ହେଡଲାଇନସ୍:

ଝଟକା :  ଭାରତର ଆର୍ଥିକ ଅଭିବୃଦ୍ଧି ହାର କମାଇଲା ମୁଡିଜ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ନୂଆଦିଲ୍ଲୀ : ଭାରତର ଆର୍ଥିକ ବ୍ୟବସ୍ଥା ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ମୋଦି ସରକାରକୁ ଆଉ ଗୋଟେ ଝଟକା ଦେଇଛି ମୁଡିଜ | ପୂର୍ବରୁ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୫.୮% ରହିବ ବୋଲି କହିଥିବା ମୋଡିଜ ଇନଭେଷ୍ଟର ସର୍ଭିସେସ ତାକୁ କମାଇ ୫.୬% ରହିବ ବୋଲି ଆଜି କହିଛି | ମୁଡିଜ ପକ୍ଷରୁ କୁହାଯାଇଛି ଯେ ମୋଟ  ଘରୋଇ ଉତ୍ପାଦରେ ନମନୀୟତା ପୂର୍ବର ସମ୍ଭାବନାର ବିପରୀତ ଦିଗରେ ଗତି ଟାଣି ହୋଇଯାଉଛି | ଏହି କାରଣରୁ ସଂସ୍ଥା ତରଫରୁ ଭାରତ ପାଇଁ ଆର୍ଥିକ ଅଭିବୃଦ୍ଧି ହାର ୫.୮%ରୁ ୫.୬ ପ୍ରତିଶତକୁ କମାଇବାକୁ ପଡିଲା | ଆର୍ଥିକ କ୍ଷେତ୍ରରେ କ୍ରେଡିଟ ରେଟିଙ୍ଗ ଓ ଗବେଷଣା ସେବା ଯୋଗାଇ ଦେଉଥିବା ମୁଡିଜ କହିଛି ଯେ, ଆମେ ଭାରତର ଆର୍ଥିକ ଅଭିବୃଦ୍ଧି ହାରକୁ କମାଇଛୁ | ଆମ ଅନୁମାନ ହେଉଛି ଭାରତର ଅଭିବୃଦ୍ଧି ହାର ୫.୬% ରହିବ, ଯାହାକି ୨୦୧୮-୧୯ରେ ୭.୪% ରହିଥିଲା !" ମୁଡିଜର କହିବା ଅନୁଯାୟୀ ୨୦୨୦-୨୧ ଓ ୨୦୨୧-୨୨ରେ ଆର୍ଥିକ ଅଭିବୃଦ୍ଧିରେ ତୀବ୍ରତା ବୃଦ୍ଧି ପାଇବ |  ଆଗାମୀ ଦୁଇ ଆର୍ଥିକ ବର୍ଷରେ ଆର୍ଥକ ଅଭିବୃଦ୍ଧି ସାମାନ୍ୟ ବୃଦ୍ଧି ହୋଇ ୬.୬%-୬.୭ % ଭିତରେ ରହିବ | ହେଲେ ବୃଦ୍ଧିର ଗତି ଗତବର୍ଷ (୨୦୧୮-୧୯ରେ ୭.୪%) ତୁଳନାରେ କାମ ରହିବ ! 

0
0
0
s2sdefault