ହେଡଲାଇନସ୍:

କୁନ୍ଦୁଲି ଗଣଦୁର୍ଷ୍କମ ପୀଡିତାକୁ ନ୍ୟାୟ ଦେବା ପରିବର୍ତ୍ତେ  ରାଜ୍ୟ ସରକାର ମାମଲାକୁ ଚାପି ଦେବାକୁ ବସିଛନ୍ତି : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ରିପୋର୍ଟକୁ ସାର୍ବଜନୀନ କରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସନ୍ଦେହ ଘେରକୁ ଆସିଛି

 ରାଜ୍ୟ ସରକାର ମାନ୍ୟବର ସୁପ୍ରିର୍ମକୋର୍ଟ ନିଦ୍ଦେଶ  ଉଲ୍ଲଘଂନ କରିଛନ୍ତି

13-02-18-Pitambara-Acharya_Press-Conference.jpg - 1.09 MB

ଭୁବନେଶ୍ୱର : କୁନ୍ଦୁଲି ଗଣଦୁର୍ଷ୍କମ ପୀଡିତାକୁ ନ୍ୟାୟ ଦେବା ପରିବର୍ତେ ରାଜ୍ୟ ସରକାର ମାମଲାକୁ ଚାପି ଦେବାକୁ ବସିଛନ୍ତି । ସିବିଆଇ ଦ୍ୱାରା ଘଟଣାର ତଦନ୍ତ ହେଲେ ହିଁ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପୁଣି ଥରେ ଦାବୀ କରିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ସରକାରଙ୍କ ଅଧିନସ୍ଥ ବିଭିନ୍ନ ତଦନ୍ତକାରୀ ସଂସ୍ଥା ବହୁ ଚର୍ଚ୍ଚିତ କୁନ୍ଦୁଲୀ ଗଣଦୁଷ୍କର୍ମ ନାବାଳିକା ପିଡୀତାର ଅଭିଯୋଗକୁ ମିଥ୍ୟା ବୋଲି କହି ଆସୁଥିଲେ ।

