ହେଡଲାଇନସ୍:

ଚିନ୍ତା ବଢାଇବା ଭଳି ଖବର, ଇଏ କେମିତି ବିକାଶ କେଜାଣି ?????

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୦୧୯ ବେଳକୁ ୭୭ ପ୍ରତିଶତ ରୋଜଗାରିଆ ଭାରତୀୟ ହୋଇଥିବେ ବେରୋଜଗାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର କହୁଛନ୍ତି ବିକାଶ ଚାଲିଛି  । ହେଲେ ଏମିତି ବିକାଶ ଚାଲିଛି ଯେ ଆଗକୁ ସର୍କାରଙ୍କ ବିକାଶ ପ୍ରକ୍ରିୟାର ପରିଣାମ ସ୍ୱରୂପ ପରିସ୍ଥିତି କଣ ହେବ ତାହାର ଏକ ଚିତ୍ର ଦେଇଛି ଜାତିସଂଘର ଏକ ସଂସ୍ଥା ଆନ୍ତର୍ଜାତୀୟ  ଶ୍ରମିକ ସଂଗଠନ  । ଆଉ ତାହା ସମ୍ପୂର୍ଣ ଭାବେ  ସମସ୍ତଙ୍କ ପାଇଁ ଚିନ୍ତା ଉଦ୍ରେକ କଲାପରି ଖବର  ।  ୨୦୧୯ ସୁଦ୍ଧା ଦ୍ରୁତ ହାରରେ ନିଯୁକ୍ତି  କମିବ ସେହିପରି ବିଭିନ୍ନ କାରଣକୁ ନେଇ ଛଟେଇ ମଧ୍ୟ ବଢିବ |  ଜବର ମାନ ବଢିବ ନାହିଁ | ଏମିତି କିଛି ଆକଳନ କରିଛି ଅନ୍ତର୍ଜାତିକ ଶ୍ରମିକ ସଂଘ(ଆଇଏଲ୍ଓ) | ଦେଶରେ ବେରୋଜଗାରକୁ ନେଇ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ମୋଦି ସରକାରଙ୍କ ପାଇଁ ଏହା ଆଉ ଏକ ନିରାଶଜନକ ଖବର ବୋଲି କୁହାଯାଉଛି  ।

ଆଇଏଲ୍ଓ ତାର ରିପୋର୍ଟରେ କହିଛି ଯେ, ୨୦୧୯ ସୁଦ୍ଧା ୭୭ ପ୍ରତିଶତ ଭାରତୀୟ ରୋଜଗାରିଆଙ୍କ ପାଖରେ ଚାକିରୀ ବା ରୋଜଗାର  ନ ଥିବ | ଆଇଏଲଓ ପକ୍ଷରୁ ୱାର୍ଲଡ ଏମ୍ପ୍ଲୟମେଣ୍ଟ ଆଣ୍ଡ  ସୋସିଆଲ ଆଉଟ୍ ଲୁକ ରିପୋର୍ଟରେ କୁହାଯାଇଛି ଯେ, ୨୦୧୭ ରୁ ୨୦୧୯ ଭିତରେ ଭାରତ ସହ ଦକ୍ଷିଣ ଏସୀୟ ଦେଶମାନଙ୍କରେ ପାଖାପାଖୀ  ୨.୩ କୋଟି ଚାକିରୀ  ସୃଷ୍ଟି ହେବ | କିନ୍ତୁ ବେକାରଙ୍କ  ସଂଖ୍ୟା ତୁଳନାରେ ଏହି ନିଯୁକ୍ତି ସୁଯୋଗ ଯଥେଷ୍ଟ ନୁହଁ | ସେହିପରି ଏହି ସମୟରେ ରୋଜଗାର ବଢିପାରେ | କିନ୍ତୁ କ୍ୱାଲିଟି ଚାକିରୀ ମିଳିବ ନାହିଁ |

 ଏହି ସମୟରେ ବାହାରୁଥିବା ଜବ୍ ଗୁଡିକ  ଉନ୍ନତମାନର  ହେବନି | ଆକଳନ ଅନୁଯାୟୀ ଏହି ସମୟରେ  ସମଗ୍ର ଏସିଆରେ ଅଧାରୁ ଅଧିକ ଲୋକେ ବେରୋଜଗାର ପାଲଟିଯିବେ  । ରିପୋର୍ଟରେ କୁହାଯାଇଛି ଯେ, ୨୦୧୯ ସୁଦ୍ଧା ୫୩.୫ କୋଟି କୁଶଳୀ ଲୋକଙ୍କ ପାଖରେ ଭଲ ଚାକିରିଟିଏ ନ ଥିବ | ଆମେରିକାର ଏବେ ଅର୍ଥନୈତିକ ମାନ୍ଦାବସ୍ଥା ଚାଲିଥିବା ବେଳେ ଏହାର ପ୍ରଭାବ ଅନ୍ୟ ରାଷ୍ଟ୍ରରେ ପଢ଼ିବ ବୋଲି କୁହାଯାଉଛି |ଫଳରେ ଆର୍ଥିକ ସଂସ୍ଥାଗୁଡିକ  କ୍ଷତିରେ ପଡିବା ଆଶଙ୍କା ରହିଛି | ଏହି କାରଣରୁଚାକିରୀ  ଛଟେଇ ବଢିପାରେ ବୋଲି କୁହାଯାଉଛି |

 

0
0
0
s2sdefault