ହେଡଲାଇନସ୍:

ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ: ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜୁ ମହିଳା ଜନତା ଦଳ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ-୨୦୧୮ ପାଳନ

08-03-18-BJD-Party-Office-re-anatrjatika-Mahila-Divasa-Palana-18.jpg - 872.36 kB

ଭୁବନେଶ୍ୱର: ଓଡ଼ିଶା ଆଜି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ । ୫୦ ପ୍ରତିଶତ ପଞ୍ଚାୟତରେ ମା’ମାନେ ଗାଁର ବିକାଶ ଦାୟିତ୍ୱ ନେଇଛନ୍ତି । ନିକଟରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ କିଛି ମହିଳା ପଞ୍ଚାୟତ ପ୍ରତିନିଧିମାନଙ୍କ ସହିତ ସିଧାସଳଖ ଆଲୋଚନା ହୋଇଥିଲା । ଗାଁର ବିକାଶ ପାଇଁ ସେମାନଙ୍କ ପ୍ରତିଶ୍ରୁତିବଦ୍ଧତା ଦେଖି ମୁଁ ବହୁତ ଖୁସି ହୋଇଥିଲି । ସେହିପରି ମମତା ଓ ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମରେ ମା’ମାନଙ୍କର ସାମାଜିକ, ଅର୍ଥନୈତିକ ସଶକ୍ତିକରଣକୁ ଜୋରଦାର କରାଯାଇପାରିଛି । ମହିଳାମାନଙ୍କର ସଂପୂର୍ଣ୍ଣ ସଶକ୍ତିକରଣ ଆମର ଲକ୍ଷ୍ୟ । ଆମ ଦଳ ଆଜି ୧୮ବର୍ଷ ଧରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇପାରିଛି । ଆମ ଦଳର ସଂଗଠନକୁ ସୁଦୃଢ଼ କରିବାରେ ମା’ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । ଆପଣମାନେ ସହର ଓ ଗାଁର ପ୍ରତି ପରିବାର ସହିତ ଯୋଡ଼ି ହୁଅନ୍ତୁ, ମା’ମାନଙ୍କ ପାଇଁ ଥିବା ଯୋଜନା ଓ ସୁବିଧା ସଂପର୍କରେ ସେମାନଙ୍କୁ ସଚେତନ କରନ୍ତୁ । ଆପଣମାନଙ୍କ ସହଯୋଗରେ ରାଜ୍ୟରେ ମା’ମାନଙ୍କର ସଶକ୍ତିକରଣ ଆହୁରି ଦୃଢ଼ ହେବ ଏବଂ ବିଜୁ ଜନତା ଦଳ ଆହୁରି ମଜଭୁତ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପତ୍ତନୟକ |

ବିଶ୍ୱ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ଠାରେ ସଭାନେତ୍ରୀ ବିଧାୟିକା  ପ୍ରମିଳା ମଲିକଙ୍କ ସଭାପତିତ୍ୱରେ ଆୟୋଜିତ ମହିଳା ଦିବସ କାର୍ଯ୍ୟକ୍ରମକୁ  ମୁଖ୍ୟମନ୍ତ୍ରୀ  ଶ୍ରୀ ପଟ୍ଟନାୟକ ଆନୁଷ୍ଠାନିକ  ଭାବେ ଉଦ୍‍ଘାଟନ କରିଥିଲେ । ବିଶ୍ୱ ମହିଳା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାରା ରାଜ୍ୟର ମା’ମାନଙ୍କୁ ଓ ସଭାରେ ଉପସ୍ଥିତ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ବିଜୁବାବୁଙ୍କ ଆଦର୍ଶରେ ଗଠିତ ବିଜୁ ଜନତା ଦଳ ମା’ମାନଙ୍କର ସଶକ୍ତିକରଣ ପାଇଁ ସମର୍ପିତ । ଆପଣମାନେ ଜାଣନ୍ତି, ମହିଳାମାନଙ୍କ ଅଧିକାରର ସୁରକ୍ଷା ପାଇଁ ବିଜୁବାବୁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ । ପଞ୍ଚାୟତିରାଜ ଓ ସରକାରୀ ଚାକିରିରେ ସଂରକ୍ଷଣ ଠାରୁ ଆରମ୍ଭ କରି ମହିଳା କମିଶନ ଗଠନ ଓ ଯୌତୁକ ଆଇନ୍‍କୁ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଅନେକ ପଦକ୍ଷେପ ନେଇ ଓଡ଼ିଶାରେ ମହିଳାମାନଙ୍କ ପାଇଁ ଏକ ନୂଆ ଯୁଗ ଆରମ୍ଭ କରିଥିଲେ ବୋଲି କହିଥିଲେ | 

