଶ

NOW A BIG THANK YOU TO THE MEAN MEDIATOR : କୈଳାସ

 ଏଆଇସିସି  ମହାଅଧିବେଶନ ଚାଲିଲା , ମୁଣ୍ଡ ଟେକିଲା ରାଜ୍ୟ କଂଗ୍ରେସର ନୂଆ ଝାମେଲା

ଭୁବନେଶ୍ୱର, ୧୬ ମାର୍ଚ୍ଚ - କଂଗ୍ରେସରେ ଅଡୁଆ ତୁଟିବାର ନା ଧରୁନି | ମୁହାଁମୁହିଁ ସ୍ଥିତିରେ ଦୁଇ ଗୋଷ୍ଠୀ | ପ୍ରସାଦ ଏବଂ ଆଣ୍ଟି ପ୍ରସାଦ | ଗୁଇନ୍ଦା ଖବର ଯାହା ଥିଲା ବୋଲି କୁହାଯାଇଥିଲା ତାହା ନଘଟିବ ବା କାହାର ନାକ କାନ ନାଫାଟିବ, ତାହା କହି ହେବନି | ଯାହା ଚାଲିଥିଲା ଚାଲିଥିଲା, ପିସିସି ସଦସ୍ୟ କରିବା ନେଇ ଯେଉଁ ଅସନ୍ତୋଷ ଦେଖାଦେଇଥିଲା, ଏବେ ଏଆଇସିସି ସଦସ୍ୟ ପଦାକୁ ନେଇ ରକ୍ତ ଚାଉଳ ଚୋବାଉ ଛନ୍ତି କିଛି ନେତା | ଏଆଇସିସି ର ଯେଉଁ  ନୂତନ କମିଟି ଗଠନ କରାଯାଇଛି ସେଥିରେ ରାଜ୍ୟ କଂଗ୍ରେସର କିଛି ବିଧାୟକ ଓ ବରିଷ୍ଠ ନେତାଙ୍କୁ ବାଦ୍ ଦିଆଯାଇଛି  । ସେମାନଙ୍କ ସ୍ଥାନରେ ନୂତନ ବ୍ୟକ୍ତି ମାନଙ୍କୁ ସାମିଲ କରାଯାଇଛି । ଏହାକୁ ନେଇ ଓଡିଶା କଂଗ୍ରେସ କ୍ୟାମ୍ପରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଖବର ନେବାରୁ ଜଣାଯାଇଛି ଯେ ୯ କଂଗ୍ରେସ ବିଧାୟକ , ରାଜ୍ୟ କାର୍ଯ୍ୟକର୍ତା ଓ ପୂର୍ବତନ ବିଧାୟକଙ୍କୁ ଏହି ତାଲିକାରୁ ବାଦ୍ ଦିଆଯାଇଛି । ସେମାନେ ହେଲେ ଅନନ୍ତ ସେଠୀ , ତାରା ପ୍ରସାଦ ବାହିନୀପତି ,ପ୍ରଫୁଲ୍ଲ ମାଝୀ , ଯୋଗେଶ ସିଂ ,କୈଳାସ ଆଚାର୍ଯ୍ୟ ପ୍ରମୁଖ  । ଅନ୍ୟପକ୍ଷରେ ସଂଶୋଧିତ ଏଆଇସିସି ତାଲିକାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ୭୮ ଜଣ ସଦସ୍ୟ ରହିଛନ୍ତି  । ଏହି ତାଲିକାରେ ବିଧାୟକ ଚିରଞ୍ଜିବ ବିଶ୍ୱାଳ, କୈଲାଶ କୁଲେସିକା ଓ କୃଷ୍ଣଚନ୍ଦ୍ର ସଗରିଆ . ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟ, କାମାକ୍ଷା ପ୍ରସାଦ ସିଂ ଦେଓ, ଶ୍ରୀକାନ୍ତ ଜେନା ଓ ସୁଶୀଳା ତିରିଅ। ସ୍ଥାନ ପାଇଛନ୍ତି ।

