ତ୍ରିପୁରା,ମେଘାଳୟ, ନାଗାଲାଣ୍ଡରେ ବିଜେପିର ବିଜୟ  ନୂଆ ରାଜନୈତିକ  ପରିବର୍ତନକୁ  ଚୁଡାନ୍ତ ପର୍ଯ୍ୟାୟକୁ ନେବ : ଜୁଏଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୨୦୧୯ରେ ଓଡିଶାରେ ବିଜେପି ସରକାର ନେଇ ଅମିତ ଶାହଙ୍କ ବକ୍ତବ୍ୟକୁ ଦୋହରାଇଲେ 

 ତ୍ରିପୁରାରେ ବାମ ଗଡର ସର୍ଦାର ମାଣିକ ସରକାରଙ୍କ ସହ ଓଡିଶାର ସ୍ଥାଣୁ, ଅପାରଗ ସରକାରର ମହାନାୟକ ନବୀନ ପଟ୍ଟନାୟକଙ୍କ ଅନେକ ସମାନତା ରହିଛି 

 ନବୀନ ପଟ୍ଟନାୟକ ୨୦୧୯ରେ ମାଣିକ ସରକାରଙ୍କ ଦଶା ଭୋଗିବେ

 ନବୀନଙ୍କ ଛଦ୍ମ ମୁଖା ତଳେ ଚିଟଫଣ୍ଡିଆ ନେତା, ପିସି ସର୍ଦାର ତଥା ସରକାରୀ କଳ ଓ ପୋଲିସର ବ୍ୟାପକ ରାଜନୈତିକ ବ୍ୟବହାର ସହ ବିପକ୍ଷ ରାଜନୈତିକ ସମର୍ଥକ ଓ ସାଧାରଣ ଜନତାଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ଅଧିକାରର ହତ୍ୟା କରା ଯାଉଛି 

 ମାଣିକ ସରକାରଙ୍କ ଦୀର୍ଘ ବର୍ଷର ରାଜନୈତିକ ଯାତ୍ରାକୁ ତ୍ରିପୁରାବାସୀ ନିର୍ଣାୟକ ଭାବରେ ପ୍ରତ୍ୟାଖ୍ୟାନ କରିବା ପରି ଓଡିଶାବାସୀ ୨୦୧୯ରେ  ୧୯ ବର୍ଷର ଦୁର୍ନୀତି, ରାଜନୈତିକ ହିଂସା, ପାତର ଅନ୍ତର ରାଜନୀତି ତଥା ସରକାରୀ ପ୍ରୋତ୍ସାହିତ ହିଂସା ଓ ଅତ୍ୟାଚାର ବିରୁଦ୍ଧରେ ନିର୍ଣାୟକ ମତ ଦେବେ 

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାରକୁ ବଡ ଆକାରରେ ପ୍ରଚାର କରୁଥିବା ବେଳେ ନବୀନଙ୍କ ପୂର୍ବ ବର୍ଷ ମାଣିକ ସରକାରଙ୍କୁ ମଧ୍ୟ ସେହି ସଂସ୍ଥା ତରଫରୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନରେ ଭୂଷିତ କରା ଯାଇଥିଲା

 ଓଡିଶା, ପଶ୍ଚିମ ବଙ୍ଗ ଓ କେରଳରେ ବିଜେପି ସରକାର ପ୍ରତିଷ୍ଠା  ନ ହେବା ଯାଏ ବିଜେପିର ସ୍ୱର୍ଣ ଯୁଗ ଆସି ପାରିବ ନାହିଁ 

03-02-18-bjp.jpg - 783.95 kB

ଭୁୁବନେଶ୍ୱର: ଉତର ପୂର୍ବ ବିଶେଷ ଭାବେ ଗତ ଅଢେଇ ଦଶନ୍ଧି ଧରି ବାମପନ୍ଥୀଙ୍କ ଅକ୍ତିଆରରେ ଥିବା ତ୍ରିପୁରାର ରାଜନୈତିକ ପଲଟି ଓ ସଂଖ୍ୟାଲଘୁ ଅଧ୍ୟୁଷିତ ନାଗାଲ୍ୟାଣ୍ଡ ଓ ମେଘାଳୟରେ ବିଜେପି ଗଠବନ୍ଧନର ବିପୁଳ ବିଜୟ ସାଙ୍ଗକୁ କଂଗ୍ରେସ ଓ ଲେଫ୍ଟର ବିପୁଳ ପରାଜୟ ସଂପୂର୍ଣ ଦେଶ ପାଇଁ ଏକ ନୂଆ ରାଜନୈତିକ  ପରିବର୍ତନର  ପ୍ରକ୍ରିୟାକୁ ମୋଟା ମୋଟି ଚୂଡାନ୍ତ ରୂପ ଦେଇଛି ବୋଲି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି ।  

