ହେଡଲାଇନସ୍:

ଦିଲ୍ଲୀରେ ୮୪ ତମ କଂଗ୍ରେସ ଅଧିବେଶନ ମାର୍ଚ୍ଚ ୧୬ରୁ , ଓଡିଶାର ପିସିସି ସଭ୍ୟମାନେ ଯୋଗଦେବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

07-03-18-congress.jpg - 18.82 kB

ଭୁବନେଶ୍ୱର  - ଭାରତୀୟ ଜାତୀୟ କଂଗ୍ରେସର ୮୪ତମ ସାଧାରଣ ଅଧିବେଶନ ଆସନ୍ତା ମାର୍ଚ୍ଚ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମ୍, ଦିଲ୍ଲୀଠାରେ ଅନୁଷ୍ଠିତ  ହେବ । ଏହି ଅଧିବେଶନରେ ସବୁ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭ୍ୟ, ସହଯୋଗୀ ପିସିସି ସଭ୍ୟ ଓ ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭ୍ୟମାନେ ପ୍ରତିନିଧି ବା ଡେଲିଗେଟ୍ ଭାବେ ଯୋଗ ଦେବେ । ଶ୍ରୀ ରାହୁଲ ଗାନ୍ଧୀ ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହେଉଛି । ଏଥିନିମନ୍ତେ କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ୨୯ ଜଣିଆ ପରିଚାଳନା କମିଟି ଗଠନ କରିଛନ୍ତି । କମିଟିରେ ଶ୍ରୀ ମୋତିଲାଲ ଭୋରା ଅଧ୍ୟକ୍ଷ ରହିଥିବା ବେଳେ ଶ୍ରୀ ଓସ୍କାର ଫର୍ଣ୍ଣାଣ୍ଡିଜ୍ ଆବାହକ ରହିଛନ୍ତି । ସେହିଭଳି ଚିଠା ପ୍ରସ୍ତାବ ପ୍ରସ୍ତୁତି ନିମନ୍ତେ ଡଃ ମନମୋହନ ସିଂହଙ୍କ ଆବାହକତ୍ୱରେ ଏକ ୪୪ ଜଣିଆ କମିଟି ଗଠନ କରାଯାଇଥିବା ସହ ୪ଟି  ସବକମିଟି  ଗଠନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ୮୩ତମ ସାଧାରଣ ଅଧିବେଶନ ୨୦୧୦ ମସିହା ଡିସେମ୍ବର ମାସରେ ନୂଆଦିଲ୍ଲୀସ୍ଥିତ ତାଲକୋଟରା ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ  ହୋଇଥିଲା । ନୂଆଦିଲ୍ଲୀରେ ତିନି ଦିନ ଧରି ହେବାକୁ ଥିବା ଏହି ସାଧାରଣ ଅଧିବେଶନରେ ଯୋଗଦେବାକୁ ସମସ୍ତ ପିସିସି ସଭ୍ୟମାନଙ୍କୁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି । ମାର୍ଚ୍ଚ ୧୫ ତାରିଖ, ଗୁରୁବାର ସୁଦ୍ଧା ପ୍ରତିନିଧିମାନେ ଦିଲ୍ଲୀରେ ପହଂଚିବା ଆବଶ୍ୟକ । ପିସିସି ପକ୍ଷରୁ ଏହି ଅଧିବେଶନ ନିମନ୍ତେ ନିୟନ୍ତ୍ରଣ କକ୍ଷ ଖୋଲାଯିବ । ସମସ୍ତ ସଭ୍ୟମାନଙ୍କୁ ପିସିସି ପକ୍ଷରୁ ଡାକଯୋଗେ ଯୋଗାଯୋଗ କରାଯାଉଛି । ଅଧିକ ସୂଚନା ପାଇଁ ସଭ୍ୟମାନେ ପିସିସି କାର୍ଯ୍ୟାଳୟ ସଂପାଦକଙ୍କୁ ୮୦୯୩୦୬୫୦୬୭ ମୋବାଇଲ ନମ୍ବର ଏବଂ  ୦୬୭୪-୨୫୩୩୫୫୧/୨୫୩୫୫୭୭ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ ।

0
0
0
s2sdefault