ଭେନେସା ପୋନ୍ସ ହେଲେ ବିଶ୍ୱ ସୁନ୍ଦରୀ 2018

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବେଜିଂ:ଚୀନ୍ର ସାନ୍ୟାଠାରେ ଆୟୋଜିତ ମିସ୍ ଓ୍ୱାଲïର୍-୨୦୧୮ ପ୍ରତିଯୋଗିତାରେ ମେକ୍ସିକୋ ସୁନ୍ଦରୀ ଭେନେସା ପୋନ୍ସ ଡି ରିଆନ୍ ୬୮ତମ ବିଶ୍ୱ ସୁନ୍ଦରୀ ହେବାର ଗୌରବ ହାସଲ କରିଛନ୍ତି । ୨୦୧୭ର ବିଶ୍ୱସୁନ୍ଦରୀ ମାନୁସୀ ଛିଲ୍ଲର ଭେନେସାଙ୍କୁ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି । ସେହିପରି ଥାଇଲାଣ୍ଡର ନିକୋଲେନ୍ ପିସାପା ଏହି ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ନିଜର ମୁକୁଟ ଭେନେସାଙ୍କୁ ଅର୍ପଣ କଲାବେଳେ ଭାରତୀୟ ସୁନ୍ଦରୀ ମାନୁସୀ ଛିଲ୍ଲର (ବିଶ୍ୱ ସୁନ୍ଦରୀ-୨୦୧୭) ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଭାରତ ତରଫରୁ ଏହି ପ୍ରତିଯୋଗିତାରେ ତାମିଲନାଡୁର ଅନୁକୃତୀ ଭାସ୍ ଅଂଶଗ୍ରହଣ କରିଥିଲେ । ଅନୁକୃତୀ ଶୀର୍ଷ ୩୦ ତାଲିକାରେ ସାମିଲ ହୋଇଥିଲେ । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଶୀର୍ଷ ୧୨ ଜଣ ତାଲିକାରେ ସ୍ଥାନ ପାଇପାରିନଥିଲେ । ବିଶ୍ୱ ସୁନ୍ଦରୀର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହି ଖବର ମଧ୍ୟ ସେୟାର କରାଯାଇଛି । ଭାରତ ବ୍ୟତୀତ ଶୀର୍ଷ ୩୦ ତାଲିକାରେ ଚିଲି, ଫ୍ରାନ୍ସ, ବାଂଲାଦେଶ, ଜାପାନ, ମାଲେସିଆ, ମରିସସ୍, ମେକ୍ସିକୋ, ନେପାଳ, ନୁ୍ୟଜିଲାଣ୍ଡ, ସିଙ୍ଗାପୁର, ଥାଇଲାଣ୍ଡ, ଉଗାଣ୍ଡା, ଆମେରିକା, ଭେନେଜୁଏଲା ଓ ଭିଏତ୍ନାମ୍ ସାମିଲ ଥିଲେ । 

0
0
0
s2sdefault