ବିଜେପି ପରି ରାଜନୈତିକ ଦଳ ପାଇଁ ରାଜନୈତିକ ଦୃଷ୍ଟିରୁ ସବୁଠୁ କଠିନ କୁହା ଯାଉଥିବା ଉତର ପୂର୍ବ ରାଜ୍ୟ ମାନଙ୍କରେ ଦଳର ବିପୁଳ ବିଜୟ ଦେଶର ନୂଆ ପୀଢୀର ଆଶା ଓ ଭରସାର କେନ୍ଦ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଉପରେ ଥିବାର ସ୍ପଷ୍ଟ ପ୍ରମାଣ ବୋଲି ସେ କହିଛନ୍ତି ।

ବିଜେପିର ନିନ୍ଦୁକ ମାନଙ୍କ ଦ୍ୱାରା  ଉତର ପୂର୍ବାଂଚଳର ସାମାଜିକ ସମୀକରଣ ଓ ସାମ୍ୟବାଦର ଦବ୍ଦବା କାରଣରୁ ବିଜେପିର ଗେରୁଆ ରଙ୍ଗ ପାଇଁ ଏହି ଅଂଚଳରେ ରାଜନୈତିକ ବିଜୟ ଅସମ୍ଭବ ବୋଲି ଦିଆ ଯାଉଥିବା ତର୍କକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ସଂପୂର୍ଣ ରୂପେ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଛି । ୧୯ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି କ୍ଷମତା ପାଇଁ ସରକାର ନୁହେଁ ଜନ ସେବାର ନୂଆ ଇତିହାସ ରଚିବା କାରଣରୁ ଅକୁଣ୍ଠ ଜନ ସମର୍ଥନର ହକଦାର ହୋଇଛି  ବୋଲି ସେ କହିଛନ୍ତି । 

ପ୍ରଧାନମନ୍ତ୍ରୀଙ୍କ ଭାଷାରେ ୨୦୧୯ ମସିହା ପରେ କେବଳ ପୁଡୁଚେରୀରେ କଂଗ୍ରେସ ଶାସନ ମ୍ୟୁଜିୟମରେ ରହିଲା ଭଳି ଦର୍ଶନୀୟ ବସ୍ତୁ ହେବ । ଯେହେତୁ ପଂଜାବର ମୁଖ୍ୟମନ୍ତ୍ରୀ କଂଗ୍ରେସ ହାଇକମାଣ୍ଡଙ୍କୁ ଅଗ୍ରାହ୍ୟ କରି ନିଜ ରାସ୍ତାରେ ଅଛନ୍ତି, ପଂଜାବ ସରକାରକୁ ୧୦, ଜନପଥ ଖାତାରେ ଗଣିବା ଭୁଲ ଆକଳନ ହେବ ବୋଲି ଶ୍ରୀ ଓରାମ କହିଛନ୍ତି । 

ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଉଦ୍ଧୃତ କରି ଶ୍ରୀ ଓରାମ କହିଛନ୍ତି ଯେ ଓଡିଶା, ପଶ୍ଚିମ ବଙ୍ଗ ଓ କେରଳରେ ବିଜେପି ସରକାର ପ୍ରତିଷ୍ଠା  ନ ହେବା ଯାଏ ବିଜେପିର ସ୍ୱର୍ଣ ଯୁଗ ଆସି ପାରିବ ନାହିଁ । ୨୦୧୯ ନିର୍ବାଚନରେ ଓଡିଶାରେ ବିଜେପି ଶାସନ ସୁନିଶ୍ଚିତ ବୋଲି ଶ୍ରୀ ଓରାମ କହିଛନ୍ତି । 

ତ୍ରିପୁରାରେ ବାମ ଗଡର ସର୍ଦାର ମାଣିକ ସରକାରଙ୍କ ସହ ଓଡିଶାର ସ୍ଥାଣୁ, ଅପାରଗ ସରକାରର ମହାନାୟକ ନବୀନ ପଟ୍ଟନାୟକଙ୍କ ଅନେକ ସମାନତା ରହିଛି  ଓ ସେ ୨୦୧୯ରେ ମାଣିକ ସରକାରଙ୍କ ଦଶା ଭୋଗିବେ ବୋଲି ଶ୍ରୀ ଓରାମ କହିଛନ୍ତି । 

