ହେଡଲାଇନସ୍:

ମୁଣ୍ଡ ନୁଆଁଇଲେ ସରକାର, ମେଡିକାଲ କମିଶନ ବିଲ ଯିବ ଷ୍ଟାଣ୍ଡିଙ୍ଗ କମିଟିକୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନୂଆଦିଲ୍ଲୀ: ମଙ୍ଗଳବାର ସରକାର ଜାତୀୟ ମେଡିକାଲ କମିଶନ ବିଲ୍କୁ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଇବା ପାଇଁ ନିଷ୍ପତ୍ତି  ନେବା ପରେ ଦେଶବ୍ୟାପି ·ଲିଥିବା ଡାକ୍ତରମାନଙ୍କର ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ)କୁ ଭାରତୀୟ ମେଡିକାଲ କାଉନ୍ସିଲ (ଆଇଏମସି)ରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ସଂସଦରେ ଆଗତ କରିବାକୁ ଥିବା ଜାତୀୟ ମେଡିକାଲ କମିଶନ ବିଲ୍କୁ ବିରୋଧ କରି ଆଜି ଦେଶବ୍ୟାପି ଡାକ୍ତର ଧର୍ମଘଟ କରିଥିଲେ । ଡାକ୍ତରମାନଙ୍କର ଧର୍ମଘଟ ଫଳରେ ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ଠପ୍ ହୋଇ ପଡିଥିବା ବେଳେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଲୋକସଭାରେ କହିଛନ୍ତି ଯେ, ଡାକ୍ତରମାନଙ୍କର ଧର୍ମଘଟକୁ ଦୃଷ୍ଟିରେ ର ସରକାର ଏହି ବିଲ୍କୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇବା ପାଇଁ ନିଷ୍ପତ୍ତି  ନିଆଯାଇଛି  । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନଙ୍କୁ, ସଂସଦର ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ସଂସଦୀୟ  ଷ୍ଟାଣ୍ଡିଂ କମିଟି ଯେପରି ଏ ସଂକ୍ରାନ୍ତରେ ନିଜର ରିପୋର୍ଟ ଓ ପ୍ରସ୍ତାବ ସଂସଦରେ ଆଗତ କରେ ସେନେଇ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି  ।

0
0
0
s2sdefault