ହେଡଲାଇନସ୍:

ଅସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଦେବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଖିଳ ଭାରତ ଅସଂଗଠିତ ଶ୍ରମିକ କଂଗ୍ରେସ ଓଡ଼ିଶା ଶାଖା ଉଦ୍ଘାଟିତ

11-03-18-aiuwc-ra-launching-2.JPG - 288.88 kB
ଭୁବନେଶ୍ୱର/chakradhar majhi - ଅଖିଳ ଭାରତ ଅସଂଗଠିତ ଶ୍ରମିକ କଂଗ୍ରେସ ଓଡ଼ିଶା ଶାଖା କଂଗ୍ରେସ ଭବନ ଠାରେ ଉଦ୍ଘାଟିତ ହୋଇଯାଇଛି । ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କୁ ସଂଗଠିତ କରି ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ପ୍ରଦାନ କରିବା ଉଦେ୍ଧଶ୍ୟରେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଜାତୀୟସ୍ତରରେ ଅଖିଳ ଭାରତ ଅସଂଗଠିତ ଶ୍ରମିକ କଂଗ୍ରେସ  ଗଠନ କରିଛନ୍ତି । ଏହି ଉପଲକ୍ଷେ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସଭାରେ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ପ୍ରଦୀପ ପ୍ରଜ୍ୱଳନ କରି ଓଡ଼ିଶା ଶାଖାର ଶୁଭଉଦôଘାଟନ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ଆଇଏନଟିୟୁସି ରାଜ୍ୟସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ଏହି ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅଖିଳ ଭାରତ ଅସଂଗଠିତ ଶ୍ରମିକ କଂଗ୍ରେସ ଓଡ଼ିଶା ଶାଖାର ସଭାପତି ତଥା ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଏହି ସଭାରେ ସଭାପତିତ୍ୱ କରିଥିଲେ । ସଭାକୁ ସମ୍ବୋଧିତ କରି ଶ୍ରୀ ହରିଚନ୍ଦନ କହିଲେ ଯେ ସମଗ୍ର ଦେଶରେ କୋଟି କୋଟି ଶ୍ରମିକ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବାବେଳେ ସେମାନଙ୍କୁ ସାମାଜିକ ସୁରକ୍ଷା ଦେବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହି ଶ୍ରମିକମାନଙ୍କର ଦେଶର ଅର୍ଥନୀତିରେ ଯଥେଷ୍ଟ ଅବଦାନ ରହିଥିଲାବେଳେ କେନ୍ଦ୍ରର ବିଜେପି ତଥା ରାଜ୍ୟ ବିଜେଡ଼ି ସରକାର ଏମାନଙ୍କର ସ୍ୱାର୍ଥକୁ ଅଣଦେଖା କରି•ଲିଛନ୍ତି । ତେଣୁ ଅଖିଳ ଭାରତ ଅସଂଗଠିତ ଶ୍ରମିକ କଂଗ୍ରେସ ଓଡ଼ିଶା ଶାଖା ରାଜ୍ୟର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକ ମାନଙ୍କର ସ୍ୱାର୍ଥ ହାସଲ କରିବା ଦିଗରେ କାର୍ଯ୍ୟକ୍ରମମାନ ଗ୍ରହଣ କରିବ ବୋଲି ଶ୍ରୀ ହରିଚନ୍ଦନ ଆଶାବ୍ୟକ୍ତ କରିଥିଲେ । ଡ. ଖୁଣ୍ଟିଆ ଅସଂଗଠିତ ଶ୍ରମିକ କଂଗ୍ରେସ ଦେଶ ତଥା ରାଜ୍ୟରେ ଶ୍ରମିକ ମାନଙ୍କର ସ୍ୱାର୍ଥରକ୍ଷା କରିବାକୁ ପ୍ରତିଶୃତିବଦ୍ଧ ବୋଲି କହିଥିଲେ । ଆଗାମୀ ଦିନରେ ଓଡ଼ିଶା ଶାଖା ଏହି ଶ୍ରେଣୀର ଶ୍ରମିକମାନଙ୍କୁ ସଂଗଠିତ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ କାର୍ଯ୍ୟକରିବ ବୋଲି ଡ. ଖୁଣ୍ଟିଆ କହିଥିଲେ । ଅଖିଳ ଭାରତ ଅସଂଗଠିତ ଶ୍ରମିକ କଂଗ୍ରେସ ଓଡ଼ିଶା ଶାଖାର ସଭାପତି ଶ୍ରୀ ମହାନ୍ତି ଆଗାମୀ ଶ୍ରମିକ ଦିବସରେ ଭୁବନେଶ୍ୱରଠାରେ ଅସଂଗଠିତ ଶ୍ରମିକମାନଙ୍କର ଏକ ବିଶାଳ ସମାବେଶ ଆୟୋଜନ କରାଯିବ ବୋଲି କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ଡ. ଯୁଧିଷ୍ଠିର  ଜେନା, କିଶୋର ଜେନା, ହଳଧର ସେଠୀ, ବିଜୟ ଦ୍ୱିବେଦୀ, ପ୍ରଣତୀ ମିଶ୍ର ଓ ସୁଶାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ ।

0
0
0
s2sdefault