ହେଡଲାଇନସ୍:

ପ୍ରବାସରେ ଓଡିଶା ମାଟିର ମହକ : ଦେହଟା ଓମାନ ସିନା ମନ ଓଡିଶା  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହାର୍ : ସୁଦୂର ଓମାନର ସୋହାର୍ ସହରରେ ଉତ୍କଳ ଦିବସ ଓ  ମହା ବିିଷୁବ ସଂକ୍ରାନ୍ତିରେ ପାଳନ କରାଯାଇଛି ଓଡ଼ିଆ ନବବର୍ଷ ।  । ଏହି ପରିପ୍ରେକ୍ଷୀରେ ବିଦେଶରେ  ରହୁଥିବା ଅନେକ ଓଡ଼ିଆ ଉତ୍କଳ ଦିବସ ଓ ବନ୍ଧୁ ମିଳନର ଆୟୋଜନ କରିଛନ୍ତି । ବିଦେଶରେ ରହି ମଧ୍ୟ ସେମାନେ ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ  ଭୁଲି ନାହାନ୍ତି। ଜଗନ୍ନାଥଷ୍ଟକମ୍ ସହିତ , ବନ୍ଦେ ଉତ୍କଳ ଜନନୀ ସଂଙ୍ଗୀତ ଗାନ ଏବଂ କୁନି କୁନି କଳାକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍କଳ ଦିବସ ପାଳନ କରାଯାଇଛି।

କାର୍ଯ୍ୟକ୍ରମ ଆରମ୍ଭରେ ଗତିପନ ଦାଶଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା, ଆରାଧନା ଓ ଭଜନ ପରିବେଷଶ କରିଥିଲେ କୃଷ୍ନ ପ୍ରସାଦ ରଥ। ସୀତାକାନ୍ତ ବେରିହାଙ୍କ ଓଡିଶା  ସମ୍ପର୍କିତ ଏକ ଜ୍ଞାନବର୍ଦ୍ଧକ ଭିଡିଓ  ପରେ ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଶ କରିଥିଲେ  ଗାୟତ୍ରୀ, ମିଲି , ପିଙ୍କି, ଆସ୍ଥା, ବିନ୍ଦୁ, ରଶ୍ମି, ପ୍ରତିଭା, ଚୁମକି ଏବଂ ମିନାକ୍ଷୀ । କାର୍ଯ୍ୟକ୍ରମ ଆରମ୍ଭ ରେ ସ୍ୱାଗତମ୍ ସଙ୍ଗୀତ ରେ ପରୀ , ଅର୍ଣ୍ଣବ, ଆରାଧ୍ୟା, ଦେବ, ଆଲ୍ଫା, ରାନୀ ଓ ଦିଶା ନୃତ୍ୟ ପରିବେଷଣ କରିଥିଲେ l ସେହିପରି ପିହୁ ଓ ପାପୁଲ, ଶୈଳୀ ଓ ଶ୍ରୁତି, ମେଘନା ଓ ପୁର୍ବଶୀ ମଞ୍ଚରେ ଯୁଗଳ  ନୃତ୍ୟ ର ଯାଦୁରେ ସମସ୍ତଙ୍କ ମନ କିଣି ନେଇଥିଲେ l ସେହିପରି ରଘୁନାଥ ପ୍ରସାଦ ରଥ, ଶ୍ରଦ୍ଧା ରଥ , କୃଷ୍ଣ ପ୍ରସାଦ ରଥ, ମିନାକ୍ଷୀ ଶତପଥୀ, ପୁର୍ବଶୀ ରେଡ୍ଡୀ ଓ ର୍ଜ୍ୟୋତିର୍ମୟ ଦେ ସଙ୍ଗୀତ ପରିବେଷଣ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ସ୍ଵର୍ଗତ ବାସୁଦେବ ରଥ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣ|ଇ ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ ଶ୍ରୀଯୁକ୍ତ ରଘୁନାଥ ପ୍ରସାଦ ରଥ | ପ୍ରଣତୀ ଷଡଙ୍ଗୀଙ୍କ ସଂଯୋଜନାରେ ଓଡ଼ିଶା ସମ୍ବନ୍ଧୀୟ କୁଇଜ୍‍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଥର ପାଇଁ - "ଓଡିଶା ମୋ ଓଡିଶା" ଗୀତ ପରିବେଷଣ କରିଥିଲେ ବିରଞ୍ଚି ନାରାୟଣ ଦାଶ ଓ ବିନ୍ଦୁସ୍ମିତା ଶତପଥୀ (ଓଡ଼ିଆ ଦମ୍ପତ୍ତି) । ଓଡିଶା ସମ୍ପର୍କରେ ସ୍ଵରଚିତ କବିତା ପାଠ କରିଥିଲେ ସୁଶ୍ରୀ ପ୍ରଧାନ | ସେହିପରି ସଂଜୟ ପଣ୍ଡା ଓ ଶୌର୍ୟ| ବେହେରାଙ୍କ ସହଯୋଗରେ କ୍ଷୁଦ୍ର ନାଟିକା ପରିବେଷଶ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରେଖ| ଓଝା (ରଶ୍ମି) ଓ ଅମିତା ସାହୁ (ଲିଯା) ଙ୍କ ଓଡ଼ିଆ ସିନେମା ଗୀତ ରେ ଯୁଗଳ ନୃତ୍ୟ ଖୁବ୍ ସୁନ୍ଦର ହୋଇପାରିଥିଲାl କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସୋହାର୍ ଓଡ଼ିଆ ୟ°ଗୀସ୍ଥାନ୍ ଯୁବକମାନଙ୍କ ଦ୍ୱାରା ( ନିର୍ମଳ ବେହେରା , ଉମେଶ ପାଣିଗ୍ରାହୀ , ସମ୍ବିତ୍ ପ୍ରଧାନ , ବିଷ୍ନୁ ପ୍ରସାଦ ନାୟକ, ବିରଞ୍ଚି ନାରାୟଣ ଦାଶ , ସମର ପାତ୍ର, ସୀତାକାନ୍ତ ବେରିହା ଏବଂ ସଞ୍ଜୟ ପଣ୍ଡା ) ପରିବେଷିତ ଦେଶ ପ୍ରେମମୟ ମାଇମ୍ l ଅନ୍ତରେ ଅନ୍ତାକ୍ଷରୀ  ସମସ୍ତ ବନ୍ଧୁମାନଙ୍କୁ  କାର୍ଯ୍ୟକ୍ରମରେ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା | କଳାକାରମାନଙ୍କୁ  ପୁରସ୍କାର  ଦିଆଯାଇ କାର୍ଯ୍ୟକ୍ରମର ଆୟୋଜକ ମାନେ ( ରଘୁନାଥ ପ୍ରସାଦ ରଥ, ଗତିପନ ଦାଶ, ପ୍ରଣତି ଷଡଙ୍ଗୀ, ନିର୍ମଲ ବେହେରା, ଉମେଶ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୀତାକାନ୍ତ ବେରିହା, ବିଷ୍ଣୁ ପ୍ରସାଦ ନାୟକ, ସମ୍ବିତ୍ ପ୍ରଧାନ ଓ ମୀନାକ୍ଷୀ ଶତପଥୀ) ଧନ୍ୟବାଦ ଅର୍ପଣ କରିଥିଲେ |

 

0
0
0
s2sdefault