ହେଡଲାଇନସ୍:

ବାରିପଦା ଘଟଣା ପୁଣି ଥରେ ଦାନ ମାଝୀ ପ୍ରସଙ୍ଗକୁ ମନେ ପକାଇ ଦେଇଛି : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

14-03-18-baripada-issue.jpg - 1.88 MBଭୁୂବନେଶ୍ୱର : ଦାନମାଝୀ ପରି ପୁଣି ଏକ ଲଜ୍ଜାକର ଘଟଣା ଲୋକଲୋଚନକୁ ଆସିବା ପରେ ଶାସକ ବିଜେଡିର ମୁଖା ଖୋଲିଯାଇଛି । କେବଳ ଯୋଜନା ଘୋଷଣା କରି ନିଜର ଆତ୍ମପ୍ରଚାରରେ ବ୍ୟସ୍ତଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ସାଧାରଣଲୋକଙ୍କ ଅଧିକାରକୁ ଗୁରୁତ୍ୱ ଦିଅନ୍ତି ନାହିଁ । ବିଭିନ୍ନ ଯୋଜନା ସାଧାରଣଲୋକଙ୍କ ପାଇଁ ଉଦ୍ଧିଷ୍ଟ ଥିବାସତ୍ୱେ ଶାସକ ବିଜେଡିର ଦଳାଲ ମାନେ ଯୋଜନାରେ ଅର୍ନ୍ତଭୃକ୍ତ କରିବା ପାଇଁ ନିରୀହ ଜନତାଙ୍କ ଠାରୁ ଅର୍ଥ ନେବାକୁ ପଛାନ୍ତିନାହିଁ । ଏହା କଣ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଶାସନ ବୋଲି ବିଜେପି ପ୍ରଶ୍ନ ଉଠାଇଛି ।

କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ଅଟକଳରେ ବିନା ଅର୍ଥରେ ଶବକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ “ମହା ପ୍ରୟାଣ” ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଏହି ଯୋଜନା ଏଯାବତ୍ ସବୁ ସ୍ଥାନରେ ପହଂଚି ପାରିନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଦାନ ମାଝୀ ନିଜ ସ୍ତ୍ରୀକୁ କାନ୍ଧରେ ବୋହିବା ଘଟଣା ଆଉ ଏବେ ବାରିପଦାରେ ବାଜୁନ ସୋରେନ ନିଜ ପୁଅର ମୃତ ଦେହକୁ  ହାତରେ ନେଇ ଚାଲିବା । ଏହି ଘଟଣା ଦ୍ୱାରା ପୁଣିଥରେ ଓଡିଶା ଲଜ୍ଜିତ ହୋଇଛି ବୋଲି ବିଜେପି କହିଛି ।

ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ବାଜୁନ ସୋରେନ ନାମକ ଜଣେ ଆଦିବାସୀ  ନିଜ ମୃତ ପୁଅର ଶବକୁ ହାତରେ ବୋହି ନେବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ପୁଅର ଶବ ଘରକୁ ନେବା ପାଇଁ ବାପା ଜଣକ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସପିଟାଲ କର୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ ଓ ଗୁହାରୀ ସତ୍ୱେ କର୍ତୃପକ୍ଷ କର୍ଣ୍ଣପାତ କରିନଥିଲେ । ଯଦିଓ ବ୍ୟକ୍ତି ଜଣକ ବିପିଏଲ ଶ୍ରେଣୀଭୁକ୍ତ ଏବଂ ସରକାରୀ ଯୋଜନାନୁଯାୟୀ ରାଜ୍ୟ ସରକାରଙ୍କ ମହାପ୍ରୟାଣ ଯୋଜନାରେ ଆମ୍ବୁଲାନ୍ସ ସେବା ପାଇବା ପାଇଁ ହକ୍ଦାର । ତଥାପି ସୋରେନ ନିଜ ଅଧିକାରରୁ ବଂଚିତ ହୋଇଥିଲେ । ମୃତକର ବାପା ଏହି ସେବା ପାଇଁ ଗୁହାରୀ କରିବାରୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ତାଙ୍କୁ ୪୦୦ ଟଙ୍କା ଲାଂଚ ମାଗିଥିଲେ ।  ଏଭଳି ଦୁର୍ଭାଗ୍ୟଜନକ ଘଟଣା ପୁଣି ଥରେ ବହୁଚର୍ଚ୍ଚିତ ଦାନ ମାଝୀ ଘଟଣାକୁ ମନେ ପକାଇ ଦେଇଛି ବୋଲି ବିଜେପି ଅଭିଯୋଗ କରିଛି ।

ଏଭଳି ଘଟଣା “ଅନୁସୁଚିତ ଜାତି ଓ ଜନଜାତି ପ୍ରିଭେନସନ ଅଫ ଆଟ୍ରୋସିଟିଜ ଆକ୍ଟ ୧୯୮୯” ଅନୁଯାୟୀ ସଂପୂର୍ଣ୍ଣ ଅକ୍ଷମଣୀୟ ଅପରାଧ । ଆମ୍ବୁଲାନ୍ସ ଚାଳକ ଜଣକ ସରକାରୀ କର୍ମଚାରୀ ହୋଇ ଲାଂଚ ମାଗିବା କାରଣରୁ ଆଇପିସିର ଧାରା ୧୧୬ ଏବଂ ଅନୁସୁଚିତ ଜାତି ଓ ଜନଜାତି ଆଇନର ଉପ ଧାରା-୨ ଅନୁଯାୟୀ ଦଣ୍ଡ ପ୍ରଦାନ କରାଯିବାକୁ ବିଜେପି ପ୍ରତିନିଧି ଦଳ ଦାବୀ କରିଛି ।

ବର୍ତମାନ ସୁଦ୍ଧା ମେଡିକାଲ କଲେଜ କର୍ତୃପକ୍ଷ ଓ ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକରିବା ଦ୍ୱାରା ଭବିଷ୍ୟତରେ ଏଭଳି ଅମାନବୀୟ ଘଟଣାର ପୁନରାବୃତିକୁ ପ୍ରୋତ୍ସାହିତ କରିବ । ତେଣୁ ଏଭଳି ଏକ ଅମାନବୀୟ ଘଟଣାରେ ଏସଟି କମିଶନ ତୁରନ୍ତ ହସ୍ତକ୍ଷେପ କରି ତୁରନ୍ତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବୀ ଜଣାଇଛି ।

ଆଜି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଓ ରାଜ୍ୟ ସଂପାଦକ ଶିଶିର ଗମାଙ୍ଗୋଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଜାତୀୟ ଅନୁସୁଚିତ ଜାତି ଓ ଜନଜାତି କମିଶନଙ୍କ ଉଦ୍ଦେଶ୍ୟରେ ରେ ଭୂବନେଶ୍ୱର ସ୍ଥିତ ଆଂଚଳିକ କାର୍ଯ୍ୟାଳୟକୁ ଯାଇ ଏ ସଂକ୍ରାନ୍ତରେ ସ୍ମାରକ ପତ୍ର ଦେଇ ଦାବୀ ଜଣାଇଛନ୍ତି ।

0
0
0
s2sdefault