ହେଡଲାଇନସ୍:

ଢେଙ୍କାନାଳ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମିତାଞ୍ଜଳୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜୁ ଜନତା କାର୍ଯ୍ୟାଳୟରେ ଶୋକସଭା 

12-03-18-mita.jpg - 28.42 kB

ଭୁବନେଶ୍ୱର/ଚକ୍ରଧର ମାଝି : ଢେଙ୍କାନାଳ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ଆଇନ୍‍ଜୀବୀ ମିତାଞ୍ଜଳୀ ସ୍ୱାଇଁ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଉରକେଲାରେ ମୃତୁ୍ୟବରଣ କରିଛନ୍ତି । ତାଙ୍କର ଅକାଳ ବିୟୋଗ ଖବର ଆସିବା ପରେ ଢେଙ୍କାନାଳ ଜିଲ୍ଲା ଓ ବିଜୁ ଜନତା ଦଳରେ ଶୋକର ଛାୟା ଖେଳିଯାଇଛି । ବିଜୁ ଜନତା ଦଳ ସଭାପତି ତଥା  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତା ସ୍ୱାଇଁଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କରି ଅମର ଆତ୍ମାର ସଦ୍‍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । 

ସେହିପରି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ବିଧାୟିକ ପ୍ରମିଳା ମଲିକଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ ସ୍ୱର୍ଗତା ସ୍ୱାଇଁଙ୍କ ବିୟୋଗରେ ଗଭୀର ଶୋକପ୍ରକଟ କରିଛନ୍ତି । ସ୍ୱର୍ଗତା ସ୍ୱାଇଁ ବିଜୁ ଜନତା ଦଳ ଢେଙ୍କାନାଳ ଜିଲ୍ଲାରେ ଆଗଧାଡ଼ିର ଜଣେ ସକ୍ରିୟ ସଦସ୍ୟା ଥିଲେ । ସାଂଗଠନିକ ଦକ୍ଷତା ଓ କ୍ରିୟାଶୀଳତା ଆଧାରରେ ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଦାୟିତ୍ୱରେ ସେ ଥିଲେ । ସ୍ୱର୍ଗତା ସ୍ୱାଇଁଙ୍କ ନିଷ୍ଠାପର  ଓ ଉତ୍ସର୍ଗୀକୃତ ଦକ୍ଷତା ପାଇଁ ଢେଙ୍କାନାଳ ଜିଲ୍ଲାରେ ମହିଳା ବିଜେଡି ସଂଗଠନ ବେଶ୍‍ ମଜଭୁତ ହୋଇଥିଲା । ତାଙ୍କର ପରଲୋକ ଢେଙ୍କାନାଳ ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି । ଆଜି ଏଥିନେଇ ଅପରାହ୍ଣରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତା ସ୍ୱାଇଁଙ୍କ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ସଭାରେ ଦୁଇ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ମହିଳା ବିଜେଡି ଉପ-ସଭାନେତ୍ରୀ ଗୀତା ବସ୍ତିଆ, ଦଳର ମୁଖପାତ୍ର ସୁଲୋଚନା ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ଭାରତୀ ସିଂହ, ରଞ୍ଜୁଲତା ରାୟ, ମମତା ସାହୁ, ମମତା ରାଉତ, ସସ୍ମିତା ମିଶ୍ର, ମାନସୀ ସୁନ୍ଦରାୟ, ପୁଷ୍ପା ପାଣି, ପୁଷ୍ପା ଦାସ, ସ୍ନିଗ୍‍ଧା ପାଣିଗ୍ରାହୀ, ବନ୍ଦନା ସାହୁ, ସ୍ୱର୍ଣ୍ଣପ୍ରଭା ରାୟ, ପ୍ରଣତୀ ନାୟକ, ସ୍ନେହାଞ୍ଜଳି ମହାନ୍ତି, ରାଜଲକ୍ଷ୍ମୀ ଦାଶ, ପଙ୍କିଜୀନୀ ସ୍ୱାଇଁ, ମଧୁସ୍ମିତା ଦାଶ, ସସ୍ମିତା ଦାଶ, ବିନୟନୀ ଲେଙ୍କା, ମମତା ବେହେରା, ରୀନା ଗଡ଼ନାୟକ, ଶାନ୍ତିଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

12-03-18-mita1.jpg - 715.09 kB

0
0
0
s2sdefault