ହେଡଲାଇନସ୍:

ଭୁରୁଡୁ ମାରୁଥିବା ପାକିସ୍ଥାନ ଲାଙ୍ଗୁଡ଼ ଜାକିଲା : କହିଲା ଗୋଟେ ଗଛ ଡାଳ ଭାଂଗିଛି, ଗୋଟିଏ ପାଚେରୀ କ୍ଷତିଗ୍ରସ୍ତ ହୋଇଛି   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୪୦ର ଜବାବ ୩୦୦, ସୁଧର ଯା ପାକିସ୍ଥାନ !!!

"ଭାରତୀୟ ବାୟୁସେନାର କିଛି ବିମାନ ପିଓକେ ମଧ୍ୟକୁ ପଶି ଆସିଥିଲା। ଯାହାକୁ ଆମେ ଘଉଡ଼ାଇ ଦେଇଛୁ। ତେବେ ଭାରତୀୟ ବାୟୁସେନା ବିମାନରେ ଥିବା କିଛି ଭାରି ଜିନିଷ ତଳକୁ ଖସି ପଡ଼ିବା ଫଳରେ ପାକିସ୍ତାନ ସୀମା ମଧ୍ୟରେ ଥିବା ଗୋଟିଏ ଗଛର ଡାଳ ସହ ଗୋଟିଏ ପାଚେରିର କିଛି ଅଂଶ ଭାଙ୍ଗି ଯାଇଛି। ଏହାବାଦ୍‌ ଅନ୍ୟ କିଛି ବି କ୍ଷୟକ୍ଷତି ହୋଇନାହିଁ।" କିଛି ଦିନ ତଳେ ଭାରତ ଆକ୍ରମଣ କଲେ ତାହାର ଉଚିତ ଜବାବ ଦେବ ବୋଲି ଗର୍ଜ୍ଜନ ତର୍ଜ୍ଜନ କରୁଥିବା ପାକିସ୍ଥାନ ଗତକାଲି ରାତ୍ରିର ଶେଷ ପ୍ରହରରେ ଭାରତୀୟ ବାୟୁ ସେନା ଦେଇଥିବା ପୁଲବାମା ଜବାବରେ  ମୂଷା ଛାନିଆ ହେବା ସହ ମୁହଁ ଭୁରୁଡୁ ଛାଡୁ ରକ୍ଷନାତ୍ମକ ଭାବେ ଉପରୋକ୍ତ ମନ୍ତବ୍ୟ ଦେଇଛି | ମୋଟାମୋଟି ଭାବେ ପୁଲବାମା ଜବାବରେ ଭାରତୀୟ ବାୟୁସେନା ପାକିସ୍ତାନ ସୀମା ଭିତରେ ପଶି ଯେଉଁ ହରର ଫିଲ୍ମ ଟ୍ରେଲର ଦେଖାଇଛି, ସେଇ ପୁରା ସିନେମାକଥା ଚିନ୍ତା କରି ତାବଦା ହୋଇଯାଇଛି ପାକିସ୍ଥାନ | 

ପାକିସ୍ଥାନ ଆଶଙ୍କା କରୁଥିଲା ପୁଲୱାମାର ଜବାବ ଭାରତ ଦେବ | ହେଲେ କେବଳ ଭାରତକୁ ତାରାକାଇବା ପାଇଁ ଫୁଟାଣି ମାରି କରିଦେଇଥିଲା ଯେ ଯଦି ଭାରତ କିଛି କରେ ଆମେ ତାହାର ଭୟାବହ ଜବାବ ଦେବୁ | ହେଲେ ବିଳମ୍ବିତ ମଧ୍ୟରାତ୍ରରେ ଭାରତୀୟ ବାୟୁସେନା ପାକିସ୍ତାନ ସୀମାମଧ୍ୟରେ ପ୍ରବେଶ କରିବା ସହ ଆକାଶମାର୍ଗରୁ ପାକ  ଅଧିକୃତ କଶ୍ମୀର (ପିଓକେ)ରେ ଗଢ଼ି ଉଠିଥିବା ଆତଙ୍କବାଦୀମାନଙ୍କର ସମସ୍ତ ଆଡ୍ଡା ଓ ଲଞ୍ଚପ୍ୟାଡ୍‌ ଉପରେ ଯେଉଁଭଳି ଆକ୍ରମଣ କରି ସେ ସବୁକୁ ନିସ୍ତନାବୁଦ କରିଦେଲେ ସେଥିଲେ ପାକିସ୍ଥାନର ହାର୍ଟ ବିଟ ବଢିଯାଇଛି | ୪୦ର ଜବାବ ଯେତେବେଳେ ପ୍ରାୟ ୧୦ଗୁଣା ଆକାରରେ ଭାରତ ଦେଲାନି, ଆଗକୁ କିଛି ଭୁଲ ଭଲ ହେଲେ ଅବସ୍ଥା କଣ ହେବା ଭାବି ଏବେ ବ୍ୟାକ ଫୁଟରେ ପାକ |

ମିଃକ୍ଲିଥିବା ସୂଚନା ଅନୁଯାୟୀ  ପୁଲଓ୍ଵାମା ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ପୂରା ଦେଶରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଭାରତୀୟ ସେନା ଇଟାର ଜବାବ ଦେଇଛି ପଥରରେ । ଭାରତୀୟ ବାୟୁସେନା ମଙ୍ଗଳବାର ନିୟନ୍ତ୍ରଣ ରେଖା ପାର୍‌ କରି ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀଙ୍କୁ ନିହତ କରି ଆତଙ୍କବାଦୀମାନଙ୍କର ସମସ୍ତ ଶିବିରକୁ ଧ୍ୱଂସ କରି ଦେଇଥିବା ଘଟଣା ଭାରତୀୟ ମାନଙ୍କ ମନରେ ଖୁସି ଆଣି ଦେଇଥିବା ବେଳେ ପାକିସ୍ଥାନର ହାର୍ଟ ବିଟ ବଢ଼ାଇ ଦେଇଛି | ଭାରତୀୟ ବାୟୁସେନା ପକ୍ଷରୁ  ୨୦ ମିନିଟ୍‌ ଧରି ହୋଇଥିବା ଅପରେସନରେ  ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ କଣ୍ଟ୍ରୋଲ ରୁମ ନିସ୍ତନବୁଦ ହୋଇଯାଇଛି | 

ଏହି ଆକ୍ରମଣ ପରେ ସାରା ଭାରତରେ ଖୁସିର ଲହରୀ ଖେଳି ଖେଳି ଯାଇଥିବା ବେଳେ ଏବେ ହିନ୍ଦୁସ୍ତାନ୍‌ ଜିନ୍ଦାବାଦ୍‌ ବୋଲି ସ୍ଲୋଗାନ୍‌ ଶୁଭୁଛି। ଆଉ ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାୟୁସେନାର ଏ ଅଦମ୍ୟ ବୀରତ୍ୱକୁ ପ୍ରଶଂସା କରିଛନ୍ତି ଓ ସେମାନଙ୍କୁ ସଲ୍ୟୁଟ ଜଣାଇଛନ୍ତି | ଏକ ଟୁଇଟ୍‌ ଜରିଆରେ ଭାରତୀୟ ବାୟୁସେନାର ସାହସକୁ ପ୍ରଶଂସା କରିଛନ୍ତି। ରାହୁଲ ଲେଖିଛନ୍ତି, ‘ଭାରତୀୟ ବାୟୁ ସେନା ପାଇଲଟ୍‌ଙ୍କୁ ମୁଁ ସାଲ୍ୟୁଟ୍‌ କରୁଛି।’ | ଏପଟେ ଏ ପ୍ରେଅସାଙ୍ଗରେ ଭରା ସରକାରଙ୍କ ପକ୍ଷରୀ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ କରାଚି ଠାରେ ଏକ ଜରୁରିକାଳୀନ ବୈଠକ ଡକାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି। 

ଅନ୍ୟପକ୍ଷରେ ଭାରତ ଯଦି କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ପାକିସ୍ତାନ ତା’ର ପାଲଟା ଜବାବ ଦେବ ବୋଲି ଗତ ଦୁଇଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିବା ପାକିସ୍ତାନ ସେନା ମେଜର ଅସିଫ୍‌ ଗଫୁର ଏବେ ଆକ୍ରମଣାତ୍ମକ ହେବା ପରିବର୍ତ୍ତେ ଆତ୍ମରକ୍ଷାତ୍ମକ ହୋଇ ପଡ଼ିଛନ୍ତି । ଅଲାଯୁକ ମୁହଁରେ ଖାଡା ଗଛ ଉଠିଲେ ବଂଶ ଯାକକୁ ଛାଇ ଭଳି ଗାଲୁଆଙ୍କ ଭଲି ସେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଆକାଶମାର୍ଗରୁ ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି ଯେ  ଭାରତୀୟ ବାୟୁସେନାର କିଛି ବିମାନ ପିଓକେ ମଧ୍ୟକୁ ପଶି ଆସିଥିଲା। ଯାହାକୁ ଆମେ ଘଉଡ଼ାଇ ଦେଇଛୁ। ତେବେ ଭାରତୀୟ ବାୟୁସେନା ବିମାନରେ ଥିବା କିଛି ଭାରି ଜିନିଷ ତଳକୁ ଖସି ପଡ଼ିବା ଫଳରେ ପାକିସ୍ତାନ ସୀମା ମଧ୍ୟରେ ଥିବା ଗୋଟିଏ ଗଛର ଡାଳ ସହ ଗୋଟିଏ ପାଚେରିର କିଛି ଅଂଶ ଭାଙ୍ଗି ଯାଇଛି। ଏହାବାଦ୍‌ ଅନ୍ୟ କିଛି ବି କ୍ଷୟକ୍ଷତି ହୋଇନାହିଁ।

 

0
0
0
s2sdefault