ହେଡଲାଇନସ୍:

"ସଡନ ଡେଥ"ରୁ ହେଲା ବିଶ୍ୱ ବିଜୟ ନିଷ୍ପତ୍ତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରିଲା ମହାମେଳା, ବାଜି ମାରିନେଲା ବେଲଜିୟମ 

bhubaneswar/ girija dash

ସରିଲା ହକିର ମହାକୁମ୍ଭ । ନଭେମ୍ବର ୨୭ତାରିଖରୁ ଆରମ୍ଭ ହୋଇଥିବା ୨୦ଦିନିଆ ରଙ୍ଗାରଙ୍ଗ ଚିତାକର୍ଷକ ଓ ରୋମାଞ୍ଚକର ଯାତ୍ରାର ଶେଷ ହୋଇଛି ପୁରୁଷ ହକି ବିଶ୍ୱକପ୍ ଫାଇନାଲ୍ ସହ । ଶକ୍ତିଶାଳୀ ନେଦରଲାଣ୍ଡକୁ ହରାଇ ଏଥରର ବାଜି ମାରିନେଇଛି ବେଲଜିୟମ୍ । କିଙ୍ଗ୍ ଖାନ୍ ଶାହାରୁଖ ଖାନ୍, ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷୀତ ଓ ସ୍ୱର ଯାଦୁକର ଏୟାର ରେହେମାନ୍ଙ୍କ ରଙ୍ଗାରଙ୍ଗ ଓ ରୋମା କର ଉପସ୍ଥିତିରୁ ଆରମ୍ଭ ହୋଇଥିବା ହକିର ଏହି ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି । କ୍ରିକେଟ୍ର କିମ୍ବଦନ୍ତି ପୁରୁଷ ସଚିନ୍ ତେନ୍ଦୁଲକରଙ୍କ ଉପସ୍ଥିତିରେ । ସେପଟେ ବିଶ୍ୱକପ୍ କ୍ରିକେଟ୍ ସହ ତାଳଦେଇ ଆରମ୍ଭ ହୋଇଥିବା ରଙ୍ଗା ରଙ୍ଗ ଡ଼ଟ୍ ଫେଷ୍ଟ୍ ସରିଛି ପ୍ରଖ୍ୟାତ  ଗାୟକ ତଥା ସଂଗୀତ ନିର୍ଦ୍ଦେଶକ  ଶଙ୍କର ମହାଦେବନଙ୍କ ଯାଦୁକରୀ ସଂଗୀତର ମୁର୍ଚ୍ଛନା ଭିତରେ । ଏତେବଡ଼ ବିଶାଳ ଓ ଭବ୍ୟ ଆୟୋଜନ, ସୁବ୍ୟବସ୍ଥିତ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମୁହଁରେ ଓଡ଼ିଶାକୁ ପ୍ରଶଂସା । ଆଉ ସମସ୍ତେ ବାହାବାହା ଦେଉଛନ୍ତି ରାଜ୍ୟସରକାରଙ୍କ ଏହି ସରକାରଙ୍କ ପଦକ୍ଷେପକୁ । 