ସଭାନେତ୍ରୀ ଶ୍ରୀମତୀ ମଲିକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଟୁକୁନି ସାହୁ, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପୂର୍ବରୁ ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ଆଗକୁ ଆଣିବା ପାଇଁ ପ୍ରବାଦ ପୁରୁଷ ବିଜୁବାବୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ଦେଶରେ ଏକ ନୂତନ ଇତିହାସ ସୃଷ୍ଟି କରିଥିଲେ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଉ ପାଦେ ଆଗେଇ ଯାଇ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ସହ ଜିଲ୍ଲା ଯୋଜନା ବୋର୍ଡରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଭ୍ୟପଦ ସଂରକ୍ଷିତ ରଖି ଦେଶରେ ଆଉ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି । ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ଜରିଆରେ ୬୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ ନେଇ ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ  ଗଠନ କରାଯାଇଛି । ସ୍ୱାବଲମ୍ବୀ ମହିଳାଙ୍କ ଆର୍ଥିକ ସଶକ୍ତିକରଣ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସ୍ୱୟଂ ସହାୟକ ଗୋଷ୍ଠୀ କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୧% ସୁଧ ଘୋଷଣା କରି ସ୍ୱାବଲମ୍ବୀ ମହିଳାଙ୍କ ଆର୍ଥôକ ସଶକ୍ତିକରଣକୁ ଏକ ନୂଆ ମୋଡ଼ ଦେଇଛନ୍ତି । ବାଳିକା ଓ ମହିଳାମାନଙ୍କ ବିକାଶ ନିମନ୍ତେ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯାଇଛି । ଗର୍ଭବତୀ ଓ ପ୍ରସୂତିମାନଙ୍କ ନିମନ୍ତେ କରାଯାଇଥିବା ଯୋଜନା ‘ମମତା’ରେ ରାଜ୍ୟର ୩୨ଲକ୍ଷ ମା’ମାନଙ୍କୁ ୧,୪୦୦ କୋଟି ଟଙ୍କାରୁ ଉର୍ଧ୍ଵ ସହାୟତା ଦିଆଯାଇଛି । ମମତା ଯୋଜନାରେ ମିଳୁଥିବା ୫ ହଜାର ଟଙ୍କା ସହିତ ପ୍ରସୂତି ଓ ଗର୍ଭବତୀ ନିର୍ମାଣ ଶ୍ରମିକମାନଙ୍କୁ ଆଉ ଅଧିକ ୮ ହଜାର ଟଙ୍କା ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯାଉଛି । ମମତା ଯୋଜନାର ସଫଳତା ଆଜି ରାଜ୍ୟକୁ ଏକ ଅସାମାନ୍ୟ ସଫଳତା ଆଣିଦେଇଛି । ବିଜୁ ପକ୍କା ଘରର କାର୍ଯ୍ୟାଦେଶରେ ଘରର ମୁରବୀ ଭାବେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଶିଶୁ ଏବଂ ମାତୃ ମୃତ୍ୟୁ  ହାର ଆମ ରାଜ୍ୟରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ଜାତୀୟ ସ୍ତରରେ ହାସଲ କରାଯାଇଥିବା ସଫଳତା ଠାରୁ ଆମ ରାଜ୍ୟ ଆଗରେ ଅଛି । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କର ରାଜ୍ୟର ମହିଳାମାନଙ୍କ ପ୍ରତି ରହିଥିବା ପ୍ରତିବଦ୍ଧତାର ଏକ ନିଦର୍ଶନ । ‘ବିଜୁ ଯୁବ ସଶକ୍ତିକରଣ ଯୋଜନା’ ମାଧ୍ୟମରେ ରାଜ୍ୟର ୫ଲକ୍ଷରୁ ଉର୍ଧ୍ଵ  କଲେଜ୍‍ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳରେ ପ୍ରଶିକ୍ଷଣ ଦିଆଯାଉଛି । ରାଜ୍ୟରେ ପ୍ରଥମଥର ପାଇଁ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ କୃତିତ୍ୱ ହାସଲ କରୁଥିବା ମହିଳା କ୍ରୀଡ଼ାବିତ୍‍ମାନଙ୍କୁ ସିଧାସଳଖ ସରକାରୀ ଗୃହ ବିଭାଗ ତଥା ସରକାରୀ ଉଦ୍ୟୋଗମାନଙ୍କରେ ବିଭିନ୍ନ ବର୍ଗରେ ନିଯୁକ୍ତି ପ୍ରଦାନ କରାଯାଉଛି । ରାଜ୍ୟ ବଜେଟ୍‍ ପ୍ରସ୍ତୁତି ସମୟରେ ରାଜ୍ୟର ମହିଳାମାନଙ୍କ ଉନ୍ନତି ନିମନ୍ତେ ଯେଭଳି କମ୍‍ ଅର୍ଥ ବରାଦ କରାନଯିବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସବୁବେଳେ ନିଦେ୍ର୍ଧଶ ଦେଇ ଆସିଛନ୍ତି ଏବଂ ବଜେଟ୍‍ରେ ଅର୍ଥ ବରାଦ ସମୟରେ ଯେଭଳି ପୁରୁଷ ଓ ମହିଳାଙ୍କ ପାଇଁ ସମ ପରିମାଣର ଅର୍ଥ ବରାଦ କରାଯିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ  ଏବଂ ସେମାନଙ୍କ ସଂଘକୁ ଆର୍ଥôକ ସହାୟତା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ଯୋଜନା’ ପ୍ରଣୟନ କରି ମହିଳା ସମାଜର ସୁରକ୍ଷା ଓ ସମ୍ମାନ ପାଇଁ ଉଦ୍ୟମ କରାଯାଇଛି । ନିରାଶ୍ରୟ ମହିଳାମାନଙ୍କ ପାଇଁ ରାଜ୍ୟ ସରକାର କରିଥିବା ‘ସ୍ୱଧାର ଗୃହ’ ଯୋଜନାରେ ମହିଳା ଓ ତାଙ୍କର ୧୮ବର୍ଷରୁ କମ୍‍ ବୟସର ସନ୍ତାନ ସନ୍ତତିମାନଙ୍କୁ ମାଗଣାରେ ଖାଦ୍ୟ, ବାସଗୃହ ଓ ବସ୍ତ୍ର ଯୋଗାଇବା ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର କିଶୋରୀ ବାଳିକାମାନଙ୍କୁ ମାଗଣାରେ ସାନିଟାରୀ ନାପ୍‍କିନ୍‍ ଯୋଗାଇବାକୁ ‘ଖୁସି’ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ୧୭ଲକ୍ଷରୁ ଅଧିକ ଛାତ୍ରୀ ଉପକୃତ ହେବେ । ଏହିଭଳି ଅନେକ ଯୋଜନା ପ୍ରଣୟନ କରି ମହିଳା ସମାଜର ସର୍ବାଙ୍ଗୀନ ବିକାଶ ଓ ମହିଳାମାନଙ୍କ ସୁରକ୍ଷା-ସମ୍ମାନ ପାଇଁ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସରକାରର କାର୍ଯ୍ୟକ୍ରମ ଓ ପ୍ରତିବଦ୍ଧତାକୁ ମହିଳା ସମାଜ ନିକଟରେ ପହଞ୍ଚାଇବାକୁ ବିଜୁ ମହିଳା ଜନତା ଦଳର ପ୍ରତ୍ୟେକଟି ସଦସ୍ୟ ଆଜିର ଆନ୍ତର୍ଜାତିକ ମହିଳା ଦିବସରେ ସଂକଳ୍ପ ନେବାକୁ ଉପସ୍ଥିତ ବକ୍ତାମାନେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସାଂସଦ ସରୋଜିନୀ ହେମ୍ବ୍ରମ୍‍, ବିଧାୟିକା ନନ୍ଦିନୀ ଦେବୀ, ରୀତା ସାହୁ, ନାରୀ ନେତ୍ରୀ ସୁନନ୍ଦା ଶତପଥୀ, ଡେପୁଟି ମେୟର କେ. ଶାନ୍ତି, ଗୀତା ବସ୍ତିଆ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାରତୀ ସିଂହ, ମହାମାୟା ସ୍ୱାଇଁ, ସନ୍ଧ୍ୟା ବିଶ୍ୱାଳ, ପୂଜାରିଣୀ ବଳ, ପ୍ରୀତିନନ୍ଦା ରାଉତରାୟ, ଶ୍ରୀମୟୀ ମିଶ୍ର, ଲତିକା ପ୍ରଧାନ, ଏଲିନା ଦାଶ, ସୁଲତା ଦେଓ, ସୁଲୋଚନା ଦାସ, ସଂଯୁକ୍ତା ମହଲ ପ୍ରମୁଖଙ୍କ ସମେତ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ଓ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

0
0
0
s2sdefault