ହେଡଲାଇନସ୍:

ଐତିହାସିକ : ମୋଦି-ଶାହା ମାଇଲେ କତୁରୀ, ଉଠିଲା ତିନିଶ ସତୁରି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭାରତୀୟ ସ୍ଵାଧୀନୋତ୍ତର ଇତିହାସରେ ସର୍ବବୃହତ ବଳିଷ୍ଠ ନିଷ୍ପତ୍ତି
କବର ପାଇଲା ଜାମୁ-କାଶ୍ମୀରର ରାଜ୍ୟ ପରିଚୟ, ଧାରା ୩୭୦ ଓ ୩୫ ଏ
ଲାଦଖ ଓ ଜାମ୍ମୁ-କାଶ୍ମୀର ହେଲେ କେନ୍ଦ୍ର ଶାସିତ ଅଂଚଳ
ବିଜୁ ଜନତା ଦଳର ଦମଦାର ସମର୍ଥନ

ନୂଆଦିଲ୍ଲୀ: ପୂର୍ଣ୍ଣଛେଦ ପଡ଼ି଼ଛି ସବୁ କଳ୍ପନା କଳ୍ପନାଜଳ୍ପନାରେ | ପରଦା ଉଠିଛି ଗତ କିଛି ଦିନ ରିହରସଲ ଚାଲିଥିବା ନାଟକ | ଶେଷରେ  ଆଜି ମଞ୍ଚସ୍ଥ ହୋଇଛି ବହୁ ପ୍ରତିକ୍ଷିତ  ନାଟକ " ବାଇ ବାଇ ଜାମ୍ମୁ କାଶ୍ମୀର ରାଜ୍ୟ, ବାଇ ବାଇ ୩୭୦ " | ଆଉ ନାଟକର ଅନ୍ତିମ ଦୃଶ୍ୟରେ କବର ପାଇଛି ଜାମ୍ମୁ କାଶ୍ମୀର ରାଜ୍ୟ ପରିଚୟ  ଆଉ ସମ୍ୱିଧାନର ବିବାଦୀୟ ଧାରା ୩୭୦ ଓ ୩୫ ଏ |  ଏହି ସଫଳ ନାଟକର ମହାନାୟକ ସାଜି ଇତିହାସ ରଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ |  ଘଟାଇ  ଜମ୍ମୁ-କଶ୍ମୀର ସମ୍ବନ୍ଧିତ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ସହ ଲଦାଖ ଏବଂ ଜମ୍ମୁ ଓ କଶ୍ମୀରକୁ ପୃଥକ୍‌ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପ୍ରଦାନ କରାଯାଇଛି |
ସମ୍ବିଧାନର ୩୭୦ ଧାରାରେ ମୋଦି-ଶା ଯୋଡି କତୁରୀ ମାରିବା ସହ ୩୫(ଏ)କୁ ବି  ଉଚ୍ଛେଦ କରିଛନ୍ତି | ରାଜ୍ୟସଭା ଓ ଲୋକସଭାରେ ଆଲୋଚନା କେବଳ ଔପଚାରିକତା ହୋଇଥିଲେ ବି ବିରୋଧୀ ଦଳଗୁଡ଼ିକ ପ୍ରବଳ ହଟ୍ଟଗୋଳ ଭିତରେ ଗୃହମନ୍ତ୍ରୀ ଶାହା ଏ ସମ୍ପର୍କିତ ବିଲ ଏହାକୁ ଉପସ୍ଥାପନ କରିଥିଲେ |


ସୋମବାର ପୂର୍ବାହ୍ନ ୯:୩୦ରେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ  ଅନୁଷ୍ଠିତ ହୋଇଥିଲା କ୍ୟାବିନେଟ ବୈଠକ `| ବୈଠକରେ ନିଷ୍ପତ୍ତି ଅନୁଯାୟୀ   ସଂସଦରେ ପ୍ରସ୍ତାବ ଆଣିଥିଲେ  କେନ୍ଦ୍ର ସରକାର । ଗତ ସପ୍ତାହଠାରୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଓ ଅନ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବା ଘଟଣାରୁ ପ୍ରମାଣିତ ହୋଇଯାଇଥିଲା ଯେ ଏ ପ୍ରସ୍ତୁତି ପାକ ବା ଆତଙ୍କବାଦୀଂକ ମୁକାବିଲା ପାଇଁ ନୁହେ, ବରଂ ସମ୍ବିଧାନରେ ରହି ଆସିଥବା ଅସଙ୍ଗତିରେ ପୂର୍ଣ୍ଣଛେଦ ପକାଇବା ପାଇଁ | ଆଉ କିଏ ବିରୋଧ କରୁ ବା ସମର୍ଥନ, ମୋଦି ଶା ଯୋଡି ନେଉଥିବା ଏହି ପଦକ୍ଷେପ  ସ୍ବାଧୀନ ଭାରତର ଇତିହାସରେ  ସର୍ବ ବୃହତ ସାହସିକ ଏବଂ ଐତିହାସିକ ପଦକ୍ଷେପ। ନିଷ୍ପତ୍ତି ଅନୁଯାୟୀ ଲଦାଖ ଏବଂ ଜମ୍ମୁ ଓ କଶ୍ମୀରକୁ ପୃଥକ୍‌ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଛି | କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଚଣ୍ଡିଗଡ଼ ପରି ବିଧାନସଭା ରହିବ ନାହିଁ |  କିନ୍ତୁ ଜମ୍ମୁ ଓ କଶ୍ମୀରରେ ଦିଲ୍ଲୀ ଏବଂ ପୁଦ୍ଦୁଚେରୀ ପରି ବିଧାନସଭା କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ଆଜି ଶ୍ରୀ ସାହ ଆଗତ କରିଥିବା ସଙ୍କଳ୍ପରେ ବି  ଉଲ୍ଲେଖ ରହିଛି ଯେ  "ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ପାହ୍ୟା ମିଳୁ ବୋଲି ବହୁ ଦିନରୁ ଲଦାଖବାସୀଙ୍କର ଦାବି ପଡ଼ି ରହିଥିଲା।"
ଗତ କିଛି ଦିନ ଧରି ବିଜେପିକୁ ନିଃସର୍ତ୍ତ ସମର୍ଥନ ଦେଇ ଆସିଥିବା ବିଜୁ ଜନତା ଦଳ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଏବଂ ଜମ୍ମୁକାଶ୍ମୀରରେ ବିଭାଜନ ପାଇଁ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ସଂକଳ୍ପକୁକୁ ଦମଦାର ଭାବେ ସମର୍ଥନ କରିଛି | ରାଜ୍ୟସଭାରେ ବିଜେଡି ସଂସଦ ପ୍ରସନ୍ନ ଆଚାର୍ଯ୍ୟ ଦଳ ତରଫରୁ ମତ ରଖି କରିଛନ୍ତି ଯେ,  ଜାମ୍ମୁ କାଶ୍ମୀର ଏବେ ଭାରତର ଅଂଶ ହୋଇଯାଇଛି | ବିଜେଡି ଏକ ଆଞ୍ଚଳିକ ରାଜନୈତିକ ଦଳ ହୋଇଥିଲେ ବି ଦେଶର ଏକତା ଓ ଅଖଣ୍ଡତାକୁ ଏହା ପ୍ରାଥମିକତା ଦିଏ |" କେବଳ ବିଜେଡି ନୁହେ, ବିଏସପି ଓ ଏଆଇଡ଼ିଏମକେ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି |

0
0
0
s2sdefault