ହେଡଲାଇନସ୍:

 ସୋହର୍ ଓଡିଆ ସମାଜ ପକ୍ଷରୁ ଶୀତକାଳୀନ ମିଳନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋହର୍(ଓମାନ)/ଶାସକପ୍ରଶାସକ

ଓମାନର ସୋହର୍ ସହରରେ ଓଡିଆ ସମାଜ ପକ୍ଷରୁ ଚଳିତ ବର୍ଷରେ ଶୀତ କାଳୀନ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।୨୦୧୮ ମସିହାକୁ ବିଦାୟ ଦେଇ ୨୦୧୯ ମସିହାର ସ୍ବାଗତ କରିବା ପାଇଁ ଗତ ୩୦ ତାରିଖରେ ଏହି ସମାରୋହର ଆୟୋଜନ କରାଯାଇଥିଲା ।ବିଦେଶରେ ରହି ମଧ୍ୟ ସେମାନେ ଓଡିଆ ପରମ୍ପରା ଓ ସଂସ୍କୃତିକୁ ଭୁଲି ନାହାନ୍ତି, ତାକୁ ସ୍ମରଣ କରି ଏହି ଆୟୋଜନ କରାଯାଇଥିଲା ।

ଦ୍ଵିତୀୟ  ପର୍ଯ୍ୟାୟରେ ମଧ୍ୟାହ୍ନ ଭୋଜନ ପରେ ଶିଶୁ କଳାକାର (ରାନୀ,ଆରଧ୍ୟା,ଦିଶା,ଦେବ,ଶ୍ରୁତୀ,ପୁରବାସୀ,ମେଘନା, ପରି,ଆଲ୍ଫା)ଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ନବ ବିବାହିତା ସୁଶ୍ରୀୟା ପ୍ରଧାନ (ସିପି) ଙ୍କ କବିତା ପାଠ,ବିବାହିତ ଦମ୍ପତି (ରୋଜା ଓ ଗଙ୍ଗା ରେଡ୍ଡୀ,ଶିଳା ଓ ସରୋଜ ସାହୁ)ଙ୍କ  ଯୁଗଳ ନୃତ୍ୟ ପରିବେଷଣ କରିଥିଲେ ।ଉମେଶ ପାଣିଗ୍ରାହୀ ଓ ସଂଜୟ ପଣ୍ଡା ଙ୍କ ଦ୍ବାରା ପରିବେଷିତ ହାସ୍ୟ ରସାତ୍ମକ ନାଟକ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲା। 

ଓଡିଆ ଗ୍ରୁପ୍ ଯୁବ କଳାକାର, ୟଙ୍ଗୀସ୍ଥାନ ଟୀମ୍(ଉମେଶ ପାଣିଗ୍ରାହୀ, ନିର୍ମଳ ବେହେରା,ସଂଜୟ ପଣ୍ଡା, ସମ୍ବିତ୍ ପଧାନ, ସୀତାକାନ୍ତ ବେରିହି) ଦ୍ୱାରା ପରିବେଷିତ ଲେଜି ଡାନ୍ସ କାର୍ଯ୍ୟକ୍ରମର ମୂଖ୍ୟ ଆକର୍ଷଣ ଥିଲା ।ରଘୁନାଥ ପ୍ରସାଦ ରଥ,କୃଷ୍ଣ ପ୍ରସାଦ ରଥ,ସୁଇଟି,ଜ୍ୟୋତିର୍ମୟ ଦେ ଙ୍କ ସଙ୍ଗୀତ ସବୁ ଓଡିଆ ବନ୍ଧୁ ମାନଙ୍କୁ ଏକ ସୂତ୍ରରେ ବାନ୍ଧିବାରେ ସହାୟକ ହୋଇପାରିଥିଲା ।ରଘୁନାଥ ପ୍ରସାଦ ରଥ, ଗତିପନ ଦାସ,ନିର୍ମଲ ବେହେରା, ଉମେଶ ପାଣିଗ୍ରାହୀ, ସଂଜୟ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୀତାକାନ୍ତ ବେରିହା,ସମ୍ବିତ ପ୍ରଧାନ ଓ ମୀନାକ୍ଷୀ ଶତପଥୀଙ୍କ ତତ୍ତ୍ବାବଧାନରେ ଶୀତକାଳୀନ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୁରୁଖୁରୁରେ ସଂପାଦିତ ହୋଇଥିଲା ।

0
0
0
s2sdefault