ହେଡଲାଇନସ୍:

ମୁମ୍ବାଇରେ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ' ପୁସ୍ତକ ହେବ ଲୋକାର୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


ମୁମ୍ବାଇ : ମହାନ ଜନନାୟକ ତଥା ରାଷ୍ଟ୍ରନେତା ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପୁସ୍ତକ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ'ର ଉପସ୍ଥାପନା ସମାରୋହ ଆସନ୍ତା ୩ ଫେବ୍ରୁଆରି, ଶନିବାର ଦିନ ମୁମ୍ବାଇସ୍ଥିତ ୟଶୱନ୍ତରାଓ ଚୌହାନ ପ୍ରତିଷ୍ଠାନ ଅଡିଟୋରିୟମ୍ରେ ଅନୁଷ୍ଠିତ  ହେବାକୁ ଯାଉଛି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଖ୍ୟାତ ବଂଶୀ ବାଦକ ତଥା ପଦ୍ମବିଭୂଷଣ ହରିପ୍ରସାଦ ଚୌରାସିଆ, ପ୍ରସିଦ୍ଧ ହୃଦ୍ଶଲ୍ୟ ବିଶେଷଜ୍ଞ ତଥା ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ର ମୁଖ୍ୟପ୍ରବନ୍ଧକ ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା, ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଅରୁପ ପଟ୍ଟନାୟକ, ଗ୍ଲୋବାଲ୍ ଏଚ୍ଆର୍ ଓ ସିଇଓ, କାର୍ବନ୍ ବ୍ଲାକ୍ ବିଜିନେସ୍, ଆଦିତ୍ୟ ବିର୍ଲା ଗ୍ରୁପ ସନ୍ତୃପ୍ତ ବି. ମିଶ୍ର ପ୍ରମୁଖ ଏହି ସମାରୋହରେ ଅତିଥି ଭାବରେ ଉପସ୍ଥିତ ରହିବେ ।
ଓଡ଼ିଶା ଦକ୍ଷତା ଓ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ପ୍ରସିଦ୍ଧ ଲେଖକ ସୁବ୍ରତ ବାଗ୍ଚୀ ଏହି ପୁସ୍ତକର ସମୀକ୍ଷା କରିବେ ।
ସୁନ୍ଦର ଗଣେଶନ୍ଙ୍କ ଦ୍ୱାରା ଲିଖିତ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ' ପୁସ୍ତକରେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କ୍ରାନ୍ତିକାରୀ ଭୂମିକା, ଦେଶବିଦେଶର ବିଭିନ୍ନ ଘଟଣାବଳୀରେ ତାଙ୍କ ଅବଦାନ ଏବଂ ବିଜୁବାବୁଙ୍କ ଭଳି ମହାନ ବିପ୍ଲବୀଙ୍କ ପରାକାଷ୍ଠା   ବିଷୟରେ ଏହି ସମାରୋହରେ ଆଲୋଚନା ହେବା ସହ ଏହି ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି ।
ମୁମ୍ବାଇରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ, ଅନେକ ଓଡ଼ିଆ ସଂଗଠନ, କର୍ପୋରେଟ୍ ବ୍ୟକ୍ତିତ୍ୱ, ପ୍ରଶାସକ, ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ତଥା ଓଡ଼ିଶାରୁ ବହୁ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜନୈତିକ ନେତୃବୃନ୍ଦ ପ୍ରମୁଖ ଏହି ସମାରୋହରେ ଯୋଗ ଦେବେ ।
ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଉକôଳ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ପରିଚିତ । ଆଧୁନିକ ଓଡ଼ିଶାର ସେ ଥିଲେ ବିଶ୍ୱକର୍ମା । ପ୍ରଗତିଶୀଳ ଓଡ଼ିଶାର ସେ ଥିଲେ ନିର୍ମାତା । ଲୋକପ୍ରିୟ ଜନନାୟକ, ସମାଜ ସେବକ, ଦୀନ ଦୁଃଖୀର ଆଶା ଓ ଭରସା ଥିଲେ ବିଜୁ ବାବୁ । ନାରୀ ସଶକ୍ତିକରଣ, ଆଦିବାସୀଙ୍କ ପାଇଁ ନିରଳସ କାମ କରିବା ଥିଲା ତାଙ୍କ ନେତୃତ୍ୱର ଅନ୍ୟ ଏକ ପରିଚୟ । ଅର୍ଥନୀତିରେ ଉନ୍ନତି ଆଣିବା ଥିଲା ତାଙ୍କ ଲକ୍ଷ୍ୟ ।
ଏହି ପୁସ୍ତକରେ ବିଜୁ ପଟ୍ଟନାୟକଙ୍କ ଜୀବନକାଳର ବହୁ ବିରଳ ଫଟୋ ସ୍ଥାନ ପାଇଛି । ଏଥି ସହିତ ଏହି ପୁସ୍ତକରୁ ବିଜୁ ପଟ୍ଟନାୟକଙ୍କ ଜୀବନର ଅନେକ ଅନାଲୋଚିତ ତଥ୍ୟ ଜାଣିବାକୁ ମିଳିବ ବୋଲି ବିଜୁ ଜନ୍ମ ଶତବାର୍ଷିକୀ ସଦସ୍ୟ ତଥା ମନ୍ତ୍ରୀ ପ୍ରତାପ ଜେନା ଏବଂ ବିଧାୟକ ଦେବାଶିଷ ସାମନ୍ତରାୟ ସୂଚନା ଦେଇଛନ୍ତି ।

 

'The Tall Man Biju Patnaik' - Book Presentation Ceremony at Mumbai



Mumbai, 2nd February 2018: The unique publication title 'The Tall Man Biju Patnaik' on the life and time of illustrious and legendary statesman will be showcased in a Book Presentation Ceremony at Yashwantrao Chavan Pratisthan Auditorium, near Mantralaya, Mumbai on 3rd February 2018 at 6 PM.
Odisha Chief Minister Naveen Patnaik will grace and preside over the function. Among other dignitaries, noted Indian classical flautist Panda Vibhusan Pandit Hariprasad Chaurasia, eminent Cardiovascular Thoracic Surgeon and MD of Asian Heart Institute Padma Bhusan Dr. Ramakanta Panda, former Mumbai Police Commissioner Mr. Arup Patnaik and Director, Global HR & CEO, Carbon Black Business at Aditya Birla Group Dr. Santrupt B. Misra are set to grace the occasion.
The book will be reviewed by Subroto Bagchi, renowned author and Chairperson of Odisha Skill Development Authority.
Written by Sundar Ganesan, the book talks vividly about the daredevil acts of two time Odisha Chief Minister and former Union Minister Biju Patnaik, his revolutionary role in India's freedom struggle and beyond, his contribution to major world events including the untold stories about the legendary leader.
The Odia Communities and Associations living in Mumbai and nearby, corporate leaders, bureaucrats, policy makers, media personalities and a large section of Odisha's political leadership will attend the function to accolade the legendary star.
The book 'The Tall Man Biju Patnaik' precisely showcased the mass leader and the indelible hero to millions of Odias who laid the foundation for a progressive and economically prosperous Odisha by establishing industries, developing infrastructure, empowering women, uplifting the adivasis, backward communities and marginalized sections.
The book contain rare photographs which depict the life and times of Biju Babu and relevant documents from reputed sources which are a testimony to Biju Patnaik's great personality.

0
0
0
s2sdefault