ହେଡଲାଇନସ୍:

ବାଜିମାରିନେଲା ବିଜେପି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଗୁଜୁରାଟରେ ଜାରି, ହିମାଚଳରେ କଂଗ୍ରେସ ଉପରେ ଭାରି 

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ମିଳିଛି । ସବୁ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେପି ଦଖଲ କରିଛି ଗାଦି  । ଗୁଜୁରାଟରେ ତାହାର ଲୋକପ୍ରିୟତାକୁ ପୁନଃପ୍ରପ୍ରତିଷ୍ଠିତ କରିଥିବା ବେଳେ ହିମାଚଳ ପ୍ରଦେଶରେ କଂଗ୍ରେସ ହାତରୁ ଛଡାଇଆଣିଛି ସିଂହାସନ  । ଦୁଇ ରାଜ୍ୟରେ ପ୍ରତିଫଳିତ ହୋଇଛି ମୋଦି ମ୍ୟାଜିକ୍  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ଦୁଇଟି ରାଜ୍ୟର ମତଦାତା ବିଜେପିକୁ ଅଜାଡି ଦେଇଛନ୍ତି ସେମାନଙ୍କ ସମର୍ଥନ ୫ବର୍ଷ ଶାସନ କରିବା ପାଇଁ  । ଗୁଜୁରାଟରେ  ବିଜେପିର ଦୀର୍ଘ ୨୨ ବର୍ଷର ଶାସନରେ ଲୋକମାନେ ଅସନ୍ତୁଷ୍ଟ ଅଛନ୍ତି ବୋଲି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତାକୁ ଭୁଲ ପ୍ରମାଣିତ କରିଛି ନିର୍ବାଚନ ଫଳାଫଳ । ଗୁଜୁରାଟବାସୀ ମୋଦିଙ୍କ ଉପରେ ସନ୍ତୁଷ୍ଟ ଥିବା ବେଳେ ହିମାଚଳ ପ୍ରଦେଶରେ କଂଗ୍ରେସ ଆଡୁ ମୁହଁ ଫେରାଇ ବିଜେପିକୁ ଆଦରିଛନ୍ତି ମତଦାତା  । ଗୁଜରାଟରେ ବିଜେପିକୁ ୯୯ସିଟ୍ ମିଳିଥିବା ବେଳେ କଂଗ୍ରେସ ପାଇଛି ୭୭ ସିଟ୍  । କଂଗ୍ରେସ ସମର୍ଥନରେ ୩ ମିଶାଇଲେ  କଂଗ୍ରେସସ ଖାତାରେ ହକିଭହିଁ ୮୦ ସିଟ |

ଅନ୍ୟ ଦଳକୁ ମିଳିଥିବା ଆସନ ସଂଖ୍ୟା ହେଉଛି ୬ । ସେହିଭଳି ହିମାଚଳ ପ୍ରଦେଶରେ ବିଜେପିକୁ ୪୪ ସିଟ୍, କଂଗ୍ରେସକୁ ୨୧ ସିଟ୍ ଓ ଅନ୍ୟ ଦଳକୁ ୩ଟି ମିଳିଛି  । ହେଲେ ସମାଲୋଚକମାନେ ଗୁଜୁରାଟରେ ବିଜେପିର ବିଜୟକୁ ରଙ୍ଗହୀନ ବିଜୟ ବୋଲି କହୁଛନ୍ତି |

ଗୁଜରାଟରେ ୨ଟି ପଯର୍ୟାୟରେ ମତଦାନ ହୋଇଥିଲା  । ପ୍ରଥମ ପଯର୍ୟାୟରେ ଡିସେମ୍ବର ୯ ତାରିଖରେ୮୯ଟି ଆସନରେ ମତଦାନ ହୋଇଥିବା ବେଳେ  ଡିସେମ୍ବର ୧୪ରେ ୯୩ଟି ଆସନରେ ମତଦାନ ହୋଇଥିଲା  । ସେହିପରି ହିମାଚଳ ପ୍ରଦେଶରେ ନଭେମ୍ବର ୯ରେ ୬୮ ସିଟ୍ ପାଇଁ ମତଦାନ ହୋଇଥିଲା  । ୨୦୧୨ ନିର୍ବାଚନରେ ବିଜେପିକୁ ଗୁଜରାଟରେ ୧୧୫ଟି ସିଟ୍ ମିଳିଥିଲା । ବିଜେପିକୁ ୪୭.୯ ପ୍ରତିଶତ ମତ ମିଳିଥିବା ବେଳେ କଂଗ୍ରେସକୁ ୩୮.୯ ପ୍ରତିଶତ ମତ ମିଳିଥିଲା  । 