ଶ୍ରୀ ଓରାମ କହିଛନ୍ତି ଯେ  ତ୍ରିପୁରାରେ ମାଣିକ ସରକାର ନିଜ ପାଇଁ ସରଳ, ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତିର ଡ୍ରାମାର ଆଢୁଆଳରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ରାଜନୈତିକ ହିଂସାର ସାମ୍ରାଜ୍ୟ ଚଳାଉଥିଲେ । ଓଡିଶାରେ ନବୀନ ପଟ୍ଟନାୟକଙ୍କ ଛଦ୍ମ ମୁଖା ତଳେ ଚିଟଫଣ୍ଡିଆ ନେତା, ପିସି ସର୍ଦାର ତଥା ସରକାରୀ କଳର ବ୍ୟାପକ ରାଜନୈତିକ ବ୍ୟବହାର ସହ ୫୦୦ ଥାନାକୁ ତୃତୀୟ ମହଲାରୁ ନିୟନ୍ତ୍ରଣ କରା ଯାଇ ବିପକ୍ଷ ରାଜନୈତିକ ସମର୍ଥକ ଓ ସାଧାରଣ ଜନତାଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ଅଧିକାରର ହତ୍ୟା କରା ଯାଉଛିା  ମାଣିକ ସରକାରଙ୍କ ଲଗାତାର ଦୀର୍ଘ ବର୍ଷର ରାଜନୈତିକ ଯାତ୍ରାକୁ ତ୍ରିପୁରାବାସୀ ନିର୍ଣାୟକ ଭାବରେ ପ୍ରତ୍ୟାଖ୍ୟାନ କରିବା ପରି ଆଉ ଗୋଟିଏ ବର୍ଷ ପରେ ୧୯ ବର୍ଷର ଦୁର୍ନୀତି, ରାଜନୈତିକ ହିଂସା, ପାତର ଅନ୍ତର ରାଜନୀତି ତଥା ସରକାରୀ ପ୍ରୋତ୍ସାହିତ ହିଂସା ଓ ଅତ୍ୟାଚାରକୁ ମଧ୍ୟ ଉଚିତ ଜବାବ ଦେବେ ବୋଲି ଶ୍ରୀ ଓରାମ କହିଛନ୍ତି । 

ଏମିତି ବି ମାଣିକ ସରକାରଙ୍କର ନବୀନ ପଟ୍ଟନାୟକଙ୍କ ସହ ଅନେକ ତଥ୍ୟଗତ ସମାନତା ରହିଛି ବୋଲି ଶ୍ରୀ ଓରାମ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାରକୁ ବଡ ଆକାରରେ ପ୍ରଚାର କରୁଥିବା ବେଳେ ନବୀନଙ୍କ ପୂର୍ବ ବର୍ଷ ମାଣିକ ସରକାରଙ୍କୁ ମଧ୍ୟ ସେହି ସଂସ୍ଥା ତରଫରୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନରେ ଭୂଷିତ କରା ଯାଇଥିଲା ।  ଓଡିଆଙ୍କ ହକର  ଲଢେଇର ସମର୍ଥନରେ ସାଧାରଣ ଓଡିଆ ଜନତା ଆଗାମୀ ଦିନରେ ଠିଆ ହେବେ ବୋଲି ଶ୍ରୀ ଓରାମ କହିଛନ୍ତି ।  ତ୍ରିପୁରାରେ ୨୦୧୩ ନିର୍ବାଚନରେ କଂଗ୍ରେସ  ୪୫ ପ୍ରତିଶତ ଭୋଟ ପାଇ  ଥିଲେ ମଧ୍ୟ ୨୦୧୮ ନିର୍ବାଚନରେ ଦଳ ମୂଳ ପୋଛ ହୋଇ ୨ ପ୍ରତିଶତ ଭୋଟ ମଧ୍ୟ ପାଇଲା ନାହିଁ । ଓଡିଶାରେ କଂଗ୍ରେସ ୧୮ ବର୍ଷ ଧରି ଓଡିଆଙ୍କ ସ୍ୱାର୍ଥ ପରିବର୍ତେ ନବୀନ ପଟ୍ଟନାୟକଙ୍କ ସହ କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ଭିତିରି ବୁଝାମଣାର ରାଜନୀତି କରିଛି । ସେଥିପାଇଁ ଓଡିଆ ଲୋକ ମାନେ କଂଗ୍ରେସକୁ ସଂପୂର୍ଣ ରୁପେ ପ୍ରତ୍ୟାଖ୍ୟାନ କରି ବିଜେପିକୁ  ବିଜେଡିର ଏକମାତ୍ର ବିକଳ୍ପ ସ୍ଥାନରେ ବସାଇଛନ୍ତି ।  ତ୍ରିପୁରା ଓ ଉତ୍ତର  ପୂର୍ବାଂଚଳରେ ଜନତାଙ୍କ ସ୍ୱାର୍ଥର ଲଢେଇ ପାଇଁ ଶୁନରୁ ବିଜୟର ମୁକୁଟ ପିନ୍ଧାଇଛନ୍ତି ସାଧାରଣ ଜନତା । ୨୦୧୯ରେ ଓଡିଶାରେ ଠିକ ସେହି ପରିସ୍ଥିତି ହେବ ବୋଲି ଶ୍ରୀ ଓରାମ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ 

0
0
0
s2sdefault