ହେଡଲାଇନସ୍:

ପୁରୁଣା ରାସ୍ତାକୁ ମରାମତି କରି କହୁଛନ୍ତି କଣ ନା “ବିଜୁ ଏକ୍ସପ୍ରେସ ୱେ” !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-03-18-sanir.jpg - 41.44 kB

 ରାଉରକେଲା – ସମ୍ବଲପୁର ୧୬୩ କିମିର ରାସ୍ତାକୁ ଲୋକାର୍ପଣ କରିଛନ୍ତି ତାହା ପୂର୍ବରୁ ରାଜ୍ୟ ରାଜମାର୍ଗ ଥିଲା

 ମିଥ୍ୟା ପ୍ରଚାର କରି ମୁଖ୍ୟମନ୍ତ୍ରୀ ନିଜର ଆତ୍ମ ପ୍ରଚାର କରିବାର ଉତର ଆଗାମୀ ଦିନରେ ରାଜ୍ୟବାସୀ ଦେବେ

ଭୁବନେଶ୍ୱର/ଚକ୍ରଧର ମାଝି  : ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିବାକୁ ପ୍ରୟାସ କରିଛନ୍ତି । ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଏକ୍ସପ୍ରେସ ୱେ ଘୋଷଣା କରି କେବଳ ମିଥ୍ୟା ତଥ୍ୟ ଦେଇ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ମୁଖ୍ୟମନ୍ତ୍ରୀ ପୁରୁଣା ରାସ୍ତାକୁ ମରାମତି କରି ନୂଆ ଏକ୍ସପ୍ରେସ ୱେ ରାସ୍ତା ଉଦଘାଟନ କରିବାର ଡ୍ରାମା କରୁଛନ୍ତି ।  ମୁଖ୍ୟମନ୍ତ୍ରୀ ଯେଉଁ ରାଉରକେଲା – ସମ୍ବଲପୁର ୧୬୩ କିମିର ରାସ୍ତାକୁ ଲୋକାର୍ପଣ କରିଛନ୍ତି ତାହା ପୂର୍ବରୁ ରାଜ୍ୟ ରାଜମାର୍ଗ ଥିଲା । ପୁରୁଣା ରାସ୍ତାକୁ ନୁଆ ନାମ ବିଜୁ ଏକ୍ସପ୍ରେସ ୱେ ରେ ନାମିତ କରିି ଲୋକାର୍ପଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଉପ ସଭାପତି  ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।  

ବିଜୁ ଏକ୍ସପ୍ରେସ ୱେ ନାମରେ ବିଭିନ୍ନ ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି । ବାସ୍ତବରେ ଜାତୀୟ ରାଜମାର୍ଗ ଉପରେ କିଛି ପୁରୁଣା ରାସ୍ତାକୁ ମରାମତି ଏବଂ ନବୀକରଣ କରି ନୂଆ ବିଜୁ ଏକ୍ସପ୍ରେସ ୱେ ରେ ନାମିତ କରାଯାଇଛି । ତଥାକଥିତ ବିଜୁ ଏକ୍ସପ୍ରେସ ୱେରେ ୧୮୩ କିମିର ଜାତୀୟ ରାଜମାର୍ଗ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସଡକ ଯୋଜନାରେ ଚାନ୍ଦିନୀ- ବୋରିଗମା ଜାତୀୟ ରାଜମାର୍ଗ ନମ୍ବର -୬୩ରେ ରହିଛି ୪୧ କିମି । ସେହିପରି ବୋରିଗମା - ଆମପାଣି ଜାତୀୟ ରାଜମାର୍ଗ ନମ୍ବର -୨୬ ରେ ରହିଛି ୫୯ କିମି. । ଘଟିପଡା - ନୂଆପଡା ଜାତୀୟ ରାଜମାର୍ଗ ନମ୍ବର -୩୫୩ରେ ୯ କିମି ରହିଛି । ଅନ୍ୟପଟେ ସୋହେଲା – ସମ୍ବଲପୁର ଜାତୀୟ ରାଜମାର୍ଗ ନମ୍ବର ୫୩ରେ ୭୪ କିମି ରହିଛି । ଏହିପରି ମୋଟ ଜାତୀୟ ରାଜମାର୍ଗର ଦୈର୍ଘ୍ୟ ୧୮୩ କମି ରୁ ଅଧିକ ରହିଛି । 

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଓଡିଶାର ବିକାଶ ପାଇଁ ବଦ୍ଧ ପରିକର । ରାଜ୍ୟରେ ନୂତନ ଜାତୀୟ ରାଜମାର୍ଗ ନିର୍ମାଣ ସହ ଉନ୍ନତୀକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅବଦାନ ଅତୁଳନୀୟ । କିନ୍ତୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କେବଳ କେନ୍ଦ୍ରସରକାରଙ୍କ କାର୍ଯ୍ୟକୁ ଲୋକାର୍ପଣ କରି ନିଜେ ବାହା ବାହା ନେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ରାଜ୍ୟରେ ବିଭିନ୍ନ ଗ୍ରାମକୁ ଏଯାବତ୍ ରାସ୍ତା ନଥିବା ବେଳେ କେବଳ ମିଥ୍ୟା ପ୍ରଚାର କରି ମୁଖ୍ୟମନ୍ତ୍ରୀ ନିଜର ଆତ୍ମ ପ୍ରଚାର କରିବା କେତେ ଦୂର ଯଥାର୍ଥ ତାହାର ଉତର ଆଗାମୀ ଦିନରେ ରାଜ୍ୟବାସୀ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

0
0
0
s2sdefault