ଲିଗ୍, କ୍ରସଓଭର କ୍ୱାର୍ଟର ସେମିପରେ ବିଶ୍ୱକପ୍ ହକୀମହାକୁମ୍ଭର ଅନ୍ତିମ ପର୍ଯ୍ୟାୟ ଅର୍ଥାତ ଫାଇନାଲରେ  ରବିବାର ।  ବେଲଜିୟମ ଭେଟିଥିଲା ଶକ୍ତିଶାଳୀ ନେଦରଲାଣ୍ଡକୁ ।  ଧାର୍ଯ୍ୟ ସମୟ ଭିତରେ କେହି ବି ପରସ୍ପରକୁ  ଗୋଟିଏ ବି ଗୋଲ ତା ଦେଇ ପାରିଲେନି, ହେଲେ ପେନାଲଟି ସହୁତ ଆଉଟରେ ବାଜି ମରିନେଇଥିଲା ବେଲଜିଅମ |  ବିଶ୍ୱବିଜେତା ଆଖ୍ୟା ଅର୍ଜନ କରିଛି ବେଲଜିୟମ କୁ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ବେଲଜିୟମ୍ ଦଳର ଅଧିନାୟକଙ୍କୁ ବିଶ୍ୱକପ୍ ଟ୍ରଫି ପ୍ରଦାନ କରିଥିଲେ । କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ରନର୍ସଅପ୍ ହୋଇଥିବା  ନେଦରଲାଣ୍ଡଦଳର ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଶୁଟ୍ଆଉଟ୍ କିନ୍ତୁ ଥିଲା ରୋମାଞ୍ଚକର  | ପ୍ରଥମ କରି ଶୁଟ୍ଆଉଟ୍ ପାଇଁ ସୁଯୋଗ ପାଇଥିବା ନେଦରଲ୍ୟାଣ୍ଡ ଗୋଲ୍ କରିବାରେ ସଫଳ ହୋଇଥିଲା । କିନ୍ତୁ ଏଥିରେ ଆରମ୍ଭରୁ ବିଫଳ ହୋଇଥିଲା ବେଲଜିଅମ । ଲକିଛି ସେକେଣ୍ଡ ପାଇଁ ଲାଗିଲା ଏଥର ବି ବାଜି ମାରିନେବା ଦୁଇଥରର ବିଶ୍ୱକପ ବିଜେତା ନେଦରଲ୍ୟାଣ୍ଡ | ହେଲେ ହଠାତ ସ୍ଥିତି ବଦଳିଗଲା  ଏହାପରେ ସ୍ଥିତିରେ ପରିବର୍ତ୍ତନ ଆସିଥିଲା ଏବଂ ଗୋଲ୍ ସ୍ଥିତି ୨-୨କୁ ·ଲିଯାଇଥିଲା । ଫଳାଫଳ ପାଇଁ ସଡନ୍ ଡେଥର ସାହାଯ୍ୟ ନିଆଯିବାରୁ ବିଜୟର ହାୱା ବେଲ୍ଜିୟମ୍ ପକ୍ଷରେ ବହିଥିଲା ।

ସଡନ୍ ଡେଥର ସୁଯୋଗ ନେଇ ପ୍ରଥମ ଥରରେ ଗୋଲ୍ କରିବାରେ ସଫଳ ହୋଇଥିଲା ବେଲ୍ଜିୟମ୍ । ସ୍ଥିତି ୩-୨କୁ ଚାଲିଯିବା ପରେ ବରାବର କରିବା ପାଇଁ ନେଦରଲ୍ୟାଣ୍ଡସ୍ ପାଖରେ ସୁଯୋଗ ଥିଲେ ମଧ୍ୟ ଏଥିରେ ସେମାନେ ସଫଳ ହୋଇନଥିଲେ । ସଫଳତାର ସହିତ ନେଦର୍ଲ୍ୟାଣ୍ଡର  ଘନଘନ ଆକ୍ରମଣର ମୁକାବିଲା କରିଥିବା ବେଲ୍ଜିୟମର  ଗୋଲକିପର  ଭିନ୍ସେ ୱାନାସ୍କ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ରବିବାର ମ୍ୟାଚ୍ର ବହୁପୂର୍ବରୁ ଆୟୋଜକ ଦେଶ ଭାରତ ବିଦାୟ ନେଇଯାଇଥିବାରୁ ମାହୋଲ ମାନ୍ଦା ରହିବ ବୋଲି ଆଶା କରାଯାଉଥିଲେ ହେଁ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ଉପସ୍ଥିତି ଏହାକୁ କିଛି ମାତ୍ରାରେ ସମ୍ଭାଳି ପାରିଥିଲେ । ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ହେଉ ବା ସଚିନଙ୍କୁ ଟିକେ୍ ଆଖିଭରି ଦେଖିବା ପାଇଁ କଳିଙ୍ଗ ଷ୍ଟାଡ଼ିୟମ୍ ଖଚାଖଚ୍ ଭରିଯାଇଥିଲା । ଦର୍ଶକମାନେ ଖେଳର ମଜା ନେବାସହ ଉପଭୋଗ କରିଥିଲେ ସେମାନଙ୍କର ପ୍ରିୟ କ୍ରିକେଟ୍ ତାରକା ସଚିନଙ୍କ ସହ ଆକର୍ଷଣୀୟ ଉପସ୍ଥିତିକୁ ।  ହକି ଷ୍ଟାଡିୟମରେ  ମଧ୍ୟ ସଚିନ୍ ସ....ଚିନ, ସ....ଚିନ, ସ....ଚିନ ନାରା ଶୁଭୁଥିଲା ।

 

 

0
0
0
s2sdefault