ସବୁଠାରୁ ବଡକଥା ହେଉଛି, ହିମାଚଳ ପ୍ରଦେଶରେ ବିଜେପି ଉଲ୍ଳେଖନୀୟ ସଫଳତା ପାଇଥିବା ବେଳେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମକୁମାର ଧୂମଲ ପରାଜୟ ବରଣ କରିଛନ୍ତି ।

ଗୁଜୁରାଟରେ ୨୦୧୪ ଲୋକସଭା ନିର୍ବାଚନ ଭୋଟ ତୁଳନାରେ ବିଜେପିର ଭୋଟ ହାର ପ୍ରାୟ ୬୦ ପ୍ରତିଶତରୁ ୪୯.୬ ପ୍ରତିଶତକୁ ଖସି ଆସିଛି | ହେଲେ ୨୦୧୨ ନିର୍ବାଚନ ତୁଳନାରେ ପ୍ରାୟ ଦେଢ଼ ପ୍ରତିଶତ ବଢିଛି | ୨୦୧୨ ବିଧାନସଭା ନିର୍ବାଚନରେ ବିଜେପି ପ୍ରାୟ ୪୮ ପ୍ରତିଶତ ଭୋଟ ପାଇଥିବା ବେଳେ ଏଥର ତାହା ୪୯.୧ ପ୍ରତିଶତ ହୋଇଛି | ଅନ୍ୟପକ୍ଷରେ କଂଗ୍ରେସ ଭୋଟ ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ୨୦୧୪ ଲୋକସଭା ନିର୍ବାଚନରେ ୩୩% ଥିବା ବେଳେ ୨୦୧୭ ବିଧାନସଭା ନିର୍ବାଚନରେ୮.୪% ବୃଦ୍ଧି ପାଇ ୪୧.୪%ରେ ପହଂଚିଛି | ୨୦୧୨ ବିଧାନସଭା ନିର୍ବାଚନକୁ ଦେଖିଲେ କଂଗ୍ରେସ ୩୯% ଭୋଟ ପାଇଥିଲା ! ୱାଘେଲା ଗୋଷ୍ଠୀର ଭାଙ୍ଗୁଆରି ସତ୍ତ୍ୱେ  କଂଗ୍ରେସସର  ୨.୪% ଭୋଟ ବଢିଛି | ବିଜେପି ଓ କଂଗ୍ରେସ ମଧ୍ୟରେ ଭୋଟ ବ୍ୟବଧାନ ୨୦୧୪ ଲୋକସଭା ନିର୍ବାଚନରେ ୨୭% ଥିବାବେଳେ ୨୦୧୭ ବିଧାନସଭା ନିର୍ବାଚନରେ ତାହା ୭,୭ ପ୍ରତିଶତକୁ ଖସି ଆସିଛି ! ୨୦୦୭ ବିଧାନସଭା ନିର୍ବାଚନରେ ବିଜେପିର ଭୋଟ ହାର ୪୯.୧୨ ଥିବା ବେଳେ କଂଗ୍ରେସର ଥିଲା ୩୯ .୬୩% | ବ୍ୟବଧାନ ଥିଲା ୯.୯% | ୨୦୧୨ ରେ ବ୍ୟବଧାନ ୯%କୁ ବ୍ୟବଧାନ ଖସିଲା `| ୨୦୧୪ରେ ବ୍ୟବଧାନ ୭.୭ ହୋଇଯାଇଛି | ସମରରଣଯୋଗ୍ୟ ଯେ ଗୁଜୁରାଟ ଦଙ୍ଗା ପରେ ୨୦୦୨ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ ବ୍ୟବଧାନ ଥିଲା ୧୦ ପ୍ରତିଶତ | ୨୦୧୪ ନିର୍ବାଚନରେ ଗୁଜୁରାଟର ସମସ୍ତ ଲୋକସଭା ଆସନ ପୋଛି ନେଇଥିଲା ବିଜେପି |  ହେଲେ ୨୦୧୪ଲଜ ଉଜୁଡି ଯାଇଥିବା କଂଗ୍ରେସ ସାମ୍ରାଜ୍ୟକୁ ସଜାଡିବାରେ ସକ୍ଷମ ହୋଇ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇ ସମ୍ମାନ ଜଣକ ସ୍ଥାନରେ ପହଂଚିପାରିଛି | ୨୦୧୪ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ୪.୩% ଭୋଟ ପାଇଥିବା ବେଳେ ୧.୮ % ଭୋଟର ନୋଟାକୁ ଆପଣାଇଛନ୍ତି | କଂଗ୍ରେସ ଓ ବିଜେପିକୁ ଛାଡିଦେଲେ ଅନ୍ୟ କୌଣସି ଦଳ ୧ ପ୍ରତିଶତ ଭୋଟ ପାଇବାକୁ ସକ୍ଷମ ହୋଇନାହାନ୍ତି `|  