ତାଲିକା ପ୍ରକାଶ ନେଇ ନିଜ ପ୍ରତିକ୍ରିୟାରେ ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ଆମେ ମନୋନୀତ କରି ଚୟନ କରିବା ଲାଗି ଏଆଇସିସି ସଭାପତିଙ୍କୁ ଦେଇଥିଲୁ । ଯେଉଁ ନୂତନ ତାଲିକା ପ୍ରକାଶ କରାଯାଇଛି ତାହା ମୁଁ ଦେଇନାହିଁ  । ମାତ୍ର ଶୁଣିବା ଅନୁଯାୟୀ କିଛି ଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଆଉ କିଛି ଯୋଗ୍ୟ ବ୍ୟକ୍ତି ଙ୍କୁ ନୂଆ ତାଲିକାରେ ସାମିଲ କରାଯାଇଛି  । ପିସିସି ସଭାପତି ପରିବର୍ତନ ସମ୍ପର୍କରେ ସେ କହିଥିଲେ ଯେ ସଭାପତି ପରିବର୍ତନର ଆବଶ୍ୟକତା ନାହିଁ କି ସୁଯୋଗ ନାହିଁ  । ଓଡିଶା ପ୍ରଭାରୀ ଓ ପିସିସି ସଭାପତିଙ୍କ ମଧ୍ୟରେ ଆଲୋଚନା ହୋଇ କିମିଟିରେ ଯେଉଁ ମାନଙ୍କୁ ରଖାଯାଇଛି ବା ବାଦ୍ ଦିଆଯାଇଥାଇପାରେ  । ବହୁତ ଦିନ ପରେ ମହାଅଧିବେଶନ ହେଉଛି । ରାହୁଲ ଗାନ୍ଧି ସେଉଁ ପରାମର୍ଶ ଦେବେ ତାହାକୁ କାର୍ଯ୍ୟକାରୀ କରାଯିବ । ଆଗକୁ ବଢିବା ଭଳି ଆଦର୍ଶ ଦେବେ ବୋଲି ଆମର ଆଶା ରହିଛି ବୋଲି ସେ କହିଛନ୍ତି  ।

ସେହିପରି ବିଧାୟକ ପ୍ରଫୁଲ୍ଲ ମାଝୀ କହିଛନ୍ତି ଯେ ଏଆଇସିସି ସଦସ୍ୟମାନଙ୍କର ଯେଉଁ ତାଲିକା ବାହାରିଛି ତାହା ଗ୍ରହଣୀୟ ନୁହେଁ । ଏହା ଜାଣିବା ପରେ ସେ ମର୍ମାହତ ହୋଇଛନ୍ତି  । ନିର୍ବାଚିତ ପ୍ରତିନିଧି ମାନଙ୍କୁ ତାଲିତକାରୁ ବାଦ୍ ଦେବା ଦୁଃଖର ବିଷୟ  । ବିଫଳ ନେତୃତ୍ୱକୁ କାର୍ଯ୍ୟ ଦେଲେ ଦଳ ଆଗେଇବ ନାହିଁ ବରଂ ଦଳ ତଳକୁ ତଳ ଯିବ । ଏଆଇସିସି ସଭ୍ୟ ହେବା ପାଇଁ ଯୋଗ୍ୟତା କଣ ତାହା ମୁଁ ଜାଣିନାହିଁ । ବିଧାୟକ ଯୋଗେଶ ସିଂ କହିଛନ୍ତି ଯେ ସଂଗଠନକୁ ସୃଦୃଢ କରିବା ସମସ୍ତଙ୍କର ଦାୟିତ୍ୱ  । ସଦସ୍ୟ ଚୟନ କରିବା ହେଉଛି ଏଆଇସିସିର ନିଷ୍ପତି । ରାଜ୍ୟର ନେତୃତ୍ୱକୁ ବିରୋଧ କରୁଥିଲୁ  ତାହା ଯଥାର୍ଥ । ସୁନ୍ଦରଗଡ ବାସୀଙ୍କ ଆଶୀର୍ବାଦ ମୋ ପାଇଁ ଯଥେଷ୍ଟ । 

ବରିଷ୍ଠ ନେତା ତଥା ମେଡିଆ ଡିପାର୍ଟମେଣ୍ଟ ଅଧ୍ୟକ୍ଷ କୈଳାସ ଆଚାର୍ଯ୍ୟ ତାଙ୍କ ତୀର୍ଯକ ଇଂରାଜୀ ସମାଲୋଚନାରେ କହିଛନ୍ତି ଯେ....THE CONSPIRACY AGAINST THE CONGRESS IN ODISHA IS NOW MURKIER THAN MUCK. THE PARTY HAD ELECTED ME AN AICC MEMBER FIRST TIME IN 1971. WITH A BRIEF BREAK I WAS CONTINUING IN THAT POSITION TILL TODAY. NOW A BIG THANK YOU TO THE MEAN MEDIATOR.

ବରିଷ୍ଠ  ନେତା ହେମାନନ୍ଦ ବିଶ୍ୱାଳ କହିଛନ୍ତି ଯେ ମହାଅଧିବେଶନରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି  ଓ ସଂଗଠନ ସମ୍ପର୍କରେ ଆଲୋଚନା ହେବ ।  ଆସନ୍ତା ୧୮ ତାରିଖରେ ମହାଅଧିବେଶନ ଶେଷ ହେବା ପରେ ଓଡିଶାର ନେତାମାନେ ୧୯ ତାରିଖରେ ରାହୁଲ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ହେଲେ ଦେଖାଯାଉ କେଉଁ ପାଣି କୁଆଡେ ଯାଉଛି |

0
0
0
s2sdefault