ମିଛ କହିଲେ କାଉ କାମୁଡ଼ିବ(jhoot bole kawaa kaate)

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଭୋଟକେ ଲିୟେ କୁଛ ଭି କରେଗା ?????

 

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଉପରାଷ୍ଟ୍ରପତି ହାମିଦ ଅନ୍‌ସାରୀଙ୍କ ଦେଶଭକ୍ତି ଏବଂ ନିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି, କି ଏଭଳି କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ଏଭଳି ଧାରଣା ସୃଷ୍ଟିହେବା ଭୁଲ। ଆମେ ଏହି ନେତାଙ୍କୁ ଦେଶପାଇଁ ସେମାନଙ୍କ ଅବଦାନ ନିମନ୍ତେ ସମ୍ମାନ କରୁଛୁ :  ଜେଟଲୀ

ନୂଆଦିଲ୍ଲୀ:ଗୁଜୁରାଟରେ ଦଳର ଦୁର୍ବଳ ସ୍ଥିତି ତଥା କଂଗ୍ରେସ ଯୁଆରରେ ଭଟ୍ଟା ପକାଇବା ପାଇଁ ନାନା ପ୍ରକାର ଅପପ୍ରଚାର କରିଥିବା ବେଳେ ସବୁ ସୀମା ଅତିକ୍ରମ କରିଥିଲା ପ୍ରଧାନ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାଦୀୟ ବୟାନ | ଜଣେ ପ୍ରଧାନମନ୍ତ୍ରୀ ହୋଇ ନିଜ ପାଦ ମର୍ଯ୍ୟାଦାର ଖିଆଲ ନକରି ସିଧାସଳଖ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ଼ ମନମୋହନ ସିଂଙ୍କ ସମ୍ପର୍କରେ ଅତ୍ୟନ୍ତ ନୀଚ୍ଚ ମନ୍ତବ୍ୟ ଦେଇଥିଲେ | ଜଣେ ପ୍ରଧାନମନ୍ତ୍ରୀ କହୁଛନ୍ତି ମାନେ ତାହା ଦେଶର ଭାଷା | ହାତରେ ସୁରକ୍ଷା ଏଜେନ୍ସି, ଗୁଇନ୍ଦା, ସିବିଆଇ ଭଳି ସଂସ୍ଥା ଥାଉ ଥାଉ ବିନା କ୍ରସ ଚେକରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସଂପର୍କରେ ଶସ୍ତା ଓ ଦାଇତ୍ୱହୀନ ମନ୍ତବ୍ୟ ଦେଇଦେଲେ ଯେ ଯାହାକୁ ସେ  କି ତାଙ୍କ ସରକାର ପ୍ରମାଣ କରିପାରିଲେ ନାହିଁ | ଆଉ ଏଥିପାଇଁ ଖୋଦ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପରୋକ୍ଷରେ ଦୁଃଖ ପ୍ରକାଶ କରିଥିଲେ | ଏହାଦ୍ୱାରା ଖୋଦ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଓ ଅଭିଯୋଗ କେତେ ଶସ୍ତା ଆଉ ମୂଲ୍ୟହୀନ ଥିଲା ତାହା ଦେଶବାସୀଙ୍କ ଆଗରେ ପଦାରେ ପଡିଗଲା |

 ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡ଼ ମନମୋହନ ସିଂଙ୍କୁ  ବ୍ୟକ୍ତିଗତ ଆକ୍ଷେପ କରି ବା ତାଙ୍କ ଆଡକୁ ଦେଶଦ୍ରୋହର ଆଙ୍ଗୁଳି ନିର୍ଦେଶ କରି  ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଏକ ବୟାନକୁ ବିରୋଧ କରି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରୁ  ଅଚଳାବସ୍ଥା ଲାଗିରହିଥିଲା |  ଗୁଜରାଟ ନିର୍ବାଚନ ସମୟରେ ପାକିସ୍ତାନ ଅଧିକାରୀଙ୍କ ସହ ମନମୋହନଙ୍କ ବୈଠକ ନେଇ ମନମୋହନଙ୍କ ଦେଶଦ୍ରୋହୀ ବୋଲି ପରୋକ୍ଷରେ ଉପସ୍ଥାପିତ କରି କଂଗ୍ରେସ ବିରୋଧରେ ଅପପ୍ରଚାର ଅଗ୍ନିସ୍ଫୁଲିଙ୍ଗକୁ ଜାଳିବା ପାଇଁ ପଥ ଉନ୍ମୁକ୍ତ କରିଥିଲେ,ଯାହାର କି କୌଣସି ଆଧାର ନଥିଲା | ଆଉ ସେହି ଅପପ୍ରଚାର ପରିଣାମ ସ୍ୱରୂପ କଂଗ୍ରେସକୁ କିଛିଟା କ୍ଷତିର ସମ୍ମୁଖୀନ ହେବାକୁ ପଡିଲା | ଜନମତ କିଛି ପରିମାଣରେ ବିଭ୍ରାନ୍ତ ହୋଇଥିଲା | ଦୁଇଦିନ ପରେ ଡ଼ ମନମୋହନ ସିଂ ସେ ବାବଦରେ ପ୍ରତିକ୍ରିୟା ଦେବା ପୂର୍ବରୁ ଯାହା କ୍ଷତି ହେବାର କଥା ହୋଇସାରିଥିଲା | ଯେହେତୁ ଦେଶର ପ୍ରଧାନମନ୍ତ୍ରୀ ଏଭଳି ସମ୍ବେଦନସୀଳ ପ୍ରସଙ୍ଗ ଉପରେ ଏପରି ଖୋଲା ମନ୍ତବ୍ୟ ଦେଉଛନ୍ତି, ତେଣୁ ଡ଼ ମନମୋହନ ସିଂଙ୍କ ନିଷ୍କଳଙ୍କ ବ୍ୟକ୍ତିତ୍ୱ ସତ୍ତ୍ୱେ ଲୋକମାନେ ବିଭ୍ରାନ୍ତିରେ ପଡ଼ିଥିଲେ | ଆଉ ଜନତା ଦରବାରରେ ଶ୍ରୀ ମୋଦି ଦେଇଥିବା ଭିତ୍ତିହୀନ ମନ୍ତବ୍ୟକୁ ନେଇ ସଂସଦରେ ଉଠିଥିଲା ଝଡ | ପ୍ରଧାନମନ୍ତ୍ରୀ ନିରବ | ହେଲେ ପରିସ୍ଥିତି ଅଣାୟତ୍ତ ପ୍ରଧାନମନ୍ତ୍ରୀଙ୍କ ତରଫରୁ ତାହାର ସ୍ପଷ୍ଟୀକରଣ ଦେଇଥିଲେ  ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ ଏହି ମାମଲାରେ ସଫେଇ ଦେଇଥିଲେ। ଜେଟଲୀନ୍କ  ୪ ଧାଡ଼ିର ବୟାନ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା ଏବଂ ଏହି ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ଲାଗି ରହିଥିବା ଗତିରୋଧ ଦୂର ହୋଇଥିଲା। ଗୃହରେ ଜେଟଲୀ  କହିଥିଲେ- ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଉପରାଷ୍ଟ୍ରପତି ହାମିଦ ଅନ୍‌ସାରୀଙ୍କ ଦେଶଭକ୍ତି ଏବଂ ନିଷ୍ଠାକୁ ନେଇ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି, କି ଏଭଳି କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ଏଭଳି ଧାରଣା ସୃଷ୍ଟିହେବା ଭୁଲ। ଆମେ ଏହି ନେତାଙ୍କୁ ଦେଶପାଇଁ ସେମାନଙ୍କ ଅବଦାନ ନିମନ୍ତେ ସମ୍ମାନ କରୁଛୁ ବୋଲି ଜେଟଲୀ କହିଥିଲେ। ଜେଟ୍‌ଲିଙ୍କ ଏହି ବୟାନ ପରେ ହଙ୍ଗାମା କରୁଥିବା କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ନେତାମାନେ ଶାନ୍ତ ପଡ଼ିଥିଲେ। କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଥିଲେ ଯେ ଆମେ ଗୃହର ନେତାଙ୍କ ବୟାନକୁ ସମ୍ମାନ କରୁଛୁ ଏବଂ ପ୍ରଧାନମନ୍ତ୍ରୀ ପଦର ଗାରିମାକୁ ମଧ୍ୟ ଆମେ ହ୍ରାସ କରିବାକୁ ଚାହୁନାହୁଁ। ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କଂଗ୍ରେସ ନେତାମାନେ ଦେଇଥିବା ବୟାନକୁ ମଧ୍ୟ ଦଳ କେବେ ବି ସମର୍ଥନ କରିନାହିଁ ବୋଲି ଆଜାଦ କହିଥିଲେ।  ରାଜ୍ୟସଭାରେ ଜେଟଲୀ  ଏ ବାବଦରେ ବୟାନ ଦେବାବେଳେ ଗୃହରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ନଥିଲେ। ତେବେ ପୂର୍ବରୁ ଏ ବାବଦରେ କଂଗ୍ରେସ ସହମତି ପ୍ରକାଶ କରିଥିଲା ଯେ ଏ ବାବଦରେ ଗୃହରେ ଅନ୍ୟ କୌଣସି ବିଜେପି ନେତାଙ୍କ ବୟାନକୁ ସେମାନେ ଗ୍ରହଣ କରିବେ। ଜେଟଲିଙ୍କ ବୟାନ ପରେ ସପ୍ତାହେ ହେଲା ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଥିବାରୁ ଆଶ୍ୱସ୍ତି ପ୍ରକାଶ ପାଇଥିଲା  ।

 

 

 

0
0
0
s2sdefault