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ମିଳିଛି  । ୨ଟି ରାଜ୍ୟରେ ବିଜେପିର ବିଜୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି  । ସେହିପରି ବିଜେଡି ପାଇଁ ସଂକଟମୋଚକ କବଚ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମଧ୍ୟ ଫୋନ  କରି ସୁଭେଚ୍ଛା ଜଣାଇଛନ୍ତି ନବୀନ ବାବୁ |

ବିକାଶର ବିଜୟ ହୋଇଛି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

ବିକାଶର ବିଜୟ ହୋଇଛି । ଭାରତୀୟ ଜନତା ପାର୍ଟି ୨ଟି ରାଜ୍ୟରେ ବିଜୟ ପତାକା ଉଡାଇଛି । ଗୁଜରାଟ ଓ ହିମାଚଳରେ ବିଜୟ ଭାରତୀୟ ଜନତା ପାର୍ଟିକୁ ଆହୁରି ଶକ୍ତିଶାଳୀ କରିବ । ବିକାଶ ମାଧ୍ୟମରେ ସାଧାରଣ ଜନତାଙ୍କ ସମସ୍ୟା ଦୂର ହେବ  ।

୨୦୧୯ରେ ସରକାର ଆମର : ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ଲାଭ କରି ସରକାର ଗଢିବ । ବ ର୍ମାନ ବିଜେପି ୧୪ଟି ରାଜ୍ୟରେ କ୍ଷମତାରେ ଅଛି  । ସେହିପରି ଏନ୍ଡିଏ ନେତୃତ୍ୱରେ ୫ଟି ଶାସନ କରୁଛି । ବିଜେପି ସମୁଦାୟ ୧୯ଟି ରାଜ୍ୟରେ ବିଜେପିର ପ୍ରଭାବ ରହିଛି । ତ୍ରିପୁରା, ମେଘାଳୟ, ମିଜୋରାମ ଓ କର୍ଣ୍ଣାଟକରେ ମଧ୍ୟ ପଦ୍ମ ଫୁଲ ଫୁଟିବ । ୨୦୨୨ରେ ମୋଦିଙ୍କ ନୂତନ ଭାରତ ସ୍ୱପ୍ନ ସତ ହେବ । 

ପରାଜୟକୁ ମଥାପାତି ମାନି ନେଉଛୁ : ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ 

ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଦଳର ପରାଜୟକୁ ସ୍ୱୀକାର କରୁଛୁ । ପ୍ରଚାରବେଳେ ମୋ ଭୋଟ ରାଲିରେ ବହୁମାତ୍ରାରେ ଲୋକ ଯୋଗ ଦେଇଥିବାରୁ ଗୁୁଜୁରାଟ ଓ ହିମାଚଳ ପ୍ରଦେଶର ଜନସାଧାରଣଙ୍କୁ ଧନ୍ୟବାଦ । କଂଗ୍ରେସର କ୍ୟାଡର ମାନଙ୍କ ଉଦ୍ୟମ ଓ ସାହସ ପ୍ରଶଂସନୀୟ । କଂଗ୍ରେସର ସବୁଠାରୁ ବଡ ଶକ୍ତି ହେଉଛି ଶିଷ୍ଟାଚାର ଓ ସାହସ । 

ହାର୍ଦ୍ଧିକ ହାରିନି, ଗୁଜୁରାଟ ହାରିଛି : ହାର୍ଦ୍ଧିକ ପଟେଲ  

ହାର୍ଦ୍ଧିକ ହାରିନି  । ଏଠି ବେକାରୀ ହାରିଛି,କୃଷକର ଭିଜା ଆ ହାରିଛି  । ଶିକ୍ଷାର ପରାଜୟ ହୋଇଛି  । ସାଧାରଣ ଜନତାଙ୍କ ଜୀବନ ସହ ଜଡିତ ପ୍ରତିଟି ପ୍ରସଙ୍ଗ ହାରିଛି  । ଗୁଜୁରାଟର ଜନତା ହାରିଛନ୍ତି, ଇଭିଏମ ଗଡବଡ ଜିତିଛି  । 

 ସତ୍ୟର କୌଣସି ବିକଳ୍ପ ନାହିଁ :  ଯୋଗୀ ଆଦିତ୍ୟନାଥ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଣନୀତି ଯୋଗୁଁ ଗୁଜରାଟ ଓ ହିମାଚଳରେ ବିଜେପିକୁ ବିଜୟ ମିଳିଛି  । ବିକାଶର ବିଜୟ ସବୁବେଳେ ରହିଛି  । ଏବେ ୨୦୧୯ ସ୍ଥାନରେ ୨୦୨୪ ପାଇଁ ପ୍ରସ୍ତୁତ ହୁଅନ୍ତୁ  । ସତ୍ୟର କୌଣସି ବିକଳ୍ପ ନାହିଁ  ।

ପରିସ୍ଥିତି ସଙ୍କଟପୂର୍ଣ୍ଣ ଥିଲା : ଆନନ୍ଦୀ ବେନ୍

ଗୁଜରାଟରେ ବିଜେପି ୫ମ ଥର ସରକାର ଗଢିବାକୁ ଯାଉଛି  । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି  ।  ୨୦୧୨ରେ ଆମେ ବିକାଶ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିଥିଲୁ  ।  ଏଥର ମଧ୍ୟ ଏହା ଜାରି ଥିଲା  । ନିର୍ବାଚନ ପ୍ରଚାରର ଶେଷ ଦିନରେ ସାମାନ୍ୟ ଝଗଡା ହୋଇଥିଲା  । ବିଜେପିର ଶାସନରେ ସ୍ଥିତି ଭଲ ଅଛି  । ଜଳସେଚନ ଓ ଶିକ୍ଷା ବ୍ୟବସ୍ଥାରେ ପରିବ ର୍ନ ଆସିଛି  ।

ଫଳାଫଳ ଯାହା ହେଉ, କଂଗ୍ରେସ ଅସଲି ବିଜେତା: ଗେହଲୋଟ 

ବିଜେପି ଭାବନାତ୍ମକ ପ୍ରସଙ୍ଗକୁ ନେଇ ନିର୍ବାଚନକୁ ଓହ୍ଲାଇଥିଲା । ମୋଦି ମତଦାତାଙ୍କୁ କହିଥିଲେ, ସେ ଗୁଜରାଟର ପୁଅ  । କଂଗ୍ରେସ ଗରିବ, ଦଳିତ, ଜନଜାତି ଓ ବ୍ୟବସାୟୀଙ୍କ ସ୍ୱାର୍ଥକୁ ନେଇ ପ୍ର·ର କରିଛି  । ଫଳାଫଳ ଯାହା ବି ହେଉ କଂଗ୍ରେସ ଓ ରାହୁଲ ଗାନ୍ଧି ଅସଲି ବିଜେତା  ।

0
0
0
s2sdefault