ୟାସିନ ମଲ୍ଲିକର ଜେକେଏଲଏଫ  ବ୍ୟାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ : ଆତଙ୍କବାଦୀ ନିରୋଧୀ ଆଇନର ଧାରା ୩ ଅନ୍ତର୍ଗତ କେନ୍ଦ୍ର ସରକାର ହୁରିୟାତ ନେତା ୟାସିନ ମଲ୍ଲିକର ଜେକେଏଲଏଫ  ସଙ୍ଗଠନକୁ ବ୍ୟାନ କରିଛନ୍ତି | କାଶ୍ମୀରରେ ଉଗ୍ରବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ କେନ୍ଦ୍ର ସରକାରଙ୍କ  କ୍ୟାବିନେଟ କମିଟି ଅନ ସିକ୍ୟୁରିଟି ଏହି ଗୁରୁତ୍ୱପୂର୍ଣ ନେଇଛନ୍ତି | 

କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ଓ ବିଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ  ଫେବୃୟାରୀରେ ସୁରକ୍ଷାବଳ ପକ୍ଷରୁ ବିଭିନ୍ନ ବିଛିନ୍ନତାବାଦୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି  ଜେକେଏଲଏଫ ମୁଖ୍ୟ ୟାସୀନ ମଲ୍ଲିକ ଓ ଜାମାତ ଏ ଇସଲାମିର ମୁଖ୍ୟ ଅବଦୁଲ ହମିଦ ଫୟାଜ଼ ସମେତ  ପାଖାପାଖି ୧୩୦ ବିଛିନ୍ନତାବାଦୀ ନେତାଙ୍କୁ ଗିରଫ କରିଥିଲେ | ସୂଚନାଯୋଗ୍ୟ ଏହି ମାସ ପ୍ରାରମ୍ଭରେ ଜାମାତ ଏ ଇସଲାମି ସଙ୍ଗଠନକୁ ୫ ବର୍ଷ ପାଇଁ ବ୍ୟାନ କରାଯାଇଥିଲା |

ଜେକେଏଲଏଫ ବିରୋଧରେ ଅନେକ ସଂଗୀନ ମାମଲା ପଂଜିକୃତ ହୋଇଛି | ୪ ଜଣ ବାୟୁସେନା ଯବାନଙ୍କ ହତ୍ୟା ଓ ଡ୍ର ରୁବେୟା ସୟିଦଙ୍କ ଅପହରଣ ଭଳି ଅଭିଯୋଗ ଥିବା ବେଳେ ବିଛିନ୍ନତାବାଦୀ ସଂଗଠନଙ୍କ ନିକଟରେ ଅର୍ଥ ପହଂଚାଇବାର ମାଧ୍ୟମ ସାଜିଥିବା ଅଭିଯୋଗ ରହିଛି |

0
0
0
s2sdefault