 ନ୍ୟାସନାଲ ଫରେନସିକ୍ ଲାବ୍ରୋଟାରୀ ରିପୋର୍ଟରୁ ମଧ୍ୟ କୌଣିସି ସିମେନ ମିଳିଲା ନାହିଁ ବୋଲି ତଦନ୍ତ କରୁଥିବା କ୍ରାଇମବ୍ରାଂଚ ତରଫରୁ ଗଣମାଧ୍ୟମରେ ସୁଚନା ଦିଆଯାଇଛି । ଘଟଣାର ତଦନ୍ତ ପ୍ରକ୍ରିୟା ଚାଲୁଥିବା ସମୟରେ କ୍ରାଇମବ୍ରାଂଚ ତରଫରୁ କିପରି ଗଣମାଧ୍ୟମ ଜରିଆରେ ସର୍ବସାଧାରଣରେ ତଥ୍ୟ ପ୍ରକାଶ କରାଗଲା ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ ପଚାରିବା ସହ ଏପରି ଘଟଣାରେ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଆଇନକାନୁନ ବାବଦରେ ବୋଧେ ରାଜ୍ୟ ସରକାରଙ୍କ କୈାଣସି ଜ୍ଞାନ ନାହିଁ । ଫୋୖଜଦାରୀ  ବ୍ୟବସ୍ଥା ମଧ୍ୟରେ ଯେତେବେଳେ ତଦନ୍ତ ପକ୍ରିୟା ଚାଲେ ସେତେବେଳେ କୈଣସି ତଦନ୍ତ ଅଧିକାରୀ ସର୍ବସାଧାରଣରେ ସଂଗ୍ରହ କରାଯାଇଥିବା ତଥ୍ୟ ଅବା ରିପୋର୍ଟ ପ୍ରକାଶ କରିବା ଉଚିତ୍ ନୁହେଁ । କାରଣ ଏହା କୋର୍ଟର ସମ୍ପତି । ଏମିତିକି ସୂଚନା ଅଧିକାର ଆାଇନ ଦ୍ୱାରା ସେହି ତଥ୍ୟ ମାଗିଲେ ବି ତଦନ୍ତକାରୀ ଅଫିସର ଦେବା ପାଇଁ ବାଧ୍ୟ ନୁହଁନ୍ତି । କିନ୍ତୁ ଏଠି ସରକାର କେମିତି କ୍ରାଇମବ୍ରାଂଚ ଅଫିସରଙ୍କ ଦ୍ୱାରା ରିପୋର୍ଟକୁ ପ୍ରକାଶ କଲେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କୁନ୍ଦୁଲି ପୀଡିତା ଗଣଦୁର୍ଷ୍କମରେ ଶିକାର ହୋଇଥିବାର ଅଭିଯୋଗ ଆଣିଥିଲେ ହେଁ ସରକାର ଏହାକୁ ପ୍ରଥମରୁ ଖଣ୍ଡନ କରି ଚାଲିଥିଲେ । ଏମିତିକି ସରକାର କଳେ ବଳେ କୌଶଳେ ପୀଡିତାର ଅଭିଯୋଗକୁ ମିଥ୍ୟା ବୋଲି ପ୍ରମାଣ କରିବାକୁ ଲାଗିପଡିଥିଲେ । ବର୍ତମାନ ଏହି ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ନିଜର ବିଜୟ ହୋଇଛି ବୋଲି ଭାବି ନେଇ ଏପରି ତଥ୍ୟକୁ ସର୍ବସାଧାରଣରେ ପ୍ରକାଶ କଲେ । ଗୋଟିଏପଟେ ସରକାର ମା’ କୁ ସମ୍ମାନ ଦେବାର ନାରାବାଜି କରୁଛନ୍ତି, କିନ୍ତୁ ଅନ୍ୟପଟେ କୁନ୍ଦୁଲି ପୀଡିତାର ତଥ୍ୟକୁ ସର୍ବସାଧାରଣରେ ପ୍ରକାଶ କରୁଛନ୍ତି । ଏହା ଦ୍ୱାରା ରାଜ୍ୟ ସରକାର ମାନ୍ୟବର ସୁପ୍ରିର୍ମକୋର୍ଟ ନିର୍ଦ୍ଦେଶକୁ ଉଲ୍ଲଘଂନ କରିବା ସହ ପୀଡିତା ଏବଂ ସମଗ୍ର ନାରୀ ଜାତିକୁ ଅପମାନିତ କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ଯେତେବେଳେ କୁନ୍ଦୁଲି ପୀଡିତାଙ୍କ ରିପୋର୍ଟ ପ୍ରସାରଣ କରିଥିଲା ସେହି ସମୟରେ କ୍ରାଇମବ୍ରାଂଚ ଡିଜି ତତ୍ପରତା  ପ୍ରକାଶ କରିଥିଲେ ଏବଂ କେମିତି ଏହି ରିପୋର୍ଟ ବାହାରକୁ ଗଲା ସେ ନେଇ ସରକାର ରାଜ୍ୟ ଫରେନ୍ସିକ ଲାବ୍ରୋଟାରୀର ନିର୍ଦ୍ଦେଶକଙ୍କୁ ବି ତନାଘନା କରିଥିଲେ । ସେ ସମୟରେ ରାଜ୍ୟ ଫରେନ୍ସିକ ଲାବ୍ରୋଟାରୀ କିମ୍ବା କ୍ରାଇମବ୍ରାଂଚ ତରଫରୁ ଆନୁଷ୍ଠାନିକ  ଭାବେ କୈାଣସି ରିପୋର୍ଟ ସଂପର୍କରେ ସୂଚନା ଦିଆଯାଇନଥିଲା । ତେଣୁ ଗତ କାଲିର ରିପୋର୍ଟକୁ ସାର୍ବଜନୀନ କରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସନେ୍ଦହ ଘେରକୁ ଆସିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ସୁପ୍ରିର୍ମକୋର୍ଟର ନିଦେ୍ର୍ଧଶାନାମାନୁଯାୟୀ, ନାବାଳିକା ଯଦି କୌଣସି ଅଭିଯୋଗ ଆଣେ ସେତେବେଳେ ସେହି ପୀଡିତା ଜଣକ ନିଜର ସର୍ବଶ୍ରେଷ୍ଠ  ସାକ୍ଷୀ ବୋଲି ଗ୍ରହଣ କରାଯାଏ । ଅପ୍ରାପ୍ତ ବୟସ୍କା ପୀଡିତା ହୋଇଥିଲେ ତାଙ୍କ ମାଆଙ୍କ ବୟାନକୁ ପ୍ରତ୍ୟକ୍ଷଦର୍ଶୀ ଭାବେ ଗ୍ରହଣ କରାଯାଏ । ସେଇଠି ଯଦି କିଛି ବିବାଦିତ ମେଡିକାଲ ରିପୋର୍ଟ ଆସେ ତାକୁ ମଧ୍ୟ ଅଗ୍ରାହ୍ୟ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ରହିଛି । ଏଠି କିନ୍ତୁ ରାଜ୍ୟ ସରକାର ଏକ ପୋଲିସ ଅଫିସରଙ୍କ ଦ୍ୱାରା  ପ୍ରେସ ବିବୃତିରେ ଗଣଦୁର୍ଷ୍କମ ସଂପର୍କରେ ତଥ୍ୟ ରଖି ସୁପ୍ରିର୍ମକୋର୍ଟ ନିୟମ ଭାଙ୍ଗିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ରାଜ୍ୟ ସରକାରଙ୍କ ଏଭଳି ଆଚରଣ ରୁ ଗୋଟିଏ ସନେ୍ଦଶ ମିଳୁଛି କି, ଆଗାମୀ  ଦିନର ଯଦି କୌଣସି ମହିଳା ଦୁର୍ଷ୍କମରେ ଶୀକାର ହୁଏ ତେବେ ସରକାର ସମସ୍ତ କଳ ବଳ କୌଶଳ ଲଗାଇ ପୀଡିତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି ପ୍ରମାଣିତ କରିବେ । ରାଜ୍ୟ ସରକାର ଏଠି ନାରୀମାନଙ୍କ ଉପରେ ଅତ୍ୟାଚାର କରି ଆନନ୍ଦିତ ହେଉଛନ୍ତି । ପୂର୍ବରୁ ପୀଡିତା ଅଭିଯୋଗ କରିବା ପରେ ଜିଲ୍ଲା ଏସପି ଘଟଣାକୁ ମିଥ୍ୟା ବୋଲି କହିଥିଲେ । ପରେ ରାଜ୍ୟସରକାର କ୍ରାଇମବ୍ରାଞ୍ଚ  ଦ୍ୱାରା ଘଟଣା ମିଥ୍ୟା ବୋଲି କୁହାକରାଇଲେ । ଏଚଆରପିସି ଦ୍ୱାରା ବି ସମାନ କଥା ଦୋହରାଗଲା । ଏଠି ପ୍ରଶ୍ନ ଉଠୁଛି ଯେ ଯଦି ସମସ୍ତ ତଦନ୍ତକାରୀ ସଂସ୍ଥା ଘଟଣାକୁ ମିଥ୍ୟା ବୋଲି କହିଲେ ତେବେ ସରକାର କଣ ପାଇଁ ଜିଲ୍ଲା ଜର୍ଜ ମାଧ୍ୟମରେ ଜୁଡିସିଆଲ କମିଶନର ଏବଂ ଏସଆଇଟି ଗଠନ କରୁଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଛନ୍ତି । ସରକାରଙ୍କ ପ୍ରକୃତ ଉଦେ୍ଧଶ୍ୟ ହେଉଛି ଦଳିତ ନାବାଳିକା କୁନ୍ଦୁଲି ପୀଡିତାର ଅଭିଯୋଗକୁ ମିଥ୍ୟା ବୋଲି ପ୍ରମାଣିତ କରିବା ।କୁନ୍ଦୁଲି ପୀଡିତୀକୁ ନ୍ୟାୟ ଦେବା ପାଇଁ ପୁନର୍ବାର ସିବିଆଇ ତଦନ୍ତ ବିଜେପି ଦାବୀ କରୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault